Advertisment

India vs England ODI In Cuttack: ଭାରତ-ଇଂଲଣ୍ଡ କଟକ ବାରବାଟୀ ଦିନିକିଆ ମ୍ୟାଚ୍‌; ପ୍ରଥମ ଟିକେଟ୍ କିଣିଲେ ମୁଖ୍ୟମନ୍ତ୍ରୀ...

ମୁଖ୍ୟମନ୍ତ୍ରୀ ବାରବାଟୀରେ ହେବାକୁ ଥିବା ଇଂଲଣ୍ଡ-ଭାରତ ୱାନ୍ ଡେ ପାଇଁ ପ୍ରଥମ ଟିକେଟ କିଣିଛନ୍ତି। ଅନ୍ୟପଟେ ଓସିଏ ପକ୍ଷରୁ ଶ୍ରୀମନ୍ଦିର ଯାଇ ଶ୍ରୀଜିଉଙ୍କ ନିମନ୍ତ୍ରଣ କରାଯାଇଛି ।

author-image
Sujit kumar Swain
ଅଦ୍ୟତନ ହୋଇଛି
India vs England ODI In Cuttack

India vs England ODI In Cuttack

ଫେବ୍ରୁଆରୀ ୯ ଭାରତ-ଇଂଲଣ୍ଡ କଟକ ବାରବାଟୀ ଦିନିକିଆ ପାଇଁ ପ୍ରଥମ ଟିକେଟ୍ କିଣିଲେ ମୁଖ୍ୟମନ୍ତ୍ରୀ। ଏନେଇ ସୋସିଆଲ୍ ମିଡିଆ ଏକ୍ସରେ ସୂଚନା ଦେଇଛି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ। ଓସିଏ ପକ୍ଷରୁ କାର୍ଯ୍ୟକାରୀ ସଭାପତି ପଙ୍କଜ ମହାନ୍ତି, ସଂପାଦକ ସଞ୍ଜୟ ବେହେରା, ଅନୁଗୋଳ ବିଧାୟକ ତଥା ଆପେକ୍ସ କାଉନସିଲ ସଦସ୍ୟ ପ୍ରତାପ ପ୍ରଧାନ, ଓଡ଼ିଶା ଅଲମ୍ପିକ ଆସୋସିଏସନ ସଂପାଦକ ଅଭିଜିତ ପାଲ୍, ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ। 

Advertisment

ଏହି ଅବସରରେ ମୁଖ୍ୟମନ୍ତ୍ରୀ ବାରବାଟୀରେ ହେବାକୁ ଥିବା ଇଂଲଣ୍ଡ-ଭାରତ ୱାନ୍ ଡେ ପାଇଁ ପ୍ରଥମ ଟିକେଟ କିଣିଛନ୍ତି। ଅନ୍ୟପଟେ ଓସିଏ ପକ୍ଷରୁ ଶ୍ରୀମନ୍ଦିର ଯାଇ ଶ୍ରୀଜିଉଙ୍କ ନିମନ୍ତ୍ରଣ କରାଯାଇଛି । 

Advertisment


ଅଧିକ ପଢନ୍ତୁ: ଟ୍ବେଣ୍ଟି-୨୦ରେ ବିଜୟ ବାନା ଉଡ଼ାଇବା ଲକ୍ଷ୍ୟରେ ଭାରତୀୟ କ୍ରିକେଟ୍ ଦଳ

ଅନ୍ୟପଟେ ଟ୍ବେଣ୍ଟି-୨୦ରେ ବିଜୟ ବାନା ଉଡ଼ାଇବାର ଲକ୍ଷ୍ୟ ନେଇ ଭାରତୀୟ କ୍ରିକେଟ୍ ଦଳ ଆଜି ଇଂଲଣ୍ଡ ବିପକ୍ଷରେ ପଡ଼ିଆକୁ ଓହ୍ଲାଇବ । ଏହି ଶୃଙ୍ଖଳାର ପ୍ରଥମ ଲଢ଼େଇ ଆଜି ସଂଧ୍ୟା ୭ଟାରୁ ଆରମ୍ଭ ହେବ । ଟେଷ୍ଟ୍‌ କ୍ରିକେଟରେ ମିଳିଥିଲା ବିଫଳତାକୁ ଭୁଲି ଫଟାଫଟ୍ କ୍ରିକେଟ୍ ଅଭିଯାନରେ ବାହାରିବ ଟିମ୍ ଇଣ୍ଡିଆ। । ଦଳର ଲକ୍ଷ୍ୟ କିନ୍ତୁ ଅପରିବର୍ତ୍ତିତ ରହିବ । ଭ୍ରମଣକାରୀ ଇଂଲଣ୍ଡକୁ ଘାଇଲା କରି ୫ ଟିକିଆ ଶୃଙ୍ଖଳାକୁ ଜିତିବା ସହ ଘରୋଇ ପରିବେଶରେ ଆୟୋଜିତ ହେବାକୁ ଥିବା ଟ୍ବେଣ୍ଟି-୨୦ ସିରିଜ୍‌କୁ ହାତେଇବାକୁ କସରତ କରିଛି ସୂର୍ଯ୍ୟ ବାହିନୀ । ଏହି ପ୍ରତୀକ୍ଷିତ ଶୃଙ୍ଖଳାରେ ଉଭୟ ଦଳ ପରସ୍ପରକୁ କଡ଼ା ଟକ୍କର ଦେବେ ବୋଲି କ୍ରିକେଟ୍‌ ପ୍ରେମୀ ଆଶା ରଖିଛନ୍ତି ।

୫ ଟିକିଆ ଟି-୨୦ ସିରିଜର ପ୍ରଥମ ମ୍ୟାଚ୍ କୋଲକାତାର ଇଡେନ ଗାର୍ଡେନରେ ଖେଳାଯିବ। ଆସନ୍ତା ବର୍ଷ ଟି-୨୦ ବିଶ୍ୱକପ୍ ଥିବାରୁ ଭାରତ ପାଇଁ ଏହି ସିରିଜ୍ ବେଶ୍ ଗୁରୁତ୍ୱପୂର୍ଣ୍ଣ । ଆସନ୍ତା ବର୍ଷ ଟି-୨୦ ବିଶ୍ୱକପ୍ ପାଇଁ ଦଳକୁ ଏବେଠାରୁ ହିଁ କସରତ୍ କରିବାକୁ ପଡ଼ିବ । ଏଥିସହ ଏହି ମ୍ୟାଚ୍‌ରେ ନୂଆ ଖେଳାଳିଙ୍କ ଉପରେ ବି ପରୀକ୍ଷା କରାଯାଉଛି ।

ରୋହିତ ଶର୍ମା, ବିରାଟ କୋହଲି ଓ ରବୀନ୍ଦ୍ର ଜାଡେଜାଙ୍କ ଭଳି ବରିଷ୍ଠ ଖେଳାଳି ଟି-୨୦ରୁ ଅବସର ନେଇ ସାରିଛନ୍ତି । ଦଳ ଏବେ ନୂଆ ଅଧିନାୟକ ସୂର୍ଯ୍ୟ କୁମାର ଯାଦବଙ୍କ ନେତୃତ୍ୱରେ ଖେଳୁଛି । ଅନ୍ୟପକ୍ଷରେ ଇଂଲଣ୍ଡ ଏବେ ଟ୍ରାଞ୍ଜିସନ ପିରିୟଡରେ ରହିଛି । ୨୦୨୪ ବିଶ୍ୱକପ ସେମି ଫାଇନାଲ ହାରିବା ପରେ ଦଳ ନୂଆ ଖେଳାଳିଙ୍କୁ ଟି-୨୦ରେ ସାମିଲ କରିଛି । ବ୍ରେଣ୍ଡନ ମ୍ୟାକକୁଲମଙ୍କୁ ଇଂଲଣ୍ଡର ସବୁ ଫର୍ମାଟରେ କୋଚ୍ କରାଯାଇଛି । ଅନ୍ୟପଟେ ଭାରତର ଫୋକସ୍ ଭାରତର ଷ୍ଟାର ପେସର ମହମ୍ମଦ ଶାମିଙ୍କ ଉପରେ ରହିଛି । 

ଅଧିକ ପଢନ୍ତୁ: ବିବାହ ବନ୍ଧନରେ ଆବଦ୍ଧ ହେଲେ ଗୋଲ୍ଡେନ୍‌ ବୟ ନୀରଜ ଚୋପ୍ରା...

India Vs England ODI India Vs England Ticket
Advertisment
Advertisment