/odishatv-khabar/media/post_attachments/uploadimage/library/16_9/16_9_0/Pregnant_1737528584.jpg)
Pregnant
ଦେଶ ସ୍ବାଧୀନ ହେବାକୁ ବିତିଲାଣି ୭୫ ବର୍ଷ। ହେଲେ ମୌଳିକ ସୁବିଧା ସୁଯୋଗରୁ ଏବେ ବି ବଞ୍ଚିତ ଅନେକ ଲୋକ। ଗୋଟିଏ ପଟେ ବିକାଶର ଡିଣ୍ଡିମ ପିଟୁଥିବା ବେଳେ ଆଉ ଏକ ଜନନୀ ଯନ୍ତ୍ରଣାର କାହାଣୀ ସାମ୍ନାକୁ ଆସିଛି। ଗଜପତି ଜିଲ୍ଲାରୁ ଏମିତି ଏକ ଘଟଣା ସାମ୍ନାକୁ ଆସିଛି। ଆମ୍ବୁଲାନ୍ସ ଯାଇ ନ ପାରିବାରୁ ୨ କିମି ଷ୍ଟ୍ରେଚରରେ ବୁହା ହେବାକୁ ପଡିଥିଲା। ଅନ୍ୟ ପଟରେ ବିଗତ ୨୪ ବର୍ଷ ଧରି ରାଜ୍ୟର ଶାସନ କ୍ଷମତାରେ ଥିବା ବିଜେଡି କିଭଳି ବିକାଶ କରିଛି ତାହାର ମଧ୍ୟ ଏକ ନଗ୍ନ ଚିତ୍ର ସାମ୍ନାକୁ ଆସିଛି। ୨୪ ବର୍ଷର ଶାସନ ବ୍ୟବସ୍ଥାରେ ଗାଁକୁ ରାସ୍ତା ଖଣ୍ଡିଏ ନାହିଁ। ଅତୀତରେ ମଧ୍ୟ ଅନେକ ବାର ଏଭଳି ଘଟଣା ସରକାରଙ୍କ ଲଜ୍ଜିତ କରିଛି।
ଗଜପତି ଜିଲ୍ଲାର ମୋହନା ଜିଲ୍ଲାରେ ଏମିତି ଏକ ଘଟଣା ଘଟି ଯାଇଛି। ଗାଁକୁ ସଡକ ନ ଥିବା କାରଣରୁ ଆମ୍ବୁଲାନ୍ସ ଆସି ପାରି ନ ଥିଲା। ଫଳରେ ୨ କିଲୋମିଟର ଷ୍ଟ୍ରେଚରରେ ବୁହାହେଲେ ଗର୍ଭବତୀ । ଗଜପତି ଜିଲ୍ଲା ମୋହନା ବ୍ଲକ ବାଡେଗୁଡ଼ା ପଞ୍ଚାୟତ ପାଦେର୍ମା ଗାଁରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଗାଁକୁ ରାସ୍ତା ନଥିବାରୁ ଯାଇ ପାରିଲାନି ଆମ୍ବୁଲାନ୍ସ । ଗାଁର ଲକ୍ଷ୍ମୀ ମଲ୍ଲିକଙ୍କ ପ୍ରସବ ଯନ୍ତ୍ରଣା ହେଇଥିଲା। ଆଶାକର୍ମୀ ପହଞ୍ଚି ୧୦୮ ଆମ୍ବୁଲାନ୍ସକୁ ଫୋନ କରିଥିଲେ ।
ଆମ୍ବୁଲାନ୍ସ ତ ଆସିଥିଲା ହେଲେ ଗାଁକୁ ଯାଇ ପାରି ନ ଥିଲା। ରାସ୍ତା ନ ଥିବାରୁ ବାଡେଗୁଡ଼ା ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ଆମ୍ବୁଲାନ୍ସ ଅଟକି ଯାଇଥିଲା l ଆମ୍ବୁଲାନ୍ସ କର୍ମଚାରୀ ବିଦ୍ୟାଧର ସାହୁଙ୍କ ସମେତ ଆଶା କର୍ମୀ ଓ ଗ୍ରାମବାସୀଙ୍କ ଉଦ୍ୟମରେ ଲକ୍ଷ୍ମୀଙ୍କୁ ଆମ୍ବୁଲାନ୍ସ ପର୍ଯ୍ୟନ୍ତ ନିଆଯାଇଥିଲା। ଗର୍ଭବତୀ ମହିଳାଙ୍କୁ ଷ୍ଟ୍ରେଚରରେ ୨ କିଲୋମିଟର ବିଲ ରାସ୍ତାରେ ବୋହି ଆମ୍ବୁଲାନ୍ସ ନିକଟକୁ ଅଣା ଯାଇଥିଲା। ସେଠାରୁ ଅଡ଼ବା ମେଡିକାଲରେ ଭର୍ତ୍ତି କରାଯାଇଥିଲା l ମହିଳା ଜଣଙ୍କ ଏକ ପୁତ୍ର ସନ୍ତାନ ଜନ୍ମଦେଇଥିବା ଜଣାପଡିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)