Advertisment

Modi to Visit Odisha: ଏହି ତାରିଖରେ ପୁଣି ଓଡ଼ିଶା ଆସିବେ ମୋଦି

ଭୁବନେଶ୍ବରରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆୟୋଜିତ ହେବ ଉତ୍କର୍ଷ ଓଡ଼ିଶା-ମେକ ଇନ ଓଡ଼ିଶା କନକ୍ଲେଭ। ଏହି ମେଗା ଇଭେଣ୍ଟର ଉଦଘାଟନୀ କାର୍ଯ୍ୟକ୍ରମରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ।

author-image
Saroj Kumar Jena
ଅଦ୍ୟତନ ହୋଇଛି
Modi

Modi

ପୁଣି ଦିନିକିଆ ଓଡିଶା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀନରେନ୍ଦ୍ର ମୋଦି। ନିକଟରେ ଭୁବନେଶ୍ବରରେ ଅନୁଷ୍ଠିତ ପ୍ରବାସୀ ଭାରତୀୟ ସମ୍ମିଳନୀରେ ଯୋଗ ଦେଇଥିଲେ ମୋଦି। ବିଶାଖାପାଟଣାରେ ଏନଟିପିସିର ଅତ୍ୟାଧୁନିକ ଗ୍ରୀନ ହାଇଡ୍ରୋଜେନ ହବ୍ ପ୍ରକଳ୍ପର ଶିଳାନ୍ୟାସ କରିବା ପରେ ସେଠାରୁ ଭୁବନେଶ୍ବର ଆସି ପହଞ୍ଚିଥିଲେ ପ୍ରଧାନମନ୍ତ୍ରୀ। ପ୍ରବାସୀ ଭାରତୀୟ ସମ୍ମିଳନୀର ଦ୍ବିତୀୟ ଦିନରେ ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ତେବେ ପୁନର୍ବାର ମୋଦି ଭୁବନେଶ୍ବର ଆସିବାକୁ ଯାଉଛନ୍ତି।

Advertisment

ଚଳିତ ମାସର ୨୮ ଭୁବନେଶ୍ବରରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆୟୋଜିତ ହେବ ଉତ୍କର୍ଷ ଓଡ଼ିଶା-ମେକ ଇନ ଓଡ଼ିଶା କନକ୍ଲେଭ। ଏହି ମେଗା ଇଭେଣ୍ଟର ଉଦଘାଟନୀ କାର୍ଯ୍ୟକ୍ରମରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ। ଜାନୁଆରୀ ୨୮ ଓ ୨୯ ତାରିଖ ଭୁବନେଶ୍ବରର ଜନତା ମଇଦାନରେ ଦୁଇଦିନ ଧରି ଆୟୋଜିତ ହେବ ଏହି କାର୍ଯ୍ୟକ୍ରମ। ପ୍ରଥମ ଦିନରେ ପ୍ରଧାନମନ୍ତ୍ରୀ ଏହାର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ। ୨୮ ତାରିଖ ଦିଲ୍ଲୀରୁ ସ୍ବତନ୍ତ୍ର ବିମାନ ଯୋଗେ ସିଧାସଳଖ ଭୁବନେଶ୍ବରର ଆସିବେ।

ଅଧିକ ପଢ଼ନ୍ତୁ: ପ୍ରବାସୀ ଭାରତୀୟ ଦିବସ ପାଇଁ ଏହି ରାସ୍ତା ବନ୍ଦ ରହିବ

ସକାଳ ୧୦ ଟା ୩୫ ମିନିଟରେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ। ପୂର୍ବାହ୍ନ ୧୦ଟା ୪୦ ମିନିଟ୍ ଭୁବନେଶ୍ବର ବିମାନ ବନ୍ଦରରୁ ବାହାରି ପ୍ରଧାନମନ୍ତ୍ରୀ ସିଧା ଆସିବେ ଜନତା ମଇଦାନ। ୧୦ଟା ୫୫ ମିନିଟରେ ଜନତା ମଇଦାନରେ ପହଞ୍ଚିବା ନେଇ କାର୍ଯ୍ୟକ୍ରମ ସ୍ଥିର ହୋଇଛି। ପୂର୍ବାହ୍ନ ୧୧ ଟାରେ ଉତ୍କର୍ଷ ଓଡ଼ିଶା - ମେକ ଇନ ଓଡ଼ିଶା କନକ୍ଲେଭ ୨୦୨୫ କାର୍ଯ୍ୟକ୍ରମକୁ ଉଦଘାଟନ କରିବେ ମୋଦି। ପୂର୍ବାହ୍ନ ୧୧ ଟାରୁ ମଧ୍ୟାହ୍ନ ୧୨ ଟା ୩୦ ମିନିଟ ପର୍ଯ୍ୟନ୍ତ ଉତ୍କର୍ଷ ଓଡ଼ିଶା କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ ପ୍ରଧାନମନ୍ତ୍ରୀ। ମଧ୍ୟାହ୍ନ ୧୨ ଟା ୩୫ ମିନିଟରେ ଜନତା ମଇଦାନରୁ ବାହାରି ଭୁବନେଶ୍ବର ବିମାନ ବନ୍ଦର ଯିବେ। ୧୨ ଟା ୫୫ ମିନିଟରେ ସ୍ବତନ୍ତ୍ର ବିମାନ ଯୋଗେ ଉତ୍ତରାଖଣ୍ଡ ଡେରାଡୁନକୁ ଯିବାର କାର୍ଯ୍ୟକ୍ରମ ରହିଛି।

Advertisment

୨୦୨୪ରେ ପ୍ରଧାନମନ୍ତ୍ରୀ ୯ ଥର ଓଡ଼ିଶା ଗସ୍ତରେ ଆସିଥିଲେ। ଏହା ମଧ୍ୟରୁ ୪ ଥର ଗସ୍ତ ଅଣ ଅଫିସିଆଲ ରହିଥିଲା। ଅନ୍ୟ ପକ୍ଷରେ ୨୦୨୫ରେ ପ୍ରବାସୀ ଭାରତୀୟ ସମ୍ମିଳନୀରେ ଯୋଗ ଦେବା ପାଇଁ ଜାନୁୟାରୀ ୯ ତାରିଖରେ ପ୍ରଥମ ଥର ପାଇଁ ଓଡ଼ିଶା ଆସିଥିଲେ। ଚଳିତ ମାସରେ ଓଡ଼ିଶା ଗସ୍ତ କରିବାକୁ ଯାଉଛନ୍ତି।

ଅଧିକ ପଢ଼ନ୍ତୁ: କାଲିଠୁ ଭୁବନେଶ୍ବରରେ ପ୍ରବାସୀ ଭାରତୀୟଙ୍କ ମହାମେଳି, ସାମିଲ ହେବେ ପ୍ରାୟ ୪ ହଜାର ପ୍ରବାସୀ

Odisha Narendra Modi
Advertisment
Advertisment