• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Saroj Kumar Jena

ଭୁବନେଶ୍ବର ଆପୋଲୋ ହସ୍ପିଟାଲରେ ପହଞ୍ଚିବା ବେଳକୁ ନବ ଦାସ ଜୀବିତ ଥିଲେ ତ । ନବ ଦାସଙ୍କ ପୋଷ୍ଟମର୍ଟମ ରିପୋର୍ଟରେ ଏମିତି ଅନେକ ପ୍ରଶ୍ନ ସାମ୍ନାକୁ ଆସିଛି। ପୋଷ୍ଟମର୍ଟମ ରିପୋର୍ଟ ଅନୁସାରେ, ୨୯ ତାରିଖ ରାତି ୧୦ଟା ୪୫ ମିନିଟରେ ପୋଷ୍ଟମର୍ଟମ କରାଯାଇଥିଲା। ପୋଷ୍ଟମର୍ଟମର ୬ ଘଣ୍ଟା ମଧ୍ୟରେ ମୃତ୍ୟୁ ହୋଇଥିବା ରିପୋର୍ଟରେ ଉଲ୍ଲେଖ ରହିଛି । ସୂଚନା ଅନୁସାରେ ୨୯ ତାରିଖ ଦିନ ୧୨ଟା ୧୫ ପାଖାପାଖି ନବ ଦାସଙ୍କୁ ଗୁଳି କରାଯାଇଥିଲା ।

ଘଟଣା ପରେ ପରେ ତାଙ୍କୁ ତୁରନ୍ତ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବଂ ସେଠାରୁ ଏୟାରଲିଫ୍ଟ କରାଯାଇ ଆପୋଲୋ ଅଣାଯାଇଥିଲା । ଆପୋଲୋରେ ପହଞ୍ଚିବା ପରେ ନା ପହଞ୍ଚିବା ପୂର୍ବରୁ ତାଙ୍କର ମୃତ୍ୟୁ ଘଟିଥିଲା ତାକୁ ନେଇ ଉଠିଲା ପ୍ରଶ୍ନ । ଗୁଳି ଯୋଗୁଁ ଗୁରୁତର ଆଘାତ ପାଇବା ପରେ ହୃତପିଣ୍ଡ ବ୍ୟାପକ କ୍ଷତିଗ୍ରସ୍ତ ହୋଇଥିବା ଏବଂ ଏଥି ଯୋଗୁଁ ମୃତ୍ୟୁ ହୋଇଥିବା ପୋଷ୍ଟମର୍ଟମ ରିପୋର୍ଟର ଉଲ୍ଲେଖ ରହିଛି।

ଅଧିକ ପଢ଼ନ୍ତୁ: ପ୍ରେମିକକୁ ବିଷ ଦେଇ ହତ୍ୟା, ପ୍ରେମିକାକୁ ଫଶୀ ଦଣ୍ଡ ଶୁଣାଇଲେ କୋର୍ଟ

ଅନ୍ୟ ପକ୍ଷରେ କ୍ରାଇମବ୍ରାଞ୍ଚ ତଦନ୍ତ ଅଧିକାରୀ ତାଙ୍କ ରିପୋର୍ଟରେ ଉଲ୍ଲେଖ କରିଛନ୍ତି ଯେ ଆପୋଲୋ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଥିବା ବେଳେ ମୃତ୍ୟୁ ଘଟିଥିଲା । ହେଲେ ଏବେ ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ଆପୋଲୋରେ ପହଞ୍ଚିବା ପୂର୍ବରୁ ମୃତ୍ୟୁ ଘଟିଥିଲା ନା ଝାରସୁଗୁଡାରେ ପହଞ୍ଚିବା ପରେ ମୃତ୍ୟୁ ଘଟିଥିଲା ତାକୁ ନେଇ ଉଠିଛି ବିରାଟ ପ୍ରଶ୍ନବାଚୀ ।

ଏହା ବ୍ୟତିତ ନବଙ୍କ ସାର୍ଟ ପୋଡାଯିବାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି। ଝାରସୁଗୁଡ଼ା କୋଲ ବ୍ଲକରୁ ଦୂରେଇ ରହିବାକୁ କୁହାଯାଇଥିଲା ବୋଲି କହିଛନ୍ତି ସନ୍ତୋଷ ସିଂ ସାଲୁଜା। ତତ୍କାଳୀନ ଏସପି ଓ ଜିଲ୍ଲାପାଳ ଏଭଳି କହିଥିବା କହିଛନ୍ତି ସାଲୁଜା । କିଏ ଚାପ ପକାଇଥିଲେ ସେ ଦୁଇ ଜଣ କହିପାରିବେ କହିଲେ ସାଲୁଜା ।

ଏପଟେ ବହୁଚର୍ଚ୍ଚିତ ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ମାମଲାରେ ରହସ୍ୟର ଯେମିତି ଅନ୍ତ ନାହିଁ । ମର୍ଡର ପ୍ଲଟ୍‌ଠୁ ନେଇ ହସ୍ପିଟାଲ ଯାଏଁ ସବୁଠି ଯେମିତି ଖାଲି ଷଡ଼ଯନ୍ତ୍ର ଆଉ ଷଡ଼ଯନ୍ତ୍ରର ଗନ୍ଧ । ୟା ଭିତରେ ସାମ୍ନାକୁ ଆସିଥିଲା ତଥ୍ୟ ବି ମୁଣ୍ଡ ଘୂରେଇ ଦେଲା ଭଳି । ନବଙ୍କ ରକ୍ତଭିଜା ସାର୍ଟକୁ କୁଆଡ଼େ ପୋଡ଼ି ଦେଇଥିଲେ ହସ୍ପିଟାଲ କର୍ତ୍ତୃପକ୍ଷ । ଖାଲି ନବଙ୍କ ସାର୍ଟ ପୋଡାଯାଇନି, ଜଣେ ପ୍ରମୁଖ ସାକ୍ଷୀଙ୍କ ସାର୍ଟର ରଙ୍ଗ ବି ହଳଦିଆରୁ ଧଳା ହୋଇଯାଇଛି । ଆଉ ସବୁଠୁ ବଡ଼ କଥା ହେଉଛି, ତଦନ୍ତରେ ଏସବୁ ଛିଦ୍ର ବାବଦରେ ଖବର ପ୍ରସାରଣ ପରେ ଗତକାଲି ହିଁ ତଦନ୍ତକାରୀ ଅଧିକାରୀଙ୍କୁ ରିପୋର୍ଟ ତଲବ କରୁଛି କ୍ରାଇମବ୍ରାଞ୍ଚ।

ଅଧିକ ପଢ଼ନ୍ତୁ: ନ୍ୟାୟ ଦାବିରେ କଲେଜରେ ହଙ୍ଗାମା କଲେ ପୀଡ଼ିତା

OTV is now on Whatsapp

Join and get latest news update delivered to you via whatsapp

Join Now