ନନ୍ଦନକାନନରେ ଗୋଟିଏ ମାତ୍ର ଜିରାଫ୍-ଖୁସି ରହିଛି। ଖୁସିକୁ ଦୁଇ ଜଣ ବନ୍ଧୁ ମିଳିବା ପରେ ନନ୍ଦନକାନନରେ ଜିରାଫ୍ ସଂଖ୍ୟା ୩ କୁ ବୃଦ୍ଧି ପାଇଛି।
ପର୍ଯ୍ୟଟକଙ୍କ ପାଇଁ ଦୁଃଖଦ ଖବର । ଆଖି ବୁଜିଲା ବାଘ ‘ନନ୍ଦନ’। ନନ୍ଦନକାନନ ପ୍ରାଣୀ ଉଦ୍ୟାନର ୧୮ ବର୍ଷୀୟ ବାଘ ‘ନନ୍ଦନ’ର ମୃତ୍ୟୁ । ବୟସାଧିକ କାରଣରୁ ବେଶ୍ କିଛି ଦିନ ହେଲା ଚିକିତ୍ସାଧୀନ ଥିଲା ।
ପର୍ଯ୍ୟଟକଙ୍କ ପାଇଁ ଦୁଃଖଦ ଖବର । ଆଖି ବୁଜିଲା ବାଘ ‘ନନ୍ଦନ’। ନନ୍ଦନକାନନ ପ୍ରାଣୀ ଉଦ୍ୟାନର ୧୮ ବର୍ଷୀୟ ବାଘ ‘ନନ୍ଦନ’ର ମୃତ୍ୟୁ । ବୟସାଧିକ କାରଣରୁ ବେଶ୍ କିଛି ଦିନ ହେଲା ଚିକିତ୍ସାଧୀନ ଥିଲା ।
ଓଟିଭି କ୍ୟାମେରା ଆଗରେ ଅଭିଯୁକ୍ତ ଖୋବା ଖୋଲିଛି ନନ୍ଦନକାନନରେ କେମିତି ହଉଛି ଭୋଜି ଆଉ ମଦ୍ୟପାନ । ଯେଉଁଥି ପାଇଁ ଗଣ୍ଡଗୋଳର ହୋଇଛି ସୁତ୍ରପାତ।
ନନ୍ଦନକାନନ ପ୍ରାଣୀ ଉଦ୍ୟାନର ଉପନିର୍ଦ୍ଦେଶକଙ୍କ ଅଫିସରେ ଦୁର୍ବୃତ୍ତଙ୍କ ଆତଙ୍କରାଜ । ଅଫିସରେ ମାରଣାସ୍ତ୍ର ଧରି ପଶିବା ସହ ଆତଙ୍କ ସୃଷ୍ଟି କରିଛନ୍ତି । ୪ ଅଧିକାରୀଙ୍କୁ ଆକ୍ରମଣ ମଧ୍ୟ କରିଛନ୍ତି ।
ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଜୀବଜନ୍ତୁଙ୍କ ପାଇଁ ପର୍ଯ୍ୟାପ୍ତ ଗ୍ରୀଷ୍ମକାଳୀନ ବ୍ୟବସ୍ଥା ସତ୍ତ୍ୱେ ଦେଖିବାକୁ ମିଳିଛି ଖରାର ନଖରା । ଖରା ତାତିରେ ଚାଲିବାକୁ ମହାବଳର ବଳ ପାଉନି, ଗଛ ଡିଆଁ ମାରିପାରୁନି ସିମ୍ପାଞ୍ଜି । ଏପଟେ ଚିଡ଼ିଆଖାନାକୁ ଆଗରୁ ଦୈନିକ ଯେତିକି ପର୍ଯ୍ୟଟକ ଆସୁଥିଲେ ଏବେ ତାର ଅଧା ଆସୁଛନ୍ତି।
ପାଣି କୁଣ୍ଡ ଉପରେ ଛିଡ଼ା ହୋଇଛି ବୁଢ଼ା ଶାଗୁଣା। ଆଉ ତାତିରୁ ଖୋଜୁଛି ମୁକ୍ତି। ଗ୍ରୀଷ୍ମ ପ୍ରବାହକୁ ଦେଖି ଗୁମ୍ଫାରୁ ବାହାରିବାକୁ ଡରୁଛି ଭାଲୁ। ଯଦିଓ ଲଗାତର ପାଣି ସିଞ୍ଚା ଚାଲିଛି, ତଥାପି ଖରାରେ ଦେହ ଦେବାକୁ ଜୁ ପାଉନି। କେତେବେଳେ କେମିତି ଟିକେ ବାହାରକୁ ମୁହଁ ଦେଖାଇ ପୁଣି ଗୁମ୍ଫା ଭିତରକୁ ପଶିଯାଉଛି।
ଅଂଶୁଘାତ ମୁକାବିଲା ପାଇଁ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଜୀବଜନ୍ତୁଙ୍କ ଲାଗି ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ଡାକ୍ତରଙ୍କ ପରାମର୍ଶରେ ଜୀବଜନ୍ତୁଙ୍କୁ ଦିଆଯାଉଛି ତରଭୁଜ, ଆଖୁ ଭଳି ସପର ଫ୍ରୁଟ୍ ଏବଂ ଆଣ୍ଟି ହିଟ୍ ମେଡିସିନ।
ଏକାଧିକ ପ୍ରକଳ୍ପର ଉଦଘାଟନ ଓ ଉନ୍ମୋଚନ କାର୍ଯ୍ୟକ୍ରମ । ସ୍ୱତନ୍ତ୍ର ଖୁଆଡରେ ଛଡାଯିବ କ୍ୟୋସେୱାରୀ ଓ ଅଷ୍ଟ୍ରିଜ୍ ପକ୍ଷୀ ।
ଆସନ୍ତା ଜାନୁଆରୀ ମାସରେ ନନ୍ଦନକାନନକୁ ଚିତା ଆସିବା ନେଇ ସୂଚନା ମିଳିଛି ।
ନନ୍ଦନକାନନର ପ୍ରତିଷ୍ଠା ଦିବସ ଡିସେମ୍ବର ୨୯ ତାରିଖରେ ପର୍ଯ୍ୟଟକମାନେ ଏହି ୪ ନୂଆ ଜନ୍ତୁଙ୍କୁ ଦେଖିପାରିବେ ।
ନିଶାର୍ଦ୍ଧରେ ସିଂହ ଗର୍ଜନ, ବାଘର ହେଣ୍ଟାଳ, ଶିକାରୀ ହେଟାର ଚାଲ୍ । ପେଚାର ଚିତ୍କାର ସାଙ୍ଗକୁ ବାଦୁଡ଼ିର ଫଡ୍ ଫଡ୍ ଶବ୍ଦ । ଆଗକୁ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଏସବୁ ଅନୁଭୂତି ନେଇପାରିବେ ପର୍ଯ୍ୟଟକ । କାରଣ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ପାଲଟିବ ନାଇଟ୍ ଆଉଟେଡ୍ ଜୁ’ । ରାତିରେ ବି ପର୍ଯ୍ୟଟକଙ୍କ ଲାଗି ଖୋଲା ରହିବ ରାଜ୍ୟର ଏ ସର୍ବବୃହତ୍ ଚିଡ଼ିଆଖାନା । ଏଥିପାଇଁ ସେଣ୍ଟ୍ରାଲ ଜୁ’ ଅଥରିଟିକୁ ମାଷ୍ଟର ପ୍ଲାନ୍ ଦାଖଲ କରିଛି ବନ ବିଭାଗ ।
ଆଗକୁ ରାତିରେ ମଧ୍ୟ ଖୋଲିବ ନନ୍ଦନକାନନ । ରାତିରେ ପ୍ରାଣୀ ଉଦ୍ୟାନରେ ବୁଲିପାରିବେ ପର୍ଯ୍ୟଟକ । ବଢିବ ନନ୍ଦନକାନନ କଳେବର । ଚିଡ଼ିଆଖାନା ସୀମା ଅଢ଼େଗୁଣା ବୃଦ୍ଧି ପାଇଁ ଦିଆଯାଇଛି ପ୍ରସ୍ତାବ ।
ବାଘଙ୍କ ସୁରକ୍ଷା ଓ ସରକ୍ଷଣ ପାଇଁ ଏ ଅବସରରେ ନନ୍ଦନକାନନ ପକ୍ଷରୁ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ କରାଯାଇଛି।
ଏନେଇ ସେଣ୍ଟ୍ରାଲ୍ ଜୁ’ ଅଥୋରିଟି ପକ୍ଷରୁ ଅନୁମୋଦନ ମିଳିବା ପରେ ଇଟ୍ଟାନଗରରୁର ଏକ ଟିମ୍ ନନ୍ଦନକାନନ ଆସିଛନ୍ତି।
କଲବଲ କରୁଛି ଟାଇଁ ଟାଇଁ ଖରା । ଜନଜୀବନ ପୁରା ଅସ୍ତବ୍ୟସ୍ତ । ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହରୁ ବାଦ୍ ପଡ଼ିନାହାନ୍ତି ଜୀବଜନ୍ତୁ । ଭୁବନେଶ୍ୱର ନନ୍ଦନକାନନ ଚିଡ଼ିଆଖାନାରେ ଖରା ଦାଉରୁ ଟିକେ ଆଶ୍ୱସ୍ତି ପାଇଁ ବରଫ ଖଣ୍ଡ ସହ ଖେଳୁଛନ୍ତି ଭାଲୁପଲ ।
ପର୍ଯ୍ୟଟକ ମାନଙ୍କ ମନୋରଞ୍ଜନ ପାଇଁ ୧୩ କୋଟି ଟଙ୍କା ବ୍ୟୟରେ ଏହି ରୋପୱେ କରାଯାଉଛି । ନନ୍ଦନକାନନରୁ ବଟାନିକଲ୍ ଗାର୍ଡନର ଦୂରତା ୬ଶହ ମିଟର । ଏଥିରେ ୧୨ଟି କ୍ୟାବିନ୍ ରହିଛି । ଥରକୁ ୭୨ ଜଣ ବୁଲିବା ସହିତ ଘଣ୍ଟାକୁ ୫୦୦ପର୍ଯ୍ୟଟକ ବୁଲି ପାରିବେ
ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଗୋଟିଏ ଖୁଆଡ଼ ଭିତରେ ଭିନ୍ନ ଭିନ୍ନ ଜାତିର ହିଂସ୍ର ଜନ୍ତୁ । ହେଲେ ସେମାନଙ୍କ ଭିତରେ ଝଗଡ଼ା ନାହିଁ କେହି କାହାରିକୁ ଆକ୍ରମଣ କରିବାର ନଜିର ବି ନାହିଁ । ବରଂ ଭିନ୍ନ ଭିନ୍ନ ଜାତିର ଜୀବ ହୋଇ ବି ଗୋଟିଏ ମା’ପେଟର ଛୁଆଙ୍କ ଭଳି ପରସ୍ପର ମଧ୍ୟରେ ଖେଳକୁଦରେ ମାତିଛନ୍ତି ସିଂହ, ଭାଲୁ ଓ ଗଧିଆ ସାବକ ।
ଜାତି ଅଲଗା, ଖୁଆଡ଼ ଗୋଟିଏ । ସମସ୍ତେ ହିଂସ୍ର, ହେଲେ ପରସ୍ପର ମଧ୍ୟରେ ଶତ୍ରୁତା କି କେହି କାହାରିକୁ ଆକ୍ରମଣ କରିବାର ଉପକ୍ରମ ବି ନାହିଁ । ବରଂ ଆକ୍ରମଣ କି ପ୍ରତିଆକ୍ରମଣ ବଦଳରେ ସମସ୍ତେ ଖେଳକୁଦରେ ବ୍ୟସ୍ତ।
ମାଆ ଓ ଶାବକଙ୍କ ଗତିବିଧିକୁ ସିସିଟିଭି ଜରିଆରେ ନଜରରେ ରଖାଯାଇଛି।
ଆଜି ହେଉଛି ଆନ୍ତର୍ଜାତିକ ବ୍ୟାଘ୍ର ଦିବସ। ବାଘଙ୍କ ସୁରକ୍ଷା ନେଇ ବିଚାର ବିମର୍ଷ ଚାଲିଥିବା ବେଳେ ଭୁବନେଶ୍ୱର ନନ୍ଦନକାନନ ପ୍ରାଣୀ ଉଦ୍ୟାନ କର୍ତ୍ତୃପକ୍ଷ ଖୁସି ଖବର ଦେଇଛନ୍ତି।
ନନ୍ଦନକାନନରେ ଛୁଆ ଜନ୍ମ ଦେଲା ୟେଲୋ ଆନାକୋଣ୍ଡା । ୟେଲୋ ଆନାକୋଣ୍ଡାଙ୍କ ସଂଖ୍ୟା ୪ରୁ ୫କୁ ବୃଦ୍ଧି ।
ଖୁସି ଜୀବନରେ ଫେରିବ ଖୁସି । ନନ୍ଦନକାନନରେ ନିସଙ୍ଗ ଜୀବନ ବିତାଉଥିବା ଜିରାଫ ଖୁସିକୁ ଖୁବଶୀଘ୍ର ମିଳିବ ଜୀବନସାଥି । ଏନେଇ ପ୍ରକ୍ରିୟା ଆରମ୍ଭ କରିଛନ୍ତି ନନ୍ଦନକାନନ କର୍ତ୍ତୁପକ୍ଷ । ୨୦୨୨ ଶେଷ ସୁଦ୍ଧା ନିସଙ୍ଗ ଜୀବନ ବିତାଉଥିବା ଜିରାଫ ଖୁସି, ଆଫ୍ରିକ୍ରୀୟ ସିଂହୀ, ଚିଙ୍କାରା ଓ ୧୬ ପ୍ରଜାତିର ପକ୍ଷୀଙ୍କୁ ଜୀବନ ସାଥି ମିଳିବ...
ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଗଲା କିଛି ମାସ ଧରି ଲଗାତାର ଜାରି ରହିଛି ମୃତ୍ୟୁର ବିଭୀଷିକା।
କିଛିଦିନ ପୂର୍ବେ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଏକ ବାଘ ଛୁଆର ମୃତ୍ୟୁ ହୋଇଥିବା ବେଳେ ଏବେ ଏକ ସିଂହୀର ମୃତ୍ୟୁ ଘଟିଛି। ଚିକିତ୍ସାଧୀନ ଅବସ୍ଥାରେ ସିଂହୀର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।