ବାଲେଶ୍ୱର ଜିଲ୍ଲା ଜଳେଶ୍ୱରରେ କାଳବୈଶାଖୀର ତାଣ୍ଡବ । ପ୍ରବଳ ବର୍ଷା ଓ ପବନ ଯୋଗୁ ଉପୁଡ଼ିଲା ଗଛ, ଭାଙ୍ଗିଲା ଘର । ଝଡ଼ ବର୍ଷା ଯୋଗୁ ଅନେକ ଜମିରେ ଫସଲ ନଷ୍ଟ ।
ଗଜପତି, ଗଂଜାମ, କନ୍ଧମାଳ, ରାୟଗଡ଼ା, କୋରାପୁଟ, ପୁରୀ, ନୟାଗଡ଼, ଖୋର୍ଦ୍ଧା, କଟକ ଏବଂ ଜଗତସିଂହପୁର ଜିଲ୍ଲାରେ ମଧ୍ୟ ଘଡ଼ଘଡ଼ି ସହ ବର୍ଷା ଏବଂ ୩୦ରୁ ୪୦ କିମି ବେଗରେ ପବନ ବହିବା ସମ୍ଭାବନା ରହିଛି ।
ଆସନ୍ତା ୪ ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ଝଡ଼ବର୍ଷା ଓ ବଜ୍ରପାତ ହୋଇପାରେ। ଏନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି।
ଦିନରେ ୪୦ ଡିଗ୍ରୀ ଉପରେ ରହୁଥିବା ବେଳେ ସଂଧ୍ୟାରେ କାଳବୈଶାଖୀ ପ୍ରଭାବରେ ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ବର୍ଷା ହେଉଛି ।
୨୮, ୨୯ ଏବଂ ୩୦ ତାରିଖରେ ମଧ୍ୟ କିଛି କିଛି ଜିଲ୍ଲାରେ ଘଡଘଡି ସାଙ୍ଗକୁ ବର୍ଷା ସମ୍ଭାବନା ରହିଛି ।
ଏଥର ଜୁନରେ ନିଅଣ୍ଟିଆ ବର୍ଷା! ମୌସୁମୀ ଉପରେ ପଡିବ ଏଲନିନୋର ପ୍ରଭାବ ମୌସୁମୀ ବର୍ଷା ନେଇ ପାଣିପାଗ ବିଭାଗର ଆକଳନ ଚିନ୍ତା ବଢାଇ ଦେଇଛି ।
ଏଥର ଜୁନରେ ନିଅଣ୍ଟିଆ ବର୍ଷା! ମୌସୁମୀ ଉପରେ ପଡିବ ଏଲନିନୋର ପ୍ରଭାବ ମୌସୁମୀ ବର୍ଷା ନେଇ ପାଣିପାଗ ବିଭାଗର ଆକଳନ ଚିନ୍ତା ବଢାଇ ଦେଇଛି ।
ହଠାତ୍ ଉପକୂଳ ଓଡ଼ିଶାରେ ବଦଳିଲା ପାଗର ମିଜାଜ । କୋପ ଦେଖାଇଲା କାଳବୈଶାଖୀ । ବିଭିନ୍ନ ସ୍ଥାନରୁ କ୍ଷୟକ୍ଷତି ରିପୋର୍ଟ ମାଗିଲେ SRC ।
ବର୍ତ୍ତମାନ ଅନେକ ସ୍ଥାନରେ ପବନର ବେଗ ଘଣ୍ଟା ପ୍ରତି ୪୦ରୁ ୫୦ କିଲୋମିଟର ବେଗ ରହିବାର ସମ୍ଭାବନା ରହିଛି ।
ତତଲା କଡ଼େଇରେ ସିଝୁଛି ପଶ୍ଚିମ ଓଡ଼ିଶା । ନୂଆପଡ଼ାରେ ସର୍ବାଧିକ ୪୪ ଡିଗ୍ରୀ ରେକର୍ଡ । ୪୦ ଡିଗ୍ରୀ ଉପରେ ରାଜ୍ୟର ୨୫ ସହର ।
ଦିନରେ ଅସହ୍ୟ ଗୁଳୁଗୁଳି ସାଙ୍ଗକୁ ଭୀଷଣ ତାତି ଅନୁଭୂତ ହେଉଛି।
ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ତାତି ଆହୁରି ୫ ଦିନ ରହିବ ।
ଆଜି ଦିନବେଳେ ରାଜ୍ୟର ପ୍ରାୟ ୧୮ଟି ସହରରେ ପାରଦ ୪୦ ଡିଗ୍ରୀ ପାର୍ କରିଛି । ଅପରାହ୍ନରେ ଭୁବନେଶ୍ବର ଓ କଟକ ସମେତ ରାଜ୍ୟର କିଛି ଉପକୂଳବର୍ତ୍ତୀ ଜିଲ୍ଲାରେ ପ୍ରବଳ ଝଡ଼ ସହ ହାଲୁକା ବର୍ଷା ରେକର୍ଡ କରାଯାଇଛି।
ଉପକୂଳ ଜିଲ୍ଲାରେ ଆଗାମୀ ୩ ଦିନ ଯାଏ କାଳବୈଶାଖୀ ବର୍ଷା ହେବା ନେଇ ମଧ୍ୟ ବିଭାଗ ପକ୍ଷରୁ କୁହାଯାଇଛି।
କାଳବୈଶାଖୀ ପ୍ରଭାବରେ ଦକ୍ଷିଣ ଓଡ଼ିଶା ଓ ଉପକୂଳର କିଛି ସ୍ଥାନରେ ବର୍ଷା ହେବା ଫଳରେ ଲୋକେ ତାତିରୁ ସାମାନ୍ୟ ଆଶ୍ୱସ୍ତ ହୋଇଛନ୍ତି। ।
ପାଣିପାଗ ବିଭାଗର ପୂର୍ବାନୁମାନ କହୁଛି, ଏଇ ୮ ସହରରେ କାଲି ୪୫ ଡିଗ୍ରୀ ଛୁଇଁପାରେ ଦିନର ସର୍ବୋଚ୍ଚ ତାପମାତ୍ରା।
ପ୍ରଚଣ୍ଡ ତାତି, ଅସହ୍ୟ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ରାଜ୍ୟ । ପଶ୍ଚିମ ଓଡ଼ିଶାରେ ଅସମ୍ଭାଳ ସ୍ଥିତି । ୪୪ ଡିଗ୍ରୀ ଉପରେ ବଲାଙ୍ଗିର ଓ ଟିଟିଲାଗଡ଼ ...କାଲି ପାଇଁ ୮ ଓ ୧୭ ତାରିଖ ଲାଗି ୫ ସହରକୁ ହିଟୱେଭ୍ ୱାର୍ଣ୍ଣିଂ, ପାରା ୪୫ ଡିଗ୍ରୀ ଡେଇଁବାର ପୂର୍ବାନୁମାନ
୧୬ ତାରିଖରେ ସୁନ୍ଦରଗଡ, ସମ୍ବଲପୁର, ଝାରସୁଗୁଡା, ସୋନପୁର, ଅନୁଗୁଳ, ଦେବଗଡ, ବୌଦ୍ଧ, ବଲାଙ୍ଗିରକୁ ହିଟ୍ ୱେଭ୍ ୱାର୍ଣ୍ଣିଂ ଜାରି ହୋଇଛି ।
ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ବାତ୍ୟା ‘ମୋକା’ ଅତି ଭୀଷଣ ବାତ୍ୟାର ରୂପ ନେଇଛି। ଘଣ୍ଟା ପ୍ରତି ୯ କି.ମି. ବେଗରେ ଏହା ଉତ୍ତର ଆଡ଼କୁ ଗତି କରୁଛି।
ପଶ୍ଚିମ ଓଡ଼ିଶାରେ ଅସମ୍ଭାଳ ଗ୍ରୀଷ୍ମପ୍ରବାହ ସ୍ଥିତି । ୩ ସହରରେ ପାରଦ ୪୩ ଡିଗ୍ରୀ ଉପରେ । ଗ୍ରୀଷ୍ମ ପ୍ରବାହ ସ୍ଥିତି ସମୀକ୍ଷା କଲେ ଏସଆରସି ।
ଦିନ ସାଢେ ୨ଟା ସୁଦ୍ଧା ସାରା ରାଜ୍ୟରେ ପ୍ରବଳ ଗୁଳୁଗୁଳି ସହ ଗରମ ଅନୁଭୂତ ହୋଇଛି । ଭୁବନେଶ୍ବରରେ ଦିନ ସାଢ଼େ ୨ଟା ସୁଦ୍ଧା ୩୭ ଡିଗ୍ରୀ ସେଲସିୟସ ରହିଥିବାବେଳେ ୪୩.୨ ଡିଗ୍ରୀ ସହ ସମ୍ବଲପୁରରେ ସର୍ବାଧିକ ତାପମାତ୍ରା ରେକର୍ଡ କରାଯାଇଛି ।
ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ବାତ୍ୟା ସୃଷ୍ଟି ହୋଇଛି। ଏହି ବାତ୍ୟାର ନାଁ ‘ମୋକା’ ରଖାଯାଇଛି। ବାତ୍ୟା ‘ମୋକା’ ପରବର୍ତ୍ତୀ ସମୟରେ ଭୀଷଣ ବାତ୍ୟାରେ ଏହା ପରିଣତ ହୋଇ ରିକର୍ଭ କରି ଉତ୍ତର-ଉତ୍ତର ପଶ୍ଚିମ ଦିଗରେ ବାଂଲାଦେଶ, ମିଆଁମାର ମୁହାଁ ହେବ।
ଆସୁଥିବା ବାତ୍ୟାର କୌଣସି ପ୍ରଭାବ ଓଡ଼ିଶା ଉପରେ ପଡ଼ିବନି। ଓଡ଼ିଶାକୁ ବାତ୍ୟା ଜନିତ ପବନ କି ବର୍ଷା, କିଛି ହେବନି। ୧୪ ପୂର୍ବାହ୍ନରେ ବାଂଲାଦେଶ ଓ ମିଆଁମାର ମଧ୍ୟରେ ଉପକୂଳ ଛୁଇଁବାର ସମ୍ଭାବନା ରହିଛି।
ବଙ୍ଗୋପସାଗରରେ ସକ୍ରିୟ ଅବପାତ ଆଜି ସନ୍ଧ୍ୟାରେ ବାତ୍ୟା ରୂପ ନେଇପାରେ। କ୍ରମଶଃ ଏହା ଘନୀଭୂତ ହୋଇ ୧୧ ତାରିଖ ସକାଳ ସୁଦ୍ଧା ଭୀଷଣ ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି।
ପ୍ରଚଣ୍ଡ ଗ୍ରୀଷ୍ମ ସାଙ୍ଗକୁ ଦିନସାରା ଗୁଳୁଗୁଳିରେ ସିଝୁଛନ୍ତି ଲୋକେ । ଗତକାଲି ଦିନର ତାପମାତ୍ରା ହିସାବରେ ରାଜ୍ୟର ୧୩ ସହରରେ ପାରଦ ୪୦ ଡିଗ୍ରୀ ପାର୍ କରିଛି । ସକାଳ ୮ଟା ୩୦ ସୁଦ୍ଧା ତାପମାତ୍ରା ୩୨.୬ ଡିଗ୍ରୀ ପାର ହୋଇଛି ।