/odishatv-khabar/media/post_attachments/uploadimage/library/16_9/16_9_0/IMAGE_1740314266.jpg)
Vigilance Raid
୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଜାଲରେ ପଡିଛନ୍ତି ଉମରକୋଟର ୨ କୃଷି ଅଧିକାରୀ । ଉମରକୋଟ ବ୍ଲକର ଅତିରିକ୍ତ କୃଷି ଅଧିକାରୀ ନୀଳକଣ୍ଠ ପରିଡା ଏବଂ ବ୍ଲକ ଟେକ୍ନୋଲୋଜି ମ୍ୟାନେଜର ସୁରେନ୍ଦ୍ର ସିଂ ବୁନ୍ଦେଲା ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ବେଳେ ଭିଜିଲାନ୍ସ ଟିମ୍ ଚଢାଉ କରି ଉଭୟଙ୍କୁ ଗିରଫ କରିଛି ।
ଜଳ ନିଧି ଯୋଜନାରେ ସବସିଡ଼ି ଟଙ୍କା କରାଇ ଦେବାକୁ ଏହି ଲାଞ୍ଚ ନେଉଥିଲେ କୃଷି ବିଭାଗର ଦୁଇ କର୍ମଚାରୀ । ସେମାନଙ୍କ ପାଖରୁ ସମସ୍ତ ଲାଞ୍ଚ ଟଙ୍କା ଜବତ କରାଯାଇଛି । ଅପରପକ୍ଷେ ଗିରଫ ପରେ ନୀଳକଣ୍ଠଙ୍କ ୩ଟି ଘରେ ଏବଂ ସୁରେନ୍ଦ୍ରଙ୍କ ୨ଟି ଘରେ ଚଢ଼ାଉ କରୁଛି ଭିଜିଲାନ୍ସ ।
ସୂଚନା ଅନୁସାରେ ଜଳ ନିଧି ଯୋଜନାରେ ସବସିଡି କରେଇ ଦେବା ପାଇଁ ସିଂସାରୀ ପଞ୍ଚାୟତର ଯାମପଦର ଗ୍ରାମର ଜଣେ ଚାଷୀଙ୍କ ଠାରୁ ସମ୍ପୃକ୍ତ ଦୁଇ ଅଧିକାରୀ ୫ ହଜାର ଟଙ୍କା ଲାଞ୍ଚ ନେଉଥିଲେ । ପୂର୍ବରୁ ହିତାଧିକାରୀ ଜଣଙ୍କ ଭିଜିଲାନ୍ସ ଟିମ୍କୁ ଏନେଇ ଅବଗତ କରାଇଥିଲେ । ଅଭିଯୋଗ ପରେ ଉକ୍ତ ଦୁଇ କୃଷି ଅଧିକାରୀଙ୍କୁ ଧରିବା ପାଇଁ ଭିଜିଲାନ୍ସ ଜାଲ ବିଛାଇଥିଲା ।
ଏହି ଚଢ଼ାଉରେ ନବରଙ୍ଗପୁର ଭିଜିଲାନ୍ସ ଡିଏସପି ଜୟଶ୍ରୀ ପ୍ରଧାନଙ୍କ ନେତୃତ୍ୱରେ ହୋଇଥିଲା । ଏହି ଟିମ୍ରେ ୧୫ ଜଣ ଅଧିକାରୀ ସାମିଲ ଥିଲେ । ଭିଜିଲାନ୍ସ ହାତରେ ଧରା ପଡ଼ିଥିବା ଦୁଇ ଅଧିକାରୀ ଙ୍କୁ ନବରଙ୍ଗପୁର ଭିଜିଲାନ୍ସ କାର୍ଯ୍ୟାଳୟକୁ ନିଆଯାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)