• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Deviprasad Jena

News Highlights

  • ration 

ରାସନ କାର୍ଡକୁ ନେଇ ରାଜ୍ୟ ସରକାରଙ୍କ ବଡ ଘୋଷଣା । ପୂର୍ବରୁ ଯେଉଁ ଅଯୋଗ୍ୟ ହିତାଧିକାରୀ ରାସନ ପାଉଥିଲେ ସେମାନଙ୍କ କାର୍ଡ କାଟିଥିଲେ ରାଜ୍ୟ ସରକାର । E-KYC ପ୍ରକ୍ରିୟା ଦ୍ୱାରା ପୂର୍ବରୁ ଧରା ପଡ଼ିଥିଲେ ଲକ୍ଷାଧିକ ଅଯୋଗ୍ୟ ହିତାଧିକାରୀ । ବିଧାନସଭାର ଶୀତକାଳୀନ ଅଧିବେଶନରେ ରାସନକାର୍ଡ ପ୍ରସଙ୍ଗରେ ଉତ୍ତର ରଖିଥିଲେ ରାଜ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଯୋଗାଣ ମନ୍ତ୍ରୀ କହିଥିଲେ ଅଯୋଗ୍ୟ ହିତାଧିକାରୀଙ୍କୁ ବାଦ୍ ଦିଆଯାଇ, ଆଗକୁ ପୁଣି ଯେତେ ସ୍ଥାନ ଖାଲି ହେବ, ସେହି ସ୍ଥାନରେ ଯୋଗ୍ୟ ଆବେଦନକାରୀଙ୍କୁ ନୂତନ ରାସନ କାର୍ଡ଼ ଯଥାଶୀଘ୍ର ଯୋଗାଇ ଦିଆଯିବ ।

ଅଯୋଗ୍ୟ ହୋଇଥିଲେ ମଧ୍ୟ ରାଜନୀତିକ କ୍ଷମତା ମାଧ୍ୟମରେ କିମ୍ବା ମିଛ ତଥ୍ୟଦେଇ ରାସନ୍ କାର୍ଡ ହାତେଇଥିଲେ ଏଥର ହେଵ ଆକ୍ସନ୍ । ଯୋଗାଣ ମନ୍ତ୍ରୀ ଅଯୋଗ୍ୟ ରାସନ୍ କାର୍ଡ ହିତାଧିକାରୀଙ୍କୁ ତୁରନ୍ତ କାର୍ଡ ସରେଣ୍ତର କରିବା ପାଇଁ ତାଗିଦ୍ କରିଛନ୍ତି । ମନ୍ତ୍ରୀ କହିଛନ୍ତି, ଅଯୋଗ୍ୟ ହିତାଧିକାରୀଙ୍କୁ ଅପିଲ୍ କରିୁଛି ତୁରନ୍ତ ରାସନକାର୍ଡ ସରେଣ୍ତର କରି ଦିଅନ୍ତୁ । ତେବେ ଯଦି ଏପରି ନ କରନ୍ତି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି, ରାସନ୍ କାର୍ଡ ସରେଣ୍ତର କଲେ କୌଣସି କାର୍ଯ୍ୟାନୁଷ୍ଠାନ ହେବ ନାହିଁ । ସାରା ରାଜ୍ୟରେ ଲକ୍ଷ ଲକ୍ଷ ଅଯୋଗ୍ୟ ହିତାଧିକାରୀ ରହିଛନ୍ତି । ଏପରି ଅନେକ ଲୋକ ରାସନ କାର୍ଡ ବ୍ୟବହାର କରୁଛନ୍ତି ଯେଉଁ ମାନେ ସରକାରୀ ଚାକିରି କରିଛନ୍ତି । ଏପରିକି ଅନେକ ଡାକ୍ତର ଓ ଶିକ୍ଷକଙ୍କ ପାଖରେ ମଧ୍ୟ ରାସନ୍ କାର୍ଡ ରହିଛି । ତେବେ ଏପରି ଅଯୋଗ୍ୟ ରାସନ୍ କାର୍ଡ ହିତାଧିକାରୀଙ୍କୁ ତୁରନ୍ତ କାର୍ଡ ସରେଣ୍ତର କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ମନ୍ତ୍ରୀ ଆହୁରି କହିଛନ୍ତି, ଅଯୋଗ୍ୟ ହିତାଧିକାରୀ ଇ-କେୱାଇସି ସରିବା ପୂର୍ବରୁ ସରେଣ୍ତର କରିନିଅନ୍ତୁ । ଏହାର କୌଣସି ଡେଡଲାଇନ ନଥିବା ନେଇ ପ୍ରକାଶ କରିଛନ୍ତି ମନ୍ତ୍ରୀ ।

OTV is now on Whatsapp

Join and get latest news update delivered to you via whatsapp

Join Now