ତନ୍ତ ସରଞ୍ଜାମ ଅନୁଦାନ ଟଙ୍କା ପ୍ରଦାନ ପାଇଁ ଭେରିଫିକେସନ ରିପୋର୍ଟରେ ଦସ୍ତଖତ କରିବାକୁ ବୁଣାକାର ସମିତି ସମ୍ପାଦକଙ୍କଠାରୁ ଏମାନେ ଲାଞ୍ଚ ନେଉଥିଲେ। ଦସ୍ତଖତ କରିବା ପାଇଁ ସେମାନେ ୧୦ହଜାର ଟଙ୍କା ଲାଞ୍ଚ ମାଗିଥିଲେ।
ଖଣ୍ଡଗିରି ସବରେଜିଷ୍ଟ୍ରାର୍ ଅଫିସ୍ର କନିଷ୍ଠ କିରାଣି ଦେବଯାନୀ କର । ଯାହାଙ୍କ ଚାକିରି କାଳକୁ ପୂରିଛି ମାତ୍ର ୪ ବର୍ଷ । ଅଥଚ ଗ୍ରାସିଥିଲା ଲାଞ୍ଚର ମୋହ ।
ଖଣ୍ଡଗିରି ସବରେଜିଷ୍ଟ୍ରାର୍ ଅଫିସ୍ର କନିଷ୍ଠ କିରାଣି ଦେବଯାନୀ କର । ଯାହାଙ୍କ ଚାକିରି କାଳକୁ ପୂରିଛି ମାତ୍ର ୪ ବର୍ଷ । ଅଥଚ ଗ୍ରାସିଥିଲା ଲାଞ୍ଚର ମୋହ ।
ହୀରାକୁଦ ବନ୍ୟପ୍ରାଣୀ ଡିଭିଜନ ACF ରେବତୀ ରମଣ ଯୋଶୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି। ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ରେଡ୍ ଚାଲିଛି।
ଭିଜିଲାନସ ଜାଲରେ ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀ। ଜୟପୁର ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀ ବିଶ୍ବନାଥ ପାତ୍ରଙ୍କ ଘରେ ରେଡ୍।
CSO ସୁରେଶ ପାଣିଗ୍ରାହୀଙ୍କୁ ଗିରଫ କଲା ଭିଜିଲାନ୍ସ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି ।
କେଜିଏ ସୁନା ଗହଣା, ବିଡ଼ା ବିଡ଼ା ଟଙ୍କା, ପୁଳା ପୁଳା ଦାମୀ ପ୍ଲଟ୍ ଓ ଫ୍ଲାଟ୍ । ଆୟ ବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ ଏକାଦିନରେ ତିନି ତିନି ଜଣ ସରକାରୀ ବଡ଼ ବାବୁଙ୍କ ଘରୁ ଆଜି ଏମିତି ଆଖି ତରାଟିଲା ଭଲି ସଂପତ୍ତି ଠାବ କରିଛନ୍ତି ଭିଜିଲାନ୍ସ ।
ଆଜି ସକାଳୁ ହିଁ ତାଙ୍କ ଡେପୁଟି ଜେନେରାଲ୍ ମ୍ୟାନେଜର୍ ସୁବାସ ଚନ୍ଦ୍ର ପଣ୍ଡାଙ୍କ ୪ଟି ଠିକଣାରେ ରେଡ୍ କରିଥିଲା ଭିଜିଲାନ୍ସ ଟିମ୍ । ଆଉ ଘଣ୍ଟା କେଇଟା ମଧ୍ୟରେ ଯାହା ମିଳିଛି ତାହା ବୋଧେ ଆଗକୁ କେତେ ହେବ ତା’ର ଏକ ଝଲକ ।
ଭିଜିଲାନ୍ସ ଜାଲରେ କାମାକ୍ଷାନଗର ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ନାୟକ । ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଓ ସରକାରୀ ବାସଭବନରେ ଚଢାଉ ଚାଲିଛି।
ବାବୁଙ୍କ ଗେଟ୍ ଖୋଲେ ରିମୋଟ୍ ଚିପିଲେ । ବାବୁଙ୍କ ଲକର୍ ଫିଟେ ପାସୱାର୍ଡ ଦେଲେ । ବାଥରୁମରେ ବାବୁ ଗାଧାନ୍ତି ମିନେରାଲ୍ ୱାଟରରେ । ମନ୍ଦିର ଚୂଳ ସହ ନେତ ଦିଶେ ବାବୁଙ୍କ ଦୁଆର ଖୋଲିଲେ।
ଭିଜିଲାନ୍ସ ଜାଲରେ ପଡ଼ିଥିବା କୁବେର ଇଡକୋ ମ୍ୟାନେଜର ବିଜୟ କୁମାର ଉଦୟମ ସିଂଙ୍କ ଅଚଳାଚଳ ସମ୍ପତ୍ତି । ଆଜି ଏକକାଳୀନ ୬ଟି ସ୍ଥାନରେ ଚଢାଉ କରିବା ପରେ ଭିଜିଲାନ୍ସ ଜବତ ସମ୍ପତ୍ତି ସମ୍ପର୍କରେ ତଥ୍ୟ ରଖିଛି ।
ଭିଜିଲାନ୍ସ ଜାଲରେ ଆଉ ଜଣେ ଯନ୍ତ୍ରୀ। କେନ୍ଦୁଝର ବୈତରଣୀ ବେସିନ୍ ମୁଖ୍ୟଯନ୍ତ୍ରୀ କୈଳାସ ଚନ୍ଦ୍ର ସାହୁଙ୍କ ଘରେ ଭିଜିଲାନ୍ସ ରେଡ୍। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢ଼ାଉ ଚାଲିଛି ।
କେନ୍ଦ୍ରାପଡାର ଫୁଡ୍ ସେଫ୍ଟି ଅଫିସର ବିଭାଶ ମଜୁମଦାରଙ୍କୁ ଧରିଲା ଭିଜିଲାନ୍ସ । ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ତାଙ୍କୁ କାବୁ କରିଛି।
ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହୋଇଛନ୍ତି ବାଲେଶ୍ବର ଗ୍ରାମ୍ୟ ନିର୍ମାଣ ମଣ୍ଡଳର ମୁଖ୍ୟଯନ୍ତ୍ରୀ ଏନ. ଭି. ହରିହର ରାଓ।
ଏକକାଳୀନ ଭୁବନେଶ୍ବର, ବ୍ରହ୍ମପୁର, ବାଲେଶ୍ବର, କେନ୍ଦୁଝର ଓ ଫୁଲବାଣୀରେ ମୋଟ ୧୧ଟି ସ୍ଥାନରେ ଚଢାଉ କରିଛି ଭିଜିଲାନ୍ସ ।
ବ୍ରହ୍ମପୁର ତୁଳସୀନଗରର ୪ ମହଲା ବିଶିଷ୍ଟ ବିଲଡିଂ, ଭଞ୍ଜନଗର ଏନଏସିରେ ଥିବା ନିର୍ମାଣାଧୀନ ଏକ ଦୁଇ ମହଲା ଘର ଓ ଏକ ତିନି ମହଲା ଘରେ ଚାଲିଛି ରେଡ୍ ।
ନୂଆପଡ଼ାରୁ ଭୁବନେଶ୍ବର ଯାଉଥିବା ବେଳେ ଗତକାଲି ବିଜୟଙ୍କ ଗାଡ଼ିରୁ ୧ ଲକ୍ଷ ୩୨ ହଜାର ଟଙ୍କା ଜବତ କରିଥିଲା ଭିଜିଲାନ୍ସ ।
ଭିଜିଲାନ୍ସ ଜାଲରେ ଜେଲ୍ ସୁପରିଣ୍ଟେଣ୍ଡେଣ୍ଟ । କେନ୍ଦୁଝର ଜେଲ୍ ସୁପରିଣ୍ଟେଣ୍ଡେଣ୍ଟ ସତ୍ୟପ୍ରକାଶ ସ୍ବାଇଁ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୭ଟି ସ୍ଥାନରେ ଚଢ଼ାଉ ।
ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ତାଳଚେର ଖଣି ଉପନିର୍ଦ୍ଦେଶକ ଧରଣୀଧର ନାୟକ । ରେଡ୍ ବେଳେ ବାବୁଙ୍କ ଠାରୁ ଭିଜିଲାନ୍ସ ପାଇଛି ଆଖି ଖୋସିଗଲା ଭଳି ସଂପତ୍ତି ।
ଆୟ ବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ ଖଣି ଉପନିର୍ଦ୍ଦେଶକ ଧରଣୀଧର ନାୟକଙ୍କ ଘରେ ରେଡ୍ ମାରିଛି ଭିଜିଲାନ୍ସ ।
ଭିଜିଲାନ୍ସ ହାବୁଡ଼ରେ ଆଉ ଜଣେ କୁବେର ବାବୁ । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଛତ୍ରପୁର ବିଇଓ ଗିରଫ ।
କାଶୀପୁରର କନିଷ୍ଠ ଯନ୍ତ୍ରୀ ପୂର୍ଣ୍ଣଚନ୍ଦ୍ର ଚୌଧୁରୀଙ୍କ ଘରେ ଭିଜିଲାନ୍ସ ରେଡ୍ । ଭିଜିଲାନ୍ସ ଟିମ୍ ତାଙ୍କୁ ଗିରଫ କରିବା ସମୟରେ ସେ ମୂର୍ଚ୍ଛା ହୋଇଯାଇଥିଲେ।
ଛତ୍ରପୁର ବିଇଓ ସୀତାରାମ ପାତ୍ରଙ୍କ ଘରେ ଚଢାଉ କରିଛି ଭିଜିଲାନ୍ସ ରେଡ୍ ଟିମ୍। ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ୬ଟି ସ୍ଥାନରେ ରେଡ୍ ଚାଲିଛି।
ଭିଜିଲାନ୍ସ ଜାଲରେ ବାଲେଶ୍ୱର ଡିଇଓ ଅଫିସର କନିଷ୍ଠ କିରାଣୀ ପ୍ରଦୀପ ଦାସ। ପ୍ରଦୀପଙ୍କ ଘରେ ଭିଜିଲାନ୍ସ ରେଡ୍ । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ୬ଟି ସ୍ଥାନରେ ରେଡ୍।
CHSE ରେକର୍ଡ ସପ୍ଲାୟର୍ ପୁରେନ୍ଦ୍ର ସେଠୀଙ୍କ ଘରେ ରେଡ୍ କରୁଛି ଭିଜିଲାନ୍ସ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପୁରେନ୍ଦ୍ର ସେଠୀଙ୍କ ଭୁବନେଶ୍ବରରେ ଥିବା ୨ଟି ଘର ଓ ଜଗତସିଂହପୁର ପୈତୃକ ଘରେ ରେଡ୍ ଚାଲିଛି।