Advertisment

Selfie With Wife Cost Him His Life: ପତ୍ନୀ ସହ ସେଲଫି ହେଲା କାଳ; ଜାଣନ୍ତୁ କେମିତି ନିହତ ହେଲା ଦୁର୍ଦ୍ଦାନ୍ତ ମାଓ ନେତା ଜୟୀରାମ...

ଦୁର୍ଦ୍ଦାନ୍ତ ମାଓ ନେତା ଜୟୀରାମ। ଜୟୀରାମକୁ ଧରିବା ପାଇଁ ସବୁ ପ୍ରକାର ଉଦ୍ୟମ କରିଥିଲେ ସୁରକ୍ଷାକର୍ମୀ। ତଥାପି ନକ୍ସଲ କେନ୍ଦ୍ରୀୟ କମିଟିର ବରିଷ୍ଠ ସଦସ୍ୟ ଜୟରାମ ରେଡ୍ଡୀ ଓରଫ ଚଲପତିର କିଛି ବି ସୁରାଗ ପାଇପାରୁନଥିଲେ। ଜାଣନ୍ତୁ କେମିତି ହେଲା ନିହତ...

author-image
Sujit kumar Swain
ଅଦ୍ୟତନ ହୋଇଛି
Selfie With Wife Cost Him His Life

Selfie With Wife Cost Him His Life

କେମିତି ଧରାପଡିଲା ବର୍ଷ ବର୍ଷ ଧରି ସୁରକ୍ଷାକର୍ମୀକୁ ଚକମା ଦେଇଆସୁଥିବା ଦୁର୍ଦ୍ଦାନ୍ତ ମାଓ ନେତା ଜୟୀରାମ। ଜୟୀରାମକୁ ଧରିବା ପାଇଁ ସବୁ ପ୍ରକାର ଉଦ୍ୟମ କରିଥିଲେ ସୁରକ୍ଷାକର୍ମୀ। ତଥାପି ନକ୍ସଲ କେନ୍ଦ୍ରୀୟ କମିଟିର ବରିଷ୍ଠ ସଦସ୍ୟ ଜୟରାମ ରେଡ୍ଡୀ ଓରଫ ଚଲପତିର କିଛି ବି ସୁରାଗ ପାଇପାରୁନଥିଲେ। ତେବେ ମାଓନେତାର ଗୋଟିଏ ଭୁଲ ତା ପାଇଁ ମହଙ୍ଗା ପଡିଥିଲା। ତାହା ହେଉଛି, ପତ୍ନୀ ଅରୁଣା ସହ ଉଠାଇଥିବା ଏକ ସେଲଫି।

Advertisment

 କଣ ଥିଲା ପୂରା ଘଟଣା ? 

ପତ୍ନୀ ଅରୁଣା ହେଉଛି ଆନ୍ଧ୍ର-ଓଡ଼ିଶା ବର୍ଡର ସ୍ପେଶାଲ ଜୋନାଲ କମିଟିର ଡେପୁଟି କମାଣ୍ଡର। ପୋଲିସ୍ ପାଇଁ ଜୟରାମକୁ ଠାବ କରିବା ବେଶ ଚ୍ୟାଲେଞ୍ଜିଂ ଥିଲା। କାରଣ ପୋଲିସ୍ ପାଖରେ ଜୟରାମର ଭଲ ଫଟୋ ନଥିଲା। ଜୟରାମ ପତ୍ନୀ ସହ ଉଠାଇଥିବା ସେଲଫି ସାମ୍ନାକୁ ଆସିବାରୁ ପୋଲିସ ତା’କୁ ଚିହ୍ନଟ କରିବାରେ ସକ୍ଷମ ହୋଇଥିଲା।  ୨୦୧୬ ମେ ମାସରେ ଆନ୍ଧ୍ର ପ୍ରଦେଶର ଏକ ମାଓ ଏନକାଉଣ୍ଟରରେ ସୁରକ୍ଷାକର୍ମୀ ଏକ ସ୍ମାର୍ଟ ଫୋନ ଜବତ କରିଥିଲେ। ଏହି ଫୋନରେ ହିଁ ଜୟରାମ ଉଠାଇଥିବା ସେଲଫି ସେମାନଙ୍କୁ ମିଳିଥିଲା। ଆଉ ସେବେଠୁ ଏହି ଫଟୋ ଆଧାରରେ ଜୟରାମଙ୍କ ଉପରେ ନଜର ରଖିଥିଲେ ସୁରକ୍ଷକର୍ମୀ। ଏହି ସେଲଫିରୁ ହିଁ ତାକୁ ଠାବ କରିବାରେ ସୁରକ୍ଷାକର୍ମୀଙ୍କୁ ସୁରାଗ ମିଳିଥିଲା।

ଅଧିକ ପଢ଼ନ୍ତୁ: ମିଳିତ ଅପରେସନରେ ୧୪ ମାଓବାଦୀ ସଫା

ଦିନକ ତଳେ ଓଡ଼ିଶା-ଛତିଶଗଡ଼ ସୀମାନ୍ତରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ହୋଇଥିବା ମିଳିତ ଅପରେସନରେ ନିହତ ମାଓବାଦୀଙ୍କ ମଧ୍ୟରେ ରହିଛି ଜୟରାମ। ୨୦୦୮ରେ ନୟାଗଡ଼ ସୁରକ୍ଷାକର୍ମୀଙ୍କ ଉପରେ ନକ୍ସଲ ହମଲାର ମାଷ୍ଟରମାଇଣ୍ଡ ଥିଲା ଜୟରାମ। ତା’ ମୁଣ୍ଡ ଉପରେ ୧ କୋଟି ଟଙ୍କାର ପୁରସ୍କାର ରହିଥିଲା।

Advertisment

ତେବେ ଓଡିଶା କ୍ୟାଡରର ଏ ସେଣ୍ଟ୍ରାଲ୍ କମିଟି ମେମ୍ବର କେତେବେଳେ କେଉଁଠି ରାମଚନ୍ଦ୍ର, କେଉଁଠି ଅପ୍ପାରାଓ ତ ପୁଣି କେଉଁଠି ରାମୁ ନାଁରେ ବି ପରିଚିତ। ଛତିଶଗଡ଼ ଉପମୁଖ୍ୟମନ୍ତ୍ରୀଙ୍କ ସୂଚନା ଅନୁସାରେ ଜୟୀରାମ ମୁଣ୍ଡରେ ଥିଲା କୋଟିଏ ଟଙ୍କାର ପୁରସ୍କାର ରାଶି। ଜାତୀୟ ଗଣମାଧ୍ୟମର ତଥ୍ୟ ଅନୁସାରେ ୬୦ ବର୍ଷୀୟ ଜୟୀରାମ ଦଶମ ଯାଏ ପଢିଥିଲେ ବି ସମୟ କ୍ରମେ ତା ହାତରେ ଥିଲା ମାଓ ସଂଗଠନର ଶୀର୍ଷ ଦାୟିତ୍ବ। ରଣନୀତି ଓ ଅପରେସନର ମାହିର ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଚଲାଇବାରେ ଧୁରନ୍ଧର। ଛତିଶଗଡ ଅବୁଝାମାଡ ଜଙ୍ଗଲରେ ସୁରକ୍ଷାକର୍ମୀଙ୍କ ଲଗାତର ଅପରେସନ ପରେ ଓଡ଼ିଶା ସୀମାନ୍ତ ଗରିଆବନ୍ଧ ଜଙ୍ଗଲକୁ ନିଜ ଠିକଣା କରିଥିଲା ଜୟୀରାମ ଓରଫ ଚଲପତି।

ଅଧିକ ପଢ଼ନ୍ତୁ: ବିପର୍ଯ୍ୟସ୍ତ ଟ୍ରାଫିକ ବ୍ୟବସ୍ଥା, ଗାଡ଼ି ବାହାରେ ଓହଳି ହୋଇ ଯାଉଛନ୍ତି ଛାତ୍ରୀ

Maoist Selfie Maoist Leader
Advertisment
Advertisment