ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।
ମିଶନ ଶକ୍ତି ଏମବିକେ ଲ୍ୟାପଟପ୍ କିଣାରେ ସାଂଘାତିକ ଦୁର୍ନୀତି...କୋଟିଏରୁ ଅଧିକ ଟଙ୍କାର ଲ୍ୟାପଟପ୍ କିଣା ଦୁର୍ନୀତି ଅଭିଯୋଗକୁ ନେଇ ହଇଚଇ...ଏମବିକେ ଏବଂ ବ୍ୟାଙ୍କମିତ୍ରଙ୍କୁ ଭୋଟ୍ ପୂର୍ବରୁ ପୂର୍ବ ସରକାରର ଥୋପ, ଖୋର୍ଦ୍ଧା ଜିଲ୍ଲାରୁ ଖୋଲୁଛି ଦୁର୍ନୀତିର ମହାଗୁମର।
ନୂଆ ସରକାରଙ୍କ ଆଗରେ ନୂଆ ବର୍ଷରେ କଣ ରହିବ ଆହ୍ୱାନ ? ବିଜେପି, ମାଳ ମାଳ ପ୍ରତିଶ୍ରୁତି ଦେଇ କ୍ଷମତାକୁ ଆସିଛି। ଯଦିଓ ସୁଭଦ୍ରା, ଧାନ କ୍ବିଣ୍ଟାଲ ପିଛା ୮୦୦ ଟଙ୍କାର ଇନପୁଟ୍ ସହାୟତା, ଶ୍ରୀମନ୍ଦିର ଚାରି ଦ୍ୱାର ଓ ରତ୍ନଭଣ୍ଡାର ଖୋଲା ଭଳି ଅନେକ ପ୍ରତିଶ୍ରୁତି ପୂରଣ ହୋଇଛି।
ଜମିଲା ଜିରୋନାଇଟ୍... ଝୁମିଲା ଜିରୋ ନାଇଟ୍... ଘଣ୍ଟାରେ ରାତି ୧୨ ବାଜିବା ମାତ୍ରେ, ଧୁମ୍ ମଚାଇଲା ଜିରୋ ନାଇଟ୍। ଆକାଶରେ ଆତସବାଜୀ... ରଙ୍ଗାରଙ୍ଗ ଲେଜର ଲାଇଟ୍, ନାଚ ଗୀତ... ସାଙ୍ଗକୁ ବାଜା, ବାଣ ଆଉ କେକ୍।
ନୂଆବର୍ଷରେ ଶ୍ରୀଜିଉଙ୍କ ଦର୍ଶନ ଲାଗି ପୁରୀରେ ଅସମ୍ଭାଳ ଭିଡ଼ । ଟ୍ରେନ୍ ଡବା ଭଳି ବଡ଼ଦାଣ୍ଡରେ ଲାଗିଛି ଭକ୍ତଙ୍କ ଲାଇନ୍ ।
ଯଦି ବିଜେଡି କେବଳ ନବୀନଙ୍କ ନାଁରେ ୫ ଥର ଜିତିଥିଲା, ତେବେ ଷଷ୍ଠ ଥରରେ ପରାଜୟ ପାଇଁ ସେହି ନେତା ହିଁ ସଂପୂର୍ଣ୍ଣ ଦାୟୀ ।
କମ୍ୟୁନିଟି ପୋଲିସିଂକୁ ଗୁରୁତ୍ୱ ଦେବ କମିଶନରେଟ ପୋଲିସ । ସାଧାରଣ ଲୋକଙ୍କ ସହଭାଗିତାରେ ହେବ ଅପରାଧ ନିୟନ୍ତ୍ରଣ ।
ନୂଆବର୍ଷରେ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ୍ କଲେ ତଥାଗତ ସତପଥୀ । କ’ଣ ପାଇଁ ବିଜେଡି ହାରିଲା ସମ୍ପାଦକୀୟରେ ରଖିଲେ ମତ । ପରାଜୟ ପାଇଁ ପାଣ୍ଡିଆନ କି ଭାଜପା ନୁହେଁ, ନବୀନ ହିଁ ଦାୟୀ ବୋଲି ସେ କହିଛନ୍ତି ।
ଆୟୁଷ୍ମାନ ଭାରତରେ ମହିଳାଙ୍କୁ ୧୦ ଲକ୍ଷର ବୀମା ସୁବିଧା ମିଳିବ । ଏହି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ।
ନୂଆବର୍ଷରେ କମବ୍ୟାକ୍ କଲା ଶୀତ । ଆଜିଠୁ କମିବ ରାତି ତାପମାତ୍ରା । ଦୁଇ ଦିନ ମଧ୍ୟରେ ସର୍ବନିମ୍ନ ତାପମାତ୍ରା ୨ରୁ ୪ ଡିଗ୍ରି ହ୍ରାସ ପାଇବ ବୋଲି ଆକଳନ କରିଛି ପାଣିପାଗ ବିଭାଗ ।
ବଲାଙ୍ଗିର ଜିଲ୍ଳା ଦେଓଗାଁ ବ୍ଳକର ଖଇରଗୁରା ଗାଁ । ଆଦିମ କାଳରୁ ଏଇଠି ପାଳିତ ହୋଇ ଆସୁଥିଲା ସୁଲିଆ ଯାତ୍ରା । କିନ୍ତୁ ସାଧାରଣ ବିବାଦ ଯୋଗୁଁ, ୧୯୭୦ ମସିହାରେ, ନିକଟ କୁମୁରିଆ ଗାଁରେ ଆଉ ଗୋଟେ ଖଳା ସୃଷ୍ଟି କରି ଆଦିବାସୀ ପରମ୍ପରା ଅନୁଯାୟୀ, ଆୟୋଜିତ ହୋଇ ଆସୁଛି ସୁଲିଆ ଯାତ୍ରା । ତେଣୁ ୧୯୭୦ ମସିହାରୁ ଉଭୟ ଖଇରଗୁରାର ବଡଖଳା ଓ କୁମୁରିଆର ସାନଖଳାରେ ବଳି ଆୟୋଜିତ ହୁଏ । କିନ୍ତୁ ମୂଳପୀଠସ୍ଥଳୀ ଖଇରଗୁରାରେ ଆୟୋଜିତ ହେଉଥିଲା ସୁଲିଆ ମହୋତ୍ସବ । କିନ୍ତୁ ଏଥର ପ୍ରଥମ କରି କୁମୁରିଆରେ ଆୟୋଜିତ ହେବ ମହୋତ୍ସବ ।
ଭାରତ ସ୍ୱାଧିନତାର ସ୍ମୃତିବହନ କରୁଛି ବରଗଡ଼ର ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା । ୧୯୪୭ ମସିହାରୁ ଆରମ୍ଭ ହୋଇଥିବା ଏହି ଯାତ୍ରା ବର୍ଷ ପରେ ବର୍ଷ ପ୍ରସିଦ୍ଧି ଲାଭ କରିଚାଲିଥିବା ବେଳେ ଚଳିତ ବର୍ଷ ଏହା ୭୭ ବର୍ଷରେ ପଦାର୍ପଣ କରିଛି । ଏହାକୁ ଅଧିକରୁ ଅଧିକ ଲୋକପ୍ରିୟ କରିବା ଲକ୍ଷ୍ୟ ନେଇ ଧନୁଯାତ୍ରା ପ୍ରଚାର ପ୍ରସାର କମିଟି ପକ୍ଷରୁ ଧନୁଯାତ୍ରାକୁ ନେଇ ଆୟୋଜିତ ହୋଇଛି ରଙ୍ଗୋଲି କାର୍ଯ୍ୟକ୍ରମ । ସ୍ଥାନୀୟ ପାର୍ବତୀ ଗିରି ମହିଳା ମହାବିଦ୍ୟାଳୟ ସମ୍ମୁଖ ରାସ୍ତାର ୫୦୦ ମିଟର ମଧ୍ୟରେ ଶ୍ରୀକୃଷ୍ଣଙ୍କ ଜନ୍ମ, କାଳିୟ ଦଳନ, ନାବକେଳି, ବସ୍ତ୍ରହରଣ , କଂସ, ପୁତନା ବଧ ଓ କଂସଙ୍କ ନଗରଭ୍ରମଣ ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ଦୃଶ୍ୟକୁ ଜୀବନ୍ତ ରୂପ ଦେଇଛନ୍ତି କଳାକାର।
ମେଲ୍ବର୍ଣ୍ଣ ଟେଷ୍ଟରେ ଅଷ୍ଟ୍ରେଲିଆ ଠାରୁ ପରାଜିତ ହୋଇଛି ଟିମ୍ ଇଣ୍ଡିଆ । ଏହା ଫଳରେ ଡବ୍ଲ୍ୟୁଟିସିରେ ଭାରତର ସିଧାସଳଖ ଫାଇନାଲ୍ରେ ପ୍ରବେଶ ସମ୍ଭାବନା ଉପରେ ପଡ଼ିଛି ପୂର୍ଣ୍ଣଚ୍ଛେଦ । ବର୍ଡର-ଗାଭାସ୍କର ଟ୍ରଫି ପରେ ଟେଷ୍ଟରୁ ଅବସର ନେବେ କି ଅଧିନାୟକ ରୋହିତ ଶର୍ମା?
ସାହିତ୍ୟ, ବିଜ୍ଞାନ, ଭୂଗୋଳ ପରି ବିଶେଷ ଭାବେ ଗଣିତର ସମସ୍ତ ପ୍ରଶ୍ନର ଉତ୍ତର ତାଙ୍କ ମୁହଁରେ । କେବଳ ପାଠରେ ନୁହେଁ, ଉପସ୍ଥିତ ବୁଦ୍ଧି, ସାଧାରଣ ଜ୍ଞାନ, ଆଇକ୍ୟୁ ଏବଂ ଅନ୍ୟ ସମସ୍ତ ଏକାଡେମୀକ୍ ଏକ୍ଟିଭିଟିରେ ସେ ନିଜ ବୟସର ପିଲା ମାନଙ୍କୁ ବେଶ ପଛରେ ଛାଡିଯାଇଛନ୍ତି।
ଉପମା, ସୁଜି, ପାଉଁରୁଟି, ଫଳମୂଳ ଅଣ୍ଡା ଯାହା ଦେଖିବ ଏଠି ସବୁ କିଛି ପିଲାଙ୍କୁ ମିଳୁଛି । ହେଲେ କାଗଜ କଲମରେ ଛୁଆଙ୍କୁ ଯାହା ମିଳୁଛି ବାସ୍ତବରେ ତା’ର ଚିତ୍ର ପୂରା ଭିନ୍ନ ।
ବୌଦ୍ଧ ଜିଲ୍ଲାରେ ଅନେକ ପର୍ଯ୍ୟଟନସ୍ଥଳି ରହିଥିଲେବି କଂଟାମାଳ ସୀମାନ୍ତରେ ରହିଥିବା ଏହି ଖଣ୍ଡିକନପା ଅଂଚଳଟି ପିକନିକ ପାଇଁ ବେଶ ଆକର୍ଷଣୀୟ । ପର୍ଯ୍ୟଟନ ବିଭାଗ ପକ୍ଷରୁ ଏହି ସ୍ଥାନକୁ ଏକ ପର୍ଯ୍ୟଟନସ୍ଥଳୀର ମାନ୍ୟତା ମିଳିସାରିଥିବାବେଳେ ବର୍ଷର ବିଭିନ୍ନ ସମୟରେ ଏଠାକୁ ପର୍ଯ୍ୟଟକମାନେ ଆସିଥାନ୍ତି । ବିଶେଷକରି ପିକିନିକ ଋତୁ ଆସିଲେ ଏହି ସ୍ଥାନରେ ଜମେ ପର୍ଯ୍ୟଟକଙ୍କ ଭିଡ ।
ନୂଆବର୍ଷ ଅବସରରେ ଆଜି ସକାଳୁ ସକାଳୁ ଶ୍ରୀଜିଉଙ୍କୁ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିତରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା । ଜନସମୁଦ୍ର ପାଲଟିଥିଲା ବଡ଼ଦାଣ୍ଡ ।
ଜିରୋ ନାଇଟ୍ରେ ଏମିତି ଏକ ସାଂଘାତିକ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ଅନ୍ତର୍ଗତ ଗଣ୍ଡପାଲ୍ଲୀ ଓଡ଼ିଆରପି କଲୋନୀରେ ।
ସୌର ଧନୁ ମାସ ପୌଷ ଶୁକ୍ଳପକ୍ଷ । ଇଂରାଜୀରେ ୧ ତାରିଖ ବୁଧବାର । ଆଜି କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ....
୨ ଦିନ ତଳେ ପଶ୍ଚିମବଙ୍ଗ ବାଙ୍କୁରାରେ ଜିନ୍ନତକୁ ଟ୍ରାଙ୍କୁଲାଇଜ୍ କରାଯିବା ପରେ, ଓଡ଼ିଶା ନ ପଠାଇ ବାଘୁଣୀକୁ ଆଲିପୁର ଚିଡ଼ିଆଖାନା ନିଆଯାଇଥିଲା । ଏହାକୁ ନେଇ ହରଡ଼ଘଣାରେ ପଡିଥିଲା ପଶ୍ଚିମବଙ୍ଗ ବନବିଭାଗ ।
ନୂଆବର୍ଷରେ ଶ୍ରୀଜିଉଙ୍କୁ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିତରେ ପ୍ରବଳ ଉତ୍ସାହ । ଜନସମୁଦ୍ର ପାଲଟିଛି ବଡ଼ଦାଣ୍ଡ । ବଡ଼ ଠାକୁରଙ୍କୁ ସହଳ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ । ନୂଆବର୍ଷରେ ଶ୍ରଦ୍ଧାଳୁଙ୍କ ପ୍ରବଳ ସମାଗମକୁ ଦୃଷ୍ଟିରେ ରଖି, ଗତକାଲି ରାତି ସାଢ଼େ ୧୨ରେ ଶ୍ରୀମନ୍ଦିରରେ ଦ୍ବାରଫିଟା ନୀତି ସଂପନ୍ନ ହୋଇ ଦର୍ଶନ ଚାଲିଛି ।
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।
ଅଦିନିଆ ବର୍ଷା ଯୋଗୁଁ ଫସଲ ନଷ୍ଟର ଟେନସନ୍, ଏଣେ କ୍ଷତିପୂରଣ ପାଇବାକୁ ରେଜିଷ୍ଟ୍ରେସନର ଚିନ୍ତା । ଚାଷୀଙ୍କ ହିତକୁ ଦୃଷ୍ଟିରେ ରଖି କ୍ଷୟକ୍ଷତି ବାବଦ ସୂଚନା ଦେବାର ଅବଧିକୁ ଆଉ ୭୨ ଘଣ୍ଟା ବଢ଼ାଇଛନ୍ତି ସରକାର ।
ଜୀନତ୍ ଟ୍ରାଙ୍କୁଲାଇଜ୍ ହେବାର ୪୮ ଘଣ୍ଟା ବିତିଗଲାଣି। ହେଲେ ଆଲିପୁର ଚିଡ଼ିଆଖାନାରେ ବନ୍ଦୀ ଜୀବନ ବିତାଉଛି ଏହି ମରାଠା ବାଘୁଣୀ। ଯନ୍ତା ଭିତରେ ରହି ଏକ ପ୍ରକାର ଅସହାୟ ହୋଇଗଲାଣି।
ବଡ଼ ଦୁର୍ନୀତି, ବଡ଼ ମୁଣ୍ଡ, ବଡ଼ ରେଡ୍ । ବର୍ଷକରେ ୧୮୧ ସରକାରୀ ଅଧିକାରୀ ଓ ଅନ୍ୟମାନଙ୍କୁ ବାନ୍ଧିଛି ଭିଜିଲାନ୍ସ। ଯେଉଁଥିରେ ଅଛନ୍ତି ୫୦ ଜଣ କ୍ଲାସ୍ ୱାନ୍ ଅଫିସର। ରାଜ୍ୟ ଭିଜିଲାନ୍ସ ଇତିହାସରେ ଏହାପୂର୍ବରୁ କେବେ ବି ଏତେ ପରିମାଣର ଗ୍ରୁପ୍ A ଅଧିକାରୀ ଭିଜିଲାନ୍ସ ଜାଲରେ ପଡ଼ିନଥିଲେ।