ବଲାଙ୍ଗିର ଜିଲ୍ଳା ଦେଓଗାଁ ବ୍ଳକର ଖଇରଗୁରା ଗାଁ । ଆଦିମ କାଳରୁ ଏଇଠି ପାଳିତ ହୋଇ ଆସୁଥିଲା ସୁଲିଆ ଯାତ୍ରା । କିନ୍ତୁ ସାଧାରଣ ବିବାଦ ଯୋଗୁଁ, ୧୯୭୦ ମସିହାରେ, ନିକଟ କୁମୁରିଆ ଗାଁରେ ଆଉ ଗୋଟେ ଖଳା ସୃଷ୍ଟି କରି ଆଦିବାସୀ ପରମ୍ପରା ଅନୁଯାୟୀ, ଆୟୋଜିତ ହୋଇ ଆସୁଛି ସୁଲିଆ ଯାତ୍ରା । ତେଣୁ ୧୯୭୦ ମସିହାରୁ ଉଭୟ ଖଇରଗୁରାର ବଡଖଳା ଓ କୁମୁରିଆର ସାନଖଳାରେ ବଳି ଆୟୋଜିତ ହୁଏ । କିନ୍ତୁ ମୂଳପୀଠସ୍ଥଳୀ ଖଇରଗୁରାରେ ଆୟୋଜିତ ହେଉଥିଲା ସୁଲିଆ ମହୋତ୍ସବ । କିନ୍ତୁ ଏଥର ପ୍ରଥମ କରି କୁମୁରିଆରେ ଆୟୋଜିତ ହେବ ମହୋତ୍ସବ ।
ସୂଚନା ଅନୁସାରେ, କିଛି ଅଣ ଛାତ୍ର ପ୍ରତ୍ୟେକ ଦିନ ନିଶାସକ୍ତ ଅବସ୍ଥାରେ କଲେଜ ଛାତ୍ରୀଙ୍କୁ କମେଣ୍ଟ ପାସ କରିବା ସହ ଅସଦାଚରଣ କରୁଥିବା ଅଭିଯୋଗ ହୋଇଛି ।
ଦୁଇ ଯୁବକଙ୍କୁ ହତ୍ୟା ପରେ ପ୍ରବଳ ଉତ୍ତେଜନା । କେନ୍ଦୁଝର ଆନନ୍ଦପୁର ବ୍ଲକ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଘଟିଛି ଏହି ଘଟଣା ।
ବିଲରେ ଥାଇ ପୋକ ଲାଗିଲାଣି । ପତ୍ର ହଳଦିଆ ପଡିଯାଉଛି ତ କୋବି କଳା ପଡ଼ି ଯାଉଛି । ୨ଟଙ୍କାରେ ବେପାରୀଙ୍କୁ ଯାଚିଲେ ବି ନେଉନାହାନ୍ତି । ସୋରଡ଼ା ବ୍ଲକର କୈଳାସପୁର, ମୂଳିଆପଲ୍ଲୀ, ହାତୀଗଡା ଓ ରାମଚନ୍ଦ୍ରପୁର ଭଳି ଅନେକ ଗାଁରେ ଏଥର ଭଲ ଫୁଲକୋବି ଫଳିଥିଲା, କିନ୍ତୁ ଅଦିନିଆ ବର୍ଷା ସବୁ ଉଜାଡି ଦେଲା ।