ଅଜଣା ଶବ ସାଥୀ ସଂଘମିତ୍ରା । ମୃତ୍ୟୁ ସମୟରେ ଯାହାର କେହି ନଥାନ୍ତି ତାଙ୍କ ପାଇଁ ସଂଘମିତ୍ରା ଥାଆନ୍ତି । ସାମାଜିକ ବାସନ୍ଦ, କଟକଣାକୁ ବେଖାତିର କରି ସେ ଏହି କାମ କରିବାକୁ ଅଣ୍ଟା ଭିଡ଼ିଛନ୍ତି ।
ଅଭିଯୁକ୍ତକୁ ଗିରଫ କରି ନେବା ବେଳେ ଛତିଶଗଡ଼ ପୁଲିସକୁ ଅଟକାଇଲେ ପରିବାର ଲୋକେ। ପାଖରେ ୱାରେଣ୍ଟ ଥିଲେ ବି କିଛି ଶୁଣିଲେନି।
ରାଜ୍ୟ ପର୍ଯ୍ୟଟନ ବିଭାଗର ପକ୍ଷରୁ ଏକ ଚିଠିରେ ଉଲ୍ଲେଖ କରାଯାଇଛି। ଏନେଇ ବରଗଡ଼ ବିଧାୟକ ଅଶ୍ୱିନୀ କୁମାର ଷଡଙ୍ଗୀ ତାଙ୍କ ଫେସବୁକ ଆକାଉଣ୍ଟରେ ଏହି ସୂଚନା ଦେଇଛନ୍ତି।
ସେପଟେ ଆଉ ଜଣେ ଅଭିଯୁକ୍ତକୁ ଗିରଫ କରିଛି ବରଗଡ଼ ପୋଲିସ। ଅଭିଯୁକ୍ତ ରାହୁଲ ଭୋସାଗରକୁ ଅଟକ ରଖିଥିଲା ପୋଲିସ। ଧନୁଯାତ୍ରା ଦିନ ରାହୁଲକୁ ପୀଡିତା ଯୁବତୀଙ୍କ ସହ ଦେଖାଯାଇଥିଲା। ଯୁବତୀଙ୍କ ସହ ରାହୁଲ ମଲକୁ ମଧ୍ୟ ଯାଇଥିବା ସିସିଟିଭି ଫୁଟେଜରେ ସ୍ପଷ୍ଟ ହୋଇଛି।
ଭାରତ ସ୍ୱାଧିନତାର ସ୍ମୃତିବହନ କରୁଛି ବରଗଡ଼ର ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା । ୧୯୪୭ ମସିହାରୁ ଆରମ୍ଭ ହୋଇଥିବା ଏହି ଯାତ୍ରା ବର୍ଷ ପରେ ବର୍ଷ ପ୍ରସିଦ୍ଧି ଲାଭ କରିଚାଲିଥିବା ବେଳେ ଚଳିତ ବର୍ଷ ଏହା ୭୭ ବର୍ଷରେ ପଦାର୍ପଣ କରିଛି । ଏହାକୁ ଅଧିକରୁ ଅଧିକ ଲୋକପ୍ରିୟ କରିବା ଲକ୍ଷ୍ୟ ନେଇ ଧନୁଯାତ୍ରା ପ୍ରଚାର ପ୍ରସାର କମିଟି ପକ୍ଷରୁ ଧନୁଯାତ୍ରାକୁ ନେଇ ଆୟୋଜିତ ହୋଇଛି ରଙ୍ଗୋଲି କାର୍ଯ୍ୟକ୍ରମ । ସ୍ଥାନୀୟ ପାର୍ବତୀ ଗିରି ମହିଳା ମହାବିଦ୍ୟାଳୟ ସମ୍ମୁଖ ରାସ୍ତାର ୫୦୦ ମିଟର ମଧ୍ୟରେ ଶ୍ରୀକୃଷ୍ଣଙ୍କ ଜନ୍ମ, କାଳିୟ ଦଳନ, ନାବକେଳି, ବସ୍ତ୍ରହରଣ , କଂସ, ପୁତନା ବଧ ଓ କଂସଙ୍କ ନଗରଭ୍ରମଣ ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ଦୃଶ୍ୟକୁ ଜୀବନ୍ତ ରୂପ ଦେଇଛନ୍ତି କଳାକାର।
ହୀରାକୁଦ ବନ୍ୟପ୍ରାଣୀ ଡିଭିଜନ ACF ରେବତୀ ରମଣ ଯୋଶୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି। ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ରେଡ୍ ଚାଲିଛି।
ବରଗଡ଼ ଜିଲ୍ଲା ପଦ୍ମପୁର ଅଞ୍ଚଳରେ ନାବାଳିକାକୁ ଦୁଷ୍କର୍ମ ସହ ହତ୍ୟା ଅଭିଯୋଗ। ପାଇକମାଳ ଥାନା ପଠାରି ଡୁଙ୍ଗୁରି ଜଙ୍ଗଲରୁ ଉଲଗ୍ନ ଅବସ୍ଥାରେ ମୃତଦେହ ଉଦ୍ଧାର ପରେ ଏମିତି ସନ୍ଦେହ ବଢିଛି।
ସ୍ମାର୍ଟମିଟର ନାଁରେ ଶୋଷଣ ବିରୋଧରେ ହଲ୍ଲାବୋଲ । ବିଜୁଳି ବିଲ୍ ରେ ଟାମ୍ପରିଂ କରି କମ୍ପାନୀ ଲୁଟୁଥିବା ଅଭିଯୋଗ ।
ଅସହାୟତା ଓ ଅଭାବ ପାଇଁ ନାତୁଣୀକୁ ସରକାରଙ୍କ ହାତକୁ ଟେକିଦେଲେ ଜେଜେବାପା l ଏବେ ନାତୁଣୀ ବଢିବ ପର ଘରେ ନୂଆ ବାପାମାଙ୍କ କୋଳରେ ।
ଆଶ୍ଚର୍ଯ୍ୟ ଲାଗେ ଆଜି ବି ସମାଜରେ ଏମିତି ଅନେକ ବ୍ୟକ୍ତି ଏଭଳି ଅଛନ୍ତି ଯେଉଁମାନଙ୍କ ପାଇଁ ସମାଜ କଳଙ୍କ ମୁଣ୍ଡାଏ । ବରଗଡ଼ ଗୋପାଳରପୁର ଗାଁରୁ ଏମିତି ଏକ ଖବର ଆସିଛି ଯାହା ଆପଣଙ୍କୁ ଚକିତ କରିବ । ଜଣେ ବାପା ଝିଅ ହେଲା ବୋଲି ପରିବାରକୁ ପର କରି ଚାଲିଯାଇଛି.....
ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚାଲିଛି ରୋଗୀ ସେବା। ବିଦ୍ୟୁତ କାଟ ହୋଇଯିବାରୁ କରେଣ୍ଟ୍ ଆସିବାକୁ ଲାଗିଥିଲା ୧୦ରୁ ୧୫ ମିନିଟ୍। ସେହି ସମୟରେ ଛଟପଟ ହେଉଥିଲେ ଜଣେ ଗୁରୁତର ରୋଗୀ। ମୋବାଇଲ୍ ଲାଇଟରେ ଚିକିତ୍ସା କଲେ ଡାକ୍ତରଖାନା ନର୍ସ।
ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମୋବାଇଲ ଲାଇଟରେ ଚିକିତ୍ସା କରାଯାଉଥିବା ନେଇ ଦେଖିବାକୁ ମିଳିଛି ।
ମାତ୍ର ଏପରି ଜଣେ ଡାକ୍ତର ଅଛନ୍ତି ଯିଏ କି ଏହି ସ୍ୱାର୍ଥପର ଦୁନିଆଁରେ ନିର୍ସ୍ୱାର୍ଥପର ସ୍ୱାସ୍ଥ୍ୟ ସେବା ଯୋଗାଉଛନ୍ତି । ତାହା ପୁଣି ମାଗଣାରେ ।
ପଦ୍ମପୁର ଅତିରିକ୍ତ ଜିଲ୍ଲାପାଳ ନିଯୁକ୍ତି ଦ୍ୱାରା ଅଞ୍ଚଳର ପ୍ରଶାସନିକ ବ୍ୟବସ୍ଥା ସୁଦୃଢ଼ ହେବା ସହିତ ଲୋକଙ୍କ ଅଭିଯୋଗର ତ୍ୱରିତ ଶୁଣାଣି ଏବଂ ବିକାଶ କାର୍ଯ୍ୟକ୍ରମ ତ୍ୱରାନ୍ୱିତ ହୋଇପାରିବ ବୋଲି ଆଶା ରଖିଛନ୍ତି ସରକାର।
କଂଗ୍ରେସ କାଲି ବରଗଡ଼ ଏସପି ଅଫିସ ଆଗରେ ପ୍ରତିବାଦ କରିବା ପରେ ଆଜି ବିଜେପି ବିରାଟ ଶୋଭାଯାତ୍ରା କରି ଏସପି ଅଫିସ ଘେରିଛି। ଦଳ ଅଭିଯୋଗ କରିଛି, ନିଶା କାରବାର ଅଭିଯୋଗକୁ ନେଇ ପୋଲିସର ରେଡ୍ ଆଉ ପିକନିକ୍ ସ୍ଥଳରେ ସ୍ଥାନୀୟ ବିଧାୟକ ସୁଶାନ୍ତ ସିଂଙ୍କ ଉପସ୍ଥିତି ସ୍ପଷ୍ଟ କରୁଛି, ତାଙ୍କ ନିର୍ଦ୍ଦେଶରେ ହିଁ ସବୁ କିଛି ହୋଇଛି।
ବରଗଡ଼ ଅମ୍ବାଭୋନା ଥାନାରେ ପଶି ଉତ୍ତ୍ୟକ୍ତ ଯୁବକଙ୍କ ଲଙ୍କାକାଣ୍ଡ। । ଆଜି ୨୫ରୁ ୩୦ ଜଣ ଯୁବକ ଥାନାରେ ପଶି ଭଙ୍ଗାରୁଜା କରିଛନ୍ତି।
କଳିଯୁଗର ଶ୍ରବଣ କୁମାର । ବାପାଙ୍କ ଜୀବନ ବଞ୍ଚାଇବା ପାଇଁ କରୁଛି ସଂଘର୍ଷ । ଯେଉଁ ବୟସରେ ଖେଳକୁଦ କରିବା କଥା ସେଇ ବୟସରେ ଆସିଜ ବାପାର ଜୀବନ ବଞ୍ଚାଇବା ପାଇଁ ଗୁହାରୀ କରୁଛି । ପାଠ ପଢ଼ା ଛାଡ଼ି ବାପା ସେବାରେ ଲାଗିଛି ।
ବୁର୍ଲାରେ ଚିକିତ୍ସାଧୀନ ଅବସ୍ଥାରେ ଭାଇର ମୃତ୍ୟୁ ହୋଇଥିବାବେଳେ ଭଉଣୀଙ୍କୁ ବୁର୍ଲା ନେବାବେଳେ ବାଟରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ମା’ଙ୍କ ଅବସ୍ଥା ମଧ୍ୟ ସଂକଟାପନ୍ନ ରହିଛି ।
କ୍ୟାନସର ପୀଡିତଙ୍କ ମୁହଁରେ ହସ ଫୁଟାଇବାକୁ ନିଆରା ପ୍ରୟାସ । ବରଗଡ଼ରେ ଦୁଲଦୁଲି ବାଦ୍ୟ ଓ ସମ୍ବଲପୁରୀ ଗୀତରେ ନାଚିଲେ କ୍ୟାନସର ପୀଡିତ ।
ଅନ୍ଧାରୀ ଚିକିତ୍ସା ! କିଟିମିଟି ଅନ୍ଧାର, ଜଳୁନି ଲାଇଟ୍...ଦିଦି ଆସିଲେ, ଇଞ୍ଜେକସନ୍ ଫୋଡିଲେ
ଏଇଟା ଦେଶୀ ହାଟ। ଏଇଠି ମିଳେ ସବୁ ତାଜା ତାଜା ପରିବା...ବିନା ରାସାୟନିକ ସାରରେ ପୂରା ଜୈବିକ ପଦ୍ଧତିରେ ମିଳୁଛି ଭଳିକି ଭଳି ପରିବା...ପରିବା ପାଇଁ ଲୋକଙ୍କ ଲାଗୁଛି ଲମ୍ବା ଲାଇନ୍
ଅପହରଣର ୫ ଘଣ୍ଟା ପରେ ଉଦ୍ଧାର ହେଲା ୯ ବର୍ଷର ଶିଶୁ ପୁତ୍ର। ଶିଶୁପୁତ୍ରକୁ ଏକ ସ୍କୁଲ୍ ନିକଟରୁ ସ୍ଥାନୀୟ ଲୋକେ ଉଦ୍ଧାର କରିଛନ୍ତି। ଏହାପରେ ଶିଶୁପୁତ୍ରକୁ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ବରଗଡ଼ରେ ୯ ବର୍ଷର ଶିଶୁ ପୁତ୍ରକୁ ଅପହରଣ ନେଇ ଅଭିଯୋଗ ହୋଇଥିଲା।
ଘରୋଇ କଳହକୁ ନେଇ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ପରେ ଏସିଡ୍ ମାଡ଼ ହୋଇଥିବା ଅଭିଯୋଗ ହୋଇଛି। ଏଥିରେ ୪ ଜଣ ଗୁରୁତର ହୋଇ ହସ୍ପିଟାଲ୍ରେ ଭର୍ତ୍ତି ହୋଇଛନ୍ତି।
ଭିଜିଲାନ୍ସ ଜାଲରେ ଅତିରିକ୍ତ DSWO I ଅତିରିକ୍ତ DSWO ଚନ୍ଦ୍ରା ସାହୁଙ୍କ ଘରେ ଭିଜିଲାନ୍ସ ରେଡ୍I ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ରେଡ୍ I ବରପାଲି ଘର ଓ ବରଗଡ଼ ଅଫିସରେ ଭିଜିଲାନ୍ସ ଚଢ଼ାଉ
ଆଜି ବରଗଡ଼ ଯିବେ ମୁଖ୍ୟମନ୍ତ୍ରୀ। ୧୨ଟି ବ୍ଲକର ହିତାଧିକାରୀଙ୍କୁ ବଣ୍ଟାଯିବ ସ୍ମାର୍ଟକାର୍ଡ । ବିଭିନ୍ନ ପ୍ରକଳ୍ପ ଓ ଯୋଜନାର ଶୁଭ ବି ଦେବେ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ ବିରୋଧିଙ୍କୁ ଅଟକ ରଖିଲା ପୋଲିସ୍