ଶୀତ କାକରରେ ସପ୍ତାହେ ଧରି ଅମଳ ଧାନ ସହ ମଣ୍ଡିରେ ପଡିରହିଥିବା ଚାଷୀ ଏବେ ସନ୍ଧି କରିଛି । ବର୍ଷକର ପରିଶ୍ରମ ବିକ୍ରି ନ ହେବାରୁ ବାଧ୍ୟ ହୋଇଛି ମିଲର ସହ ବୁଝାମଣା କରିବାକୁ।
ବିଜେପି କ୍ଷମତାକୁ ଆସିବାର ପ୍ରାୟ ୭ ମାସ ପରେ ପୂର୍ବ ମୁଖ୍ୟମନ୍ତ୍ରୀଙ୍କ ବିଲବୁଲାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଶପଥଗ୍ରହଣ ସମାରୋହରେ ନବୀନଙ୍କ ଉପସ୍ଥିତି, ପୂଜାମେଢ ବୁଲିବା, ପୁରୀ ରଥଯାତ୍ରା, ଡିଏଭି ସ୍କୁଲ ସମାରୋହ କାର୍ଯ୍ୟକ୍ରମ ଆଦି ବିଭିନ୍ନ କ୍ଷେତ୍ରରେ ପୂର୍ବନତ ମୁଖ୍ୟମନ୍ତ୍ରୀ ଯୋଗଦେବା ପ୍ରସଙ୍ଗ ମଧ୍ୟ ଏହି ଚର୍ଚ୍ଚାର ପରିସରକୁ ଆସିଛି।
ଅଦିନିଆ ବର୍ଷା ଯୋଗୁଁ ଫସଲ ନଷ୍ଟର ଟେନସନ୍, ଏଣେ କ୍ଷତିପୂରଣ ପାଇବାକୁ ରେଜିଷ୍ଟ୍ରେସନର ଚିନ୍ତା । ଚାଷୀଙ୍କ ହିତକୁ ଦୃଷ୍ଟିରେ ରଖି କ୍ଷୟକ୍ଷତି ବାବଦ ସୂଚନା ଦେବାର ଅବଧିକୁ ଆଉ ୭୨ ଘଣ୍ଟା ବଢ଼ାଇଛନ୍ତି ସରକାର ।
FAQ ମାନ କମ ଥିଲେ ବି ଧାନ କିଣିବେ ରାଜ୍ୟ ସରକାର । ବର୍ଷା ପାଇଁ କ୍ୱାଲିଟି ଟିକେ କମ ଥିଲେ ବି କମ୍ପୋମାଇଜ୍ କରିବେ ସରକାର ।
ଲଘୁଚାପ ବର୍ଷାରେ ଉଜୁଡ଼ିଯାଇଛି ଅଧା ଓଡ଼ିଶାର ଫସଲ । ଯେଉଁଠି ଦେଖିବେ ଅମଳ ବେଳକୁ ପାଣିରେ ବୁଡ଼ିଛି ହେକ୍ଟର ହେକ୍ଟର ଧାନ କ୍ଷେତ ।
ଧାନ କିଣାବିକାକୁ ନେଇ କିଛି ପ୍ୟାକ୍ସ ସଭାପତି ଓ ନିଜ ସମର୍ଥକଙ୍କ ଉପସ୍ଥିତିରେ, ଅତିରିକ୍ତ ଜିଲ୍ଳାପାଳ ଓ ଯୋଗାଣ ଅଧିକାରୀଙ୍କୁ ତାଗିଦ କରିଥିଲେ କଳିକେଶ । ଫଟା ଅଖାବସ୍ତା ଦେଖାଇ, ବ୍ୟବସ୍ଥାକୁ ନେଇ ଚାଷୀଙ୍କ ଅବସ୍ଥା ବଖାଣିଥିଲେ କଳିକେଶ । ଅଖାବସ୍ତାରେ ଧାନ ଲିଫ୍ଟିଂର ସରକାରୀ ନିୟମ ଥିଲେ ବି, ଜରି ବସ୍ତାରେ ଧାନ ଉଠାଇବା ପାଇଁ ସଂପୃକ୍ତ ମିଲର୍ସ ମାନଙ୍କୁ ବୈଠକରୁ ଯୋଗାଣ ଅଧିକାରୀଙ୍କ ଦ୍ବାରା ଫୋନ କରାଇଥିଲେ କଳିକେଶ ।
ଧାନ ତ ନୁହେଁ, ସୁନା ଫଳିଥିଲା..ଫସଲ ତ ନୁହେଁ, କ୍ଷେତ ମଝିରେ ଆହାର ପୂରିଥିଲା। ହେଲେ ସେହି ସୁନାର ଫସଲ ଆଉ ବର୍ଷକର ଆହାର ଉଜୁଡ଼ିଯିବା ପରେ ଚାଷୀ ବା ଆଉ କରିବ କ’ଣ, ଶେଷରେ ହତାସ ହୋଇଯାଇଛି।
ଡିସେମ୍ବର ୨ ତାରିଖ । ନଡିଆ ଭାଙ୍ଗି ଦାଦନ ପ୍ରବଣ ବେଲପଡା ବ୍ଳକ ମଣ୍ଡଳ ମଣ୍ଡିରେ ଧାନ କିଣାବିକା ଆରମ୍ଭ କରିଥିଲେ ଜିଲ୍ଳାପାଳ ।
ଗତ ନଭେମ୍ବର ୨୦ ତାରିଖ, ରାଜ୍ୟର ଭାତହାଣ୍ଡି ବରଗଡ ଜିଲ୍ଳା କଳାପାଣି ମଣ୍ଡିରେ ପହଞ୍ଚିଥିଲେ ଖୋଦ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ସ୍ଥାନୀୟ ବିଧାୟକ ଓ ବିଭାଗୀୟ ଅଧିକାରୀଙ୍କ ସହିତ ବାଜା ଗାଜା ସହିତ, ମଣ୍ଡି ପହଞ୍ଚିଥିଲେ ମନ୍ତ୍ରୀ । ନଡିଆ ଭାଙ୍ଗି ଆରମ୍ଭ କରିଥିଲେ ଧାନ କିଣାବିକାର କାରବାର । କିନ୍ତୁ ମନ୍ତ୍ରୀ ଗଲା ପରେ ସ୍ଥିତି ‘‘ ଯଥା ପୁର୍ବଂ ତଥା ପରଂ ’’ । ଆରମ୍ଭ ହେଲା ଧାନ କିଣାବିକାରେ ମିଲର୍ସଙ୍କ ମନମାନୀ ।
ଆନ୍ତଃ ରାଜ୍ୟ ଧାନ ଚୋରା ଚାଲାଣ ହେଉଥିବା ସନ୍ଦେହ କରି ଯୋଗାଣ ବିଭାଗକୁ ଖବର ଦେଇଥିଲେ । ଯୋଗାଣ ବିଭାଗ ଅଧିକାରୀ, ଧନକଉଡ଼ା ବ୍ଲକ ଯୋଗାଣ ନିରୀକ୍ଷକ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି ।
ଚାଷୀଙ୍କ ଆକାଉଣ୍ଟକୁ ଗଲା ଧାନ ଇନପୁଟ୍ ସବସିଡି ଟଙ୍କା । ମୁଖ୍ୟମନ୍ତ୍ରୀ କହିଛନ୍ତି, ଯିଏ ଦଲାଲି କରିବ ତାକୁ ସିଧା ଜେଲରେ ପୂରାଯିବ । ସେହିପରି ପୂର୍ବ ନବୀନ ସରକାରକୁ ମୁଖ୍ୟମନ୍ତ୍ରୀ ସିଧା ନିଶାନା କରି ବର୍ଷିଛନ୍ତି ।
ନୂଆ ସରକାର, ନୂଆ ନିୟମ ଓ ଧାନ ପାଇଁ ମିଳିବ କୁଇଣ୍ଟାଲ୍ ପିଛା ୩୧ଶହ ଟଙ୍କା ।
ଆସନ୍ତାକାଲିଠୁ ରାଜ୍ୟରେ ଆରମ୍ଭ ହେବ ଧାନକିଣା । ଧାନ ସଂଗ୍ରହ ପାଇଁ ସମସ୍ତ ପ୍ରସ୍ତୁତି ଶେଷ କରିଛି ପ୍ରଶାସନ ।
ଏଥର ଧାନ ସଂଗ୍ରହକୁ ଉତ୍ସବ ଆକାରରେ ପାଳନ କରିବେ ରାଜ୍ୟ ସରକାର । ପ୍ରତି ଜିଲ୍ଲାରେ କରାଯିବ ଚାଷୀ ସମାବେଶ ।
ଚାଷୀଙ୍କ ମୁହଁରେ ହସ ଆଣିଛି ଓବାମାl ବିଲରେ ହସୁଛିl ଓବାମାର ଉଚ୍ଚତା ପ୍ରାୟ ସାଢେ଼ ପଞ୍ଚ ଫୁଟ୍l ଝଡ ବାତ୍ୟା ତୋଫାନ ହେଲେ ବି ଭାଙ୍ଗେ ନାହିଁ। ତେବେ କ’ଣ ଏହି ଓବାମା? କ’ଣ ରହିଛି ଏହାର ବିଶେଷତ୍ୱ ? ଜାଣନ୍ତୁ ।
ଧାନ କିଣା ହେବ ସ୍ୱଚ୍ଛ, ଚାଷୀ ହେବେନି ଅସନ୍ତୁଷ୍ଟ। ଏଥିପାଇଁ ଧାନକିଣାରେ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ମୋହନ ସରକାର।
ଥରେ ହିଁ ଯାଞ୍ଚ ହେବ ଧାନର ମାନ । ମିଲରେ କଟନୀ ଛଟନୀର ଶିକାର ହେବେନି ଚାଷୀ ।
ଧାନ କିଣା ହେବ ସ୍ୱଚ୍ଛ, ଚାଷୀ ହେବେନି ଅସନ୍ତୁଷ୍ଟ । ଏଥିପାଇଁ ଧାନକିଣାରେ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ମୋହନ ସରକାର ।
ମଣ୍ଡିରେ ଅସହ୍ୟ କଟନି ଛଟନି ନାଁରେ ଚାଷୀଙ୍କୁ ଶୋଷଣ । କେଉଁଠି ବସ୍ତା ପ୍ରତି ୨ରୁ ୩ କିଲୋ କାଟ୍, ତ କେଉଁଠି ଉଠୁନି ଧାନ । ମିଲର୍ସ ଓ ଯୋଗାଣ ଅଧିକାରୀଙ୍କ ମଧ୍ୟରେ ସଲାସୁତରା ଅଭିଯୋଗ ।
ଧାନ କିଣାବିକାରେ ଏବେ ମିଲର୍ସ ଚଳାଇଛନ୍ତି ମନାମାନୀ l ଅମଳ ଧାନକୁ ବିକିବା ପାଇଁ ବଢିଛି ଚାଷୀଙ୍କ ଚିନ୍ତା l ସରକାରଙ୍କ ନିର୍ଦ୍ଦେଶକୁ ବି ବେଖାତିର କରୁଛନ୍ତି। ବି
ଧାନ ଅମଳ ସରିଲାଣି, କିନ୍ତୁ ରାଜ୍ୟର ଅଧିକାଂଶ ସ୍ଥାନରେ ଏଯାଏଁ ଖୋଲିନି ମଣ୍ଡି । ତାଛଡ଼ା ସରକାରୀ ବ୍ୟବସ୍ଥା ଓ ମଣ୍ଡିର ସ୍ୱଚ୍ଛତା ଉପରେ ମଧ୍ୟ ଚାଷୀ ଭରସା କରିପାରୁନି ।
ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାର ଅବଧି ବଢ଼ିଲା । ଉପକୃତ ହେବେ ପ୍ରାୟ ୮୧ କୋଟି ହିତାଧିକାରୀ ।
ଆଉ ଟେନ୍ସନ୍ ନାହିଁ । ଏଣିକି ବିହନ ଲାଗି କାଟିବାକୁ ପଡ଼ିବନି ସରକାରୀ ଦପ୍ତର ଚକ୍କର...ଘର ଦୁଆର ମୁହଁରେ ଉନ୍ନତମାନର ବିହନ ପହଞ୍ଚାଉଛି ପ୍ରଶାସନ
କେନ୍ଦ୍ର କ୍ୟାବିନେଟ୍ର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି । ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କଲେ ସରକାର । ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କୁଇଣ୍ଟାଲ ପିଛା ୨୧୮୩କୁ ବୃଦ୍ଧି କରାଯାଇଛି । ଫଳରେ ଧାନ ଗ୍ରେଡ୍-ଏର ସହାୟକ ମୂଲ୍ୟ କୁଇଣ୍ଟାଲ ପିଛା ୨୨୦୩କୁ ବୃଦ୍ଧି ପାଇଛି ।
ଟାର୍ଗେଟ୍ ସରିଯାଇଥିବା କହି ମଣ୍ଡି କର୍ତ୍ତୃପକ୍ଷ କୁଆଡ଼େ ଧାନ କିଣୁ ନଥିଲେ ।