ଚାକିରି ଖୋଜୁ ଖୋଜୁ ଅପରାଧୀ ପାଲଟିଥିବା ବିକାଶ ଏବେ ପୋଲିସ୍ ହାତରେ ଧରାପଡ଼ିଛି ।
ଦାରିଦ୍ର୍ୟତା ଯୋଗୁଁ ବିଧବା ମାଆ, ଝିଅ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେଇଥିବା ଅନୁମାନ କରାଯାଉଛି ।
ଗୁରୁ କନସଲଟାଣ୍ଟସ ସଂସ୍ଥାର ୩ କୋଟି ୯୦ ଲକ୍ଷରୁ ଅଧିକ ଟଙ୍କାର ସମ୍ପତ୍ତି ଜବତ । ପ୍ରଭାତ କହିଲେ ଜମିଜମା ସଂପର୍କିତ ମାମଲା, କୋର୍ଟରେ ପ୍ରମାଣ କରିବି ।
ଜୀବିକା, ଧର୍ମ ଓ ଇତିହାସ ସହ ଯୋଡ଼ି ହୋଇଛି ମୁଙ୍ଗେ ପାହାଡ଼ । ଐତିହାସିକ ପାହାଡ଼ ସୁରକ୍ଷା ପାଇଁ ତେଜିଲା ଅଞ୍ଚଳବାସୀଙ୍କ ଦାବି ।
ଏହି ଘଟଣାରେ ପତ୍ନୀଙ୍କ ପ୍ରାଣବାୟୁ ଉଡ଼ିଯାଇଥିବା ବେଳେ ସ୍ୱାମୀ କିନ୍ତୁ ଗୋଡ଼ ହାତ ଭାଙ୍ଗି ଏବେ ମେଡିକାଲରେ ଚିକିତ୍ସିତ ହେଉଛନ୍ତି ।
ଦାଦନ ଖଟିବାକୁ ଯାଉଥିବା ବେଳେ ଧରିଲା ପୋଲିସ । ପିଲାମାନଙ୍କୁ ଉଦ୍ଧାର ପରେ ପରିବାର ଲୋକଙ୍କୁ ହସ୍ତାନ୍ତର ।
ଟିଏମସି ମନ୍ତ୍ରୀଙ୍କ ସମ୍ପର୍କୀୟଙ୍କ ଘରୁ ବାହାରିଲା ଏଭଳି ଗଦାଗଦା ଟଙ୍କା । ଟିଏମସି ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ସମ୍ପର୍କୀୟ ଅର୍ପିତା ମୁଖାର୍ଜୀଙ୍କ ଘରୁ ପ୍ରାୟ ୨୦ କୋଟି ଟଙ୍କା ଜବତ କରିଛି ଇଡି ।
କ୍ରୋଧର ବହ୍ନିରେ ଜଳୁଥିଲେ ୮୫ ବର୍ଷିୟ ବାପା ପାଦୁକ ସାହୁ । ସେ ଏକ ପ୍ରକାର ପ୍ରତିଶୋଧ ପରାୟଣ ହୋଇଉଠିଥିଲେ ।
ପେଟ ଭିତରେ ଛୋଟ ଛୋଟ କ୍ୟାପ୍ସୁଲ୍ ଦ୍ୱାରା ହେରୋଇନ୍ ଗୁଡ଼ିକ ପ୍ୟାକ୍ ହୋଇ ରହିଥିଲା ।
ଜାଲ ଆଧାର, ଜାଲ ଫଟୋ, ଜାଲ ଦସ୍ତଖତରେ ହେଲା ଜମି କିଣାବିକା ହୋଇଥିବା ଅଭିଯୋଗ ହୋଇଛି ।
ୟୁପିରେ ତାଙ୍କ ନାଁରେ ରୁଜୁ ହୋଇଥିବା ସମସ୍ତ ଏଫଆଇଆରକୁ ସୁପ୍ରିମକୋର୍ଟ ଦିଲ୍ଲୀକୁ ସ୍ଥାନାନ୍ତରଣ ମଧ୍ୟ କରିଛନ୍ତି ।
ପୋଲିସ ଏନ୍କାଉଣ୍ଟର ବେଳେ ବିପରିତ ଦିଗରୁ ମଧ୍ୟ ଗୁଳି ବର୍ଷା ହୋଇଥିଲା । ଏଥିରେ ୩ ଜଣ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି ।
୨୪ ଘଣ୍ଟା ଭିତରେ ସମାନ ଢ଼ଙ୍ଗରେ ଦେଶରେ ୩ ପୋଲିସଙ୍କୁ ବର୍ବର ହତ୍ୟା ସମସ୍ତଙ୍କ ମନରେ ଆଶଙ୍କା ସୃଷ୍ଟି କରିଛି ।
ମହିଳା ସବଇନ୍ସପେକ୍ଟର ସନ୍ଧ୍ୟା ଟପ୍ନୋଙ୍କୁ ଗାଡ଼ି ମଡାଇ ହତ୍ୟା କରାଯାଇଛି ।
ସ୍ପେଶାଲ ଟିମ୍ ଗଠନ କରି ଅଭିଯୁକ୍ତଙ୍କୁ ଖୋଜୁଛି ପୋଲିସ । ଅପରାଧୀଙ୍କୁ ଆଦୌ ଛଡ଼ାଯିବନି କହିଲେ ହରିୟାଣା ମୁଖ୍ୟମନ୍ତ୍ରୀ ଖଟ୍ଟର ।
ଧରାପଡ଼ିଲା ଚାଉଳ ଓଜନ ପରେ ସତ । ବେଧଡ଼କ୍ ଚାଲିଛି ମଧ୍ୟାହ୍ନ ଭୋଜନ ଚାଉଳ ହରିଲୁଟ୍ । ଉପଜିଲ୍ଲାପାଳ କହିଲେ ଯୋଗାଣ ବିଭାଗକୁ ମାଗିବୁ ରିପୋର୍ଟ ।
ଲୋକଙ୍କ ହାତରେ ଧରାପଡ଼ି ଉତ୍ତମ ମଧ୍ୟମ ଖାଇଲେ ଏବଂ ପୋଲିସ ହେପାଜତରେ ଏବେ ଆଇନଜୀବୀ ଜ୍ୱାଇଁ । ତେବେ କେମିତି ଘଟିଲା ଘଟଣା ? କଣ ରହିଥିଲା ଦୃଶ୍ୟପଟ୍ଟ ?
ଆତ୍ମହତ୍ୟା ଘଟଣାକୁ ନେଇ ଉତ୍ତେଜନା ଲାଗି ରହିଥିବା ବେଳେ ପୋଲିସ୍ ଛାତ୍ରୀଙ୍କ ସ୍କୁଲର ଆଉ ୨ ଜଣ ଶିକ୍ଷୟିତ୍ରୀଙ୍କୁ ଗିରଫ କରିଛି । ଏହାକୁ ମିଶାଇ ଗିରଫଦାରୀ ସଂଖ୍ୟା ୫କୁ ବୃଦ୍ଧି ପାଇଛି ।
ମାଡ଼ ମାରିବା ସହ ମାନସିକ ନିର୍ଯାତନା ଅଭିଯୋଗ । ଅଭିଯୋଗ ପରେ ବି ପୋଲିସ କାଯର୍ୟାନୁଷ୍ଠାନ ନେଇନଥିବା ଅଭିଯୋଗ ।
ରେଜିଷ୍ଟ୍ରି କାର୍ଯ୍ୟାଳୟରେ ନକଲି କାଗଜପତ୍ର ଚିହ୍ନଟ କରିବାର ସବୁ ସୁବିଧା ଥିଲେ ବି, ନକଲି ଲୋକଙ୍କୁ ଅସଲି ସଜାଇ, ପ୍ରଥମେ ରେଜିଷ୍ଟ୍ରି କରାଇଥିଲେ ପଦ୍ମନାଭ ପୁରୋହିତ । ତାପରେ ପାଦଟିଏ ଆଗକୁ ଯାଇ ତହସିଲଦାର, ରେଜିଷ୍ଟ୍ରି ହୋଇଥିବା ଜମି ଠାରୁ ଅଧିକ ପରିମାଣର ଜମିର ପଟ୍ଟା କରିଦେଲେ ।
କଥାରେ ଅଛି ଚେଇଁ ଶୋଇଥିବ ଯିଏ, ତାକୁ ଉଠେଇବ କିଏ ? ବ୍ୟବସ୍ଥାର ଉଦାସୀନତା ପଛରେ ଏହାହିଁ ପ୍ରକୃତ କାରଣ କି ? ରାତିରେ ପଥର ଚୋରି ହେଉଥିବା ସମସ୍ତେ ଜାଣୁଥିଲେ ବି, ଏହାକୁ ରୋକିବାକୁ କାହିଁକି ସାହସ କରୁନି ପ୍ରଶାସନ ?
ସମ୍ବଲପୁର ଜିଲ୍ଲା ଯୁଯୁମୁରା ଥାନା ନୂଆ ଅଡ଼ାପଢ଼ା ଗାଁରୁ ମିଳିଛି ଫେକ୍ ନୋଟ୍ । ଆଉ ଏହି କଳାଧନ୍ଧା ଚଳାଇଥିବା ୨ ଅଭିଯୁକ୍ତଙ୍କୁ ଧରିଛି ପୋଲିସ ।