ନୂଆବର୍ଷରେ କମବ୍ୟାକ୍ କଲା ଶୀତ । ଆଜିଠୁ କମିବ ରାତି ତାପମାତ୍ରା । ଦୁଇ ଦିନ ମଧ୍ୟରେ ସର୍ବନିମ୍ନ ତାପମାତ୍ରା ୨ରୁ ୪ ଡିଗ୍ରି ହ୍ରାସ ପାଇବ ବୋଲି ଆକଳନ କରିଛି ପାଣିପାଗ ବିଭାଗ । ଫଳରେ ପ୍ରବଳ ଥଣ୍ଡା ଅନୁଭୂତ ହେବ । ୨ରୁ ୪ ତାରିଖ ମଧ୍ୟରେ କେତେକ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରି ତଳକୁ ଖସି ଆସିବାର ସମ୍ଭାବନା ରହିଛି । ସେହିପରି ରାଜ୍ୟର କିଛି ସ୍ଥାନରେ ହାଲୁକାରୁ ମଧ୍ୟମଧରଣର କୁହୁଡ଼ି ପଡ଼ିପାରେ ବୋଲି ପାଣିପାଗ ବିଭାଗ କହିଛି ।
ନୂଆବର୍ଷରୁ ଖସିବ ପାରଦ, ଥରାଇବ ତାଳୁରୁ ତଳିପା । ପାଣିପାଗ ବିଭାଗ ପୂର୍ବାନୁମାନ କରିଛି, ଆସନ୍ତା ୪ ତାରିଖ ଯାଏ ରାଜ୍ୟରେ ଥଣ୍ଡା ବଢ଼ିବ । ପାଖାପାଖି ୩ରୁ ୫ ଡିଗ୍ରୀ ଯାଏ ଖସିବ ରାତି ତାପମାତ୍ରା । ଯାହାଫଳରେ ଭଲ ଶୀତ ଅନୁଭୂତ ହେବ । ଚଳିତ ବର୍ଷ ଡିସେମ୍ବରରେ ୨ଟି ଦଫାରେ ପାଖାପାଖି ୧୦ ଦିନ ଶୀତ ଅନୁଭୂତ ହୋଇଛି ।
ତେଣେ ଆଜି ପାଇଁ କିଛି ଜିଲ୍ଲାକୁ ପ୍ରବଳ କୁହୁଡ଼ି ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ବରଗଡ଼, ବଲାଙ୍ଗିର, ନୂଆପଡା, କେନ୍ଦୁଝର, ମୟୂରଭଂଜ ଓ ସମ୍ବଲପୁରକୁ କୁହୁଡ଼ି ସମ୍ଭାବନା ରହିଛି । ତେଣୁ ଯାତାୟାତ ବେଳେ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ସେପଟେ ଉଷ୍ମ ହେଉଛି ଡିସେମ୍ବର । ଉପରମୁହାଁ ହେଉଛି ପାରଦ ।
Also Read
ଯେତେବେଳେ ଜାଡ଼, ହାଡ଼ ଭାଙ୍ଗିବା କଥା ସେତେବେଳେ ଖରା କାଟୁଛି । ପୌଷ ସରିବାକୁ ବସିଲାଣି, କିନ୍ତୁ କମ୍ବଳର ବିଶେଷ ଆବଶ୍ୟକତା ପଡୁନି । ଲୁଚକାଳି ଖେଳୁଛି ଶୀତ । ଦିନ କେଇଟା ରାଜ୍ୟରେ ଅଳ୍ପ ବହୁତ ଥଣ୍ଡା ପଡ଼ିଥିଲା । କିନ୍ତୁ ଲଘୁଚାପ ବର୍ଷା ପରେ ବିଲକୁଲ୍ ବଦଳିଛି ପାଣିପାଗ ମିଜାଜ୍ । ଡିସେମ୍ବରରେ ରାଜ୍ୟର ଦିନ ତାପମାତ୍ରା ୨୮ ଡିଗ୍ରୀ ସେଲସିୟସ୍ ମଧ୍ୟରେ ରହିବା କଥା ।
ଅଧିକ ପଢ଼ନ୍ତୁ: ଲୁଚକାଳି ଖେଳୁଛି ଶୀତ; ଉପରମୁହାଁ ହେଉଛି ପାରଦ...
କିନ୍ତୁ ବର୍ତ୍ତମାନ ଅଧିକାଂଶ ସହରରେ ପାରଦ ରହୁଛି ୩୧ରୁ ୩୩ ଡିଗ୍ରୀ ସେଲସିୟସ୍ । ଅର୍ଥାତ ସ୍ୱାଭାବିକଠାରୁ ୩-୪ ଡିଗ୍ରୀ ଅଧିକ । ପାଣିପାଗ ବିଜ୍ଞାନୀଙ୍କ ମତରେ ରାଜ୍ୟକୁ ବାୟୁ ପ୍ରବାହର ଗତି ପରିବର୍ତ୍ତନ ହୋଇଛି । ଏଥିସହ ପଶ୍ଚିମା ଝଡ଼ ପ୍ରଭାବ, ବାୟୁମଣ୍ଡଳରେ ଜଳୀୟବାଷ୍ପର ମାତ୍ରା କମ୍ ଯୋଗୁଁ ଡିସେମ୍ବରରେ ତାପମାତ୍ରା ଅଧିକ ରହୁଛି ।
ଡିସେମ୍ବର ଓ ଜାନୁଆରୀରେ ପଡ଼େ ପ୍ରବଳ ଶୀତ । ହାତଗୋଡ଼ କାଲୁଆ ପଡ଼ିଯାଏ । କିନ୍ତୁ ଏବର୍ଷ ବିରାଟ ବ୍ୟତିକ୍ରମ । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ତଥ୍ୟ କହୁଛି, ଗତ ୧୦ ବର୍ଷରେ ରାଜ୍ୟରେ ଏମିତି ଟ୍ରେଣ୍ଡ ଦେଖିବାକୁ ମିଳିଛି । ଅଧିକାଂଶ ସହରରେ ଡିସେମ୍ବରରେ ତାପମାତ୍ରା ସ୍ୱାଭାବିକଠାରୁ ୩ରୁ ୪ ଡିଗ୍ରୀ ଅଧିକ ରହୁଛି ।
୨୦୨୨ ଡିସେମ୍ବରରେ ଭୁବନେଶ୍ୱରରେ ସର୍ବାଧିକ ତାପମାତ୍ରା ୩୩.୨ ଡିଗ୍ରୀ ସେଲସିୟସ୍ ରେକର୍ଡ ହୋଇଥିଲା । ସେହିପରି ୨୦୨୦ ଡିସେମ୍ବରରେ ବାଲେଶ୍ୱରରେ ୩୩.୪, ପାରାଦୀପରେ ୩୧.୨, ଝାରସୁଗୁଡ଼ାରେ ୩୩, ୨୦୧୫ରେ କେନ୍ଦୁଝରରେ ୩୨.୯ ଓ ୨୦୧୨ରେ ପୁରୀରେ ଡିସେମ୍ବରରେ ପାରଦ ରହିଥିଲା ୩୧.୬ ଡିଗ୍ରୀ ସେଲସିୟସ୍ ।
ତେବେ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି, ଆଜିଠାରୁ ୪ ତାରିଖ ଯାଏ ରାଜ୍ୟରେ ଥଣ୍ଡା ବଢ଼ିବ । ୩ରୁ ୫ ଡିଗ୍ରୀ ଯାଏ ଖସିବ ରାତି ତାପମାତ୍ରା । ଚଳିତ ବର୍ଷ ଡିସେମ୍ବରରେ ୨ଟି ଦଫାରେ ପାଖାପାଖି ୧୦ ଦିନ ଶୀତ ଅନୁଭୂତ ହୋଇଛି । ଜଳବାୟୁରେ ଅସ୍ୱାଭାବିକ ପରିବର୍ତ୍ତନ ଋତୁଚକ୍ର ଉପରେ ପଡୁଛି । ଫଳରେ ଶୀତ ଦିନେ କେବେ ବର୍ଷା ଦାଉ ସାଧୁଛି ତ କେବେ ଗ୍ରୀଷ୍ମଋତୁ ଭଳି ଟାଇଁ ଟାଇଁ ଖରା ।