୨୦୨୪ ମସିହାରେ ଦେଶର ରାଜନୈତିକ ଦୃଶ୍ୟପଟ୍ଟରେ ଯେଉଁ ଦୁଇଟି ବଡ ଘଟଣା ଘଟିଥିଲା ତାହା ହେଲା ନରେନ୍ଦ୍ର ମୋଦି ତୃତୀୟ ଥର ଲାଗି ପ୍ରଧାନମନ୍ତ୍ରୀ ହେବା ଏବଂ ଦୀର୍ଘ ୨୪ ବର୍ଷ ପରେ ଓଡ଼ିଶାରେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜୁ ଜନତା ଦଳ ବା ବିଜେଡି ସରକାରର ପତନ ଘଟିବା । ବିଜେଡିର ଏହି ପତନକୁ ଏକ ଭୂମିକମ୍ପ ସହିତ ତୂଳନା କରାଯାଉଛି । ଯେଉଁ ବିଜେଡି ଦିନେ ନିଜକୁ ଅପରାଜେୟ ବୋଲି ଦାବି କରୁଥିଲା ଏବଂ ନବୀନ ପଟ୍ଟନାୟକ ବଂଚିଥିବା ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ପଦରେ ରହିବେ ବୋଲି କହୁଥିଲା, ତାହାର ଏଭଳି ପତନ ହେବ ବୋଲି ବହୁ କମ୍ ସମୀକ୍ଷକ କଳ୍ପନା କରିଥିଲେ ।
ଭାଇ ଭଉଣୀଙ୍କୁ ଗୁଳିମାଡ଼ । ବିଳମ୍ୱିତ ରାତିରେ କିଶୋରନଗର ଥାନା ଭାଙ୍ଗମୁଣ୍ଡା ଗାଁରେ ଏହି ଗୁଳିକାଣ୍ଡ ଘଟିଛି । ଶୋଇଥିବା ବେଳେ କେହି ଦୁର୍ବୃତ୍ତ ଉଭୟଙ୍କୁ ଗୁଳିମାଡ଼ କରିଛି।
ନିର୍ବାଚନ ପରେ ବିରୋଧୀଦଳ ନେତା ନବୀନ ୬ ମାସ ଧରି ବାହାରକୁ ବାହାରି ନଥିଲେ। ଆଉ ଏ ସମୟରେ ଚାଷୀଙ୍କୁ ଦେଖାକରିବାକୁ ବାହାରିପଡିଲେ । ଅଦିନିଆ ବର୍ଷାରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ଭେଟି ତୁରନ୍ତ କ୍ଷତିପୂରଣ ଦେବାକୁ ଦାବି କଲେ। ଯାହାକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନବୀନଙ୍କୁ ସିଧା ଟାର୍ଗେଟ କରିଛନ୍ତି।
ଆରବିଆଇ ଚିନ୍ତା ପ୍ରକଟ କରି ସୁନା ଋଣ କାରବାରକୁ ନଜରରେ ରଖିବା ପାଇଁ ନୋଟିସ୍ ଜାରି କରିଛି। ଯେଉଁ ବ୍ୟାଙ୍କ ଏବଂ ଅଣ ବ୍ୟାଙ୍କିଙ୍ଗ୍ ଆର୍ଥିକ ଅନୁଷ୍ଠାନ ଗୁଡିକ ସୁନା ଋଣ ଦେଉଛନ୍ତି, ସେମାନେ ଋଣକ୍ରେତାଙ୍କ ସୁନାର ଉତ୍ସ ବାବଦରେ ଖବର ରଖିବା ପାଇଁ ପରୋକ୍ଷରେ ସୂଚାଇ ଦେଇଛି।
କେବଳ ଚେନ୍ନାଇକୁ ଛାଡିଦେଲେ ଓଡିଶା ତୁଳନାରେ ଅନ୍ୟ ରାଜ୍ୟର ଆଳୁ ଦର କମ ରହିଛି। ଉତ୍ତରପ୍ରଦେଶରେ ଆଳୁ କେଜି ୧୭ ରୁ ୨୦ ଟଙ୍କାରେ ମିଳୁଥିବା ବେଳେ, ମହାରାଷ୍ଟ୍ରରେ ଆଳୁ କେଜି ୧୯ ଟଙ୍କାରୁ ୨୫ ଟଙ୍କା, କେରଳରେ କେଜି ପିଛା ୩୦ ଟଙ୍କାରୁ ୩୫ ଟଙ୍କା, ତାମିଲନାଡୁରେ ୩୫ ଟଙ୍କା ରହିଛି।
ଆସନ୍ତା ୮ରୁ ୧୦ ତାରିଖ ଯାଏ ଭୁବନେଶ୍ବରରେ ପ୍ରବାସୀ ଭାରତୀୟ ଦିବସ ଆୟୋଜିତ ହେବାକୁ ଯାଉଛି। ପ୍ରବାସୀ ଭାରତୀୟ ଦିବସ ଉପଲକ୍ଷେ ଆୟୋଜିତ ସମ୍ମିଳନୀକୁ ଭଣ୍ଡୁର ପାଇଁ ଏକ ଭିଡିଓ ମାଧ୍ୟମରେ ଧମକପୂର୍ଣ୍ଣ ମେଲ୍ ଆସିଛି।
ଆଜି ଶପଥ ନେବେ ଓଡ଼ିଶାର ନୂଆ ରାଜ୍ୟପାଳ ହରିବାବୁ କମ୍ଭମପତି। ସକାଳ ୧୦ଟା ୧୫ରେ ଶପଥ ପାଠ କରାଇବେ ହାଇକୋର୍ଟ ମୁଖ୍ୟ ବିଚାରପତି ।
ସୌର ଧନୁ ମାସ ପୌଷ ଶୁକ୍ଳପକ୍ଷ । ଇଂରାଜୀରେ ୩ ତାରିଖ ଶୁକ୍ରବାର । ଆଜି କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ....
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।
ବିଲରେ କଟା ହୋଇ ପଡିଛି ପାଚିଲା ଧାନ। ଅମଳ ଫସଲ ଖଳାକୁ ନେବାକୁ ଚାଷୀ ତରତର। ହେଲେ ନିଦ ହଜାଇଛନ୍ତି ହାତୀ ପଲ। ଜମିରେ ପଶି ଉଜାଡି ଦେଉଛନ୍ତି ଚାଷୀର ବର୍ଷକର ପରିଶ୍ରମ।
ମାଳ ମାଳ ପ୍ରେସକ୍ରିପସନ୍ ଝମେଲାରୁ ମିଳିବ ମୁକ୍ତି । ଗୋଟିଏ କାର୍ଡରେ ରହିବ ରୋଗୀଙ୍କ ସମସ୍ତ ତଥ୍ୟ । ରାଜ୍ୟ ସରକାର ଲାଗୁ କରିବାକୁ ଯାଉଛନ୍ତି ଆଭା କାର୍ଡ ବ୍ୟବସ୍ଥା ।
ସମୟ କମ୍, ଆୟୋଜନ ବେଶୀ । ଅତିଥି ସତ୍କାରରେ କେମିତି ବିଶ୍ବରେ ଉଦାହରଣ ସାଜିବ ଓଡିଶା । ସେଥିପାଇଁ ଏ ବିଶାଳ ତୟାରି, ପ୍ରଥମ ପ୍ରବାସୀ ଭାରତୀୟ ସମ୍ମିଳନୀ ପାଇଁ ଭୁବନେଶ୍ବର ଜନତା ମଇଦାନରେ ରାତି ଦିନ ଚାଲିଛି ଟେଣ୍ଟ ବନ୍ଧା ଓ ମଣ୍ଡପ ସଜ୍ଜା କାମ ।
ଚା ଦୋକାନର ଏକ ଫଟୋ ଏବେ ଭାଇରାଲ୍ ହେବାରେ ଲାଗିଛି। ଯେଉଁଥିରେ ଅଛନ୍ତି ଦାଦନ ସର୍ଦ୍ଦାର ଶ୍ରୀଧର କୁମ୍ଭାର, ସୁଶାନ୍ତ ପାତ୍ର ଓ ଖୋଦ୍ ପାଟଣାଗଡ଼ ଆଇଆଇସି ହରିବନ୍ଧୁ ଗଡ଼ତିଆ।ପୋଲିସ ବାବୁ ଏଠି କଣ କରୁଛନ୍ତି, କେଉଁ ବିଷୟରେ କଥା ହେଉଛନ୍ତି?
କିଏ ଧରିବେ ରାଜ୍ୟ ବିଜେପିର ମଙ୍ଗ? କିଏ ହେବେ କଂଗ୍ରେସର ନୂଆ ମଙ୍ଗୁଆଳ? ବିଜେଡି ସୁପ୍ରିମୋ ଯଦିଓ ନବୀନ, ହେଲେ ସେନାପତି କିଏ ହେବେ?
ପୁରୁଣା ବ୍ରାଣ୍ଡର ନାଁରେ ମାର୍କେଟରେ ଚାଲିଥିଲା ନକଲି ସିମେଣ୍ଟ ବିକ୍ରି । ଏହି ଘଟଣାରେ କାରଖାନାର ମାଲିକଙ୍କୁ ଅଟକ ରଖି ପଚରା ଉଚରା କରୁଛି ପୋଲିସ ।
କଂସଙ୍କ ପାଇଁ ରଙ୍ଗ ମହଲ ଓ ରାଜ ଦରବାରର ପ୍ରସ୍ତୁତି ମଧ୍ୟ ଶେଷ ପର୍ଯ୍ୟାୟରେ ପହଁଚିଛି। କଳାକାର ମାନେ ବେଶ ଉତ୍ସାହିତ ଥିବାବେଳେ ବରଗଡବାସୀ ମଧ୍ୟ ଚାତକ ପକ୍ଷୀ ପରି ଚାହିଁ ରହିଛନ୍ତି ଧନୁଯାତ୍ରାକୁ । ବର୍ଷକରେ ଥରେ ଏହି ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା ହେଉଥିବାରୁ ସମସ୍ତେ ଧନୁଯାତ୍ରାକୁ ଅପେକ୍ଷା କରିଥାନ୍ତି। ସମସ୍ତଙ୍କ ମନରେ ବେଶ୍ ଖୁସି ଓ ଉତ୍ସାହ ଦେଖିବାକୁ ମିଳିଥିବା ବେଳେ ଲୋକଙ୍କ ସୁରକ୍ଷା ପାଇଁ ବରଗଡ଼ ପୋଲିସ ପୁରା ପ୍ରସ୍ତୁତ ରହିଛି ।
ଭଲ ହେବ କି ଖରାପ ହେବ ଭାବି ପୁଣି ପଛକୁ ଫେରି ଯାଉଛନ୍ତି କି ? ବିଶେଷଜ୍ଞଙ୍କ ମତ, ଯଦି ଆପଣ ଆଚାର୍ଯ୍ୟ ଚାଣକ୍ୟଙ୍କ ଏହି କଥା ମାନିବେ, ଜୀବନରେ କେବେ ବି ହାରିବେ ନାହିଁ । ଅନୁତାପ ବି କରିବେ ନାହିଁ ।
ପୋଲିସ ପହଞ୍ଚି ଯୁବକ ମାନଙ୍କୁ ଖୁଣ୍ଟାରୁ ଫିଟାଇ ଆଣିବା ସହିତ ସେମାନଙ୍କ ଠାରୁ ନକଲି ବନ୍ଧୁକ ଜବତ କରିଥିବା ବେଳେ ଉଭୟ ପକ୍ଷର ଆପୋଷ ବୁଝାବଣ। ହୋଇଥିବା ପୋଲିସ କହିଛି ତେବେ ଗାଁ ଖୁଣ୍ଟରେ ବାନ୍ଧି ମାଡ଼ ମାରିବା ଭିଡିଓ ଏବେ ବେସ ଭାଇରଲ ହେଉଥିବା ଦେଖିବାକୁ ମିଳିଛି ।
ବଢ଼ିଲା ସ୍ବାଧୀନତା ସଂଗ୍ରାମୀଙ୍କ ଭତ୍ତା। ଭତ୍ତା ବୃଦ୍ଧି କଲେ ରାଜ୍ୟ ସରକାର। କାରାବରଣ କରିଥିବା ସ୍ବାଧୀନତା ସଂଗ୍ରାମୀଙ୍କ ପେନସନ୍ ଦୁଇଗୁଣା ହେଲା।
ବିଜେପି କ୍ଷମତାକୁ ଆସିବାର ପ୍ରାୟ ୭ ମାସ ପରେ ପୂର୍ବ ମୁଖ୍ୟମନ୍ତ୍ରୀଙ୍କ ବିଲବୁଲାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଶପଥଗ୍ରହଣ ସମାରୋହରେ ନବୀନଙ୍କ ଉପସ୍ଥିତି, ପୂଜାମେଢ ବୁଲିବା, ପୁରୀ ରଥଯାତ୍ରା, ଡିଏଭି ସ୍କୁଲ ସମାରୋହ କାର୍ଯ୍ୟକ୍ରମ ଆଦି ବିଭିନ୍ନ କ୍ଷେତ୍ରରେ ପୂର୍ବନତ ମୁଖ୍ୟମନ୍ତ୍ରୀ ଯୋଗଦେବା ପ୍ରସଙ୍ଗ ମଧ୍ୟ ଏହି ଚର୍ଚ୍ଚାର ପରିସରକୁ ଆସିଛି।
ପଶ୍ଚିମବଙ୍ଗରୁ ଓଡ଼ିଶା ଫେରିବା ପରେ, ସାମ୍ନାକୁ ଆସିଲା ଜିନ୍ନତ୍ର ଗୋଟିଏ ପରେ ଗୋଟିଏ ଭିଡିଓ ।
ମହାପ୍ରଭୁଙ୍କ ଝଲକ ଟିକେ ପାଇବାକୁ ବ୍ୟଗ୍ରତା, ବଡ଼ଦାଣ୍ଡରେ ଭକ୍ତଙ୍କ ଲମ୍ବା ଲାଇନ୍ । ନୂଆବର୍ଷରେ ଶ୍ରୀଜିଉଙ୍କ ଦର୍ଶନ ଲାଗି ପୁରୀରେ ଅସମ୍ଭାଳ ଭିଡ଼ ।
ନୂଆବର୍ଷରେ କମବ୍ୟାକ୍ କଲା ଶୀତ । ରାଜ୍ୟର ବିଭିନ୍ନ ସ୍ଥାନରେ ଅନୁଭୂତ ହେଉଛି ପ୍ରବଳ ଶୀତ ।
ଓଡ଼ିଶା ଆସିବେ ନୂଆ ରାଜ୍ୟପାଳ ହରିବାବୁ କମ୍ଭମ୍ ପତି । ଆଜି ଭୁବନେଶ୍ୱରରେ ପହଞ୍ଚିବା ପରେ ପୁରୀ ଯାଇ ଶ୍ରୀଜିଉଙ୍କୁ ଦର୍ଶନ କରିବେ ।
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।