• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

କମ୍ୟୁନିଟି ପୋଲିସିଂକୁ ଗୁରୁତ୍ୱ ଦେବ କମିଶନରେଟ ପୋଲିସ । ସାଧାରଣ ଲୋକଙ୍କ ସହଭାଗିତାରେ ହେବ ଅପରାଧ ନିୟନ୍ତ୍ରଣ । ନୂଆବର୍ଷରେ ନୂଆ ସଂକଳ୍ପ ସହ ସାମ୍ନାକୁ ଆସିଲା କମିଶନରେଟ ପୋଲିସର ବାର୍ଷିକ ରିପୋର୍ଟ । ଭୁବନେଶ୍ୱର ଅର୍ବାନ ପୋଲିସ ଜିଲ୍ଲାରେ ୨୦୨୩ରେ ୧୧ ହଜାର ୯୭୫ ମାମଲା ରୁଜୁ ହୋଇଥିବା ବେଳେ ୨୦୨୪ରେ ୧୪ ହଜାର ୪୧୬ କେସ ରୁଜୁ ହୋଇଛି ।

୨୦୨୩ରେ ୫୨ଟି ମର୍ଡର କେସ ହୋଇଥିବା ବେଳେ ୨୦୨୪ରେ ଏହା ବଢି ୬୬ରେ ପହଞ୍ଚିଛି । ଡକାୟତି, ଲୁଟ, ଚୋରି ଭୁବନେଶ୍ୱରରେ ଏବର୍ଷ କମିଛି । ସେହିପରି କଟକ ୟୁପିଡ଼ିରେ ୨୦୨୩ରେ ୭୮ଟି ମର୍ଡର କେସ ସାମ୍ନାକୁ ଆସିଥିବା ବେଳେ ୨୦୨୪ରେ ୮୯ଟି କେସ ରୁଜୁ ହୋଇଛି ।

ଅଧିକ ପଢ଼ନ୍ତୁ: ଲକ୍ଷ୍ନୌରେ ଚାଞ୍ଚଲ୍ୟ, ମା’ ସହ ୪ ଭଉଣୀକୁ ହତ୍ୟା କଲା ଭାଇ

ଡକାୟତି, ଲୁଟ, ଚୋରି କଟକରେ ଗତବର୍ଷ କମିଛି । ସେହିପରି ଦଙ୍ଗା ଓ ଟ୍ରାଫିକ କେସରେ ସାମାନ୍ୟ ହ୍ରାସ ହୋଇଛି । ଭୁବନେଶ୍ୱର ପୋଲିସ ପ୍ରପର୍ଟି ଅଫେନ୍ସ କେସରେ ୧୧୨୫ ଜଣଙ୍କୁ ଗିରଫ କରିଥିବା ବେଳେ ୫ କେଜି ୫୫୫ ଗ୍ରାମ ସୁନା, ୧୫ କେଜିରୁ ଅଧିକ ରୁପା, ୭୭୯ଟି ମୋବାଇଲ ଜବତ କରାଯାଇଛି ।

ସେହିପରି କମିଶନରେଟ ପୋଲିସ ପାଇଁ ବଡ଼ ଚ୍ୟଲେଞ୍ଜ ପାଲଟିଥିବା ସାଇବର କ୍ରାଇମ କ୍ଷେତ୍ରରେ ୨୦୨୪ ମସିହାରେ ୭ ହଜାର ୨୬୩ ମାମଲା ରୁଜୁ କରାଯାଇଛି । ୮୨ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଠକେଇ ନେଇ ଅଭିଯୋଗ ହୋଇଛି । ଅଭିଯୋଗ ପରେ ୨୩ କୋଟି ୬୦ ଲକ୍ଷ ଟଙ୍କା ଫ୍ରିଜ କରାଯାଇଛି ।

୨ କୋଟି ୫୦ ଲକ୍ଷ ଟଙ୍କା ଠକେଇର ଶିକାର ଲୋକଙ୍କୁ ଫେରସ୍ତ ହୋଇଛି । ସାଇବର ଅପରାଧ ରୋକିବା ପାଇଁ ଲୋକଙ୍କୁ ସଚେତନ କରାଯାଇଛି । ଟୋଲ ଫ୍ରି ନମ୍ବର ୧୯୩୦ ଜାରି ହୋଇଛି । ଅନ୍ୟପଟେ ଟୁଇନ ସିଟିରେ ବଢୁଥିବା ଟ୍ରାଫିକ ସମସ୍ୟାକୁ ରୋକିବା ସହ ଦୁର୍ଘଟଣା ହାର କମାଇବା ୨୦୨୫ ମସିହାରେ କମିଶନରେଟ ପୋଲିସର ମୁଖ୍ୟ ପ୍ରୟାସ ରହିବ ବୋଲି କହିଛନ୍ତି ପୋଲିସ କମିଶନର ।

ଅଧିକ ପଢ଼ନ୍ତୁ: ଜିରୋ ନାଇଟ୍‌ ସେଲିବ୍ରେସନ୍‌ ବେଳେ ଫୁଟିଲା ଗୁଳି, ବୁଲିଲା ଛୁରୀ

OTV is now on Whatsapp

Join and get latest news update delivered to you via whatsapp

Join Now