ହାତ ଝାଡ଼ିଦେଲା ଇସ୍କନ । ଧରାଇଦେଲା ଦିଦିଙ୍କ ମିଛ । କହିଲା- ଦୀଘା ମନ୍ଦିରକୁ ଜଗନ୍ନାଥ ଧାମ କହିବା ପଛରେ ଆମ ଭୂମିକା ଶୂନ୍ । ସବୁ ପଶ୍ଚିମବଙ୍ଗ ସରକାରଙ୍କ ଡିସିସନ୍ ।
ବିରୋଧକୁ ଭୃକ୍ଷେପ ନାହିଁ, କି ସମାଲୋଚନାକୁ ଡର ନାହିଁ । ଦୀଘା ଜଗନ୍ନାଥ ମନ୍ଦିରକୁ ଜଗନ୍ନାଥ ଧାମ ନାଁ ଦେବାର ଅପଚେଷ୍ଟାରୁ ହଟୁନାହାନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଏମିତିକି ମହାନ ଜଗନ୍ନାଥ ସଂସ୍କୃତିକୁ ଉପହାସ, ଓଡ଼ିଆଙ୍କୁ ତାଚ୍ଛଲ୍ୟ କରିବା ଭଳି ବୟାନ ରଖି ପୁଣି ବିବାଦକୁ ଆସିଛନ୍ତି ମମତା । ଏପଟେ ବିବାଦ ବଢୁଥିବା ବେଳେ ମାମଲାରେ ହସ୍ତକ୍ଷେପ କରି ପଦକ୍ଷେପ ନେବାକୁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ସୁଦର୍ଶନ ପଟ୍ଟାନାୟକ ।
ସେହିପରି ‘ଧାମ’ ଶଦ୍ଦ ବ୍ୟବହାରରୁ ଦୂରରେ ରହିବାକୁ କହିଛନ୍ତି ମୋହନ ମାଝୀ । ସେ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ଆନ୍ତଃରାଜ୍ୟ ସମ୍ମାନ ଓ ସାଂସ୍କୃତିକ ସମ୍ବେଦନଶୀଳତାକୁ ବଜାୟ ରଖନ୍ତୁ ।
ସେହିପରି ‘ଧାମ’ ଶଦ୍ଦ ବ୍ୟବହାରରୁ ଦୂରରେ ରହିବାକୁ କହିଛନ୍ତି ମୋହନ ମାଝୀ । ସେ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ଆନ୍ତଃରାଜ୍ୟ ସମ୍ମାନ ଓ ସାଂସ୍କୃତିକ ସମ୍ବେଦନଶୀଳତାକୁ ବଜାୟ ରଖନ୍ତୁ ।
ଆମ ବେଙ୍ଗଲି ପର୍ଯ୍ୟଟକ ଓଡ଼ିଶା କୁ ସବୁଠୁ ଅଧିକ ଯାଆନ୍ତି । ଜଗନ୍ନାଥଙ୍କ ଗୁଣ୍ଡିଚା ଯାତ୍ରା ହେଉ କି ବାହୁଡା଼ ଯାତ୍ରା କୁହନ୍ତୁ, ବର୍ଷ ସାରା ଯାଆନ୍ତି ? ଆମେ ଯଦି ଗୋଟିଏ ଜଗନ୍ନାଥ ଧାମ କଲୁ କାହିଁକି ଆପତ୍ତି ଉଠାଉଛନ୍ତି ବୋଲି ମମତା ପାଲଟା ଯୁକ୍ତି ବାଢିଛନ୍ତି।
ଜଗନ୍ନାଥଙ୍କର କେବଳ ଗୋଟିଏ ଧାମ, ତାହା ହେଲା ପୁରୀ । ଏକ ଧାମ କେବଳ ଗୋଟିଏ ସ୍ଥାନରେ ରହିପାରିବ । ଦୀଘା ପାଇଁ ଧାମ ଶବ୍ଦ ବ୍ୟବହାର କରାଯିବା ଉଚିତ ନୁହେଁ ବୋଲି କହିଲେ ଜ୍ୟୋର୍ତି ମଠ ଶଙ୍କରାଚାର୍ଯ୍ୟ ।
'ଆମେ ବଙ୍ଗଳାରେ ଯଦି ଜଗନ୍ନାଥ ଧାମ ଲେଖିଦେଲୁ କଣ ହୋଇଗଲା? ତମର ଏତେ ଆପତ୍ତି କଣ ପାଇଁ?' -ମମତା ବାନାର୍ଜୀ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ
ମମତା ବାନାର୍ଜୀଙ୍କୁ କଡ଼ା ସମାଲୋଚନା କଲେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ମମତା ବାନାର୍ଜୀ ହେଉଛନ୍ତି ଜଣେ ହିନ୍ଦୁ ବିରୋଧୀ, ଜଗନ୍ନାଥ ବିରୋଧୀ ମୁଖ୍ୟମନ୍ତ୍ରୀ । କେବଳ ଭୋଟ ପାଇଁ ଦୀଘାରେ ଶ୍ରୀକ୍ଷେତ୍ରର ବିକଳ୍ପ ତିଆରି କରିବାକୁ ଚେଷ୍ଟା କରିଛନ୍ତି ବୋଲି କହିଲେ ।
ଦୀଘାରେ ଏବେ ବି ହଟିନି ବିବାଦୀୟ 'ଜଗନ୍ନାଥ ଧାମ' ନାମ । ପ୍ରବଳ ବିରୋଧାଭାସ ପରେ କେବଳ ଗୋଟିଏ ନାମଫଳକରୁ 'ଧାମ' ଲେଖା ହଟାଯାଇଛି, ମାତ୍ର ୱେବସାଇଟ୍ରେ ଏବେ ବି ଜଗନ୍ନାଥ ଧାମ ବୋଲି ଲେଖାରହିଛି ।
ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ପୁରୀ ଜଗନ୍ନାଥକୁ କିଭଳି ଗୌଣ କରିବାକୁ ଉଦ୍ୟମ କରିଛନ୍ତି ତାହା ପଦାକୁ ଆସିଛି। ପୁରୀ ଜଗନ୍ନାଥ ଧାମକୁ କେବଳ ଜଗନ୍ନାଥ ମନ୍ଦିର କହିବା ସହ ଦୀଘା ମନ୍ଦିରକୁ ଜଗନ୍ନାଥ ଧାମ ବୋଲି କହିଛନ୍ତି ମମତା ।
ଦୀଘା ଦାରୁ ଦିଅଁ ବିବାଦକୁ ନେଇ ମମତା ବାନାର୍ଜୀ ଓ ଦଇତାପତି ନିଯୋଗ ସମ୍ପାଦକ ରାମକୃଷ୍ଣ ଦାସମହାପାତ୍ରଙ୍କୁ କଡା ଭତ୍ସନା କଲେ ପଶ୍ଚିମବଙ୍ଗ ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ ।
ବଢ଼ିଲା ମମତା ବାନାର୍ଜୀଙ୍କ ଅଡ଼ୁଆ । ଦୀଘାରେ ଜଗନ୍ନାଥଙ୍କ ମନ୍ଦିର ଗଢ଼ି 'ଜଗନ୍ନାଥ ଧାମ' ନାଁ ଦେଇ ଅଡ଼ୁଆରେ ପଡ଼ିଯାଇଛନ୍ତି ମମତା । ଜଗନ୍ନାଥ ମନ୍ଦିର ବିବାଦକୁ ନେଇ ଓଡ଼ିଶା ସରକାରଙ୍କ ତଦନ୍ତ ନିର୍ଦ୍ଦେଶକୁ ସ୍ବାଗତ କରିଛନ୍ତି ପଶ୍ଚିମବଙ୍ଗ ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ ।
ଦୀଘାରେ ଶ୍ରୀ ଜଗନ୍ନାଥ ଧାମ ! ଦୀଘାରେ ମହୋଦଧୀ ! ଦୀଘାରେ ମିଳୁଛି ମହାପ୍ରସାଦ ! ଓଡ଼ିଶାର ଗୌରବ ଆଉ ଓଡ଼ିଆଙ୍କ ମୁରବୀଙ୍କୁ ନେଇ ମମତା କରୁଛନ୍ତି କଦର୍ଯ୍ୟ ପାଲା । ମମତା ଜଣେ ହିନ୍ଦୁ ନାରୀ ହୋଇ ଶ୍ରୀ ଜଗନ୍ନାଥ ସଂସ୍କୃତି ପରମ୍ପରାକୁ ପ୍ରଚାର ପ୍ରସାର କରିବା ପରିବର୍ତ୍ତେ ଦୀଘାରେ ହିନ୍ଦୁ ଧର୍ମର ଅପମାନ କରୁଛନ୍ତି ।
ଦୀଘା ଜଗନ୍ନାଥ ମନ୍ଦିର ନେଇ କିଛି ଦିନ ହେବ ଦ୍ବନ୍ଦ୍ବାତ୍ମକ ତଥ୍ୟ ପ୍ରଚାରିତ ହେଉଛି । ଦୀଘାରେ ଜଗନ୍ନାଥ ମନ୍ଦିର ହେବା, ଏହାକୁ ଜଗନ୍ନାଥ ଧାମ ନାମ ଦେବା, ଏଠାରୁ ଯାଇ ସେବାୟତମାନେ ମନ୍ଦିର ପ୍ରତିଷ୍ଠାରେ ଯୋଗଦେବା ଓ ବଳକା ଦାରୁକାଠରେ ପ୍ରତିମା ନିର୍ମାଣ ହେବା ଚର୍ଚ୍ଚା ବିଷୟ ତାଙ୍କୁ ବ୍ୟଥିତ କରିଥିବା ମନ୍ତ୍ରୀ ସୋସିଆଲ ମିଡିଆ ‘X’ ରେ ଲେଖିଛନ୍ତି । ଘଟଣା ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରି ଏକ ଅନ୍ତରୀଣ ରିପୋର୍ଟ ଦେବାକୁ ଶ୍ରାମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଆଇନ ମନ୍ତ୍ରୀ ।
ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦେଶର ୪ ଧାମ ଭିତରେ ଶ୍ରେଷ୍ଠଧାମ ଜଗନ୍ନାଥ ଧାମର ନାଁକୁ ବି ହାଇଜାକ୍ କରିବାର ଅପଚେଷ୍ଟା କରିଛନ୍ତି । ଯାହା କୌଣସି ପରିସ୍ଥିତିରେ ବି ଗ୍ରହଣୀୟ ନୁହେଁ ।
ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ୱକଫ ସଂଶୋଧନ ବିଲକୁ ନିଜ ରାଜ୍ୟରେ ଲାଗୁ କରିବେ ନାହିଁ ବୋଲି ସ୍ପଷ୍ଟ ଘୋଷଣା କରିଛନ୍ତି । ଏହା ପରେ ୱାକଫ୍ ବିଲକୁ ନେଇ ଜଳୁଛି ପଶ୍ଚିମବଙ୍ଗ ।
କହିବାକୁ ଗଲେ, ପଶ୍ଚିମବଙ୍ଗରେ ୱାକଫ ବିରୋଧୀ ବିକ୍ଷୋଭ ହିନ୍ଦୁ ବିରୋଧୀ ହିଂସାରେ ପରିଣତ ହୋଇ ସାରିଛି । ମୁର୍ଶିଦାବାଦରେ ଶତାଧିକ ହିନ୍ଦୁ ପରିବାର ଆକ୍ରମଣର ଶିକାର ହେବା ପରେ ଘରଦ୍ୱାର ଛାଡି ପଳାଇଛନ୍ତି । ଏପରିକି ଦଙ୍ଗାକାରୀମାନେ ବିଏସଏଫ ଯବାନଙ୍କୁ ବି ଛାଡି ନାହାନ୍ତି । ଯବାନଙ୍କ ଉପରକୁ ପଥର ଫିଙ୍ଗିବା ସହ ଜଳୁଥିବା ବୋତଲ ମାଡ କରିଛନ୍ତି । ସାଂଘାତିକ ହୋଇପଡ଼ିଛି ପଶ୍ଚିମବଙ୍ଗ ସ୍ଥିତି ।
ସର୍ବଦା କେନ୍ଦ୍ର ସରକାରଙ୍କୁ ବିରୋଧ କରୁଥିବା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିଜ ରାଜ୍ୟରେ ୱକଫ ସଂଶୋଧନ ବିଲ ଲାଗୁ କରେଇ ନଦେବା ପାଇଁ ଚେତାବନୀ ଦେଇଛନ୍ତି। ଟିଏମସି ସରକାର ପଶ୍ଚିମବଙ୍ଗରେ ଏହି ଆଇନକୁ ଲାଗୁ କରିବ ନାହିଁ ବୋଲି ମମତା କହିଛନ୍ତି।
ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ହିନ୍ଦୁ ବିରୋଧୀ ଚେହେରା ପୁଣି ଥରେ ସାମ୍ନାକୁ ଆସିଛି। ଉତ୍ତରପ୍ରଦେଶର ପ୍ରୟାଗରାଜରେ ଅନୁଷ୍ଠିତ ମହାକୁମ୍ଭକୁ ସେ ମୃତ୍ୟୁ କୁମ୍ଭ ବଲି କହିବାକୁ ପଛାଇ ନାହାନ୍ତି। ମମତାଙ୍କ ଏଭଳି ବୟାନକୁ ସମସ୍ତେ ନିନ୍ଦା କରିଛନ୍ତି। ନିୟମିତ ଭାବରେ ହିନ୍ଦୁ ଧର୍ମ ଓ ପୂଜା ପର୍ବାଣୀ ବିପକ୍ଷରେ ମତ ଦେଉଥିବା ମମତାଙ୍କ ହିନ୍ଦୁ ବିରୋଧୀ ବୋଲି କହିଛନ୍ତି ମହାମଣ୍ଡଳେଶ୍ବର ଇଶ୍ବର ଦାସ ମହାରାଜ।
ସାରା ଦେଶର ମୁଣ୍ଡ ତଳକୁ ନୁଆଁଇ ଦେଇଥିବା, ଲଜ୍ଜିତ କରିଥିବା କୋଲକାତା RG କର ମେଡିକାଲ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଆସିଛି କୋର୍ଟଙ୍କ ରାୟ। ୫୭ ଦିନର ବିଚାର ପରେ ସଜା ଶୁଣାଇଛନ୍ତି ଅଦାଲତ ।
ମମତା ଏହା ମଧ୍ୟ କହିଛନ୍ତି ଯେ, ଓଡ଼ିଶା ସରକାର ତାଙ୍କର ଜଙ୍ଗଲ ବିଭାଗର ଏକ ଟିମ୍ ପଠାଇ ପଶ୍ଚିମବଙ୍ଗରୁ ବାଘକୁ ଧରି ନେବା ଉଚିତ୍ ।
କେବଳ ଚେନ୍ନାଇକୁ ଛାଡିଦେଲେ ଓଡିଶା ତୁଳନାରେ ଅନ୍ୟ ରାଜ୍ୟର ଆଳୁ ଦର କମ ରହିଛି। ଉତ୍ତରପ୍ରଦେଶରେ ଆଳୁ କେଜି ୧୭ ରୁ ୨୦ ଟଙ୍କାରେ ମିଳୁଥିବା ବେଳେ, ମହାରାଷ୍ଟ୍ରରେ ଆଳୁ କେଜି ୧୯ ଟଙ୍କାରୁ ୨୫ ଟଙ୍କା, କେରଳରେ କେଜି ପିଛା ୩୦ ଟଙ୍କାରୁ ୩୫ ଟଙ୍କା, ତାମିଲନାଡୁରେ ୩୫ ଟଙ୍କା ରହିଛି।
ଜୀନତ୍ ଟ୍ରାଙ୍କୁଲାଇଜ୍ ହେବାର ୪୮ ଘଣ୍ଟା ବିତିଗଲାଣି। ହେଲେ ଆଲିପୁର ଚିଡ଼ିଆଖାନାରେ ବନ୍ଦୀ ଜୀବନ ବିତାଉଛି ଏହି ମରାଠା ବାଘୁଣୀ। ଯନ୍ତା ଭିତରେ ରହି ଏକ ପ୍ରକାର ଅସହାୟ ହୋଇଗଲାଣି।
ଆସୋସିଏସନ୍ ଫର୍ ଡେମୋକ୍ରାଟିକ୍ ରିଫର୍ମ ଡିସେମ୍ବର ୩୦ରେ ଏହି ରିପୋର୍ଟ ପ୍ରକାଶ କରିଛି। ଏଥିରେ ଦେଶର ମୁଖ୍ୟମନ୍ତ୍ରୀଙ୍କ ସମ୍ପତ୍ତିର ବିବରଣୀ ପ୍ରକାଶ ପାଇଛି। ଦେଶର ଦୁଇ ମୁଖ୍ୟମନ୍ତ୍ରୀ ହେଉଛନ୍ତି ଆରବପତି। ମୁଖ୍ୟମନ୍ତ୍ରୀଙ୍କ ହାରାହାରି ସମ୍ପତ୍ତି ହେଉଛି ୫୨.୫୯କୋଟି ଟଙ୍କା।
ଚଳିତବର୍ଷ ଜିଲ୍ଲାରେ ପ୍ରାୟ ୧୧୩୩ ହେକ୍ଟର ଜମିରେ ହୋଇଛି ରବି ଆଳୁ ଚାଷ। କେବଳ ଚାଣ୍ଡାଲଗୁଡା ଗ୍ରାମର ଶହେ ହେକ୍ଟର ଜମିରେ ଆଳୁ ଚାଷ କରାଯାଇଛି। ତେବେ ଯଦି ବର୍ଷ ତମାମ ପାଣି ସୁବିଧା ହୁଅନ୍ତା ଅଧିକ ଆଳୁ ଚାଷ କରି କରିପାରନ୍ତେ ଚାଷୀ।