ନୂଆବର୍ଷରେ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ୍ କଲେ ତଥାଗତ ସତପଥୀ । କ’ଣ ପାଇଁ ବିଜେଡି ହାରିଲା ସମ୍ପାଦକୀୟରେ ରଖିଲେ ମତ । ପରାଜୟ ପାଇଁ ପାଣ୍ଡିଆନ କି ଭାଜପା ନୁହେଁ, ନବୀନ ହିଁ ଦାୟୀ ବୋଲି ସେ କହିଛନ୍ତି । ପ୍ରଶାସନିକ ବ୍ୟବସ୍ଥାରେ IAS ରୁ ଅବସର ପରେ ଜନ୍ମସ୍ଥାନକୁ ଫେରିଯାନ୍ତି । କିନ୍ତୁ ପାଣ୍ଡିଆନଙ୍କୁ ଦଳର ମଙ୍ଗ ଧରାଇ ନବୀନ ଓଡ଼ିଆଙ୍କୁ ତାଚ୍ଛଲ୍ୟ କଲେ ।
ନବୀନ ଭାବିଥିଲେ ସେ ଯାହାକୁ ଛିଡ଼ା କରିଦେବେ ସେ ଜିତିଯିବ । କିନ୍ତୁ ତାହା ହେଲା ନାହିଁ । ନବୀନ ଓଡ଼ିଶାକୁ ନିଜର ଜାଗିର ଧରିନେଇଥିଲେ ବୋଲି ଏହି ଅବସରରେ କହିଛନ୍ତି ତଥାଗତ । ଦଳ ଗଢ଼ିଥିବା ଲୋକଙ୍କୁ ଅଣଦେଖା କରି ମୁଷ୍ଟିମେୟଙ୍କୁ ଧରି ଶାସନ କରିବାର ଫଳ ଏହା ବୋଲି ସେ କହିଛନ୍ତି ।
ଭାଜପା ସମର୍ଥନରେ ୨୦୦୯ ପର୍ଯ୍ୟନ୍ତ ବିଜେଡି କ୍ଷମତା ରଖି ପାରିଥିଲା । ପ୍ୟାରୀ ପକାଇଥିବା ଭିତ୍ତିଭୂମି ଯୋଗୁଁ ବିଜେଡି ଏକାକୀ ୨୦୦୯ ନିର୍ବାଚନ ଜିତିଲା । ସେହିପରି ପ୍ୟାରୀଙ୍କ ଭଳି ଦଳର ଅନେକ ସଦସ୍ୟଙ୍କ ଯୋଗୁଁ ବିଜେଡି ୨୪ ବର୍ଷ ତିଷ୍ଠିଲା ବୋଲି ମଧ୍ୟ କହିଛନ୍ତି । ୨୦୧୯ ପରେ ପାଗଳାମି ଆରମ୍ଭ ହୋଇଥିଲା ବୋଲି ଲେଖିଛନ୍ତି ତଥାଗତ । ଯଦି ନବୀନଙ୍କ ପାଇଁ ବିଜେଡି ୫ ଥର ଜିତିଥିଲା, ଷଷ୍ଠ ଥର ପରାଜୟ ପାଇଁ ବି ସେ ଦାୟୀ ବୋଲି ସେ ସ୍ପଷ୍ଟ ଭାବେ ନିଜ ମତ ରଖିଛନ୍ତି ।
Also Read
ଅଧିକ ପଢନ୍ତୁ: ‘ଭୈରବାନନ୍ଦ ସନ୍ନ୍ୟାସୀ BJDକୁ ବୁଡେଇଲେ, ଏବେ ନେତାଙ୍କୁ ବି ବୁଡେଇବେ’
ସେପଟେ ଗତ କିଛିଦିନ ତଳେ ପାଣ୍ତିଆନ୍ଙ୍କୁ ସୂରଜ ମଧ୍ୟ ଟାର୍ଗେଟ୍ କରିଥିଲେ । କଳିଙ୍ଗ ଷ୍ଟାଡିୟମ ଆଥଲେଟିକ୍ ଟ୍ରାକରେ ଗାଡ଼ି ଗଡ଼ାଇବା ନେଇ କ୍ରୀଡାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କୁ ବିବାଦକୁ ଟାଣିବା ପରେ ଗତ କିଛିଦିନ ତଳେ ବିଜେଡିକୁ କାଉଣ୍ଟର କରି ସିଧାସଳଖ ପାଣ୍ଡିଆନଙ୍କୁ ଟାର୍ଗେଟ୍ କରିଥିଲେ ସୂର୍ଯ୍ୟବଂଶୀ ।
ପାଣ୍ଡିଆନଙ୍କ ନାଁ ନନେଇ କହିଥିଲେ, ଭୈରବାନନ୍ଦ ସନ୍ନ୍ୟାସୀ ବିଜେଡିକୁ ବୁଡେଇଲେ । ଏବେ ବିଜେଡି ନେତାଙ୍କୁ ବି ବୁଡେଇବେ । ତାଙ୍କ କଥାରେ ପଡି ବିଜେଡି ନେତା ଅପ୍ରସଙ୍ଗକୁ ପ୍ରସଙ୍ଗ କରୁଛନ୍ତି । ବିଜେଡି କହିଛି, ମନ୍ତ୍ରୀ ସ୍ପଷ୍ଟୀକରଣ ନଦେଇ ଅଯଥା କଥା କହୁଛନ୍ତି । ସନ୍ନ୍ୟାସୀଙ୍କ ବୁଦ୍ଧିରେ ମାତିଛନ୍ତି ବିଜେଡି ନେତା !
ଭୈରବାନନ୍ଦ ସନ୍ନ୍ୟାସୀ ବିଜେଡିକୁ ବୁଡେଇଲେ, ଏବେ ବିଜେଡି ନେତାଙ୍କୁ ବି ବୁଡେଇବେ! ରୁବେନଙ୍କ ପାଣ୍ଡିଆନ ପଜଲକୁ ଡାଇଭର୍ଟ କରିବାକୁ କଳିଙ୍ଗ ଷ୍ଟାଡିୟମକୁ ପ୍ରସଙ୍ଗ କରିଛନ୍ତି ବିଜେଡି ନେତା । ନାଁ ନନେଇ ପାଣ୍ଡିଆନଙ୍କ ଉପରେ ଏମିତି ବର୍ଷିଛନ୍ତି କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ । ନିର୍ବାଚନ ବେଳେ ରାଜ୍ୟର ସମସ୍ତ ଖେଳପଡ଼ିଆରେ ହେଲିକେପ୍ଟର ଓହ୍ଲେଇବା କେଉଁ ପ୍ରକାର ପରିପକ୍ୱତା ଥିଲା ?
ପୂର୍ବରୁ କଳିଙ୍ଗ ଷ୍ଟାଡିୟମକୁ ବି ମନ୍ତ୍ରୀଙ୍କୁ ଛଡ଼ା ଯାଉନଥିଲା । ଗୋଟିଏ ଲୋକ ବଗଭଳିଆ ଟୁଙ୍ଗୁ ଟୁଙ୍ଗୁ ହୋଇ ଭିଡିଓ ଛାଡୁଥିଲେ । ଶ୍ରଦ୍ଧାର ସହ ମସାଜ ହେଉଥିଲେ । ସୂରଜ ଆହୁରି ମଧ୍ୟ କହିଥିଲେ, ଭୈରବାନନ୍ଦ ସନ୍ନ୍ୟାସୀ ବାବୁଙ୍କ କଥାରେ ପଡି ବିଜେଡି ନେତା ଅପ୍ରସଙ୍ଗକୁ ପ୍ରସଙ୍ଗ କରୁଛନ୍ତି । ସେ ଦଳକୁ ବୁଡେଇ ଦେଲେ, ଏବେ ଲେନିନ, ତୁଷାରକାନ୍ତି, ମନ୍ମଥକୁ ବୁଡେଇ ବାକୁ ବସିଛନ୍ତି ।