ଦୁଇ ଦିନ ତଳେ ୪୦ ଥିଲା, ଆଜି ୪୫। କାଲି କେତେ ହେବ କହିହେଉନି। ବଜାରରେ ଆଳୁ ଦର ୪୦ ତଳକୁ ଖସିବାର ନାଁ ନେଉନି।
ବଲାଙ୍ଗିର ଜିଲ୍ଳାର ଦେଓଗାଁ ବ୍ଳକର ଜଂଗଲ ଭିତରେ ଥିବା କୁଲତାପଡା ପଂଚାୟତର ଖଇରଗୁରାରେ କାହିଁ କେଉଁ ଆଦିମ କାଳରୁ ପାଳିତ ହୋଇ ଆସୁଥିଲା ଆଦିବାସୀଙ୍କ ପ୍ରସିଦ୍ଧ ସୁଲିଆ ଯାତ୍ରା । ୧୯୭୦ ମସିହାରେ ଆଦିବାସୀ ମାନେ ଦୁଇ ଭାଗ ହୋଇ ଖଇରଗୁରାର ବଡଖଳା ଏବଂ କୁମୁରିଆର ସାନଖଳାରେ ଯାତ୍ରା ପାଳନ କରି ଆସୁଛନ୍ତି । ହଜାର ହଜାର ସଂଖ୍ୟାରେ ପଶୁବଳି ପଡୁଥିବାରୁ, ବଲାଙ୍ଗିର ସହରର କିଛି ସମାଜସେବୀ ଗତ ୨୦ ବର୍ଷ ତଳେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ।
କାହିଁକି ପାଳି କରି ଗାଁ ଲୋକେ ଅସୁର ପାଇଁ ଖାଇବା ପଠାଉଥିଲେ? ସେ ମଣିଷ ଖିଆ ଅସୁର ପୁଣି ମଲା କେମିତି ? ଅନ୍ଧାର ରାତିରେ ତାକୁ ମାରିଲା କିଏ? ଯିଏ ମାରିଲା ସେ ଗାଁ ଛାଡି ଲୁଚି ପଳେଇଲା କାହିଁକି? ସବୁ ପ୍ରଶ୍ନର ଉତ୍ତର ପାଇଁ ପଢନ୍ତୁ ମହାଭାରତର ଆଜିର ଅଧ୍ୟାୟ ।
ମମତା ଏହା ମଧ୍ୟ କହିଛନ୍ତି ଯେ, ଓଡ଼ିଶା ସରକାର ତାଙ୍କର ଜଙ୍ଗଲ ବିଭାଗର ଏକ ଟିମ୍ ପଠାଇ ପଶ୍ଚିମବଙ୍ଗରୁ ବାଘକୁ ଧରି ନେବା ଉଚିତ୍ ।
ପ୍ରବାସୀମାନେ ମନ୍ଦିର ମାଳିନୀ ଭୁବନେଶ୍ୱରର ସବୁ ମନ୍ଦିର ବୁଲିବେ । ଏନେଇ ମନ୍ଦିର ଗୁଡ଼ିକ ସଫାସୁତୁରା ଭଲ ଭାବରେ କରିବା ସହିତ ସାଜସଜ୍ଜା କରାଯାଇଛି । ସେହିପରି ବିଭିନ୍ନ ପାର୍କରେ ମଧ୍ୟ ସ୍ୱତନ୍ତ୍ର ସାଜସଜ୍ଜା ସାଙ୍ଗକୁ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ଆରମ୍ଭ ହୋଇଛି ।
ଭୁବନେଶ୍ବର, ଦିଲ୍ଲୀ, ଝାଡ଼ଖଣ୍ଡର ୧୨ଟି ସ୍ଥାନରେ ରେଡ୍ ଜାରି ରହିଛି । ନଗଦ ଦାମୀ ଗାଡ଼ି କିଣିଥିବା ହଂସିକାଙ୍କ ଆକାଉଣ୍ଟରୁ ତଥ୍ୟ ମିଳିଛି ।
ଦୁଇ ଶହ ବର୍ଷରୁ ଉର୍ଦ୍ଧ୍ଵ ହେବ ଓଗାଳଷଣ୍ଢ ପୀଠ । ଏବେ ବି ପୀଠରେ ନାହିଁ କୌଣସି ଦେବା ଦେବୀଙ୍କର ବିଗ୍ରହ ମୂର୍ତ୍ତି । କେବଳ ୩୦ ଟି ପଥର ପ୍ରତିମା ସହ ମନ୍ଦିର ଭିତରେ ଥିବା ବିଶାଳକାୟ ଲିମ୍ବ ଗଛକୁ ବିଶ୍ଵାସ ରଖି ପୀଠରେ ଆରୋଗ୍ୟ ଲାଭ ହେଉଛନ୍ତି ଲୋକେ ।
ସୌର ଧନୁ ମାସ ପୌଷ ଶୁକ୍ଳପକ୍ଷ । ଇଂରାଜୀରେ ୭ ତାରିଖ ମଙ୍ଗଳବାର । ଆଜି କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ....
ପ୍ରବାସୀ ଭାରତୀୟ ଦିବସ ଉପଲକ୍ଷେ ଓଡ଼ିଶାରେ ଜମିଲାଣି NRI ମାନଙ୍କ ଭିଡ଼ । ବିଦେଶରୁ ଆସିଥିବା ପ୍ରବାସୀ ଭାରତୀୟମାନେ ଭୁବନେଶ୍ୱରରେ ପହଞ୍ଚିବା ପରେ, ପୁରୀ ଯାଇ ଶ୍ରୀଜଗନ୍ନାଥଙ୍କ ଆର୍ଶୀର୍ବାଦ କାମନା କରିଛନ୍ତି ।
ଏହି ହତ୍ୟାକାଣ୍ଡ ପଛର କାରଣ କ’ଣ ? ଘଟଣା ବେଳେ ଡ୍ରାଇଭର ସହିତ କେହି ଥିଲେ କି ନାହିଁ । ବିଜେପି ନେତାଙ୍କୁ ହତ୍ୟା ପାଇଁ କାହାଠୁ ସୁପାରୀ ନେଇଥିଲେ କି ?
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।
ରେଳ ବିକାଶକୁ ନେଇ ରାୟଗଡ଼ା ଜିଲ୍ଲାବାସୀଙ୍କ ଆକାଂକ୍ଷା ଆଉ ପାଦେ ପୂରଣ । ରାୟଗଡ଼ା ରେଲ୍ ଡିଭିଜନ ବିଲ୍ଡିଂର ହେଲା ହେଲା ଶିଳାନ୍ୟାସ। ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଭିଡିଓ କନଫରେନ୍ସିଂ ଜରିଆରେ ନୂଆଦିଲ୍ଲୀରୁ ରିମୋଡ୍ ଟିପି ଏହି ବିଲ୍ଡିଂର ଶିଳାନ୍ୟାସ କରିଛନ୍ତି।
ଦିନକ ପରେ ଭୁବନେଶ୍ବରରେ ପ୍ରବାସୀ ଭାରତୀୟଙ୍କ ମହାମେଳି। ସାମିଲ ହେବେ ୭୦ ରାଷ୍ଟ୍ରର ୪ ହଜାରରୁ ଅଧିକ ପ୍ରବାସୀ। ୧୮ତମ ପ୍ରବାସୀ ଭାରତୀୟ ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ ତ୍ରିନିଦାଦ୍ ଆଣ୍ଡ ଟୋବାଗୋ ରାଷ୍ଟ୍ରପତି କ୍ରିଷ୍ଟାଇନ୍ କାର୍ଲା କଙ୍ଗାଲୁ।
ସମ୍ବଲପୁର କଣ୍ଟାପାଲି ଛକରେ ଦୁଇ ବିଜେପି ନେତାଙ୍କୁ ଜାଣିଶୁଣି କରାଯାଇଛି ହତ୍ୟା। କାରକୁ ପିଛା କରି ଉଦ୍ଦେଶ୍ୟମୂଳକ ଭାବେ ଧକ୍କା ଦେଇଥିଲା ହାଇୱା ଡ୍ରାଇଭର।
ବିଜେଡିର ପ୍ରତିବାଦ ସଭାରେ ନେତା ଉଠାଇଲେ କାପିବାରା କଥା । କାପିବାରାଙ୍କୁ ଖାଇବାକୁ ବିଜେଡି ଆଣିବ ଆନାକୋଣ୍ଡା । ତେବେ କିଏ ଏହି ଆନାକୋଣ୍ଡା ?
ନୂଆ ବର୍ଷରେ ନୂଆ ଆଭିମୁଖ୍ୟ। ଦରଦାମ ବୃଦ୍ଧି ପ୍ରତିବାଦରେ ବିଜେଡିର ବିକ୍ଷୋଭ। ଭୁବନେଶ୍ବର ଲୋୟର ପିଏମ୍ଜିରେ ବିଶାଳ ସମାବେଶ କରି ବିଜେପି ସରକାରକୁ ଟାର୍ଗେଟ କରିଛନ୍ତି ନବୀନ।
ଅହେତୁକ ଦରଦାମ ବୃଦ୍ଧି ପ୍ରତିବାଦରେ ବିଜେଡି ଆଜି ରାଜଧାନୀରେ ବିକ୍ଷୋଭ ପ୍ରଦର୍ଶନ କରିଛି । ଭୁବନେଶ୍ବର ଲୋୟର ପିଏମଜିରେ ଏହି ବିକ୍ଷୋଭ କରାଯାଇଛି । ନିର୍ବାଚନ ବିପର୍ଯ୍ୟୟ ପରେ ବିଜେଡିର ଏହା ପ୍ରଥମ ସମାବେଶ ।
ଯେତେବେଳେ କେନ୍ଦ୍ର ସରକାରଙ୍କ ଠାରୁ ଯେଉଁ ଆଡଭାଇଜରି ଆସିବ, ସେହି ଅନୁସାରେ ପଦକ୍ଷେପ ନିଆଯିବ । କୋଭିଡ ଆମକୁ ବହୁତ୍ ଜିନିଷ ଶିଖାଇ ଦେଇଛି । ଆମର ସ୍ଵାସ୍ଥ୍ୟ ବ୍ୟବସ୍ଥା ପୂର୍ବ ତୁଳନାରେ ଅଧିକ ସୁଦୃଢ଼ ହୋଇଛି । HMPV ପରୀକ୍ଷା ଲାଗି ଆମର ଭୁବନେଶ୍ଵର AIIMS ଓ ICMR- RMRCରେ ବ୍ୟବସ୍ଥା ଅଛି । ସୁତରାଂ ଜନସାଧାରଣ ଆତଙ୍କିତ ହେବାର କୌଣସି କାରଣ ନାହିଁ।
ଓଡିଶାର ପ୍ରାକୃତିକ ବୈଭବ ତଥା ସୌନ୍ଦର୍ଯ୍ୟର ଗନ୍ତାଘର ଚିଲିକା ଏବଂ ଅତିଥି ପକ୍ଷୀମାନଙ୍କର ସୁରକ୍ଷା ପାଇଁ ଜନ ଜାଗରଣ ସୃଷ୍ଟି କରିବା ହେଉଛି 5ମ ଜାତୀୟ ଚିଲିକା ବିହଙ୍ଗ ଉତ୍ସବର ଉଦେଶ୍ୟ । ଜାନୁଆରୀ 6ରୁ 12 ତାରିଖ ପର୍ଯ୍ୟନ୍ତ ଦୀର୍ଘ ଏକ ସପ୍ତାହ ଧରି ଚିଲିକା, ମଙ୍ଗଳାଯୋଡି ଓ ନନ୍ଦନକାନନରେ ଚାଲିବ ଏହି ଉତ୍ସବ । 6ରୁ 8 ତାରିଖ ମଧ୍ୟରେ ପଞ୍ଜିକରଣ କରିଥିବା ପ୍ରତିଯୋଗୀ ମଙ୍ଗଳାଯୋଡି ଓ ନଳବଣରେ ପକ୍ଷୀମାନଙ୍କ ଫଟୋଗ୍ରାଫି କରିବାର ସୁଯୋଗ ପାଇବେ।
ତେବେ ଚଳିତ ବର୍ଷ ଆଦିବାସୀ ମେଳାରେ କିଛି ନୂଆ ଝଲକ ଦେଖିବାକୁ ମିଳିଛି । ବିଶେଷକରି ବିର୍ସା ମୁଣ୍ଡାଙ୍କ ଜୀବନୀକୁ ନେଇ ଏକ ସ୍ୱତନ୍ତ୍ର ପାଭିଲିୟନ କରାଯିବା ସହ ସ୍ୱାଧୀନତା ସଂଗ୍ରାମୀ ଗ୍ୟାଲେରୀ ଆଦି କରାଯାଇଛି ।
ଏହି ଆକ୍ରମଣ ବିଜେଡିର କିଛି ଗୁଣ୍ଡାଙ୍କ ଦ୍ୱାରା କରାଯାଇଥିବା ସେ ଅଭିଯୋଗ କରିଛନ୍ତି l ବିଜେଡିର ପୂର୍ବତନ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଏକାନ୍ତ ଅନୁଗତ କୁହାଯାଉଥିବା ଦେବବ୍ରତ ଆକ୍ରମଣ କରିଥିବାରୁ ଏହା ପଛରେ ପ୍ରଣବଙ୍କ ହାତ ଥାଇପାରେ ବୋଲି ସେ ସନ୍ଦେହ ପ୍ରକାଶ କରିଛନ୍ତି ।
ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଉପଖଣ୍ଡରେ ରହିଛି ଅସୁରଘାଟି ଜଳ ପ୍ରପାତ । ହେଲେ ପ୍ରଶାସନର ଅଣଦେଖା ହେତୁ ଏଠାରେ ସେମିତି କିଛି ବିକାଶ ହୋଇପାରିନାହିଁ
ଓଜନବୃଦ୍ଧି ଅନିୟନ୍ତ୍ରିତ ହେଲେ କିମ୍ବା ଋତୁସ୍ରାବ ଅନିୟମିତ ହେଲେ ଆପଣ ଅନେକଙ୍କଠାରୁ ଶୁଣିଥିବେ, “ହାଇପୋଥାଇରୋଏଡ୍”। କିନ୍ତୁ ସବୁବେଳେ ଓଜନବୃଦ୍ଧି ମାନେ ହାଇପୋଥାଇରୋଏଡିଜମ୍ ହିଁ ହୋଇ ନଥାଏ। ଏହା ଜାଣିବା ପାଇଁ ରହିଛି ଅତି ସରଳ ରକ୍ତ ପରୀକ୍ଷା। ଏବଂ ଏଣ୍ଡୋକ୍ରାଇନୋଲୋଜିଷ୍ଟଙ୍କ ପରାମର୍ଶ କ୍ରମେ ଚିକିତ୍ସା ମଧ୍ୟ ସମ୍ଭବ। ହେଲେ ଆପଣଙ୍କୁ ବି ଟିକେ ଧ୍ୟାନ ଦେବାକୁ ପଡିବ ନିଜ ଖାଦ୍ୟ ଓ ଜୀବନଶୈଳୀ ଉପରେ। ଯାହା ଚିକିତ୍ସାକୁ ସହଜ କରିଦେବ।
ଝିଅଟିଏ ହୋଇ ଜନ୍ମ ନେଇ ମୁଁ କ’ଣ ଭୁଲ କଲି ? କୁହନ୍ତି ଦୁହିତା ଦୁଇ କୁଳକୁ ହିତା । ଆଉ ମୁଁ କେଉଁ କୁଳକୁ ହେଲି ନିଜେ ବି ଜାଣିନି । ଶାଶୁଘରୁ ସ୍ନେହ ଟିକିଏ ପାଇଲିନି... ସ୍ୱାମୀଙ୍କର ବି ନିଜର ହୋଇପାରିଲିନି ।
ରାଜ୍ୟ ବିଜେପିର ୧ହଜାର ୫୨ଟି ମଣ୍ଡଳ ରହିଛି। ପ୍ରାୟ ୫୦ ପ୍ରତିଶତ ମଣ୍ଡଳରେ ସଭାପତି ଚୂଡାନ୍ତ ହୋଇ ସାରିଲାଣି। ଜାନୁଆରୀ ୧୫ ସୁଦ୍ଧା ଜିଲ୍ଲା ସଭାପତି ମଧ୍ୟ ଚୂଡାନ୍ତ ହୋଇଯିବେ। ତାପରେ ରାଜ୍ୟ ସଭାପତି ଚୟନ ହେବ। ରାଜ୍ୟର ନୂଆ ମଙ୍ଗୁଆଳ କିଏ ହେଉଛନ୍ତି ତାଉପରେ ରହିଛି ନଜର।