• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଆୟୁଷ୍ମାନ ଭାରତରେ ମହିଳାଙ୍କୁ ୧୦ ଲକ୍ଷର ବୀମା ସୁବିଧା ମିଳିବ । ଏହି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । e-KYC ଡାଟାବେସକୁ ଆଧାର କରି କାର୍ଡ ଦିଆଯିବ । ୧ କୋଟି ପରିବାରର ତଥ୍ୟ ସରକାରଙ୍କ ପାଖରେ ରହିଛି । ଫେବ୍ରୁଆରୀରୁ ଆୟୁଷ୍ମାନ ଲାଗୁ ହେଉଥିବାରୁ ଏହା ସରକାରଙ୍କ ପାଇଁ ବେଶୀ ଗୁରୁତ୍ୱପୂର୍ଣ୍ଣ ।

କେନ୍ଦ୍ରୀୟ ଟିମ୍ ରାଜ୍ୟ ସରକାରଙ୍କ ସହ ଆଲୋଚନା କରି ଫେରିଛନ୍ତି । ପରିବାରର ପୁରୁଷଙ୍କୁ ୫ ଲକ୍ଷ, ମହିଳାଙ୍କୁ ୧୦ ଲକ୍ଷ ବୀମା ମିଳିବ । ଗୋପବନ୍ଧୁ ଜନ ଆରୋଗ୍ୟ ଓ ଆୟୁଷ୍ମାନ ଭାରତ ମିଶ୍ରଣରେ ଏହି ସୁବିଧା ମିଳିବ । ୩୦ ହଜାର ହସ୍ପିଟାଲରେ ଏହି ସୁବିଧା ମିଳିବ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ।

ଆସନ୍ତା ଫେବ୍ରୁଆରୀରୁ ରାଜ୍ୟରେ ଆରମ୍ଭ ହେବ ସରକାରଙ୍କ ବହୁ ପ୍ରତୀକ୍ଷିତ ଫ୍ଲାଗ ସିପ୍ ସ୍କିମ- ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା । ଉଭୟ ଯୋଜନାକୁ ମିଶାଇ ଗାଇଡଲାଇନ୍ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ । ରାଜ୍ୟର କୋଟିଏ ପରିବାରର ସାଢେ ୩ କୋଟି ଲୋକଙ୍କ ପାଖରେ ପହଞ୍ଚିବ ଡବଲ୍ ଇଞ୍ଜିନ ସରକାରର ଏହି ବଡ଼ ଉପଲବ୍ଧି ।

ଅଧିକ ପଢ଼ନ୍ତୁ: ଫେବ୍ରୁଆରୀରୁ ଓଡ଼ିଶାରେ ଆୟୁଷ୍ମାନ ଭାରତ; ସାମିଲ୍ ହେବେ ସାଢ଼େ ୩ କୋଟି ଲୋକ

ଫେବ୍ରୁଆରୀରୁ ଓଡ଼ିଶାରେ ଆୟୁଷ୍ମାନ ଭାରତ । ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ବି ହେବ ସଂପୂର୍ଣ୍ଣ କାର୍ଯ୍ୟକ୍ଷମ । ଡବଲ ଇଞ୍ଜିନ ସରକାରର ଲାଭ ପାଇବେ ରାଜ୍ୟବାସୀ । ଏନେଇ ବିଭାଗୀୟ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ । କେନ୍ଦ୍ରୀୟ ଟିମ୍ ମଧ୍ୟ ଏନେଇ ଓଡ଼ିଶା ଆସି ଅନୁଧ୍ୟାନ କରି ସାରିଛି । ତେଣୁ ଫେବ୍ରୁଆରୀରୁ ଏହି ଫ୍ଲାଗସିପ୍ ଯୋଜନା ଲାଗୁ କରିବାକୁ ମୋହନ ସରକାର ପ୍ରସ୍ତୁତ ହେଉଥିବା ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ।

ମନ୍ତ୍ରୀ କହିଛନ୍ତି ନୂଆ ବର୍ଷରୁ ଏହି ଯୋଜନା ସ୍ୱାସ୍ଥ୍ୟ କ୍ଷେତ୍ରରେ ବଡ଼ ବିକଳ୍ପ ଆଣିବ । ଆୟୁଷ୍ମାନ ଭାରତ ସହ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାକୁ ମିଶାଯିବ । ସେଥିପାଇଁ ନିୟମାବଳି ବି ଏକ ପ୍ରକାର ଚୂଡାନ୍ତ ପର୍ଯ୍ୟାୟରେ । ରାଜ୍ୟରେ ଏକ କୋଟି ପରିବାରର ସାଢେ ୩ କୋଟି ଲୋକଙ୍କୁ ଏହି ଯୋଜନାରେ ସାମିଲ କରାଯିବ। ପ୍ରତ୍ୟେକ ହିତାଧିକାରୀଙ୍କୁ ମିଳିବ ଗୋଟିଏ କାର୍ଡ । ଆୟୁଷ୍ମାନ ଭାରତରୁ ଯେମିତି କେହି ବଞ୍ଚିତ ହେବେ ନାହିଁ ତା ଉପରେ ବିଶେଷ ଗୁରୁତ୍ୱ ଦିଆଯାଉଥିବା କହିଛନ୍ତି ମନ୍ତ୍ରୀ ।

ସରକାରକୁ ଆସିବାର ୧୦୦ ଦିନରେ ଆୟୁଷ୍ମାନ ଭାରତକୁ ଲାଗୁ କରିବା ନେଇ ନିର୍ବାଚନୀ ପ୍ରତିଶ୍ରୁତି ଦେଇଥିଲା ବିଜେପି । ଏହା ସହ ଅକ୍ଟୋବର ୨୯ରେ ୭୦ ବର୍ଷରୁ ଅଧିକ ବରିଷ୍ଠ ନାଗରିକଙ୍କ ପାଇଁ ଆୟୁଷ୍ମାନ ଭାରତ 2.0କୁ ମଧ୍ୟ ଦେଶବ୍ୟାପୀ ଶୁଭାରମ୍ଭ କରିଥିଲେ ପ୍ରଧାନମନ୍ତ୍ରୀ । ରାଜ୍ୟ ସରକାର ଯଦିଓ ଏହି ଯୋଜନାକୁ ଗ୍ରହଣ କରିଛନ୍ତି କିନ୍ତୁ ତାହା ବି ଏଯାଏଁ କାର୍ଯ୍ୟକାରୀ ହୋଇନାହିଁ । ୧୮ଟି ରାଜ୍ୟ ନିଜ ଯୋଜନା ସହ ଆୟୁଷ୍ମାନ ଭାରତକୁ ମିଶ୍ରଣକରି କାର୍ଯ୍ୟକ୍ଷମ କରୁଛନ୍ତି ।

ସେହିଭଳି ୪ଟି ରାଜ୍ୟ କେନ୍ଦ୍ରୀୟ ଯୋଜନା ସହ ସମ୍ମିଶ୍ରଣ କରି ସାରିଲେଣି । କେବଳ ଓଡ଼ିଶା, ଦିଲ୍ଲୀ, ପଶ୍ଚିମବଙ୍ଗକୁ ଛାଡିଦେଲେ ଅନ୍ୟ ସମସ୍ତ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳରେ ଏହା ଲାଗୁ ହୋଇସାରିଲାଣି । ତେଣୁ ଫେବ୍ରୁଆରୀରୁ ଆରମ୍ଭ ହେଲେ ଏହି ଯୋଜନାରେ ଚିକିତ୍ସିତ ହୋଇ ଆରୋଗ୍ୟ ହେବେ ବୋଲି ଅନେକ ଆଶାବାଦୀ ।

ଅଧିକ ପଢ଼ନ୍ତୁ: କ୍ଷେତ ମୁହାଁ ନବୀନ; ଗଞ୍ଜାମ ଗସ୍ତରେ ଯାଇ କ୍ଷତିଗ୍ରସ୍ତ ଚାଷୀଙ୍କୁ ଭେଟିଲେ

OTV is now on Whatsapp

Join and get latest news update delivered to you via whatsapp

Join Now