• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Vk Pandian

Shreemayee
Fake Monk: ଧୃତରାଷ୍ଟ୍ର ଉପାଖ୍ୟାନ ପରେ ସନ୍ନ୍ୟାସୀ ଶର ମାରିଲେ ଶ୍ରୀମୟୀ, ପାଣ୍ଡିଆନଙ୍କୁ ଭଣ୍ଡ ସନ୍ନ୍ୟାସୀ କହି ପରୋକ୍ଷରେ କଟାକ୍ଷ

ବିଜେଡି ସୁପ୍ରିମୋ ନବୀନଙ୍କୁ ନିଶାନାର ସପ୍ତାହେ ପରେ ପାଣ୍ଡିଆନଙ୍କୁ ଟାର୍ଗେଟ୍ କଲେ ଶ୍ରୀମୟୀ। ପରୋକ୍ଷରେ ଏକ ହିନ୍ଦୀ ୱେବ ସିରିଜର ଉଦାହରଣ ରଖି ପାଣ୍ଡିଆନଙ୍କୁ ଭଣ୍ଡ ସନ୍ନ୍ୟାସୀ ବୋଲି ବି କଟାକ୍ଷ କରିଛନ୍ତି ଏହି ବିଜେଡି ନେତ୍ରୀ। ସୋସିଆଲ ମିଡିଆରେ ଶ୍ରୀମୟୀ ଲେଖିଛନ୍ତି, ସନ୍ନ୍ୟାସୀ ମାନେ ସର୍ବୋପରି ଜଗତର ମଙ୍ଗଳ କାମନା କରନ୍ତି, ହେଲେ ଏ ଯୁଗର କିଛି ସନ୍ନ୍ୟାସୀଙ୍କ ଭାଷାରେ "ଜଗତ ପଛେ ନର୍କେ ପଡ଼ିଥାଉ, ମୋ ଜୀବନ ଉଦ୍ଧାର ହଉ"। ଏହା ବି ଲେଖିଛନ୍ତି କିଛି ସନ୍ନ୍ୟାସୀ ଜଗନ୍ନାଥଙ୍କ ନାମ ନେଇ ଅନ୍ୟ ପାଇଁ ଗାତ ଖୋଲିବାକୁ ଯାଇ, ନିଜେ ଗାତରେ ପଡ଼ୁଛନ୍ତି। ବିଜେଡି କହିଛି ସେ କାହିଁକି ଅସନ୍ତୁଷ୍ଟ ତାଙ୍କୁ ପଚାର, ବିଶୃଙ୍ଖଳା କଲେ କାର୍ଯ୍ୟାନୁଷ୍ଠାନ ନେବେ ନବୀନ । ....

BJD leader Srimayi Mishra on sannyasi
BJD Infighting : ଧୃତରାଷ୍ଟ୍ର ପରେ ଏବେ ଭଣ୍ଡ ସନ୍ନ୍ୟାସୀ !

ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ର ଏଥର ଏକ ସନ୍ନ୍ୟାସୀ ଉପାଖ୍ୟାନ ଲେଖିଛନ୍ତି, ଯାହା କି ପରୋକ୍ଷରେ ବିଜେଡିରୁ ସନ୍ନ୍ୟାସ ନେଇଥିବା ଭି.କେ. ପାଣ୍ଡିଆନଙ୍କ ଆଡକୁ ନିଶାନା ବୋଲି ଚର୍ଚ୍ଚା ହେଉଛି। ସନ୍ନ୍ୟାସ ଏବଂ ସନ୍ୟାସୀ ଉପରେ ଆଧାରିତ ଏକ ୱେବ ସିରିଜ୍ ଦେଖିବା ପରେ ଶ୍ରୀମୟୀ ଲେଖିଛନ୍ତି- ଆଜିର ଯୁଗରେ ସନ୍ନ୍ୟାସୀଙ୍କ ପରିଭାଷା ବଦଳି ଯାଇଛି। ସଂସାରର ସମସ୍ତ ସୁଖ ସମ୍ଭୋଗଠୁ ଦୂରେଇ ରହିଥିବା ବ୍ୟକ୍ତିକୁ ହିଁ ସନ୍ନ୍ୟାସୀ ରୂପେ ସମାଜ ଗ୍ରହଣ କରେ।

BJD
BJD Crisis: ବିଜେଡିକୁ ଚେତାବନୀ ଦେଲେ ପ୍ରଫୁଲ୍ଲ ମଲ୍ଲିକ, କହିଲେ ମୁଁ ଦଳ ଛାଡ଼ିଦେବି..

ଯଦି ଦଳ ଆଗକୁ ଠିକ ଢଙ୍ଗରେ ନଚାଲେ, ଭୁଲ୍ ନସୁଧାରେ ତାହେଲେ ଦଳଠୁ ଦୂରେଇ ଯିବି ବୋଲି କହି ବିଜେଡିକୁ କଡା ଚେତାବନୀ ଶୁଣାଇଛନ୍ତି ଭେଟେରାନ ନେତା ପ୍ରଫୁଲ୍ଲ ମଲ୍ଲିକ। ସେପଟେ କଟକରେ ଦଳ ଛାଡି ସିଧା ସିଧା ପାଣ୍ଡିଆନକୁ ଟାର୍ଗେଟ କରିଛନ୍ତି ଛାତ୍ର ନେତା ହରିଶଙ୍କର ରାଉତ।

Harishankar Rout Quits BJD
BJD Crisis: ବିଜେଡି ଛାଡ଼ିଲେ ହରିଶଙ୍କର, ନିଶାନାରେ ନବୀନ-ପାଣ୍ଡିଆନ...କହିଲେ ନିର୍ବାଚନରେ ଲୋକେ ଜବାବ ଦେଲେ

ଦଳ ଛାଡ଼ିବା ସହ ଉଭୟ ନବୀନ ଓ ପାଣ୍ଡିଆନଙ୍କୁ ନିଶାନା କଲେ ଛାତ୍ରନେତା ହରିଶଙ୍କର ରାଉତ । କହିଲେ ନିର୍ବାଚନରେ ଲୋକେ ଜବାବ ଦେଲେ । ଏହା ସତ୍ତ୍ବେ ବି ନବୀନଙ୍କ ପାଣ୍ଡିଆନ ପ୍ରୀତି ଯାଇନି ।

Shrimayee’s Dhritarashtra–Duryodhana Post
Shrimayee:ବିଜେଡିରେ ନୂଆ କମ୍ପନ, ଶ୍ରୀମୟୀଙ୍କ ‘ଧୃତରାଷ୍ଟ୍ର’ ଉପାଖ୍ୟାନ...ଅଯୋଗ୍ୟ ରାଜା କହି ପରୋକ୍ଷରେ ନବୀନଙ୍କୁ କଲେ କି ନିଶାନା ?

ବିଜେଡିରେ ଥମୁନି ବିସ୍ଫୋରଣ । ଏକାଧିକ ନେତାଙ୍କ ପରେ ଏବେ ନେତ୍ରୀ ଆସିଲେ ସାମ୍ନାକୁ । ଶୀର୍ଷ ନେତୃତ୍ୱ ନେଇ ପ୍ରଶ୍ନ ଉଠାଇଲେ । ବିଜେଡି ସାଧାରଣ ସମ୍ପାଦିକା ଶ୍ରୀମୟୀ ମିଶ୍ର ନିଜ ସୋସିଆଲ୍ ମିଡିଆରେ ଧୃତରାଷ୍ଟ୍ର ଓ ଦୁର୍ଯୋଧନ ଉପାଖ୍ୟାନ କଥା ଲେଖି ପରୋକ୍ଷରେ ନବୀନ ଓ ପାଣ୍ଡିଆନଙ୍କୁ ଟାର୍ଗେଟ କରିଛନ୍ତି। ଗତ ସାଧାରଣ ନିର୍ବାଚନରେ ଟିକେଟ୍ କଟିବା ପରେ ଚୁପ୍ ଥିବା ଶ୍ରୀମୟୀଙ୍କ ଏହି ନୂଆ ରୂପକୁ ନେଇ ଚର୍ଚ୍ଚା ଜୋର୍ ଧରିଛି । ସେପଟେ ଛାତ୍ର ବିଜେଡି ମୁଖିଆ ପଦକୁ ନେଇ ଅସନ୍ତୋଷ ଥମିବାର ନାଁ ନେଉନି ।...

Arun
Arun Sahoo: ବିଜେଡିର ବିଦ୍ରୋହ ଭିତରେ ଅରୁଣ ସାହୁଙ୍କ ମନ୍ତବ୍ୟକୁ ନେଇ ଚର୍ଚ୍ଚା, ପାଣ୍ଡିଆନଙ୍କ ନାଁ ନନେଇ ପରୋକ୍ଷରେ ବର୍ଷିଲେ ଅରୁଣ ସାହୁ !

ମନ ଭିତରେ ଆମ ବିବେକ, କେଉଁଠି ନା କେଉଁଠି ବିଦ୍ରୋହ କରୁଛି। ଏ ସବୁ କହିବା ବେଳେ ମୋ ମନ ଭିତରେ ବିଦ୍ରୋହର ନିଆଁ ଜଳୁଛି ବୋଲି କହିଛନ୍ତି ଅରୁଣ ସାହୁ।

BJD Tension
BJD Tension: ବିଜେଡିରେ ବିଦ୍ରୋହ, ବରିଷ୍ଠଙ୍କ ପରେ ଛାତ୍ର

ବିଜେଡିରେ ତୀବ୍ର ହୋଇଛି ବିଦ୍ରୋହ । ବରିଷ୍ଠଙ୍କ ଧାରାରେ ସାମିଲ୍ ହେବା ସହ ଛାତ୍ର ସଭାନେତ୍ରୀଙ୍କ ଚୟନକୁ ବିରୋଧ କରିଛନ୍ତି ଛାତ୍ର । ଶଙ୍ଖଭବନ ବାହାରେ ମେଳି ବାନ୍ଧିବା ସହ ପିଏସି ସଦସ୍ୟଙ୍କୁ ଘେରିଛନ୍ତି ଛାତ୍ର ବିଜେଡି ନେତା ।

ashok panda
BJD Crisis:ବିଜେଡିରେ ବରିଷ୍ଠଙ୍କ ସିରିଜ୍ ବିସ୍ଫୋରଣ, ଏବେ ମୁହଁ ଖୋଲି ବର୍ଷିଲେ ଅଶୋକ

ଗଣେଶ ପୂଜାରେ ବଦ୍ରି, ନୂଆଁଖାଇରେ ଅଶୋକ। ଟାର୍ଗେଟରେ ଭୈରବ। ବରିଷ୍ଠଙ୍କ ନିଇତି ନୂଆ ନୂଆ ବିସ୍ଫୋରଣରେ ଘାଇଲା ବିଜେଡି। ଯେତେ ତାଳି ପକେଇଲେ କି ତୁଣ୍ଡି ବାନ୍ଧିବାର ପ୍ରୟାସ କଲେ ବି କେହି ଯେମିତି ମାନିବା ମୁଡରେ ନାହାଁନ୍ତି। ଗତକାଲି ବଦ୍ରିଙ୍କ ପରେ ଆଜି ପରୋକ୍ଷରେ ପାଣ୍ଡିଆନଙ୍କ ପ୍ରତି କଡ଼ା ବାର୍ତ୍ତା ରଖି ଲକ୍ଷ୍ମଣରେଖା ନଡେଇଁବାକୁ ପରାମର୍ଶ ଦେଇଛନ୍ତି ବରିଷ୍ଠ ନେତା ଅଶୋକ ପଣ୍ଡା। ଯାହାକୁ ନେଇ ଦଳ ଭିତରେ ପୁଣି କଂପନ।

BJD Conflict
BJD Conflict: ଦେବାଶିଷଙ୍କ ପରେ ରଣେନ୍ଦ୍ର, ପାଣ୍ଡିଆନଙ୍କୁ ମାରିଲେ ତେରେଛା ବାଣ 

ଦିନକୁ ଦିନ ବିଜେଡି ଭିତରେ ପାଣ୍ଡିଆନ ବିରୋଧୀ ସ୍ୱର ଶାଣିତ ହେବାରେ ଲାଗିଛି । ଏବେ ବିଜେଡିର ବରିଷ୍ଠ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଆଠଗଡ଼ରେ ଏକ କାର୍ଯ୍ୟକ୍ରମରେ ଭାଷଣ ଛଳରେ ପାଣ୍ଡିଆନଙ୍କୁ ତାଚ୍ଛଲ୍ୟ କରିଛନ୍ତି ।

bjd
BJD Conflict: ପୁଣି ଦେବାଶିଷ ସାମନ୍ତରାୟଙ୍କ ବିସ୍ଫୋରଣ, ନବୀନଙ୍କ ଅସୁସ୍ଥତା ନେଇ ପାଣ୍ଡିଆନଙ୍କୁ ନିଶାନା

ନବୀନ ପଟ୍ଟନାୟକଙ୍କ ସ୍ବାସ୍ଥ୍ୟ ସମ୍ପର୍କରେ ବିଜେଡି ନେତା କି ରାଜ୍ୟବାସୀଙ୍କୁ କାହିଁକି ଜଣାଇ ନଥିଲେ ପାଣ୍ଡିଆନ୍। ନଜଣାଇବା ବଡ ଭୁଲ, ଆଉ ଦଳ ପାଇଁ ବି କ୍ଷତି। ଏମିତି କିଛି କହିବା ସହ ପୁଣି ଥରେ ପାଣ୍ଡିଆନଙ୍କୁ କଡ଼ା ନିଶାନା କରିଛନ୍ତି ବିଜେଡି ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ। ଏକ ଦୈନିକ ଓଡ଼ିଆ ଖବରକାଗଜକୁ ସେ ଦେଇଥିବା ସାକ୍ଷାତକାରକୁ ନେଇ ବିଜେଡିରେ କମ୍ପନ ଓ ରାଜ୍ୟ ରାଜନୀତିରେ ବଡ଼ ହଲଚଲ ଦେଖାଦେଇଛି। ଦେବାଶିଷ ବିସ୍ଫୋରକ ବୟାନ ପରେ ପାଣ୍ଡିଆନଙ୍କ ପାଇଁ ପୁଣି ଥରେ ଓକିଲାତି କରିଛନ୍ତି କିଛି ନେତା। ...

BJD
ଦେବାଶିଷଙ୍କ ବିସ୍ଫୋରଣ ବିଜେଡିରେ କମ୍ପନ

ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ସ୍ବାସ୍ଥ୍ୟାବସ୍ଥା ନେଇ ଭି.କେ ପାଣ୍ଡିଆନଙ୍କୁ ଟାର୍ଗେଟ କରି ବିସ୍ଫୋରକ ବୟାନ ଦେଇଛନ୍ତି ଦଳର ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ। ନବୀନଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ନେତାମାନଙ୍କୁ ଓ ରାଜ୍ୟବାସୀଙ୍କୁ ନଜଣାଇବା ପାଣ୍ଡିଆନଙ୍କ ବଡ଼ ଭୁଲ ଏବଂ ଦଳ ପାଇଁ କ୍ଷତି ବୋଲି ସେ କହିଛନ୍ତି। ଏକ ପ୍ରମୁଖ ଖବରକାଗଜକୁ ସାକ୍ଷାତକାର ଦେଇ ଏଭଳି ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି ଦେବାଶିଷ, ଯାହାକୁ ନେଇ ବିଜେଡିରେ କମ୍ପନ ସୃଷ୍ଟି ହୋଇଛି।

Sujata’s Entry Sparks Debate
Sujata’s Entry Sparks Debate: ସନ୍ନ୍ୟାସୀରୁ ପୁଣି ନେତା ହେବେ କି ପାଣ୍ଡିଆନ୍ ? ସୁଜାତାଙ୍କ ସହ BJDକୁ ମାରିବେ କି ଏଣ୍ଟ୍ରି ?

ବର୍ଷକର ଲୁଚକାଳି ଖେଳ ପରେ...ଧୀରେ ଧୀରେ ପୁଣି ପାର୍ଟି ପଲିଟିକ୍ସରେ ଆବିର୍ଭାବକୁ ନେଇ ସରଗରମ ବିଜେଡି ରାଜନୀତି । ଏଥର ପୁଣି ଏକା ନୁହେଁ ସାଙ୍ଗରେ ଅଛନ୍ତି ପତ୍ନୀ ସୁଜାତା କାର୍ତ୍ତିକେୟନ।

Odisha CM Cracks Down on Pandian System
ପାଣ୍ଡିଆନ୍‌ ସିଷ୍ଟମ୍‌ ଉପରେ ମୋହନଙ୍କ ମାଡ଼

ସରକାରଙ୍କ ନିଜସ୍ୱ ଇଞ୍ଜିନିୟରିଂ ବିଭାଗ ଏବଂ ଦକ୍ଷ ଇଞ୍ଜିନିୟର ଥାଉ ଥାଉ କାହିଁକି ଆଉଟ୍ ସୋର୍ସିଂ ସଂସ୍ଥାକୁ କାମ ଦିଆଯାଇଛି? ସେନେଇ ରିପୋର୍ଟ ମାଗିଛନ୍ତି ମୁଖ୍ୟମନ୍ତ୍ରୀ।

ସୌଭିକଙ୍କ କ୍ଷୋଭ
BJD Politics: ସୌଭିକଙ୍କ ତେରଚ୍ଛା ବାଣ...ନବୀନଙ୍କ ଅନୁପସ୍ଥିତିରେ ବଦଳିଯିବ କି ପାଣିପାଗ ?

୨୦୧୪ରୁ ୨୦୨୪ ପର୍ଯ୍ୟନ୍ତ ଓଡ଼ିଶା ରାଜନୀତିରେ ଦୁଇଟି ଚୁମ୍ବକୀୟ ଶକ୍ତି ସୃଷ୍ଟି ହୋଇଥିବା ଦେଖା ଗଲା । ପୂର୍ବବତ୍ ନବୀନ ଥିଲେ ଏକ ଚୁମ୍ବକୀୟ କ୍ଷେତ୍ର ଏବଂ ନୂଆଟି ହେଲା ଭୈରବ କାର୍ତିକେୟନ ପାଣ୍ଡିଆନ ଚୁମ୍ବକୀୟ କ୍ଷେତ୍ର । ଏହି ଦୁଇଟି ଚୁମ୍ବକୀୟ କ୍ଷେତ୍ର ଚାରିକଡ଼େ ଇଲୋକ୍ଟ୍ରୋନ ଓ ପ୍ରୋଟନ୍ ଭଳି ବିଜେଡ଼ି ନେତାମାନେ ଘୂରି ବୁଲିଲେ ।

sashi
BJD Internal Discord: ବିଜେଡିରେ ଅବହେଳିତ ବରିଷ୍ଠ, ଶଶୀଭୂଷଣ ଆଣିଲେ ସଙ୍ଗୀନ ଅଭିଯୋଗ

ବିଜେଡିରେ ବରିଷ୍ଠଙ୍କୁ ଅଣଦେଖା କରାଯାଉଥିବା କହିଲେ ଶଶିଭୂଷଣ ବେହେରା। ପୂର୍ବତନ ବିଜେଡି ବିଧାୟକ ଶଶିଭୂଷଣ ବେହେରା ଏଭଳି ପ୍ରତିକ୍ରିୟା ଦେଇଛନ୍ତି। ଦଳରେ ବରିଷ୍ଠଙ୍କ ପରାମର୍ଶ ଲୋଡ଼ା, କିନ୍ତୁ ତାଙ୍କୁ ଅଣଦେଖା କରାଯାଉଛି ବୋଲି ସେ କହିଛନ୍ତି। ଫଳରେ ଗତ ବିଧାନସଭା ନିର୍ବାଚନରେ ଫଳ ଭୋଗିଲା ବିଜେଡି ବୋଲି ଶଶିଭୂଷଣ ବେହେରା କହିଛନ୍ତି।

ପାଣ୍ଡିଆନ ମାର୍କା ନେତାଙ୍କୁ ଗୁରୁତ୍ୱ
ସମାଲୋଚନାରେ ମୁଖର ନେତାଙ୍କ ପକ୍ଷଛେଦନ

କାହା ଗୁଡ୍ ବୁକ୍ ? ଗୁଡ୍ ବୁକ୍‌ରେ ରହିବାର ମାପ ଦଣ୍ଡ କ’ଣ ? କାହାକୁ ଇଙ୍ଗିତ କଲେ ବିଜେଡିର ବରିଷ୍ଠ ବିଧାୟକ ବଦ୍ରି ପାତ୍ର ? ୨୫ ବର୍ଷ ପରେ ବିଜେଡି ପଲିଟିକାଲ ଆଫେୟାର୍ସ କମିଟି ବା ପିଏସି ଗଢିଛି ।

Pandian's Political Influence in Odisha
Pandian's Political Influence in Odisha: ନବୀନ ଖାଲି କା’... ପାଣ୍ଡିଆନଙ୍କ ପାଖରେ ବିଜେଡି ପାଣ୍ଠି...

ନବୀନ କେବେ ପାଣ୍ଡିଆନକୁ ଛାଡ଼ି ପାରିବେନି । ବିଜେପି ମୁହାଁ ବିଜେଡି ସାଂସଦ ।  ଏମିତି କିଛି ବୟାନ ରଖି ବିଜେଡିକୁ ଟାର୍ଗେଟ୍‌ କରିଛନ୍ତି ବରିଷ୍ଠ ବିଜେପି ବିଧାୟକ ପଦ୍ମଲୋଚନ ପଣ୍ଡା ।

pandian
VK Pandian Odisha Politics Conspiracy: ପାଣ୍ଡିଆନଙ୍କ ଉପରେ ବର୍ଷିଲେ ଯୋଗାଣ ମନ୍ତ୍ରୀ; କହିଲେ...

କେନ୍ଦୁଝରରେ ମୁଖ୍ୟମନ୍ତ୍ରୀଙ୍କୁ ଚାଷୀଙ୍କ ଧନ୍ୟବାଦ କାର୍ଯ୍ୟକ୍ରମରେ କୃଷ୍ଣଚନ୍ଦ୍ର କହିଛନ୍ତି, ପୁରୁଷୋତ୍ତମ ଦେବ ଜଗନ୍ନାଥ ଓ ବଳଭଦ୍ରଙ୍କ ସହାୟତାରେ କାଞ୍ଚି ବିଜୟ କରି ରାଜକୁମାରୀକୁ ବିବାହ କରିଥିଲେ।

BJD hijack
BJD Hijack Speculation: କିଏ କରୁଛି ବିଜେଡିକୁ ହାଇଜାକ୍ ଉଦ୍ୟମ ? ନାଁ ନନେଇ ପାଣ୍ଡିଆନ୍ ଆଣ୍ଡ କୋ’ଙ୍କୁ ରାଜାଙ୍କ ଟାର୍ଗେଟ୍

କିଏ କରୁଛି ବିଜେଡିକୁ ହାଇଜାକ୍ ଉଦ୍ୟମ ? ନାଁ ନନେଇ ପାଣ୍ଡିଆନ୍ ଆଣ୍ଡ କୋ’ଙ୍କୁ ଟାର୍ଗେଟ୍ କଲେ ରାଜା ସ୍ବାଇଁ । ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ରାଜା ସ୍ବାଇଁଙ୍କ ଚିଠି । ସେପଟେ ୱକଫ୍‌ ପ୍ରସଙ୍ଗରେ ସୁଲତାଙ୍କୁ ଦେବାଶିଷଙ୍କ ପାଲଟା ନିଶାନା । ସୁପ୍ରିମୋ କହିବା ପରେ ବି ପୋଷ୍ଟ କରି ଶୃଙ୍ଖଳା ଭାଙ୍ଗୁଛନ୍ତି ଜୁନିୟର ସଭ୍ୟ ।

bjd
Waqf Controversy Stirs BJD Tussle: ଅସମ୍ଭାଳ ବିଜେଡି ବିଦ୍ରୋହ, ନିଆଁରେ ଘିଅ ଢାଳିଲେ ପ୍ରସନ୍ନ ପାଟ୍ଟଶାଣୀ

ୱକଫ୍ ପ୍ରସଙ୍ଗ ପରଠାରୁ ବିଜେଡି ବିବାଦ ବଢୁଛି ସିନା, ଥମିବାର ନାଁ ନେଉନି । ଗତକାଲି ବରିଷ୍ଠ ନେତା ପ୍ରଫୁଲ୍ଲ ମଲ୍ଲିକ ଓ ନୃସିଂହ ସାହୁ ମେଳି ପାଇଁ ସଭାପତି ନବୀନଙ୍କ ନାଲି ଆଖିକୁ କଡ଼ା ସମାଲୋଚନା କରିବା ପରେ ଆଜି ସମ୍ବିତ ରାଉତରାୟ ପୁଣିଥରେ ମୂଷା ଉପାଖ୍ୟାନ କହି ପାଣ୍ଡିଆନଙ୍କୁ ପରୋକ୍ଷରେ ଟାର୍ଗେଟ୍ କରିଛନ୍ତି ।

bjd
Waqf Controversy Stirs BJD Tussle: ୱକଫ ପ୍ରସଙ୍ଗ ପରଠୁ ଅସମ୍ଭାଳ ବିଦ୍ରୋହ, ନିଆଁରେ ଘିଅ ଢାଳିଲେ ପ୍ରସନ୍ନ ପାଟ୍ଟଶାଣୀ

ୱକ୍ଫ ପ୍ରସଙ୍ଗ ପରଠାରୁ ବିଜେଡି ବିବାଦ ବଢୁଛି ସିନା, ଥମିବାର ନାଁ ନେଉନି। ଗତକାଲି ବରିଷ୍ଠ ନେତା ପ୍ରଫୁଲ୍ଲ ମଲ୍ଲିକ ଓ ନୃସିଂହ ସାହୁ ମେଳି ପାଇଁ ସଭାପତି ନବୀନଙ୍କ ନାଲି ଆଖିକୁ କଡ଼ା ସମାଲୋଚନା କରିବା ପରେ ଆଜି ସମ୍ବିତ ରାଉତରାୟ ପୁଣିଥରେ ମୂଷା ଉପାଖ୍ୟାନ କହି ପାଣ୍ଡିଆନଙ୍କୁ ପରୋକ୍ଷରେ ଟାର୍ଗେଟ୍ କରିଛନ୍ତି।

ହୁଇସିଲ୍‌ ଫୁଙ୍କିଲେ ଭାଙ୍ଗିବ ବିଜେଡି
With Just One Whistle, BJD Will Collapse: ଜୟନାରାୟଣଙ୍କ ବିସ୍ଫୋରକ ବୟାନ, ବିଜେଡି ଲୋପ ପାଇବା ବିଜେପିର ଇଚ୍ଛାଧୀନ ବିଷୟ

ବିଜେପି ହୁଇସିଲ ଫୁଙ୍କିଲେ ବିଜେଡି ଭାଙ୍ଗିବ । ଆମେ ହୁଇସିଲ ଅପେକ୍ଷାରେ ଅଛୁ । ଯେଉଁଦିନ ଫୁଙ୍କା ହେବ ସେଦିନ ବିଜେଡି ଗୋଲ ହୋଇଯିବ । ତାସ୍‌ର ପତା ପରି ବିଜେଡି ଭାଙ୍ଗିଯିବ ।

Prasanna Patasani
Prasanna Patasani: ପାଟ୍ଟଶାଣୀଙ୍କ ବିସ୍ଫୋରକ ବୟାନ- ବିଜେଡି ନେତା ଅଣନିଃଶ୍ୱାସୀ, କାହିଁକି ପାଣ୍ଡିଆନଙ୍କୁ ଛାଡୁନାହାଁନ୍ତି ନବୀନ ?

ନବୀନ ଓ ପାଣ୍ଡିଆନଙ୍କୁ ନେଇ ବିଜେପି ନେତା ପ୍ରସନ୍ନ ପାଟ୍ଟଶାଣୀଙ୍କ ବିସ୍ଫୋରକ ବୟାନ । ପାଣ୍ଡିଆନଙ୍କ ପାଇଁ ବିଜେଡି ଧ୍ୱଂସ ହେଉଛି । ଦଳରେ ନେତାମାନେ ଦଳରେ ଅଣନିଃଶ୍ୱାସୀ ହୋଇଗଲେଣି । ତଥାପି କାହିଁକି ନବୀନ ପାଣ୍ଡିଆନଙ୍କୁ ଛାଡି ପାରୁନାହାନ୍ତି ?

Biju Janata Dal Odisha
BJD Conflict : କାମ ଦେଲାନି ନବୀନଙ୍କ ନାଲିଆଖି; କ'ଣ ହେବ ବିଜେଡିର ଭବିଷ୍ୟତ ?

ଯାହା ଆଗରୁ କେବେ ଦେଖାଦେଇ ନଥିଲା ତାହା ଏବେ ଦେଖିବାକୁ ମିଳୁଛି । ଆଉ ନବୀନଙ୍କୁ ଟାର୍ଗେଟ କରି ବୟାନ ରଖିବାକୁ ଭୟ କରୁନାହାନ୍ତି ବରିଷ୍ଠ ବିଜେଡି ନେତା ।

ୱକଫ୍ ବିଲ୍ ଖେଳ
Waqf Bill BJD Division: ଆଇନରେ ପରିଣତ ହେଲାଣି ୱକଫ୍ ବିଲ୍, ହେଲେ ବିଜେଡିରେ ତୁଟୁନି କଳି

କୁହାଯାଏ ଯେ ରାଜନୀତି ପାଣି ଭାରି ଗୋଳିଆ । ଆଉ ପଙ୍କିଳ ମଧ୍ୟ । ଏଥିରେ ପହଁରିବା ଏତେ ସହଜ ନୁହେଁ । ସମସ୍ତଙ୍କ ପକ୍ଷେ ସହଜ ନୁହେଁ ଏହି ପୋଖରୀରେ ଲମ୍ଫ ପ୍ରଦାନ କରି ମାଛ ମାରିବା । ଏହା ସତ ହୋଇପାରେ । କିନ୍ତୁ ନବୀନ ପଟ୍ଟନାୟକଙ୍କ ଭଳି ଏମିତି ବି ବହୁତ କମ୍ ଲୋକ ଅଛନ୍ତି ଯେଉଁମାନେ ଏହି ଗୋଳିଆ ପାଣି ଓ ପଙ୍କିଳ ପୋଖରୀରୁ ବେଶ୍ ଅନାୟସରେ ମାଛ ମାରିପାରନ୍ତି ।