/odishatv-khabar/media/post_attachments/uploadimage/library/16_9/16_9_0/Accident_1740369984.jpg)
Accident
ବିହାର ପାଟନାରେ ମର୍ମନ୍ତୁଦ ଦୁର୍ଘଟଣା। ବିଳମ୍ବିତ ରାତିରେ ଟ୍ରକ୍ ଏବଂ ଅଟୋ-ରିକ୍ସା ମୁହାଁମୁହିଁ ଧକ୍କା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଘଟଣାସ୍ଥଳରେ ୭ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି। ସମସ୍ତଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ସୂଚନା ଅନୁଯାୟୀ ମସୌରି -ପିତୱାନ୍ସ ରୋଡର ନୁରା ବଜାରରେ ଥିବା ବ୍ରିଜ୍ ନିକଟରେ ଏହି ଦୁର୍ଘଟଣା ଘଟିଛି। ଅଟୋ-ରିକ୍ସା ମସୌରି ରୁ ନୌବତପୁର ଯାଉଥିଲା। ଏହି ସମୟରେ ଏକ ଟ୍ରକ୍ ସହିତ ଧକ୍କା ହୋଇଥିଲା। ଅଟୋରେ ୧୦ ଜଣ ଯାତ୍ରୀ ଥିଲେ, ସମସ୍ତେ ଶ୍ରମିକ ବୋଲି ଜଣାପଡିଛି। ପୋଲିସ ମୃତଦେହଗୁଡ଼ିକୁ ପୋଷ୍ଟମର୍ଟମ ପାଇଁ ପଠାଇଛି ଏବଂ ମାମଲାର ତଦନ୍ତ କରୁଛି।
ଅଧିକ ପଢନ୍ତୁ: ଉଦ୍ଧାର ଅପେକ୍ଷାରେ ୮ ଜୀବନ, ଆଉ ମାତ୍ର କେଇ ମିଟର...
ମୃତକଙ୍କ ପରିବାର ଲୋକଙ୍କ ସୂଚନା ଅନୁଯାୟୀ, ସମସ୍ତ ଶ୍ରମିକ ପାଟନାରେ କାମ କରିବା ପରେ ନିଜ ଗାଁ ଖରାଟକୁ ଫେରୁଥିଲେ। ସେମାନେ ପ୍ରତିଦିନ କାମ ପାଇଁ ଯିବା ଆସିବା କରନ୍ତି ଓ ରାତିରେ ଫେରନ୍ତି। ଦୁର୍ଭାଗ୍ୟବଶତଃ, ରବିବାର ରାତିରେ ଏହି ଦୁଃଖଦ ଦୁର୍ଘଟଣା ଯୋଗୁଁ ସମସ୍ତଙ୍କର ମୃତ୍ୟୁ ହୋଇଯାଇଛି। ସୂଚନା ମିଳିବା ପରେ ମସୌରି ବିଧାୟକ ରେଖା ଦେବୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ପ୍ରତ୍ୟେକ ମୃତକଙ୍କ ପରିବାରକୁ ୧୦ ଲକ୍ଷର କ୍ଷତିପୂରଣ ପ୍ରଦାନ ନେଇ ଦାବି କରିଥିଲେ।
ମସୌରି ପୋଲିସ ଅନୁଯାୟୀ, ନୁରା ବ୍ରିଜ ନିକଟରେ ଏକ ଟ୍ରକ୍ ଏବଂ ଏକ ଅଟୋ-ରିକ୍ସା ମଧ୍ୟରେ ଧକ୍କା ହୋଇଥିବା ସୂଚନା ପାଇଥିଲେ। ଏକ ପୋଲିସ ଟିମ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ । ଏପର୍ଯ୍ୟନ୍ତ ସାତ ଜଣଙ୍କ ମୃତ୍ୟୁ ହୋଇଛି। ପରିସ୍ଥିତି ବର୍ତ୍ତମାନ ନିୟନ୍ତ୍ରଣାଧୀନ ଅଛି ଏବଂ ଆଇନଗତ ପ୍ରକ୍ରିୟା ଚାଲିଛି। ଦୁର୍ଘଟଣାର କାରଣ ଏଯାଏ ଅସ୍ପଷ୍ଟ ରହିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)