ପାଦ ଥାପିଲା ୨୦୨୫ । ନୂଆ ଆଶା ଓ ନୂଆ ଆକାଂକ୍ଷା ସହ ୨୦୨୫କୁ ସ୍ବାଗତ କରିଛନ୍ତି ଲୋକେ । ହାପି ନିୟୁ ଇୟର୍ କହି ପରସ୍ପରକୁ ଶୁଭେଚ୍ଛା ଜଣାଇଛନ୍ତି ଲୋକେ । ଏହାସହ ବିଭିନ୍ନ ସ୍ଥାନରେ ଜିରୋ ନାଇଟ୍ ସେଲିବ୍ରେସନ୍ ହୋଇଛି । ବିଳମ୍ବିତ ରାତି ପର୍ଯ୍ୟନ୍ତ ସେଲିବ୍ରସନର ମାହୋଲ ଲାଗି ରହିଥିଲା । ଟ୍ବିନ୍ ସିଟି ସମେତ ରାଜ୍ୟର ବିଭିନ୍ନ ସହରରେ ଡିଜେର ତାଳେ ତାଳେ ଝୁମି ଥିଲେ ପିଲା ଠୁ ବୁଢା । କେଉଁଠି କେକ୍ କାଟି ସେଲିବ୍ରେସ ତ ଆଉ କେଉଁଠି ବାଣ ଫୁଟାଇ ନୂଆବର୍ଷକୁ ସ୍ୱାଗତ କରିଛନ୍ତି । ସକାଳୁ ସକାଳୁ ବିଭିନ୍ନ ମନ୍ଦିରରେ ଭିଡ଼ ଲାଗି ରହିଛି । ସେହିପରି ରାଜ୍ୟବାସୀଙ୍କୁ ଇଂରାଜୀ ନବବର୍ଷର ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।
Also Read
ଅନ୍ୟପଟେ ନବବର୍ଷର ପ୍ରଥମ ସୂର୍ଯ୍ୟୋଦୟ । ନୂଆ ଆଶା ଓ ନୂଆ ସମ୍ଭାବନା ନେଇ ଦିଗବଳୟରେ ଉଇଁଛନ୍ତି ନୂତନ ସୂର୍ଯ୍ୟ। ଇଂରାଜୀ ନବବର୍ଷ ୨୦୨୫କୁ ସ୍ବାଗତ ଜଣାଇବା ପରେ ଆଜି ନୂଆ ସକାଳରେ ନୂଆ ଆଶା ଓ ଆକାଂକ୍ଷା ନେଇ ବିଭିନ୍ନ ସ୍ଥାନରେ ସକାଳର ପ୍ରଥମ ସୂର୍ଯ୍ୟକୁ ଦର୍ଶନ କରିଛନ୍ତି ଲୋକେ। ଏହି ଅବସରରେ ଓଡ଼ିଶାର ପୁରୀ, କୋଣାର୍କ, ଗୋପାଳପୁର ବେଳାଭୂମିରେ ଲୋକଙ୍କ ଗହଳି ଜମିଛି ।
ଅଧିକ ପଢ଼ନ୍ତୁ: କେବେଠୁ ଆରମ୍ଭ ହେଲା ୦୧ ଜାନୁଆରୀରେ ନୂତନ ବର୍ଷ, ଜାଣନ୍ତୁ...
ସେପଟେ ନୂଆବର୍ଷରେ ଶ୍ରୀଜିଉଙ୍କୁ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିତରେ ପ୍ରବଳ ଉତ୍ସାହ । ଜନସମୁଦ୍ର ପାଲଟିଛି ବଡ଼ଦାଣ୍ଡ । ବଡ଼ ଠାକୁରଙ୍କୁ ସହଳ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ । ନୂଆବର୍ଷରେ ଶ୍ରଦ୍ଧାଳୁଙ୍କ ପ୍ରବଳ ସମାଗମକୁ ଦୃଷ୍ଟିରେ ରଖି, ଗତକାଲି ରାତି ସାଢ଼େ ୧୨ରେ ଶ୍ରୀମନ୍ଦିରରେ ଦ୍ବାରଫିଟା ନୀତି ସଂପନ୍ନ ହୋଇ ଦର୍ଶନ ଚାଲିଛି । ସେପଟେ ଭିଡ଼କୁ ଦୃଷ୍ଟିରେ ରଖି ପୁରୀ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଶ୍ରଦ୍ଧାଳୁଙ୍କୁ ମାର୍କେଟ୍ ଛକ ଠାରୁ ଧାଡ଼ିରେ ଦର୍ଶନ ପାଇଁ ଆସୁଛନ୍ତି । ଟ୍ରାଫିକ୍ ନିୟନ୍ତ୍ରଣ ଓ ପାର୍କିଂ ପାଇଁ ପୁରୀରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ପୁରୀକୁ ଆସୁଥିବା ଗାଡି ଗୁଡ଼ିକ ପାଇଁ ପୁରୀ ପୋଲିସ ସ୍ବତନ୍ତ୍ର ବ୍ୟବସ୍ଥା କରିଛି ।
ସେପଟେ ଦେଶର ବିଭିନ୍ନ ପର୍ଯ୍ୟଟନ ଓ ଧାର୍ମିକ ସ୍ଥଳରେ ବି ଲୋକଙ୍କ ଭିଡ଼ ଲାଗିଛି । ନୂଆ ବର୍ଷର ପ୍ରଥମ ଦିନରେ ଉଦିତ ସୂର୍ଯ୍ୟ ପହିଲି କିରଣ ଦେଖିବାକୁ ଚନ୍ଦ୍ରଭାଗା ବେଳାଭୂମିରେ ପ୍ରବଳ ଗହଳି ଲାଗିଥିଲା । ବଡ଼ିଭୋରରୁ ହଜାର ହଜାର ସଂଖ୍ୟାରେ ପର୍ଯ୍ୟଟକ ଉଦିତ ସୂର୍ଯ୍ୟ ଦର୍ଶନ କରିଛନ୍ତି । ଉଦିତ ସୂର୍ଯ୍ୟଙ୍କୁ ଦେଖି ପରିବାର ମଙ୍ଗଳମନାସୀଛନ୍ତି ଶ୍ରଦ୍ଧାଳୁ ।