Advertisment

Vigilance Catches 181 In 2024: ରାଜ୍ୟ ଭିଜିଲାନ୍ସ ନାଁରେ ନୂଆ ରେକର୍ଡ; ୬ ମାସରେ ଧରାପଡ଼ିଛନ୍ତି ୫୦ କ୍ଲାସ୍ ୱାନ୍ ଅଫିସର୍...

ବଡ଼ ଦୁର୍ନୀତି, ବଡ଼ ମୁଣ୍ଡ, ବଡ଼ ରେଡ୍ । ବର୍ଷକରେ ୧୮୧ ସରକାରୀ ଅଧିକାରୀ ଓ ଅନ୍ୟମାନଙ୍କୁ ବାନ୍ଧିଛି ଭିଜିଲାନ୍ସ। ଯେଉଁଥିରେ ଅଛନ୍ତି ୫୦ ଜଣ କ୍ଲାସ୍ ୱାନ୍ ଅଫିସର। ରାଜ୍ୟ ଭିଜିଲାନ୍ସ ଇତିହାସରେ ଏହାପୂର୍ବରୁ କେବେ ବି ଏତେ ପରିମାଣର ଗ୍ରୁପ୍ A ଅଧିକାରୀ ଭିଜିଲାନ୍ସ ଜାଲରେ ପଡ଼ିନଥିଲେ।

author-image
Sujit kumar Swain
undefined

Vigilance Catches 181 In 2024

୨୦୦ ଅପରାଧିକ ମାମଲା, ୧୮୧ ସରକାରୀ ବାବୁ ଓ ଅନ୍ୟ ଅଧିକାରୀ ଗିରଫ। ମିଳିଲା ୧୩୧ କୋଟିର ଆୟ ବର୍ହିଭୁତ ସମ୍ପତ୍ତି। ଏପରିକି ୩୮ ଜଣଙ୍କ ସ୍ତ୍ରୀ କିମ୍ବା କେତେକ ଚାକିରିଆଙ୍କ ସ୍ବାମୀ ବି ହୋଇଛନ୍ତି ସହ ଅଭିଯୁକ୍ତ। ୨୦୨୪ ବର୍ଷର ହିସାବ ଦେଇ ଏହି ତଥ୍ୟ ରଖିଛି ରାଜ୍ୟ ଭିଜିଲାନସ ବିଭାଗ। ଗୁରୁତ୍ବପୂର୍ଣ୍ଣ କଥା ହେଲା, ଗଲା ୬ ମାସରେ ଅର୍ଥାତ ନୂଆ ସରକାର ଆସିବା ପରେ ଗିରଫ ହୋଇଛନ୍ତି ୫୦ କ୍ଳାସ୍ ୱାନ୍ ଅଫିସର୍, ଯା ଭିତରେ ଅଛନ୍ତି ୬ ଜଣ ଚିଫ୍ ଇଞ୍ଜିନିୟର।

Advertisment

ବଡ଼ ଦୁର୍ନୀତି, ବଡ଼ ମୁଣ୍ଡ, ବଡ଼ ରେଡ୍ । ବର୍ଷକରେ ୧୮୧ ସରକାରୀ ଅଧିକାରୀ ଓ ଅନ୍ୟମାନଙ୍କୁ ବାନ୍ଧିଛି ଭିଜିଲାନ୍ସ। ଯେଉଁଥିରେ ଅଛନ୍ତି ୫୦ ଜଣ କ୍ଲାସ୍ ୱାନ୍ ଅଫିସର। ରାଜ୍ୟ ଭିଜିଲାନ୍ସ ଇତିହାସରେ ଏହାପୂର୍ବରୁ କେବେ ବି ଏତେ ପରିମାଣର ଗ୍ରୁପ୍ A ଅଧିକାରୀ ଭିଜିଲାନ୍ସ ଜାଲରେ ପଡ଼ିନଥିଲେ। ବେଆଇନ ଭାବେ ଅର୍ଜିଥିଲେ କୋଟି କୋଟି। କୋଠାବାଡି ନିର୍ମାଣ ବିଭାଗର ପୂର୍ବତନ ମୁଖ୍ୟ ଯନ୍ତ୍ରୀ ତାରା ପ୍ରସାଦ ମିଶ୍ରଙ୍କର ଅଢେଇ କିଲୋ ସୁନା ସହ କୋଟି କୋଟି ଟଙ୍କା, ଓବିସିସିର ମୁଖ୍ୟ ଯନ୍ତ୍ରୀ ପ୍ରଦୀପ ରଥଙ୍କର ୫୦ ପ୍ଲଟ ସହ ପାଖାପାଖି ୧୦ କୋଟିରୁ ଉର୍ଦ୍ଧ ସମ୍ପତ୍ତି। ଲୋୟର ସୁକତେଲ ପ୍ରକଳ୍ପର ମୁଖ୍ୟ ଯନ୍ତ୍ରୀ ସୁନୀଲ ରାଉତଙ୍କ ଭୁବନେଶ୍ବରରେ ଆଲିସାନ କୋଠା ସହ ୩୪ଟି ଦାମୀ ପ୍ଲଟ ଓ କେଜିଏ ସୁନା। ଏମିତି ୬ଜଣ ମୁଖ୍ୟଯନ୍ତ୍ରୀ ଭିଜିଲାନ୍ସ ହାବୁଡ଼ରେ ପଡ଼ିଛନ୍ତି।

ଅଧିକ ପଢ଼ନ୍ତୁ: ଲୁଚକାଳି ଖେଳୁଛି ଶୀତ; ଉପରମୁହାଁ ହେଉଛି ପାରଦ...

ବର୍ଷକରେ ରୁଜୁ ହୋଇଛି ୨୦୦ ଅପରାଧିକ ମାମଲା। ସେଥିରୁ ୬୦ଟି ଆୟ ବର୍ହିଭୂତ ସଂପତ୍ତି ଠୁଳ ମାମଲା, ଯେଉଁଥିରେ ଧରାପଡ଼ିଛି ୧୩୧ କୋଟିରୁ ଅଧିକ ସଂପତ୍ତି। ଗୁରୁତ୍ବପୂର୍ଣ୍ଣ କଥା ହେଲା ଏହି ୬୦ଟି ମାମଲାରେ ୩୮ ଜଣ ସ୍ବାମୀ କିମ୍ବା ସ୍ତ୍ରୀ ବି ସହ ଅଭିଯୁକ୍ତ ଅଛନ୍ତି।

Advertisment

ରାଜ୍ୟରେ ନୂଆ ସରକାର ଆସିବା ପରେ ବଡ଼ ବଡ଼ ଦୁର୍ନୀତିଖୋର ବାବୁଙ୍କ ମୁଖା ଖୋଲିଛି। ପୂର୍ବରୁ କେବଳ ଛୋଟ ମାଛ ଧରାପଡ଼ୁଥିବା ବେଳେ ବଡ଼ ବଡ଼ିଆ ଖସି ଯାଉଥିବା ଅଭିଯୋଗ ଭିଜିଲାନ୍ସ ଉପରେ ଥିଲା। ହେଲେ ଏବେ ବଦଳିଛି ଟ୍ରେଣ୍ଡ। ପ୍ରାୟ ପ୍ରତେକ୍ୟ ବିଭାଗର ଦୁର୍ନୀତିଖୋର ବଡ଼ ମାଛକୁ ବାନ୍ଧିଛି ଭିଜିଲାନ୍ସ। ଗିରଫ ହୋଇଥିବା ବାବୁଙ୍କ ଭିତରେ ଖାଲି ୬ ମୁଖ୍ୟଯନ୍ତ୍ରୀ ନୁହନ୍ତି, ତହସିଲଦାର, ବିଡିଓ, ସବ୍ କଲେକ୍ଟର, ଅବକାରୀ ବିଭାଗ ଯୁଗ୍ମ କମିଶନର, ଜେଲ୍ ସୁପରିନଟେଣ୍ଡଣ୍ଟ ଏମିତି ତାଲିକା ଲମ୍ବିଛି। ତାସହ ୧୯ ଜଣ ଇଞ୍ଜିନିୟର, ୨୨ ଜଣ ରେଭେନ୍ୟୁ ଅଫିସିଆଲ, ୯ ଜଣ ପୋଲିସ, ୫  ଡାକ୍ତର, ୩ ଜଣ ଫରେଷ୍ଟ ଅଧିକାରୀଙ୍କୁ ଗିରଫ କରାଯାଇଛି। ସବୁଠୁ ବଡ଼ କଥା ହେଉଛି ୫୦ ପ୍ରତିଶତ ହାରରେ ୧୦୫ଟି ମାମଲାରେ ଦଣ୍ଡ ବିଧାନ ହୋଇପାରିଛି। ସେହିପରି ଆୟ ବର୍ହିଭୂତ ସମ୍ପତ୍ତି ମାମଲାରେ ଏହି ହାର ରହିଛି ୮୦ ପ୍ରତିଶତ।

ଅଧିକ ପଢ଼ନ୍ତୁ: ଗୁହାରି ଶୁଣିଲେ ମୁଖ୍ୟମନ୍ତ୍ରୀ; କୁନି ପୁଅ ପାଇଁ ମଗାଇଲେ ଆମ୍ୱୁଲାନ୍ସ, ଦେଲେ ଚିକିତ୍ସା ନିର୍ଦ୍ଦେଶ

Vigilance
Advertisment
Advertisment