Advertisment

Sonepur Picnic Spot: ଚାଲ ବୁଲିଯିବା ଖଣ୍ଡିକନପା...ବାଘୁଆନଦୀରେ ଗାଧୋଇ ଭୋଜିଭାତ କରିବା...

ବୌଦ୍ଧ ଜିଲ୍ଲାରେ ଅନେକ ପର୍ଯ୍ୟଟନସ୍ଥଳି ରହିଥିଲେବି କଂଟାମାଳ ସୀମାନ୍ତରେ ରହିଥିବା ଏହି ଖଣ୍ଡିକନପା ଅଂଚଳଟି ପିକନିକ ପାଇଁ ବେଶ ଆକର୍ଷଣୀୟ । ପର୍ଯ୍ୟଟନ ବିଭାଗ ପକ୍ଷରୁ ଏହି ସ୍ଥାନକୁ ଏକ ପର୍ଯ୍ୟଟନସ୍ଥଳୀର ମାନ୍ୟତା ମିଳିସାରିଥିବାବେଳେ ବର୍ଷର ବିଭିନ୍ନ ସମୟରେ ଏଠାକୁ ପର୍ଯ୍ୟଟକମାନେ ଆସିଥାନ୍ତି । ବିଶେଷକରି ପିକିନିକ ଋତୁ ଆସିଲେ ଏହି ସ୍ଥାନରେ ଜମେ ପର୍ଯ୍ୟଟକଙ୍କ ଭିଡ ।

author-image
Prasan Subudhi
ଅଦ୍ୟତନ ହୋଇଛି
ବାଘୁଆନଦୀରେ ଗାଧୋଇବାର ମଜା ନିଆରା

ବାଘୁଆନଦୀରେ ଗାଧୋଇବାର ମଜା ନିଆରା

ଆରମ୍ଭ ହୋଇଯାଇଛି ପିକନିକ ଋତୁ । ଏବେ ସବୁଠି ଦେଖିବାକୁ ମିଳିଲାଣି ଭୋଜି ଭାତର ଆସର । ପୁରୁଣା ବର୍ଷ ୨୦୨୪କୁ ବିଦାୟଦେଇ ନୂଆବର୍ଷକୁ ମଜା ମଜଲିସ ମଧ୍ୟରେ ସ୍ୱାଗତ କରିବାରେ ସମସ୍ତେ ମସଗୁଲ । ଏଣୁ ଆଖପାଖରେ ଥିବା ବିଭିନ୍ନ ପିକନିକ ସ୍ପଟରେ ଜମୁଛି ପର୍ଯ୍ୟଟକଙ୍କ ଭିଡ । ଏସବୁ ଭିତରେ ଏବେ ସମସ୍ତଙ୍କର ପ୍ରୀୟ ପିକନିକ ସ୍ପଟ ସାଜିଛି ବୌଦ୍ଧ ଜିଲ୍ଲା ଖଣ୍ଡିକନପା ଅଂଚଳ । ଦେଖିବା ଏହି ରିପୋର୍ଟ ।

Advertisment

ଚାରିପଟେ ସବୁଜିମାର ବିସ୍ତିର୍ଣ୍ଣ ଓଢଣୀ ଆଉ ତା’ଉପରେ ନୀଳ ଆକାଶ । ପାହାଡିଆ ଅଂଚଳରେ ପଥରକୁ କାଟି କୂଳୁ କୂଳୁ ନାଦରେ ବୋହିଯାଉଛି ବାଘନଦୀ । ନିରୋଳା ପରିବେଶ ଓ ପ୍ରାକୃତିକ ପରିବେଶକୁ ନେଇ ଆନମାନ ହେଉଛି ପ୍ରକୃତିପ୍ରେମୀ । କେଉଁଠି ଫେନିଲ ତ ଅଉ କେଉଁଠି ସ୍ୱଚ୍ଛ ଶାନ୍ତ ବକ୍ଷରାଜି ବାଘନଦୀର ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରୁଛି । ପ୍ରକୃତିର ଏତେସବୁ ବିଭବକୁ ଛାତିରେ ଧରି ଶୀତଋତୁ ଆସିଲେ ପ୍ରକୃତି ପ୍ରେମୀଙ୍କୁ ହାତଠାରି ଡାକୁଛି ଏହି ଅଂଚଳ ।

ଏହି ସ୍ଥାନରେ ଏବେ ଜମିଛି ପର୍ଯ୍ୟଟକଙ୍କ ଭିଡ । କିଏ ଭୋଜି ରାନ୍ଧିବାରେ ବ୍ୟସ୍ତ ତ ଆଉ କିଏ ମ୍ୟୁଜିକର ତାଳେ ତାଳେ ନୃତ୍ୟରେ ବିଭୋର । ସେପଟେ କୁଳୁ କୁଳୁ ନାଦରେ ବୋହିଯାଉଥିବା ପାଣିରେ ଗାଧୋଇବାର ମଜା ନେବାକୁ ବି ଭୁଲୁନାହଁନ୍ତି ପର୍ଯ୍ୟଟକ । ଏହି ସୁନ୍ଦର ପିକନିକ ସ୍ପଟଟି ହେଉଛି ବୌଦ୍ଧ ଜିଲ୍ଲା ଖଣ୍ଡିକନପା । ଯେଉଁଠି ଏବେ ନୂଆବର୍ଷ ପାଇଁ ଲାଗିଛି ପର୍ଯ୍ୟଟକଙ୍କ ଭିଡ ।

Advertisment

ବୌଦ୍ଧ ଜିଲ୍ଲାରେ ଅନେକ ପର୍ଯ୍ୟଟନସ୍ଥଳି ରହିଥିଲେବି କଂଟାମାଳ ସୀମାନ୍ତରେ ରହିଥିବା ଏହି ଖଣ୍ଡିକନପା ଅଂଚଳଟି ପିକନିକ ପାଇଁ ବେଶ ଆକର୍ଷଣୀୟ । ପର୍ଯ୍ୟଟନ ବିଭାଗ ପକ୍ଷରୁ ଏହି ସ୍ଥାନକୁ ଏକ ପର୍ଯ୍ୟଟନସ୍ଥଳୀର ମାନ୍ୟତା ମିଳିସାରିଥିବାବେଳେ ବର୍ଷର ବିଭିନ୍ନ ସମୟରେ ଏଠାକୁ ପର୍ଯ୍ୟଟକମାନେ ଆସିଥାନ୍ତି । ବିଶେଷକରି ପିକିନିକ ଋତୁ ଆସିଲେ ଏହି ସ୍ଥାନରେ ଜମେ ପର୍ଯ୍ୟଟକଙ୍କ ଭିଡ ।

ନଦୀର ଏପଟରୁ ସେପଟକୁ ଯିବା ପାଇଁ ପୁଣି ତିଆରି ହୋଇଛି କାଠ ତିଆରି ଛୋଟିଆ ପୋଲ । ସବୁବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଏଭଳି ଏକ ପ୍ରାକୃତିକ ପରିବେଶ ମଧ୍ୟରେ ବଣଭୋଜି ଏବଂ ଫଟୋ ଉଠାଇବାକୁ କାହିଁ କେତେ ଦୂରରୁ ଧାଇଁ ଆସୁଛନ୍ତି ପର୍ଯ୍ୟଟକ। ବୌଦ୍ଧ ଜିଲ୍ଲା ୫୭ ନମ୍ବର ଜାତୀୟ ରାଜପଥ ମନମୁଣ୍ଡାରୁ ୨୬ କିଲୋମିଟର ଗଲେ ପଡିଥାଏ ଏହି ସୁନ୍ଦର ପର୍ଯ୍ୟଟନସ୍ଥଳୀ । ବର୍ଷର ବିଭିନ୍ନ ସମୟରେ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଥିବା ଏହି ସ୍ଥାନଟି ଏକ ସୁନ୍ଦର ପିକନିକ ସ୍ପଟ ଭାବରେ ବେଶ ଜଣାଶୁଣା । ଏଣୁ ପର୍ଯ୍ୟଟକମାନଙ୍କ ପାଇଁ ଏଠାରେ ପର୍ଯ୍ୟାନ୍ତ ସୁବିଧା କରିବାକୁ ବିଭିନ୍ନ ମହଲରେ ଦାବୀ ହୋଇଛି ।

Tourist Spots Odisha Picnic Spots Sonepur Tourist
Advertisment
Advertisment