ଲାଞ୍ଚ ନେଉଥିବା ସମୟରେ ରଙ୍ଗେ ହାତ ଧରିଥିଲା ଭିଜିଲାନସ। ଅଭିଯୋଗ ପାଇବା ପରେ ଏ ଦୁଇ ମହିଳା ଇଞ୍ଜିନିୟରଙ୍କୁ ଧରିବା ପାଇଁ ଭିଜିଲାନ କରିଥିଲା ପ୍ରି ପ୍ଲାନ।
ଲାଞ୍ଚ ନେଉଥିବା ସମୟରେ ରଙ୍ଗେ ହାତ ଧରିଥିଲା ଭିଜିଲାନସ। ଅଭିଯୋଗ ପାଇବା ପରେ ଏ ଦୁଇ ମହିଳା ଇଞ୍ଜିନିୟରଙ୍କୁ ଧରିବା ପାଇଁ ଭିଜିଲାନ୍ସ କରିଥିଲା ପ୍ରି ପ୍ଲାନ।
ଧର୍ମଗଡ଼ ଉପଜିଲ୍ଲାପାଳ ଧୀମାନ ଚକମା ଲାଞ୍ଚ ନେଇ ଗିରଫ ହେବା ପରେ ତାଙ୍କୁ ଭବାନୀପାଟଣା ଜିଲ୍ଲା କାରାଗାରକୁ ପଠାଇ ଦିଆଯାଇଥିଲା। ମାନସିକ ଅବସାଦଗ୍ରସ୍ତ ହୋଇ ଏବେ ଭବାନୀପାଟଣା ଜେଲ୍ ହସ୍ପିଟାଲରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଛନ୍ତି।
ଚାକିରି ବେଳେ ଅସତ୍ ଉପାୟରେ ଠୁଳ କରିଥିଲେ କଳାଧନ...ଆଉ ପାପର ଘଡ଼ା ପୂରିବା ପରେ ଏବେ ବନ୍ଧା ହେଉଛନ୍ତି ଜଣଙ୍କ ପରେ ଜଣେ। ଏମିତିକି ଅବସରର ମାତ୍ର କେଇ ଘଣ୍ଟା ଆଗରୁ ଛନ୍ଦି ହୋଇଛନ୍ତି ଭିଜିଲାନ୍ସ ଜାଲରେ। ଅର୍ଥାତ ହାପି ଏଣ୍ଡିଂ ଆଶାରେ ଥିବା ବଡ଼ ବଡ଼ ଯନ୍ତ୍ରୀ ବାବୁଙ୍କୁ ଶେଷଦିନରେ ଲାଗିଛି ଟ୍ରାଜିକ୍ ସକ୍।
ଭୁବନେଶ୍ବର ସହିଦନଗରରେ ଏନ. ଦିଲ୍ଲୀପଙ୍କ ଘରେ ପଡ଼ିଛି ତାଲା । ଫ୍ଲାଟ୍ ରେ ତାଲା ପଡ଼ିଥିବାରୁ ବାହାରେ ବସି ରହିଛନ୍ତି ଭିଜିଲାନ୍ସ ଅଧିକାରୀ । ସେପଟେ ଯନ୍ତ୍ରୀଙ୍କ ବ୍ରହ୍ମପୁର ଧର୍ମନଗର, ମୟୂରୀ ବିହାର ସ୍ଥିତ ଘର ସହ ଅଫିସରେ ରେଡ୍ ହେଉଛି। ଚଢାଉ ସମୟରେ ବିପୁଳ ପରିମାଣର ସୁନା ଅଳଙ୍କାର ଓ ଅନ୍ୟାନ୍ୟ ସମ୍ପତ୍ତି ଠାବ ହୋଇଥିବା ସୂଚନା ମିଳିଛି ।
ରାଜଧାନୀରେ ମାଡ଼ିଛି ଚୋରା ନିଶା କାରବାର । ଆଜି କମିଶନରେଟ ପୋଲିସର ସ୍ପେଶାଲ କ୍ରାଇମ୍ ୟୁନିଟ୍ ଓ କ୍ରାଇମବ୍ରାଞ୍ଚ STFର ମିଳିତ ଚଢାଉ ବେଳେ ଜବତ ହୋଇଛି ପୁଳାପୁଳା ଗଞ୍ଜେଇ ।
ଛେପ ଢୋକୁଥିଲେ, ଟଙ୍କା ଗଣୁଥିଲେ । ସିଲ୍ ପେଟିରୁ ବାହାରୁଥିଲା ବଣ୍ଡଲ୍ ବଣ୍ଡଲ୍ ନୋଟ୍ । କେଇଟା ମିନିଟ୍ରେ ଏତେ ଟଙ୍କା ଗଦା ହୋଇଗଲାଯେ, ତାଜୁବ୍ ହେଲା ଭିଜିଲାନ୍ସ, ବେହୋସ୍ ହେଲା ମିଡିଆ । ଆଉ ପତ୍ନୀଙ୍କ ଏ ପାଟ ଶାଢ଼ୀର ଦାମ୍ ବେଶ୍ ଜାଣିପାରୁଥିବେ ।
ଭିଜିଲାନ୍ସ ଜାଲରେ କୋଟିପତି ମୁଖ୍ୟ ଯନ୍ତ୍ରୀ। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ୱର ସ୍ଥିତ RW ଡିଭିଜନ୍ ମୁଖ୍ୟ ଯନ୍ତ୍ରୀ ବୈକୁଣ୍ଠ ନାଥ ଷଡ଼ଙ୍ଗୀଙ୍କ ଘରେ ଆଜି ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି।
କେସ ଫାଇଲରୁ ନାଁ କାଟିବାକୁ ନେଉଥିଲେ ୧୦ ହଜାର ଟଙ୍କା ଲାଞ୍ଚ । ଲାଞ୍ଚୁଆ ASI ଓ ହୋମଗାର୍ଡଙ୍କୁ କାବୁ କଲା ଭିଜିଲାନ୍ସ । ସେମାନେ ହେଲେ ବାଙ୍କୋଇ ଫାଣ୍ଡି ASI ତୁଷାର ନାୟକ ଓ ହୋମ୍ଗାର୍ଡ ପି.କେ ସୁନ୍ଦରାୟ ।
ଆର ଆଣ୍ଡ ବି ଡିଭିଜନର କନିଷ୍ଠ ଯନ୍ତ୍ରୀ ସୁଶାନ୍ତ କୁମାର ସେଠୀଙ୍କ ଘରେ ଭିଜିଲାନ୍ସ ଚଢାଉ ବେଳେ ଏମିତି ଅପ୍ରିତିକର ଦୃଶ୍ୟ ଦେଖିବାକୁ ମିଳିଥିଲା !
ଭିଜିଲାନ୍ସ ଜାଲରେ ଧର୍ମଶାଳା ABDO। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ସକାଳେ ଧର୍ମଶାଳା ABDO ଅସିତ ପାତ୍ରଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ଅସିତଙ୍କ ଘର ସମେତ ୭ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି।
ଗତକାଲି ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରାମଚନ୍ଦ୍ରଙ୍କ ସରକାରୀ ବାସଭବନ ସହ ପୈତୃକ ଘରେ ରେଡ୍ ହୋଇଥିଲା। ଏଥିସହ ଭିଜିଲାନ୍ସ ପକ୍ଷରୁ ଅନୁଗୋଳ, ଢେଙ୍କାନାଳ, କଟକ ଓ କଳାହାଣ୍ଡିର ୯ଟି ସ୍ଥାନରେ ଏକକାଳୀନ ରେଡ୍ କରାଯାଇଥିଲା।
ରାମଚନ୍ଦ୍ରଙ୍କ ସରକାରୀ ବାସଭବନ ସହ ପୈତୃକ ଘରେ ରେଡ୍ ହୋଇଛି। ଭିଜିଲାନ୍ସ ପକ୍ଷରୁ ଏକକାଳୀନ ୯ଟି ସ୍ଥାନରେ ଚଢ଼ାଉ କରାଯାଇଛି।
ରେଡ୍ ସମୟରେ ଭୁବନେଶ୍ବର ଆଇଗିଣିଆ ଭଡ଼ା ଘରୁ ଅମାପ ସମ୍ପତ୍ତି ଠାବ ହୋଇଛି । ବିଡ଼ା ବିଡ଼ା ଟଙ୍କା ସହ ସୁନା ଅଳଙ୍କାର ଦେଖି ଭିଜିଲାନ୍ସ ଜଳକା ହୋଇଯାଇଛି । ଏହାଛଡ଼ା ଏକାଧିକ ବ୍ୟାଙ୍କ ଜମା ମଧ୍ୟ ଠାବ ହୋଇଛି ।
ଜଟଣୀ ପୌରପାଳିକାର କୋଟିପତି କାର୍ଯ୍ୟନିର୍ବାହୀ ଅଧିକାରୀ ସୂର୍ଯ୍ୟମଣି ପାଟ୍ଟଯୋଶୀ। ଘରୁ ମିଳୁଛି ବିଡ଼ାବିଡ଼ା ଟଙ୍କା। ବାବୁ ଟଙ୍କା ଦେଖି ଭିଜିଲାନ୍ସ ଅଧିକାରୀ ଜଳକା। ଗଣି ଗଣି ହାଲିଆ ହୋଇପଡ଼ିଲେ ଭିଜିଲାନ୍ସ ଅଧିକାରୀ। ଶେଷରେ ଆସିଲା ଟଙ୍କା ଗଣା ମେସିନ। ଏତେ ଟଙ୍କା ବାବୁ କେଉଁଠି ଆଣିଲେ, ଘରେ କାହିଁକି ଏତେ ଟଙ୍କା ରଖିଥିଲେ, ତାକୁ ନେଇ ଉଠିଛି ପ୍ରଶ୍ନ।
ସୂର୍ଯ୍ୟମଣି ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗ ହୋଇଥିଲା। ଭିଜିଲାନ୍ସ ଘଟଣାର ତଦନ୍ତ କରି ଆଜି ସକାଳେ ତାଙ୍କ ଘର ସମେତ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଛି।
ସରକାରୀ ଅର୍ଥକୁ ଅନଲାଇନ୍ କ୍ରିକେଟ୍ ବେଟିଂ ଆପରେ ଲଗାଇ ଦୁଇ ଦୁଇ ଜଣ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଫସିବାକୁ ନେଇ ଏବେ ଚର୍ଚ୍ଚା। କାଲି ଗଞ୍ଜାମ ରାଧାଦେଇପୁର ପିଇଓ, ଆଉ ଆଜି କଳାହାଣ୍ଡି ତଳନାଗି ଓ ପୋଡ଼ାପଦରର ପୂର୍ବତନ ପିଇଓ ବନ୍ଧା ହୋଇଛନ୍ତି।
କଳାହାଣ୍ଡି ଜିଲ୍ଲାର ଇନ୍ଦ୍ରାବତୀ ଜଳ ଭଣ୍ଡାର ମଧ୍ୟରେ ଥିବା ପୋଡ଼ା ପଦର ପଞ୍ଚାୟତ ଓ ଦୁର୍ଗମ ଆଦିବାସୀ ଅଧ୍ୟୁଷିତ ତଳନାଗି ଏହି ଦୁଇଟି ପଞ୍ଚାୟତର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ପାଇଁ ଆସୁଥିବା ସରକାରୀ ଯୋଜନା ଓ ସହାୟତା ଟଙ୍କା ଆତ୍ମସାତ କରି ଆସୁଥିବା ଅଭିଯୋଗ ହୋଇଥିଲା ।
୧୭ ଲକ୍ଷ ୫୫ ହଜାରର ନଗଦ ଟଙ୍କା ସହ ୭ ଶହ ଗ୍ରାମର ୩ଟି ସୁନା ବିସ୍କୁଟ ଦେଖି ଜଳକା ହୋଇଯାଇଥିଲା ଭିଜିଲାନ୍ସ ଟିମ୍ । ଭୁବନେଶ୍ବର ମୈତ୍ରୀ ବିହାର ଘରେ ରେଡ୍ ବେଳେ ମିଳିଛି ଏହି ବିପୁଳ ସଂପତ୍ତି । ତେବେ ବାବୁଙ୍କ ସମ୍ପତ୍ତିର ତାଲିକା ଏଇଠି ସରିଯାଇନି । ରେଡ୍ରୁ ଜଣାପଡିଛି ପ୍ରଦୀପଙ୍କର ଭୁବନେଶ୍ବର, ଖୋର୍ଦ୍ଧା ଓ ପୁରୀରେ ରହିଛି ୩ଟି ବହୁତଳ କୋଠା । ସେ କିଣିଛନ୍ତି ୧୧ଟି ପ୍ଲଟ ।
ପ୍ରଦୀପଙ୍କ କଟକ ସ୍ଥିତ ଅଫିସ, ଖୋର୍ଦ୍ଧା ଟାଙ୍ଗିରେ ପୈତୃକ ଘର, ଭୁବନେଶ୍ୱର ଚନ୍ଦ୍ରଶେଖରପୁରର ମୈତ୍ରୀ ବିହାରର ଥିବା ଘର, ରଘୁନାଥପୁରରେ ଥିବା ଘର, ନୟାଗଡ଼ରେ ଥିବା ଫାର୍ମ ହାଉସ ସମେତ ୯ଟି ସ୍ଥାନରେ ଚଢ଼ାଉ କରାଯାଇଛି। ପୁରୀରେ ଥିବା ପ୍ରଦୀପଙ୍କ ସଂପର୍କୀୟ ଘରେ ମଧ୍ୟ ଚଢ଼ାଉ କରାଯାଇଛି।
ଗଞ୍ଜାମ ଜିଲ୍ଲାରୁ ହେଉଥିଲା ବାବୁଙ୍କ କଳା ଟଙ୍କା କାରବାର। ଭିଜିଲାନ୍ସ ହାତରେ ଲାଗିଛି ବାବୁଙ୍କ ଟଙ୍କା ହଡପ୍ର ସବୁ ପ୍ରମାଣ। ଯାହାକୁ ଧରି ଖୋଳତାଡ କରୁଛି ଭିଜିଲାନ୍ସ ଟିମ୍।
ଦୁଇ ଦିନର ରେଡ୍ ବେଳେ ଶାନ୍ତନୁଙ୍କ ଘରୁ ନଗଦ ୨.୬ କୋଟି ଟଙ୍କା ଜବତ କରିଛି ଭିଜିଲାନ୍ସ। ଏଥିସହ ତାଙ୍କ ସହଯୋଗୀଙ୍କ ନିକଟରୁ ୬ ଲକ୍ଷ ଟଙ୍କାର ନଗଦ ଟଙ୍କା ଜବତ ହୋଇଛି।
ଚଢ଼ାଉ ବେଳେ ଜୟପୁର ବାସଭବନରୁ ବିଡ଼ା ବିଡ଼ା ଟଙ୍କା ପାଇଛି ଭିଜିଲାନ୍ସ। ଠାବ ହୋଇଥିବା ଟଙ୍କା ପ୍ରାୟ ଦେଢ କୋଟି ହେବ ବୋଲି ସୂଚନା ମିଳିଛି। ଜବତ ହୋଇଥିବା ଟଙ୍କା ଦେଖି ଜଳକା ହୋଇଛନ୍ତି ଭିଜିଲାନ୍ସ ଅଧିକାରୀ।
ଲକ୍ଷ୍ମୀସାଗରରେ ଗୋଟିଏ ଫ୍ଲାଟ ଥିବାବେଳେ ଆଉ ଗୋଟିଏ ଫ୍ଲାଟ ପାଇଁ ଦେଢ କୋଟି ଟଙ୍କା ଅଗ୍ରୀମ ଦେଇଥିଲେ ବିଶ୍ୱଦର୍ଶୀ।
ଚଢ଼ାଉ ବେଳେ ବିଶ୍ୱଦର୍ଶୀଙ୍କ ଘରୁ ଦାମୀ କାର୍, ନଗଦ ଟଙ୍କା ଓ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଛି ଭିଜିଲାନ୍ସ।