ସରକାରୀ ଅର୍ଥକୁ ଅନଲାଇନ୍ କ୍ରିକେଟ୍ ବେଟିଂ ଆପରେ ଲଗାଇ ଦୁଇ ଦୁଇ ଜଣ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଫସିବାକୁ ନେଇ ଏବେ ଚର୍ଚ୍ଚା। କାଲି ଗଞ୍ଜାମ ରାଧାଦେଇପୁର ପିଇଓ, ଆଉ ଆଜି କଳାହାଣ୍ଡି ତଳନାଗି ଓ ପୋଡ଼ାପଦରର ପୂର୍ବତନ ପିଇଓ ବନ୍ଧା ହୋଇଛନ୍ତି।
ବିବାଦ ସେତେବେଳେ ଆରମ୍ଭ ହେଲା, ଯେତେବେଳେ ବିଏମସି ତରଫରୁ ୧୧ ମାର୍ଚ୍ଚ ୨୦୨୫ରେ ୩୧ଟି ପ୍ରମୁଖ ହୋଲ୍ଡିଂ ଟ୍ୟାକ୍ସ ଖିଲାପକାରୀ ସଂସ୍ଥାଙ୍କର ଏକ ତାଲିକା ଏହାର ସୋସିଆଲ୍ ମିଡିଆ ଇନଷ୍ଟାଗ୍ରାମରେ ଛାଡ଼ିଲା। ଏହି ୩୧ ଖିଲାପକାରୀଙ୍କ ମଧ୍ୟରୁ ୧୬ଟି ସଂସ୍ଥାର ବାକିଆ ଟଙ୍କା ୧ କୋଟିରୁ ଅଧିକ ଲେଖାଏଁ ଟଙ୍କା ହୋଇଥିବା ବେଳେ, ୧୫ଟି ସଂସ୍ଥାଙ୍କର ବାକିଆ ୫୦ ଲକ୍ଷରୁ ୧ କୋଟି ଟଙ୍କା ମଧ୍ୟରେ ରହିଥିଲା।
ହାତ ମାରିଲେ ଝରିପଡ଼ୁଛି ବାଲି, ଗୋଇଠା ମାରିଲେ ଭାଙ୍ଗି ଯାଉଛି ସିମେଣ୍ଟ ଖୁଣ୍ଟ... କାମ ଏମିତି ଲୋକେ କହୁଛନ୍ତି ଛି ଛି... ଏ କେଉଁ ବେଳାଭୂମିର ଚୋରାବାଲି ନୁହେଁ, ବରଂ ବାରିପଦାରେ ନିର୍ମିତ ଏକ ପୋଲର ବାଲି, ଏ ଦୃଶ୍ୟ ଦେଖିଲେ ଲାଗୁଛି ଯେମିତି ପୂରା ଟଙ୍କା କେବଳ ବାଲି କିଣାରେ ହିଁ ସାରି ଦେଇଛନ୍ତି ।
ସରକାରୀ ଯୋଜନାକୁ ମୋଡ଼ି ମକଚି ପକାଇଥିଲେ ଖୋଦ୍ ସରକାରୀ ବାବୁ । ଯାଜପୁର ଜିଲ୍ଲାରେ ଭତ୍ତା ପାଇଁ ହୋଇଛି ସର୍ବାଧିକ ଦୁର୍ନୀତି । ଆଉ ଏଥିରେ ମୁଖ୍ୟ କାର୍ପଟଦାର ସାଜିଥିଲେ ସରକାରୀ ବାବୁ। ବିଧାନସଭାରୁ ଏ ତଥ୍ୟ ଆସିବା ପରେ ରାଜନୀତି ଘନେଇଛି । ପ୍ରଶ୍ନ ଉଠିଛି କାହା ନିର୍ଦ୍ଦେଶରେ ସରକାରୀ ବାବୁମାନେ ଏଭଳି ଗଫଲତି କରୁଥିଲେ ।...
ଏ ସଂପର୍କରେ ମିଳିଥିବା ଅଭିଯୋଗରୁ ପ୍ରକାଶଯେ, ଚାରିଛକ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନିର୍ମଳ ରଣା ଚଞ୍ଚକତା କରି ମୋ ସ୍କୁଲ ଯୋଜନା ଅର୍ଥକୁ ହରିଲୁଟ କରୁଥିବା ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିଲା। ଜିଲ୍ଲା ଶିକ୍ଷାଧିକାରୀ ଏ ସୂଚନା ପାଇବା ପରେ ଏହାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ। ତଦନ୍ତକାରୀ ଟିମ ସ୍କୁଲକୁ ଆସି ଶିକ୍ଷକଙ୍କ କେଳେଙ୍କାରୀର ତଦନ୍ତ କରିବା ସମୟରେ ବହୁ ଅକୁହା କଥା ସାମ୍ନାକୁ ଆସିଥିଲା ।
ଡେନମାର୍କ ଏହି ତାଲିକାରେ ସବୁଠୁ ଶୀର୍ଷରେ ରହିଛି। ଏଠାରେ ଦୁର୍ନୀତି ସବୁଠାରୁ କମ ହୋଇଥାଏ। ସିପିଆଇରେ ଏହି ଦେଶକୁ ୯୦ ମାର୍କ ମିଳିଛି। ଅନ୍ୟ ପକ୍ଷରେ ଫିନଲାଣ୍ଡ(୮୮), ସିଙ୍ଗାପୁର(୮୪), ନ୍ୟୁଜିଲାଣ୍ଡ(୮୩), ଲକ୍ସେମବର୍ଗ(୮୧) ଟପ ୫ ମଧ୍ୟରେ ରହିଛନ୍ତି।
ଆପ୍ ମୁଖ୍ୟ ଅରବିନ୍ଦ କେଜରିୱାଲ ଏବଂ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ; ଉଭୟେ କଂଗ୍ରେସକୁ ଗାଦିଚ୍ୟୁତ କରି କ୍ଷମତାକୁ ଆସିଥିଲେ । ଦୁଇ ଦଳର ଆଭିମୁଖ୍ୟ ସମାନ- ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ଓ ନିଜର ଭାବମୂର୍ତ୍ତି । ଏଥିପାଇଁ ଉଭୟ ଦଳର ନେତାଙ୍କୁ ପ୍ରବଳ ଜନସମର୍ଥନ ମିଳିଲା । ଶେଷରେ ଦୁର୍ନୀତିଗ୍ରସ୍ତର ଅଭିଯୋଗ ମୁଣ୍ଡାଇ ଦୁଇ ଦଳକୁ କ୍ଷମତାଚ୍ୟୁତ ହେବାକୁ ପଡିଲା ।
ମାଲକାନଗିରି ସୀମାନ୍ତ ଛତିଶଗଡ଼ ବିଜାପୁର ଜିଲ୍ଲାର ବରିଷ୍ଠ ସାମ୍ବାଦିକ ମୁକେଶ ଚନ୍ଦ୍ରକାରଙ୍କୁ ଅପହରଣ ପରେ ହତ୍ୟା କରାଯାଇଛି। ପୋଲିସ ସୁରେଶ ଚନ୍ଦ୍ରକାର ନାମକ ଠିକାଦାର ଘରେ ଶୁକ୍ରବାର ଚଢ଼ଉ କରିବା ପରେ ପାଇଖାନା ଟାଙ୍କିରୁ ମୁକେଶଙ୍କର ମୃତଦେହ ମିଳିଥିଲା।
ମିଶନ ଶକ୍ତି ଏମବିକେ ଲ୍ୟାପଟପ୍ କିଣାରେ ସାଂଘାତିକ ଦୁର୍ନୀତି...କୋଟିଏରୁ ଅଧିକ ଟଙ୍କାର ଲ୍ୟାପଟପ୍ କିଣା ଦୁର୍ନୀତି ଅଭିଯୋଗକୁ ନେଇ ହଇଚଇ...ଏମବିକେ ଏବଂ ବ୍ୟାଙ୍କମିତ୍ରଙ୍କୁ ଭୋଟ୍ ପୂର୍ବରୁ ପୂର୍ବ ସରକାରର ଥୋପ, ଖୋର୍ଦ୍ଧା ଜିଲ୍ଲାରୁ ଖୋଲୁଛି ଦୁର୍ନୀତିର ମହାଗୁମର।
କଳ, ବଳ, ଛଳ ପ୍ରୟୋଗ କରୁଥିବା ତଥା ନିଜ ପଦମର୍ଯ୍ୟାଦାର ଦୁରୁପଯୋଗ କରି ଯେଉଁମାନେ ଦୁର୍ନୀତିରେ ରତ ଅଛନ୍ତି ସେମାନଙ୍କୁ ଗୋଟି ଗୋଟି ବାହାର କରାଯାଉଛି । ନେଡ଼ିଗୁଡ଼ କହୁଣୀକୁ ବୋହିଯିବା ପୂର୍ବରୁ ସି ଜିନପିଙ୍ଗ ଖେଳିଛନ୍ତି ବହିସ୍କାର ଗେମ । ଜିନପିଙ୍ଗଙ୍କ ବହିସ୍କାର ଖଣ୍ଡା କେତେବେଳେ ଯେ କାହା ଉପରେ ପଡ଼ିବ, ସେଥିପାଇଁ ଥରହର ଦୁନୀତିଗ୍ରସ୍ତ ।
ଦିନକୁ ଦିନ ବୃଦ୍ଧି ପାଉଥିବା ଦୁର୍ନୀତି ସାରା ବିଶ୍ୱ ପାଇଁ ମୁଣ୍ଡ ବିନ୍ଧାର କାରଣ ହୋଇଛି। ଏହାକୁ ରୋକିବା ପାଇଁ ଅନେକ ପଦକ୍ଷେପ ମଧ୍ୟ ନିଆଯାଉଛି। ତେବେ ଆସନ୍ତୁ ଏହାକୁ ରୋକିବା ନେଇ କେତେକେ ପଦକ୍ଷେପ ବିଷୟରେ ଜାଣିନେବା।
ରାଜ୍ୟରେ ମହାମାରୀ ନାଁରେ ମହା ଘୋଟାଲା । କୋଭିଡ୍ ପରିଚାଳନା ପାଇଁ ବିନା ଯାଞ୍ଚରେ ଟଙ୍କା ବଣ୍ଟନ । DCH ମାନଙ୍କୁ ବେପରୁଆ ଭାବେ ଟଙ୍କା ବାଣ୍ଟିଥିଲେ ପୂର୍ବ ସରକାର । ୧୪୪ କୋଟି ୮୮ ଲକ୍ଷ ଟଙ୍କାର ଅନିୟମିତତା ଧରିଲେ ସିଏଜି । ସିଏଜି ସତ ଧରିବା ପରେ ଜୋର ଧରିଲା ରାଜନୀତି ।
ପୁଣି ବ୍ରହ୍ମପୁର ରାଜନୀତିରେ ବଡ଼ ହଟଚମଟ ! ପୁଣିଥରେ ପଦାରେ ପଡ଼ିଲା ବିଜେଡି ଅନ୍ତର୍କନ୍ଦଳ ! ମୁହାଁମୁହିଁ ମହାନଗର ନିଗମର ଦୁଇ କର୍ପୋରେଟର ଗୋଷ୍ଠୀ ! ବ୍ରହ୍ମପୁର ମେୟରଙ୍କୁ ଗାଦିଚ୍ୟୁତ କରିବାକୁ ଚାଲିଛି କି ମସୁଧା?
ଯୋଜନା ଚାଲିଛି, ହେଉଛି ମେଳା ମହୋତ୍ସବ । ଚାଷୀ ପାଖରେ କିନ୍ତୁ ପହଞ୍ଚୁନି ସହାୟତା ! ମିଲେଟ ମିଶନକୁ ନେଇ ଚାଷୀ ଆଣିଛନ୍ତି ଏଭଳି ସାଂଘାତିକ ଅଭିଯୋଗ।
୯ କିଲୋମିଟର କେନାଲ ପାର୍ଶ୍ବ ରାସ୍ତାକୁ ଯୋଡ଼ିବା ପାଇଁ ନିର୍ମାଣ ହୋଇଛି ୧୨ଟି ସେତୁ । ଯାଜପୁର ମୁକେଇପୁର ଠାରୁ ମାଳହାଟ ଯାଏ ରାସ୍ତାରେ ଗଲେ ଦେଖିବାକୁ ମିଳିବ ଏହି ମାଳମାଳ ସେତୁ ।
ପୂର୍ବ ସରକାର ଓ 5T ଦୁର୍ନୀତି ପ୍ରସଙ୍ଗ ଉଠାଇ ବି ଟାର୍ଗେଟ୍ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।
୪ବର୍ଷ ହେଲା ସରୁନି ଆମୋକୋ-ସିମକୋ ସହୀଦ ସ୍ମୃତି ପୀଠ । ଗ୍ରାମବାସୀ ବାରିଲେଣି ଦୁର୍ନୀତିର ଗନ୍ଧ ।
ବିଜେଡି ଓ ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେବା ପରେ ଦିଲ୍ଲୀରେ ବିଜେପିରେ ଯୋଗ ଦେଲେ ସୁଜିତ କୁମାର। ମିଶୁ ମିଶୁ ବିସ୍ଫୋରଣ କରିଛନ୍ତି। ଦଳ ଛାଡିବା କାରଣ କହିବା ସହ ବିଜେଡି ଉପରେ ବର୍ଷିଛନ୍ତି ।
ନବୀନ ପଟ୍ଟନାୟକ ଓ ଭି.କେ ପାଣ୍ଡିଆନ୍ଙ୍କ ନାଁରେ ଦୁର୍ନୀତି ଅଭିଯୋଗ । ଦୁର୍ନୀତି ଅଭିଯୋଗରେ ଭିଜିଲାନ୍ସ ଏସ୍ପିଙ୍କ ଦ୍ୱାରସ୍ଥ ହେଲେ ଆଇନଜୀବୀ ।
ସରକାର ଆଉ 5Tର ପ୍ରଚାର ପାଇଁ ରାଜ୍ୟ ରାଜକୋଷରୁ ୨୪୭ କୋଟି ଟଙ୍କା ବ୍ୟୟରେ ବାଣ୍ଟିଛନ୍ତି ଝୋଟ ବ୍ୟାଗ୍।
ବର୍ଷାରେ ମଇଳା ଆବର୍ଜନାରେ ବେହାଲ କୋରାପୁଟ ସହର। ଚାରିଆଡେ କୁଢ଼ କୁଢ଼ ଅଳିଆ ଆବର୍ଜନା। ବିପର୍ଯ୍ୟସ୍ତ ପରିମଳ ଥାଇ ମାସିକ ୩୫ ଲକ୍ଷ ନେଉଛି ଠିକା ସଂସ୍ଥା।
ଖୋଲିବ ସମବାୟ ଦୁର୍ନୀତି ପେଡି ! ବନ୍ଧା ହେବେ ଅଧିକାରୀ ! ସରକାରୀ ତହବିଲକୁ ଫେରିବ ଆତ୍ମସାତ ହୋଇଥିବା ଟଙ୍କା ! ଗତକାଲି ବିଧାନସଭାରେ ଆସିଛି ଅଖିତରାଟି ଦେଲା ଭଳି ତଥ୍ୟ।
ଯାଜପୁର କୁସୁମା ପ୍ରକଳ୍ପ ଭିତରେ ନିର୍ମିତ ଆଲିସାନ୍ ବଙ୍ଗଳା କାହାର ? କେଉଁ ଉଦ୍ଦେଶ୍ୟ ଏବଂ କାହା ନିର୍ଦ୍ଦେଶରେ ତିଆରି ହୋଇଥିଲା ଏଭଳି ବ୍ୟୟବହୁଳ କଟେଜ୍ ?
ବିଜେଡି ଶାସନବେଳେ ସରକାରୀ ତହବିଲରୁ କୋଟି କୋଟି ଟଙ୍କାରେ ଭବ୍ୟ ନିର୍ମାଣ ଛିଡ଼ା ହୋଇଥିଲେ ବି ତା‘ର ହିସାବ କିତାବ କାହା ପାଖରେ ନାହିଁ। ଏସବୁ ଭିତରେ ୧୦ କୋଟି ଟଙ୍କାର ନିର୍ମାଣାଧିନ ଦ୍ବିତୀୟ କୁସୁମା ପ୍ରକଳ୍ପ ସନ୍ଦେହ ଘେରକୁ ଆସିଛି।
ଯାଜପୁରର କୁସୁମା ପୋଖରୀ ପରେ ଏବେ ବିବାଦରେ ଧର୍ମଶାଳା କଣ୍ଟିଗଡ଼ିଆର ଦ୍ବିତୀୟ କୁସୁମା ପ୍ରକଳ୍ପ । କ୍ଷମତାର ଦୁରୂପଯୋଗ କରି ପ୍ରକଳ୍ପ ପାଇଁ ନୀରିହ ଜନତା ଓ ଚାଷୀଙ୍କ ସ୍ବାର୍ଥକୁ ବଳି ଦିଆଯାଇଥିବା ଅଭିଯୋଗ ।