ହାତରେ ଲାଗିଛି ସଲାଇନ.... ଦେହ ଭଲନାହିଁ,... ଗଳା ସଂକ୍ରମଣ ହୋଇଥିବାରୁ ଭଲରେ କଥା ହୋଇପାରୁ ନାହାନ୍ତି। ତଥାପି ସେ ନିଜ କର୍ତ୍ତବ୍ୟରେ ସାମାନ୍ୟତମ ଅବହେଳା କରିନାହାନ୍ତି।
ଜୀବନରେ ଯେବେ ପ୍ରେମ ହୁଏ... ବୋଧହୁଏ ନିଜର କଲମ ମୁନରୁ ଏଇମିତି ଜନ୍ମନିଏ ସୁନ୍ଦର ସୁନ୍ଦର ବହି । ୭୮ ବର୍ଷିୟ ଅର୍ଜୁନ ଚରଣ ପଣ୍ଡା । ଧର୍ମପତ୍ନୀ ତୁଳସୀଲତାଙ୍କ ମୃତ୍ୟୁ ହେବା ପରେ ସେ ଏବେ ପଡ଼ିଛନ୍ତି ଲେଖିବା ପ୍ରେମରେ ।
ଅତି ପ୍ରତିକୂଳ ପରିସ୍ଥତିରେ ଧୈର୍ଯ୍ୟ ଓ ସାହାସ ସହ କିଛି ଚମତ୍କାର ବି ଘଟେ। ଦିଲ୍ଲୀର ବୁରାରି ଅଞ୍ଚଳରେ ଏକ ବହୁତଳ କୋଠା ଭୁଶୁଡ଼ିବା ପରେ ଏମିତି ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମନାକୁ ଆସିଛି। ଗୋଟିଏ ପରିବାରର ୪ଜଣଙ୍କୁ ଜୀବିତ ଉଦ୍ଧାର କରାଯାଇଛି। ଆଉ ସେମାନଙ୍କ ଜୀବନ ବଞ୍ଚିବାର କାହଣୀ ଆପଣଙ୍କୁ ବି ଚକିତ କରିଦେବ।
ଆୟୁଷ୍ମାନ ସବୁବେଳେ ବସିବା ବଦଳରେ ବିଛଣାରେ ଶୋଇ ଲେଖାଲେଖି କରୁଥିଲେ । ଏହାପରେ ତାଙ୍କ ଅଭିଭାବକ ତାଙ୍କୁ ଠିକ୍ ଢ଼ଙ୍ଗରେ ବସି ଲେଖିବାପାଇଁ ପରାମର୍ଶ ଦେଇଥିଲେ । ଏହାପରେ ସେ ଏହି ଡିଭାଇସ୍ ବନାଇବା ପାଇଁ ଚିନ୍ତା କରିଥିଲେ ।
ଟ୍ରେନ ଦୁର୍ଘଟଣାରେ ହରାଇଥିଲେ ଦୁଇଟି ଗୋଡ। ହେଲେ ଏହା ତାଙ୍କ ଆତ୍ମବିଶ୍ବାସକୁ ତିଳେ ମାତ୍ର ହଲାଇ ପାରି ନ ଥିଲା। ମୃତ୍ୟୁକୁ ଚକମା ଦେଇ ଫେରି ଆସିଥିବା ଗଦାଧର କ୍ରୀଡା ଜଗତରେ ନିଜର ଏକ ନିଆରା ପରିଚୟ ସୃଷ୍ଟି କରି ପାରିଛନ୍ତି।
ବଲିଉଡର ଏକ ଫିଲ୍ମ ‘ସାଦି ମେଁ ଜରୁର ଆନା’ ର କାହାଣୀ ସମସ୍ତେ ଜାଣିଥିବେ । ପ୍ରେମିକା ଧୋକା ଦେଇ ଚାଲିଯିବା ପରେ ମୁଖ୍ୟ ନାୟକ ରାଜକୁମାର ରାଓ ଭାଙ୍ଗି ପଡିଥିଲେ । ହତାଶା ଆଉ ଅପମାନ ତାଙ୍କୁ ଆଇଏଏସ ହେବା ପାଇଁ ମନୋବଳ ଦେଇଥିଲା ଏବଂ ସେ ଆଇଏଏସ ହୋଇଥିଲେ । ଏହା ଏକ ଫିଲ୍ମର କାହାଣୀ ଥିଲା । ହେଲେ ଏହି କାହାଣୀକୁ ବାସ୍ତବରେ ପରିଣତ କରିଛନ୍ତି ବିହାରର ଆଦିତ୍ୟ ପାଣ୍ଡେ । ବିଫଳ ପ୍ରେମ ତାଙ୍କୁ ଦେଇଥିଲା ସଫଳତା ହାସଲ କରିବା ପାଇଁ ଦୃଢ ମନୋବଳ । ସେ ୨୦୨୨ ୟୁପିଏସସିରେ ଅଲ ଇଣ୍ଡିଆ ରାଙ୍କ ୪୮ ହାସଲ କରିଥିଲେ ଯାହାର ରେଜଲ୍ଟ ୨୦୨୩ରେ ପ୍ରକାଶ ପାଇଥିଲା । ଏବେ ସେ ଝାରଖଣ୍ଡର ବୁଣ୍ଡୁରେ ନିଯୁକ୍ତି ପାଇଁ ସେବାରତ ଅଛନ୍ତି ।
କଠିନ ପରିଶ୍ରମ କରିଚାରିଲେ ଆଉ ବନିଗଲେ ଗୋଲ୍ଡେନ ଗାର୍ଲ। ଦୃଢ ଇଚ୍ଛାଶକ୍ତି ଓ କଠିନ ପରିଶ୍ରମ ହିଁ ସଫଳତାର ଏକମାତ୍ର ଚାବି କାଠି ଏକଥାକୁ ପ୍ରମାଣ କରିଛନ୍ତି ବଲାଙ୍ଗୀର ଯମୁନାବାହାଲ ଗାଁର ପାୟଲ ନାଗ ।
ଗଛଙ୍କୁ ଦିଆଯାଉଛି ଆଧାର କାର୍ଡ। ଲେଖାଯାଇଛି ଡିଜିଟାଲ ଟ୍ରି ଆଧାର। ମଣିଷ ମାନଙ୍କ ପରି ଗଛର ମଧ୍ୟ ରହିବ ସ୍ୱତନ୍ତ୍ର ପରିଚୟ। ଏହାର ଠିକଣା, ବୟସ ଓ ସବୁକିଛି ଜାଣିହେବ ।
ଜୀବନର ବ୍ୟସ୍ତତା ଭିତରୁ ସମୟ ବାହାର କରି ଅବସର ସମୟରେ ଏହି ସବୁ ସାମଗ୍ରୀ ପ୍ରସ୍ତୁତ କରି ମାସକୁ ୫ ହଜାର ଟଙ୍କା ପର୍ଯ୍ୟନ୍ତ ରୋଜଗାର କରିପାରୁଛନ୍ତି ମହିଳା ।
କାଳିଆ ପାଖରେ ମାନସିକ । ବିଶ୍ବର କଲ୍ୟାଣ ଉଦ୍ଦେଶ୍ୟ ରଖି ଆରମ୍ଭ ହୋଇଥିଲା ଯାତ୍ରା । ଦଣ୍ଡ ପ୍ରଣାମ କରି ୨ମାସ ପରେ ପହଞ୍ଚିଛନ୍ତି ଦୁଇ ଭକ୍ତ ।
ତୁ ବି ଏଇ ଜଙ୍ଗଲର ମୁଁ ବି ଏଇ ଜଙ୍ଗଲର। ଅବଶ୍ୟ ଆମ ଧର୍ମ ଅଲଗା, ଆଉ ଖାଇବାର ଶୈଳୀ ଅଲଗା। ତଥାପି କାଇଁ କେଜାଣି ତୋ ସହ ସାଙ୍ଗ ହବାକୁ ଇଚ୍ଛା ହେଉଛି। ଡରନା... ମୁଁ ତତେ ଖାଇବିନି…।
ଆଜି ଆମେ ଆପଣଙ୍କୁ ଯେଉଁ ଧନୀ ବ୍ୟକ୍ତିଙ୍କ ବିଷୟରେ କହିବାକୁ ଯାଉଛୁ ସେ ତାଙ୍କର ସରଳତାରେ ସମସ୍ତଙ୍କ ହୃଦୟ ଜିତିଛନ୍ତି ।
ଯିଏ ପ୍ରତି ମୁହୂର୍ତ୍ତିରେ ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଧାମରା ପଞ୍ଚାୟତ ଝାଡକଟା ଗାଁର ଲାଲ ମୋହନ ମଉସାଙ୍କୁ, I Love u ନୁହେଁ, ବରଂ ଆକାଶବାଣୀ କଟକ କହୁଥିଲା, କହୁଛି ଆଉ କହୁଥିବ…
ଭାରତୀୟ ରେଳପଥର ଉତ୍ପତ୍ତି ୧୬୦ ବର୍ଷ ପୂର୍ବରୁ ଇଂରେଜ ଶାସନ ସମୟରୁ ଆରମ୍ଭ ହୋଇଥିଲା । ଭାରତରେ ପ୍ରଥମ ଯାତ୍ରୀବାହୀ ଟ୍ରେନ୍ ୧୮୫୩ ମସିହା ଏପ୍ରିଲ୍ ୧୬ ତାରିଖରେ ମୁମ୍ବାଇର ବୋରି ବନ୍ଦରରୁ ଥାନେ ପର୍ଯ୍ୟନ୍ତ ଚଳାଚଳ କରୁଥିଲା ।
୧୪୪ ବର୍ଷ ପରେ ପୂର୍ଣ୍ଣ ମହାକୁମ୍ଭ ପାଳିତ ହେଉଥିବାରୁ ପୂର୍ବାପେକ୍ଷା ଅଧିକ ସଂଖ୍ୟକ ସନ୍ଥ ଓ ଶ୍ରଦ୍ଧାଳୁଙ୍କ ସମାଗମ ଦେଖିବାକୁ ମିଳୁଛି । ତେବେ ଏହି ମେଳାରେ ଏବେ ବେଶ୍ ଭାଇରାଲ ହେଉଛନ୍ତି ସବୁବେଳେ ହସି ହସି କଥା ହେଉଥିବା 'ଆଇଆଇଟିଆନ୍ ବାବା' ।
କୁନି ବୟସରେ ସେ ବାପା ମାଆଙ୍କ ସହ ବାହାର ରାଜ୍ୟକୁ ଯାଇଥିଲା ଦାଦନ ଖଟି। ସେଠି ଇଲେକ୍ଟ୍ରି ସକ୍ ଖାଇ ତା ହାତଗୋଡ଼ ହରାଇଲା। କିନ୍ତୁ ଜଣେ ଜିଲ୍ଲା କଲେକ୍ଟର ତା ଜୀବନ ବଦଳାଇ ଦେଲେ। ଝିଆଟି ଆଜି ଜାତୀୟ ରେକର୍ଡ ସୃଷ୍ଟି କରିଛି।
ଷ୍ଟ୍ରବେରୀକୁ କିଣିବା ଲାଗି କ୍ଷେତରେ ମଧ୍ୟ ଗ୍ରାହକଙ୍କ ଭିଡ ଜମୁଛି । କିଲୋ ପିଛା ୫ଶହ ଟଙ୍କା ଦରରେ ବିକ୍ରି ହେଉଛି । ଏମିତି କି ମହିଳାମାନେ ଗ୍ରାହକଙ୍କ ଚାହିଦାକୁ ଦେଖି ଛୋଟ ଛୋଟ ପ୍ୟାକେଟରେ ଓଜନ କରି ଷ୍ଟ୍ରବେରୀକୁ ବିଭିନ୍ନ ସହରରକୁ ବିକ୍ରିବଟା ପାଇଁ ପଠାଉଛନ୍ତି ।
ଏହି ପୋଷ୍ଟ ଦେଖି, ଅନେକ ଲିଙ୍କଡିନ୍ ବ୍ୟବହାରକାରୀ ପ୍ରିୟାଂଶୀଙ୍କୁ ପ୍ରଶଂସା କରିଛନ୍ତି। ଜଣେ ୟୁଜର ଲେଖିଛନ୍ତି, "ମୁଁ ପ୍ରଥମ ଥର ପାଇଁ ଏପରି ପୋଷ୍ଟ ଦେଖୁଛି। ତୁମ ପରି ଝିଅ ପାଇବା ଜଣେ ବାପା ପାଇଁ ସୌଭାଗ୍ୟର କଥା। ଭଗବାନ ତୁମ ଦୁହିଁଙ୍କୁ ଆଶୀର୍ବାଦ କରନ୍ତୁ। ମୁଁ ନିଶ୍ଚିତ ଯେ ତୁମ ବାପାଙ୍କୁ ଏକ ଭଲ ସୁଯୋଗ ମିଳିବ।"
ବାବା ବୁଲେଟ୍ ବି ଚଲାନ୍ତି। ବୁଲେଟରେ ମାତ୍ର ୪୫ ମିନିଟ୍ରେ ପ୍ରତାପଗଡ଼ରୁ ପ୍ରୟାଗରାଜ ପହଞ୍ଚିଛନ୍ତି। କେହି ତାଙ୍କୁ କୌଣସି ପ୍ରଶ୍ନ କଲେ ସେ ଲିଖିତ ଆକାରରେ ଉତ୍ତର ଦିଅନ୍ତି। ଗତ ୪୧ ବର୍ଷ ଧରି ବାବାଙ୍କ ପାଟିରୁ ଗୋଟିଏ ବି ଶବ୍ଦ ବାହାରିନି। କିନ୍ତୁ ତାଙ୍କ ପଢା ମାଧ୍ୟମରେ ଅନେକ ଛାତ୍ର ସିଭିଲ୍ ସର୍ଭିସ୍ ଏବଂ ଷ୍ଟେଟ୍ PCS ରେ ସଫଳତା ପାଇଛନ୍ତି।
ଭୀମରାଓଙ୍କ ଆଖି ନଥିବା ବେଳେ ଶୋଭାଙ୍କ ହାତ ନାହିଁ। ତେବେ ଶାରୀରିକ ଅକ୍ଷମତା ଉଭୟଙ୍କୁ ଅଲଗା କରିପାରି ନାହିଁ। ଉଭୟ ପରସ୍ପରର ସାହାଯ୍ୟରେ ଅତିବାହିତ କରି ସାରିଲେଣି ୪୦ ବର୍ଷ।
ଘର ଭିତରେ ଚିଡ଼ିଆଖାନା। ଭଳିକି ଭଳି ଚଢ଼େଇଙ୍କ କିଚିରିମିଚିରି ଶବ୍ଦରେ କମ୍ପି ଉଠୁଛି ପୂରା ପରିବେଶ। ଏହାର ଉଦ୍ୟୋକ୍ତା ହେଉଛନ୍ତି କେନ୍ଦ୍ରାପଡ଼ା ଗୋପ ଗାଁର ରଶ୍ମୀ ରଞ୍ଜନ ସେନାପତି। ନିଜର ଅଜବ ସଉକ ପାଇଁ ରଶ୍ମି ଏବେ ଚର୍ଚ୍ଚାରେ।
ମୁମ୍ୱାଇରେ ସେତେବେଳର ଦୁର୍ବଳ ଭିତ୍ତିଭୂମି ତାଙ୍କୁ ପୋୱାଇରେ ହୀରାନନ୍ଦାନୀ ଗାର୍ଡେନସର ବିକାଶ ପାଇଁ ପ୍ରେରଣା ଯୋଗାଇଥିଲା । ପଡିଆ ପଡିଥିବା ଖୋଲା ଜାଗାକୁ ସେ ଏକ ସୁନ୍ଦର ଟାଉନସିପରେ ପରିଣତ କରିଥିଲେ । ଏହା ମଧ୍ୟରେ ଭଲ ରାସ୍ତା, ଜଳ ନିଷ୍କାସନ ପାଇଁ ଭଲ ଡ୍ରେନେଜ୍ ବ୍ୟବସ୍ଥା ଓ ପର୍ଯ୍ୟାପ୍ତ ସବୁଜିମା ରହିଛି ।
ସଫଳତାର ସିଡ଼ି ଚଢ଼ୁଥିବା ମଣିଷ ଧୀରେ ଧୀରେ ନିଜର ପରମ୍ପରା, ସସ୍କୃତି ଓ ମୂଳଦୁଆକୁ ଭୁଲିଯାଏ । ହେଲେ ଆନନ୍ଦ ମହିନ୍ଦ୍ରା ଏସବୁର ଉର୍ଦ୍ଧ୍ୱରେ । ଟଙ୍କାର ପାହାଡ଼ ଉପରେ କମ୍ପାନୀ ଚଳାଉଥିଲେ ବି ନୀତି ନୈତିକତା, ମୂଳ ତଥା ପୁରୁଣା ଘରକୁ ଭୁଲିନାହାନ୍ତି । ରଜା ଘରକୁ ଖଜା ମହରଗ ପରି ସେ ଚାହିଁଥିଲେ ନିଜ ପାଇଁ ରାଜଉଆସ ତୋଳି ଦେଇ ପାରିଥାଆନ୍ତେ । କିନ୍ତୁ ଆଜି ବି ସେ ବାପା ଅଜା ଅମଳର ପୁରୁଣା ଘରେ ରୁହନ୍ତି ।
ପୁଅ ଯେତେବେଳେ ନାଁ କରେ, ଦୁନିଆରେ ଯଦି ସବୁଠୁ ବେଶି କିଏ ଖୁସି ହୁଏ ତାହାଲେ ସିଏ ବୋଧେ ମା ଆଉ ଭଉଣୀ । ଯେଉଁମାନଙ୍କ କଷ୍ଟ ଆଜି ସବୁ ଆଖିର ଲୁହ ହୋଇ ଝରି ଯାଉଛି ।
ଦୀର୍ଘ ୧୦ ବର୍ଷ ହେଲା ଚାଲିଥିବା ଏହି ସେବାରୁ କେବେ ଅବସର ନେବା କଥା ଭାବିନାହାନ୍ତି ମନୋରଞ୍ଜନ। ପ୍ରତ୍ୟେକଦିନ ଦିନ ସକାଳୁ ଉଠି ପରିବା ଆଣିବାକୁ ହାଟକୁ ଯାଆନ୍ତି ଆଉ ହାଟରୁ ତଟକା ତଟକା ପରିବା ଆଣି ସ୍ତ୍ରୀ ଆଗରେ ଗଦେଇ ଦିଅନ୍ତି .... ସେପଟେ ସ୍ତ୍ରୀ ମାଣିକ ରୋଷେଇ କରି ଅତି ଶ୍ରଦ୍ଧାର ସହ ପଠେଇ ଦିଅନ୍ତି ଲୋକଙ୍କ ପାଇଁ...।