ରାଜସ୍ଥାନ ବିଭିନ୍ନ ସ୍ଥାନରେ ୭ ମାସ ଭିତରେ ୨୫ ଜଣଙ୍କୁ ବିବାହ କରିଥିଲା ଯୁବତୀ ଜଣକ । ସଂପୃକ୍ତ ଯୁବତୀ ହେଲେ ଅନୁରାଧା ପାସୱାନ। ତାଙ୍କୁ ମଧ୍ୟପ୍ରଦେଶ ଭୋପାଳରୁ ଗିରଫ କରାଯାଇଛି ।
୭ ମାସରେ ସରିଛି ୨୫ ବାହାଘର । ମିଠାମିଠା କଥା କହି ପ୍ରେମ ଜାଲରେ ଫସାଉଥିଲା । ଚତୁର୍ଥୀ ଦିନ ଘରେ କଳାକନା ବୁଲାଇ ଚମ୍ପଟ ମାରୁଥିଲା ।
ଜଣଙ୍କ ସହ ନିର୍ବନ୍ଧ, ଅନ୍ୟ ଜଣଙ୍କ ସହ ବିବାହ ! ପ୍ରେମିକ ବାହାଘର ଭୋଜିରେ ପ୍ରେମିକାର ହଙ୍ଗାମା । ଅଧା ଖିଆରୁ ଫେରିଲେ ଅତିଥି, ଥାନାରେ ଅଟକ ବର ।
ଆଜିକାଲି ଖୁସିର ଅର୍ଥ ହେଉଛି ଆଜିର ଆଧୁନିକ ମହିଳାମାନେ ଆଉ ବିବାହକୁ ଆବଶ୍ୟକ ବୋଲି ଭାବୁ ନାହାନ୍ତି। ତେବେ ଏହା ନୁହେଁ ଯେ ସେମାନେ କୌଣସି ବାଧ୍ୟହୋଇ ଏହି କାମ କରୁଛନ୍ତି। ଏହି ଟ୍ରେଣ୍ଡ୍ ପଛରେ କିଛି ମୁଖ୍ୟ କାରଣ ମଧ୍ୟ ରହିଛି। ତେବେ ଆସନ୍ତୁ ଜାଣିବା ଏହା ପଛର କାରଣ କ’ଣ।
ନାବାଳିକା ଓ ଯୁବତୀଙ୍କ ମୂଲ୍ୟ ସେମାନଙ୍କ ଶରୀରର ରଙ୍ଗ ଏବଂ ଗଠନ ଦେଖି ସ୍ଥିର ହୁଏ। ଏନଜିଓ ମାଧ୍ୟମରେ ଗ୍ରାହକଙ୍କ ସାମନାରେ ମୂଲ୍ୟ ଛିଣ୍ଡିବା ପରେ ବିବାହ ପାଇଁ ଜାଲ୍ କାଗଜପତ୍ର ପ୍ରସ୍ତୁତ ହୁଏ। ବାହାଘର ସମୟରେ ଯେଭଳି ସେମାନେ କୌଣସି ପ୍ରତିରୋଧ କରିବେ ନାହିଁ, ଏଥିପାଇଁ ଯୋଜନାବଦ୍ଧ ପ୍ରସ୍ତୁତି ମଧ୍ୟ କରାଯାଏ।
ତେଲେଙ୍ଗାନାର ଟିଭି ଅଭିନେତ୍ରୀଙ୍କୁ ହତ୍ୟା କରି ସେପ୍ଟିକ୍ ଟ୍ୟାଙ୍କରେ ଫିଙ୍ଗି ଦେବା ମାମଲାରେ ରଙ୍ଗାରେଡି ଜିଲ୍ଲା କୋର୍ଟ ଦୋଷୀ ପୂଜକଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଅଭିଯୁକ୍ତ ଆୟାଗରୀ ଭେଙ୍କଟ ସାଇ କୃଷ୍ଣ ଅଭିନେତ୍ରୀ କୁରୁଗନ୍ତି ଆପସରାଙ୍କୁ ହତ୍ୟା କରି ତାଙ୍କ ଶରୀରକୁ ଏକ ସେପ୍ଟିକ୍ ଟ୍ୟାଙ୍କରେ ପକାଇ ଦେଇଥିଲେ।
ମୟୂରୀ କୌଣସି କାରଣରୁ ସାଗରକୁ ବିବାହ କରିବାକୁ ଚାହୁଁ ନଥିଲା। ତେଣୁ ମୟୂରୀ ଦାଙ୍ଗଡେ ଏବଂ ସହଯୋଗୀ ସନ୍ଦୀପ ଗାୱାଡେ ଭାବି ସ୍ବାମୀଙ୍କୁ ହତ୍ୟା କରିବା ପାଇଁ ଷଡ଼ଯନ୍ତ୍ର କଲା। ଏଥିପାଇଁ ଦେଢ଼ ଲକ୍ଷ ଟଙ୍କା ସୁପାରି ଦେଇଥିଲା। ଯେଉଁମାନେ ସୁପାରି ନେଇଥିଲେ ସେମାନେ ପୁଲିସ ହାତରେ ଗିରଫ ହେଲେ।
ଏମିତି ୫ ପ୍ରକାରର ଲୋକ ଅଛନ୍ତି ଯେଉଁମାନେ ବିବାହିତ ମହିଳାଙ୍କ ଜୀବନରେ ଗ୍ରହଣ ପରି ଆସନ୍ତି ଆଉ କେବେ ଯାଆନ୍ତି ନାହିଁ। ଉଚିତ ସମୟରେ ଏପରି ଲୋକଙ୍କୁ ଚିହ୍ନିବା ଆଉ ସେମାନଙ୍କ ଠାରୁ ଦୂରେଇ ରହିବା ବହୁତ ଗୁରୁତ୍ୱପୂର୍ଣ୍ଣ, ନଚେତ୍ ଏମାନେ ଜୀବନର ରାସ୍ତାରେ କଣ୍ଟା ହୋଇଯିବେ। ଆସନ୍ତୁ ସେମାନଙ୍କୁ ଜାଣିବା…
ବିବାହ ସମୟରେ ଝିଅର ବାମ ହାତର ଅନାମିକା ଆଙ୍ଗୁଠିରେ ଏକ ନିର୍ବନ୍ଧ ମୁଦି ପିନ୍ଧାଯାଏ। ଏପରି ପରିସ୍ଥିତିରେ, ଏହି ପ୍ରଶ୍ନ ଆପଣଙ୍କ ମନରେ ନିଶ୍ଚୟ ଆସୁଥିବ ଯେ ନିର୍ବନ୍ଧ କିମ୍ବା ବିବାହରେ ପିନ୍ଧାଯାଉଥିବା ମୁଦି ସବୁବେଳେ ଅନାମିକା ଆଙ୍ଗୁଠିରେ ପିନ୍ଧାଯାଏ କାହିଁକି?
ମାର୍ଚ୍ଚ ୧୨ ତାରିଖ। କେନ୍ଦ୍ରାପଡାର ସୁଶ୍ରୀ ସଙ୍ଗୀତା ସାହୁଙ୍କ ହାତ ଧରିଥିଲେ ପ୍ରଦୀପ। ଗୋଆରେ ପଡିଥିଲା ହାତଗଣ୍ଠି। ହୋଇଥିଲା ଡେଷ୍ଟିନେସନ ୱେଡିଂ। ତେବେ ବରିଷ୍ଠ ବିଜେଡି ନେତାଙ୍କ ଏହି ବିବାହକୁ ପସନ୍ଦ କରିନି ଭତ୍ରା ସମାଜ। କାରଣ ତାଙ୍କ ସ୍ତ୍ରୀ ସଂଗୀତା ସାହୁ ଅନ୍ୟ ଜାତିର।
ଗୋଆରେ ଡେଷ୍ଟିନେସନ ୱେଡିଂ କରିବେ ନବରଙ୍ଗପୁରର ପୂର୍ବତନ ସାଂସଦ। ଏହାକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା ଜୋର ଧରିଛି। ତାଙ୍କ ପ୍ରିୱେଡିଂ ଫଟୋ ସୁଟ୍ ବି ସୋସିଆଲ ମିଡିଆରେ ଭାଇରାଲ ହେଉଛି।
ଦିଲ୍ଳୀର ତ୍ୟାଗରାଜ ନିକଟରେ ଥିବା ଜଗନ୍ନାଥ ମନ୍ଦିରରେ ଅଭିନେତା ତଥା ପୂର୍ବତନ ସାଂସଦ ଅନୁଭବ ମହାନ୍ତିଙ୍କ ବିବାହ ସମ୍ପନ୍ନ ହୋଇଛି । ପୂର୍ବରୁ ବାନ୍ଧବୀ କୁହାଯାଉଥିବା ଜାଗୃତି ଶୁକ୍ଳାଙ୍କ ହାତ ଧରିଛନ୍ତି ଅନୁଭବ ।
ହାତରେ ମେହେନ୍ଦି ଆଉ ଦେହରେ ଲାଗିଲାଣି ହଳଦୀ। ରୁଣ୍ଡ ହେଲେଣି ବନ୍ଧୁବାନ୍ଧବ। ପୁଣି ବାଜିବ ସାହାନାଇ। ଜାଗୃତିଙ୍କ ପାଇଁ ପୁଣି ବର ସାଜିବେ ବାଳୁଙ୍ଗା ଟୋକା। ଘୋଡା ଚଢ଼ିବେ ଅନୁଭବ ମହାନ୍ତି। ନିକଟରେ ସରିଥିଲା ନିବର୍ନ୍ଧ ଆଉ ଏବେ ସରିଲାଣି ମେହେନ୍ଦି, ମଙ୍ଗୁଳା ବି ଶେଷ ହୋଗଲାଣି।
କିଛି ଗୁପ୍ତ ଫୁପ୍ତ ରଖାଯାଇ ନଥିଲା, ବନ୍ଧୁବାନ୍ଧବ ଓ ପରିବାର ଲୋକଙ୍କ ଉପସ୍ଥିତିରେ ବିବାହ ହୋଇଥିଲା। ମୋ ପୁଅ ବିବାହରେ ବିବାହ କାର୍ଡ ଛପା ଯାଇନଥିଲା କି ଏହି ବିବାହରେ କାହାକୁ ନିମନ୍ତ୍ରଣ କରାଯାଇ ନଥିଲା। ବନ୍ଧୁବାନ୍ଧବ ଓ ପରିବାର ଲୋକଙ୍କ ଉପସ୍ଥିତିରେ ବିବାହ ପାଇଁ ମୋ ପୁଅ କହିଥିଲା। ଅନ୍ୟ କାହାକୁ ନିମନ୍ତ୍ରଣ ପାଇଁ ମନା କରିଥିଲା।
ଏମିତି କୁଆଡ଼େ ବାରମ୍ବାର ନାଲି ଆଖି ଦେଖାଇ ଧମକ ଦେଉଥିଲା ସ୍ବାମୀ । ଶାଶୁଘର ଲୋକ ବି ଅକଥନୀୟ ନିର୍ଯାତନା ଦେଉଥିଲେ । ଦୁଃଖ ସହି ସହି ଆଖିର ଲୁହ ପିଇ କଟୁଥିଲା ତନୁସୂୟାଙ୍କ ଦିନ। ଆଉ ଏବେ ସେହି ତନୁସୂୟା ଶବ ପାଲଟିଯାଇଛନ୍ତି ।
ପୂର୍ବରୁ ବିଜେଡି ନେତା ଦିବ୍ୟଶଙ୍କର ମିଶ୍ର ମଧ୍ୟ ଦ୍ବିତୀୟ ବିବାହ କରି ବେଶ୍ ଚର୍ଚ୍ଚାରେ ରହିଥିଲେ । ସଫ୍ଟୱେର ଇଞ୍ଜିନିୟର ପ୍ରିୟଙ୍କା ଅଗସ୍ତିଙ୍କୁ ଗତ ଦୁଇ ବର୍ଷ ତଳେ ବିବାହ କରିଥିଲେ । ଦିବ୍ୟଶଙ୍କରଙ୍କ ବାହାଘର ବେଳର କିଛି ଫଟୋ ଓ ଭିଡିଓ ଖୁବ୍ ଭାଇରାଲ ହୋଇଥିଲା । ୫୪ ବର୍ଷରେ ତାଙ୍କ ବିବାହକୁ ନେଇ ସବୁଠି ବେଶ୍ ଚର୍ଚ୍ଚା ହୋଇଥିଲା ।
ପୁରୁଷ ଏବଂ ମହିଳାଙ୍କୁ ସନ୍ତାନ ଜନ୍ମ କରିବା ଏବଂ ଏକ ପରିବାର ଗଠନ କରିବାକୁ ଅନୁମତି ଦିଏ ବିବାହ। ତେବେ ଅନେକ ସମୟରେ ବିବାହ ପରେ ପତି ପତ୍ନୀଙ୍କ ମଧ୍ୟରେ ଝଗଡା ଦେଖିବାକୁ ମିଳିଥାଏ। ତେବେ ଝଗଡାରୁ ଦୂରେଇ ରହିବା ସହିତ ବିବାହକୁ ଦୀର୍ଘସ୍ଥାୟୀ କରିବା ପାଇଁ କିଛି ଜିନିଷରୁ ଆପଣଙ୍କୁ ଦୂରେଇ ରହିବାକୁ ପଡ଼ିବ।
ରାଗିଯାଇ କନ୍ୟା ବରକୁ ଏକ ଶକ୍ତ ଚାପୁଡ଼ା ମାରିବା ସହ ଏପରି ମଦୁଆ ବ୍ୟକ୍ତିକୁ ବାହା ହେବାକୁ ରୋକ୍ଠୋକ୍ ମନା କରି ମଞ୍ଚ ଛାଡ଼ି ପଳାଇଥିଲା। ଏହାପରେ ଆରମ୍ଭ ହୋଇଗଲା ହଙ୍ଗାମା। ଉଭୟ ପକ୍ଷ ମଧ୍ୟରେ ପ୍ରବଳ ପାଟିତୁଣ୍ଡ ହୋଇଥିଲା।
ଶାନଡଙ୍ଗ ଶୁଣ୍ଟିଆନ କେମିକାଲ ଗ୍ରୁପ କୋ. ଲିମିଟେଡ ପକ୍ଷରୁ ଏହାର ୧୨୦୦ କର୍ମଚାରୀଙ୍କ ପାଇଁ ଏହି ନୋଟିସ ଜାରି କରାଯାଇଛି। କାର୍ଯ୍ୟ ଦକ୍ଷତା ବୃଦ୍ଧି କରିବା ସହିତ ପରିବାର ସହିତ ସେଟଲ ହେବା ଉଚିତ ବୋଲି କମ୍ପାନୀ ପକ୍ଷରୁ ଏହି ନିୟମ ଅଣାଯାଇଛି।
ଭୋଜିରେ ଖରାପ ଖାଦ୍ୟ ଦିଆଯାଇଥିବା କହିବା ପରେ ବରପକ୍ଷର ଜଣେ ବ୍ୟକ୍ତିଙ୍କୁ ଗୁଳି କରିଛନ୍ତି କନ୍ୟାଙ୍କ ଦାଦା । ଯାହାକୁ ନେଇ ଏବେ ଚାଞ୍ଚଲ୍ୟ ଖେଳିଯାଇଛି।
ଗୌତମ ଆଦାନୀ ସମାଜ ସେବା ପାଇଁ ୧୦ ହଜାର କୋଟି ଟଙ୍କା ଦାନ କରିବାକୁ ଘୋଷଣା କରିଛନ୍ତି । ଏହି ଟଙ୍କା ଶିକ୍ଷା,ସ୍ବାସ୍ଥ୍ୟସେବା ଏବଂ ଦକ୍ଷତା ବିକାଶ ପାଇଁ ମୌଳିକ ଭିତ୍ତିଭୂମି ନିର୍ମାଣରେ ବ୍ୟବହୃତ ହେବ ।
ବରଯାତ୍ରୀ ଭୋଜି ଖାଉଥିଲେ । କିନ୍ତୁ ଅଧାରେ ସରିଗଲା ଭୋଜି । ସେତେବେଳକୁ କିଛି ବରଯାତ୍ରୀ ଖାଇବା ପ୍ଲେଟ ବି ଧରିନଥିଲେ । ଖାଇବା ସରିଗଲା ପରେ ଆରମ୍ଭ ହୋଇଗଲା ପାଟିତୁଣ୍ଡ। ବର ଘର ଓ କନ୍ୟା ଘର ଲୋକଙ୍କ ମଧ୍ୟରେ ବଚସା ହେଲା । ପରିସ୍ଥିତି ଏମିତି ହେଲା ଯେ, ବର ଘର ଲୋକ ଘରକୁ ଫେରିଗଲେ । ବର ବି ସେମାନଙ୍କ ସହ ଘରକୁ ଫେରିଗଲା ।
ରାଜଧାନୀ ଭୁବନେଶ୍ବରରେ ଦିନକୁ ଦିନ ଚୋର ତସ୍କରଙ୍କ ଆତଙ୍କ ବଢିବାରେ ଲାଗିଛିା ଚୋରି କରିବାର ଭିନ୍ନ ଭିନ୍ନ ତରିକା ବାହାର କରୁଛନ୍ତି ସ୍ମାର୍ଟ ସିଟିର ସ୍ମାର୍ଟ ଲୁଟେରା । ପୂର୍ବରୁ ଆପଣ ଦେଖିଥିବେ ଘରର କବାଟ ଭାଙ୍ଗି କାନ୍ଥ ତାଡି ଲୁଟେରା ମାନେ ଲୁଟ କରୁଥିଲେ। ହେଲେ ଏହି ସ୍ମାର୍ଟ ଲୁଟେରା ଗୋଷ୍ଠୀ ଆପଣେଇଥିଲେ ଭିନ୍ନ ଚାଲ୍। ଆଉ ସମସ୍ତଙ୍କ ଆଖିରେ କଳାକନା ଗେଞ୍ଜି ଲୁଟି ନେଇଥିଲେ ଲକ୍ଷ ଲକ୍ଷ ଟଙ୍କାର ସୁନା ଗହଣା।
ବିବାହିତା ମହିଳା ନିଜ ହାତରୁ ଚୁଡ଼ି ବାହାର କରି ଅନ୍ୟ କୌଣସି ମହିଳାଙ୍କୁ ଦେବା ଉଚିତ୍ ନୁହେଁ। ବାସ୍ତୁଶାସ୍ତ୍ର ଅନୁସାରେ ଏପରି କଲେ, ସ୍ୱାସ୍ଥ୍ୟ ଉପରେ ବିପରୀତ ପ୍ରଭାବ ପଡ଼ିଥାଏ।
ଗୁରୁ ଶିଷ୍ୟର ସମ୍ବନ୍ଧକୁ ଭାରତରେ ସର୍ବଦା ପବିତ୍ର ବୋଲି କୁହାଯାଏ। ଏହି ସମ୍ପର୍କକୁ ସର୍ବଦା ସମ୍ମାନର ସହିତ ଦେଖା ଯାଇଥାଏ। ତେବେ ଏହି ସମ୍ପର୍କକୁ କଳୁଷିତ କରିଛନ୍ତି ପଶ୍ଚିମବଙ୍ଗର ଏକ କଲେଜର ପ୍ରଫେସର ଓ ଛାତ୍ର ଯୋଡି। କ୍ଲାସରୁମ ମଧ୍ୟରେ ପ୍ରଫେସର ଜଣଙ୍କ ନିଜର ଛାତ୍ରଙ୍କୁ ବିବାହ କରିଛନ୍ତି।