ମନ ଜିଣିଲେ ଗୌତମ ଆଦାନୀ । ଦେଶର ଧନୀ ବ୍ୟବସାୟୀଙ୍କ ଘରେ ବାହାଘର ହେଲେ ତାକୁ ନେଇ ବେଶ ଚର୍ଚ୍ଚା ହୁଏ । କାରଣ ଏହି କାର୍ଯ୍ୟକ୍ରମ ବେଶ୍ ଗ୍ରାଣ୍ଡ ହୋଇଥାଏ । ପ୍ରି-ୱେଡିଙ୍ଗ୍ ସେରିମନି ଠାରୁ ଆରମ୍ଭକରି ବାହାଘରରେ ବହୁ ନାମୀ-ଦାମୀ ହସ୍ତି ଯୋଗଦିଅନ୍ତି । କିନ୍ତୁ ଏସବୁ ନକରି କିଛି ଭିନ୍ନ ଚିନ୍ତାଧାରା ପାଇଁ ଚର୍ଚ୍ଚାରେ ରହିଛନ୍ତି କୋଟିପତି ବିଶିଷ୍ଟ ଶିଳ୍ପପତି ଗୌତମ ଆଦାନୀ । ନିଜ ପୁଅ ବାହାଘରରେ ଚାକଚକ୍ୟ ତୋରଣ କିମ୍ବା ନାମିଦାମୀ ଅତିଥି ମାନଙ୍କ ପାଇଁ ଚର୍ଚ୍ଚାରେ ନାହାନ୍ତି ଆଦାନୀ ଗ୍ରୁପ୍ର ଚେୟାରମ୍ୟାନ ଗୌତମ ଆଦାନୀ ।
ଶିଳ୍ପପତି ଗୌତମ ଆଦାନୀଙ୍କ ସାନ ପୁଅ ଜିତ ଆଦାନୀଙ୍କର ବିବାହ କାର୍ଯ୍ୟ ସମ୍ପର୍ଣ୍ଣ ହୋଇଛି । ଜିତ ଦିବା ଶାହଙ୍କ ସହିତ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି । ଏହି ବିବାହ ଏକ ବ୍ୟକ୍ତିଗତ ଉତ୍ସବରେ ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ କେବଳ ପରିବାର ସଦସ୍ୟ ଏବଂ ନିକଟତର ବନ୍ଧୁମାନେ ଯୋଗ ଦେଇଥିଲେ । ଶାନ୍ତିଗ୍ରାମ ଅହମ୍ମଦାବାଦରେ ବିବାହ କାର୍ଯ୍ୟକ୍ରମ ପାରମ୍ପରିକ ଜୈନ ରୀତିନୀତି ଅନୁସାରେ ଅନୁଷ୍ଠିତ ହୋଇଥିଲା ।
Also Read
ଏହି କାର୍ଯ୍ୟକ୍ରମରେ କୌଣସି ବଲିଉଡ ତାରକା, ଶିଳ୍ପପତି କିମ୍ବା ରାଜନେତା ଦେଖିବାକୁ ମିଳିନଥିଲେ । ଆଦାନୀ ପରିବାର ଏହି ବିବାହକୁ ଭବ୍ୟ କରିବା ପରିବର୍ତ୍ତେ ସରଳ ଭାବେ ଶେଷ କରିଥିଲେ । ଗତ ମାସରେ ମହାକୁମ୍ଭ ମେଳା ଗୌତମ ଆଦାନୀ କହିଥିଲେ ତାଙ୍କ ପୁଅର ବିବାହ ଏକ ସରଳ ଏବଂ ପାରମ୍ପରିକ ଢଙ୍ଗରେ ସମ୍ପର୍ଣ୍ଣହେବ । ଯାହା ସତ ପ୍ରମାଣିତ ହୋଇଛି ।
परमपिता परमेश्वर के आशीर्वाद से जीत और दिवा आज विवाह के पवित्र बंधन में बंध गए।
— Gautam Adani (@gautam_adani) February 7, 2025
यह विवाह आज अहमदाबाद में प्रियजनों के बीच पारंपरिक रीति रिवाजों और शुभ मंगल भाव के साथ संपन्न हुआ।
यह एक छोटा और अत्यंत निजी समारोह था, इसलिए हम चाह कर भी सभी शुभचिंतकों को आमंत्रित नहीं कर सके,… pic.twitter.com/RKxpE5zUvs
ଏହି ଅବସରରେ, ଗୌତମ ଆଦାନୀ ସମାଜ ସେବା ପାଇଁ ୧୦ ହଜାର କୋଟି ଟଙ୍କା ଦାନ କରିବାକୁ ଘୋଷଣା କରିଛନ୍ତି । ଏହି ଟଙ୍କା ଶିକ୍ଷା,ସ୍ବାସ୍ଥ୍ୟସେବା ଏବଂ ଦକ୍ଷତା ବିକାଶ ପାଇଁ ମୌଳିକ ଭିତ୍ତିଭୂମି ନିର୍ମାଣରେ ବ୍ୟବହୃତ ହେବ । ଏହି ଅର୍ଥ ସୁଲଭ ଏବଂ ବିଶ୍ୱସ୍ତରୀୟ ହସ୍ପିଟାଲ ଏବଂ ବିଦ୍ୟାଳୟ ନିର୍ମାଣ ପାଇଁ ବ୍ୟବହାର କରାଯିବ । ଏହା ସହିତ ଯୁବକମାନଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଲକ୍ଷ୍ୟରେ ଦକ୍ଷତା ବିକାଶ କାର୍ଯ୍ୟକ୍ରମକୁ ପ୍ରୋତ୍ସାହିତ କରାଯିବ । ସମାଜର ଦୁର୍ବଳ ବର୍ଗକୁ ସଶକ୍ତ କରିବା ଦିଗରେ ଆଦାନୀ ପରିବାରର ଏହି ପଦକ୍ଷେପକୁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି କୁହାଯାଉଛି । ଗୌତମ ଆଦାନୀ ‘ଏକ୍ସ’ ରେ ବିବାହ ଫଟୋ ସେୟାର କରିବା ସହ ଶୁଭେଚ୍ଛୁଙ୍କ ଠାରୁ ଆଶୀର୍ବାଦ ଆଶା କରିଛନ୍ତି । ସେ ନିଜର ପୋଷ୍ଟରେ ଲେଖିଛନ୍ତି, ‘ସର୍ବଶକ୍ତିମାନଙ୍କ ଆଶୀର୍ବାଦରେ, ଜିତ ଏବଂ ଦିବା ଆଜି ପବିତ୍ର ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି । ଏହା ଏକ ଛୋଟ ଏବଂ ଅତ୍ୟନ୍ତ ବ୍ୟକ୍ତିଗତ ଉତ୍ସବ ଥିଲା ତେଣୁ ଆମେ ଚାହୁଁଥିଲେ ମଧ୍ୟ ସମସ୍ତ ଶୁଭେଚ୍ଛୁଙ୍କୁ ନିମନ୍ତ୍ରଣ କରିପାରିଲୁ ନାହିଁ । ଯାହା ପାଇଁ ମୁଁ କ୍ଷମା ପ୍ରାର୍ଥନା କରୁଛି ।
ଅଧିକ ପଢ଼ନ୍ତୁ: ପତ୍ନୀଙ୍କ ମୃତ୍ୟୁ ପରେ କଲମ ପ୍ରେମରେ ପଡ଼ିଛନ୍ତି ଅର୍ଜୁନ, ସାଉଁଟୁଛନ୍ତି ପୁରୁଣା ସ୍ମୃତି
ଅପରପକ୍ଷରେ ଗୌତମ ଅଦାନୀ ନିଜ ପୁଅ ବାହାଘରର ଦୁଇ ଦିନ ପୂର୍ବରୁ ଭିନ୍ନକ୍ଷମ ନବବିବାହିତ ମହିଳାଙ୍କୁ ସହାୟତା ଯୋଗାଇଦେବା ପାଇଁ 'ମଙ୍ଗଳ ସେବା' କାର୍ଯ୍ୟକ୍ରମର ଘୋଷଣା କରିଥିଲେ । ପ୍ରତି ବର୍ଷ ଆରମ୍ଭରୁ ୫୦୦ ଭିନ୍ନକ୍ଷମ ବିବାହିତା ମହିଳାଙ୍କୁ ଏହି ଯୋଜନା ମାଧ୍ୟମରେ ୧୦ଲକ୍ଷ ଟଙ୍କା ଆର୍ଥୀକ ସହାୟତା ପ୍ରଦାନ କରାଯିବ । ଏହାକୁ ଶୁଭାରମ୍ଭ କରିବା ପାଇଁ ଜିତ ଆଦାନୀ ୨୧ଜଣ ନବ ବିବାହିତ ଭିନ୍ନକ୍ଷମ ଦମ୍ପତିଙ୍କୁ ଭେଟିଥିଲେ । ଏହି ପଦକ୍ଷେପ ସମସ୍ତଙ୍କ ପାଇଁ ଉଦାହରଣ ପାଲଟିବ ।