Advertisment

Bye Bye Cancer: ଗଡ଼ି ଗଲାଣି ବୟସ... ହେଲେ ପେଟ ପାଇଁ ଚା’ ଦୋକାନଟିଏ କରି କର୍କଟକୁ କରୁଛନ୍ତି ବାଏ ବାଏ

ଗୟାଧର ସୁସ୍ଥ ହେବା ବେଳକୁ ସସସ୍ତ ଟଙ୍କା ଗୟାଧରଙ୍କ ଚିକିତ୍ସା ପାଇଁ ଖର୍ଚ୍ଚ ହୋଇଯାଇଥିଲା। ଏମିତିକି ଗୟାଧରଙ୍କୁ ମିଠା ଦୋକାନ ବି ହରେଇବାକୁ ପଡିଥିଲା। ଶେଷରେ ନିରୁପାୟ ହୋଇ ବୟସର ଅପରାହ୍ନରେ ବି ହାର ମାନି ନଥିଲେ ଗୟାଧର। ବାସୁଦେବପୁର ବଜାର ଘର ସାମ୍ନାରେ ଏକ ଚା" ଦୋକାନ କରିବାକୁ ନିଷ୍ପତ୍ତି ନେଇଥିଲେ ଗୟାଧର। ଏକ ଚା' ଦୋକାନ ବି କରିଥିଲେ।

author-image
Prasan Subudhi
ଅଦ୍ୟତନ ହୋଇଛି
କର୍କଟକୁ ବାଏ ବାଏ

କର୍କଟକୁ ବାଏ ବାଏ

କଥାରେ ଅଛି ରଖେ ହରି ମାରେ କିଏ ? ଏଇ କଥାଟିକୁ ଆଜି ପ୍ରମାଣିତ କରି ଦେଖାଇବା ସହ ଅନ୍ୟମାନଙ୍କ ପାଇଁ ସଚେତନତାର ବାର୍ତ୍ତା ଦେଉଛନ୍ତି ଗୟାଧର ସାହୁ। ଏବେ ସେ କର୍କଟ ରୋଗରୁ ସୁସ୍ଥ ହୋଇ ଚା ଦୋକାନଟିଏ କରି ଗୁଜୁରାଣ ମେଣ୍ଟଉଛନ୍ତି। ବିଶ୍ୱ କର୍କଟ ଦିବସ ଉପଲକ୍ଷେ ଭଦ୍ରକ ବାସୁଦେବପୁରରୁ ଦେଖିବା ଏହି ରିପୋର୍ଟ...।

Advertisment

ବୟସ ପାଖାପାଖି ୭୦ ଛୁଇଁଲାଣି। ଏହି ବୟସରେ ବି ହାର ନମାନି କର୍କଟ ଭଳି ରୋଗକୁ ବାଜିମାତ କରି ଚାହା ଦୋକାନ କରି ଗ୍ରାହକଙ୍କୁ ମନକୁ ଜିଣୁ ଥିବା ଏହି ବ୍ୟକ୍ତି ହେଉଛନ୍ତି ଭଦ୍ରକ ଜିଲ୍ଲା ବାସୁଦେବପୁର ପୌରପାଳିକାର ଗୟାଧର ସାହୁ। ଗୟାଧରଙ୍କୁ ସମସ୍ତେ ଗୟାଧର ମଉସା ବୋଲି ଡାକନ୍ତି । ଆଉ ଗୟା ମଉସାଙ୍କ ଚାହା ସମସ୍ତଙ୍କ ପ୍ରିୟ ! ଗୟାଧର ପୂର୍ବରୁ ଏକ ମିଠା ଦୋକାନ କରି ୩ ଝିଅ ଏବଂ ଗୋଟିଏ ପୁଅ ସ୍ତ୍ରୀକୁ ନେଇ ହସ ଖୁସିରେ ପରିବାର ପ୍ରତିପୋଷଣ କରୁଥିଲେ ।

ହଠାତ ୨୦୧୫ ମସିହାରେ ଖୁସିର ସଂସାର ଭିତରେ ଦୁଃଖର କଳା ବାଦଲ ଢ଼ାଙ୍କି ଦେଇଥିଲା ରାକ୍ଷସ ରୂପକ କର୍କଟ । ଗୟାଧର କର୍କଟ ରୋଗରେ ଆକ୍ରାନ୍ତ ହୋଇଥିଲେ। ପରିବାର ଲୋକ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ଏବଂ ସଠିକ ଚିକିତ୍ସା କରିବା ପରେ ଆଚାର୍ଯ୍ୟ ହରିହର କର୍କଟ ମେଡିକାଲରୁ ସୁସ୍ଥ ହୋଇ ଘରକୁ ଫେରିଥିଲେ ଗୟାଧର।

Advertisment

ଗୟାଧର ସୁସ୍ଥ ହେବା ବେଳକୁ ସସସ୍ତ ଟଙ୍କା ଚିକିତ୍ସା ପାଇଁ ଖର୍ଚ୍ଚ ହୋଇଯାଇଥିଲା ଏମିତିକି ଗୟାଧରଙ୍କୁ ମିଠା ଦୋକାନ ବି ହରେଇବାକୁ ପଡିଥିଲା। ଶେଷରେ ନିରୁପାୟ ହୋଇ ବୟସର ଅପରାହ୍ନରେ ବି ହାର ମାନି ନଥିଲେ ଗୟାଧର। ବାସୁଦେବପୁର ବଜାର ଘର ସାମ୍ନାରେ ଏକ ଚା" ଦୋକାନ କରିବାକୁ ନିଷ୍ପତ୍ତି ନେଇଥିଲେ ଗୟାଧର। ସେଇ ଚା’ ଦୋକାନ ଏବେ ବଂଚିବାର ରାହା।

ସକାଳେ ଏବଂ ସନ୍ଧ୍ୟା ବେଳେ ଗୟାଧରଙ୍କ ଚାହା ପିଇବା ପାଇଁ ଲୋକଙ୍କ ଲାଗେ ଲମ୍ବା ଲାଇନ। ଗୟାଧରଙ୍କ ସୁସାଦୁ ଚାହା ସାଙ୍ଗକୁ ଏମ୍ଲିଫାୟରରେ ସ୍ଲୋ ମୋସନ ଗୀତ ସହ ସୁନ୍ଦର ବ୍ୟବହାର ଗ୍ରାହକକୁ କରେ ଆକୄଷ୍ଟ।

ପାନ ବିଡି ଏକ ଛୋଟ ନିଶା। ଜଣା ପଡେ ନାହିଁ, କିନ୍ତୁ ପଇସା ଟାଣେ। ପାନ ,ଗୁଟଖା,ତମାଖୁ ସେବନ ଠାରୁ ଦୁରେଇ ରୁହନ୍ତୁ। କର୍କଟ ରୋଗ ହେଲେ ଭୟଭୀତ ନହୋଇ ଡାକ୍ତରଙ୍କ ପରାମର୍ଶ ନେଇ ମୋ ପରି ସୁସ୍ଥ ହୁଅନ୍ତୁ ବୋଲି ଓଟିଭି ମାଧ୍ୟମରେ ବାର୍ତ୍ତା ଦେଇଛନ୍ତି ଗୟାଧର।

Health Awareness Cancer Patients World Cancer Day Cancer
Advertisment
Advertisment