• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Human Interest Updates

Elderly woman
କୋକିଳାଙ୍କ କମାଲ୍‌ : ଦେଶୀ ଷ୍ଟାଇଲ୍‌ରେ ରୋଷେଇ କରି ସୋସିଆଲ ମିଡିଆରେ ମଚାଉଛନ୍ତି ଧୁମ୍‌

ବୟସ ୮୦ ପାର୍‌ ହେଲାଣି । ଦେଶୀ ଷ୍ଟାଇଲ୍‌ରେ କରୁଛନ୍ତି କାଚମାର୍କ ରୋଷେଇ । ବିରିଖା ଶିଳରେ ମସଲା ବଟା...ପୁଣି ସୋରିଷ ତେଲର ଛୁଙ୍କ । ସିଏ ପୁଣି ସିରାମୁଣ୍ଡି ଶୁଖୁଆର ପାଗ ସହିତ ସଜନା ଗଛର ଶାଗ । ଓଃ...ଦେଖିଲା ବେଳକୁ ଖାଇବାକୁ ଇଚ୍ଛା ହେଉନି...ସୋସିଆଲ ମିଡିଆରେ ପୋଷ୍ଟ ହେବା ମାତ୍ରେ ଶହଶହ ଗୃହିଣୀ ଶୁଖୁଛନ୍ତି ରୋଷେଇ

Student seeks govt help
ମୋର ପାଠ ପଢିବାକୁ ଇଚ୍ଛା...ପଇସା ନାହିଁ ବୋଲି ଗାଈ ଚରାଉଛି

ପାଠ ପଢିବାକୁ ବହୁତ୍‌ ଇଚ୍ଛା, ହେଲେ ପଇସା ନାହିଁ । ସ୍କୁଲରେ ନାଁ ଲେଖାଇଲେ କିନ୍ତୁ ହଷ୍ଟେଲରେ ସିଟ୍‌ ମିଳିଲାନି । ଏବେ ବାଧ୍ୟ ହୋଇ ଗାଈ ଚରାଉଛି ମାଧବ...ସାହାଯ୍ୟ ମିଳିଲେ ପାଠ ପଢିବାକୁ ରଖିଛି ସ୍ୱପ୍ନ

Divyang teacher
ପେଶା ଶିକ୍ଷକତା, ନିଶା ଗଛ ଲଗାଇବା...ନିଜ ସ୍କୁଲ ସହ ପଡୋଶୀ ସ୍କୁଲରେ ବି ଲଗାନ୍ତି ଗଛ

ନିଜେ ଦିବ୍ୟାଙ୍ଗ...ପିଲାଙ୍କୁ ସ୍କୁଲରେ ପାଠ ପଢାଇବା ସହ ପରିବେଶ ସୁରକ୍ଷା ପାଇଁ ଦେଉଛନ୍ତି ତାଲିମ୍‌ । ନିଜ ସ୍କୁଲଠାରୁ ପଡୋଶୀ ସ୍କୁଲ ଯାଏଁ...ବୁଲିବୁଲି ଲଗାଉଛନ୍ତି ଗଛ।

  • Saturday, 15 July 2023
Girl works as domestic help
ଆଈକୁ କ୍ୟାନସର...ଔଷଧ ଖର୍ଚ୍ଚ ଲାଗି ବାସନ ମାଜୁଛି ନାତୁଣୀ

ଦୁଃଖ ୟାଙ୍କ ଭାଗ୍ୟରେ ଲେଖା ! ସ୍ୱାମୀ ଛାଡି ପଳେଇଲେ..ପାଖରେ କିଛି ନାହିଁ...ଭଡ଼ାଘରେ ରୋଗୀଣା ଆଈ ସହ ରହୁଛନ୍ତି ଅସହାୟ ମହିଳା । ଡାକ୍ତର ତ ଦେଖାଇଲେ, ହେଲେ ଔଷଧ ଦେବାକୁ ପାଖରେ ଟଙ୍କା ନାହିଁ।

elderly woman
ହୃଦୟ ବିଦାରକ : ୪ ପୁଅ ଜନ୍ମ କରିଥିଲା ବୋଲି ଦାଣ୍ଡରେ ଘୋଷାରି ହେଉଛି ମାଆ

୪-୪ଟି ପୁଅ ଜନ୍ମ କରିଥିଲା । ୬ ଦିନ ହେଲାଣି ବୁଢୀ ମାଆ କହୁଛି ମତେ କିଛି ଖାଇବାକୁ ମିଳୁନି...ରାତି ହେଉ କି ଦିନ ଏମିତି ରାସ୍ତାରେ ଘୋଷାରି ହୋଇ ବଞ୍ଚିଛନ୍ତି ଜୀବନ । ସେପଟେ ପୁଅ କହୁଛନ୍ତି, ଆମେ ଖାଇବାକୁ ଦେଉଛୁ କି ନାହିଁ ଗାଁ ଲୋକଙ୍କୁ ପଚାର।

Orphan girl
ସୁଧାର ଗୃହରେ ରଖିଥିଲେ...କନ୍ୟାଦାନ କରି ପୂଣ୍ୟ କଲେ ଏଡିଏମ୍‌

ସାବାସ୍‌ ପ୍ରଶାସନ । ଦିନେ ରାସ୍ତାରେ ନିର୍ଯାତିତ ହୋଇ ବୁଲୁଥିବା ଝିଅକୁ ଉଦ୍ଧାର କରି ସୁଧାର ଗୃହରେ ରଖିଥିଲେ । ବାହା ହେବା ବୟସ ହେବା ପରେ କନ୍ୟା ଦାନ କଲେ ଅତିରିକ୍ତ ଜିଲ୍ଲାପାଳ । ଧୁମଧାମ୍‌ରେ ହୋଇଥିଲା ବାହାଘର....ବରଯାତ୍ରୀରେ ସାମିଲ ଥିଲେ...।

Woman seeks govt help , divyang girl
ପେଟରେ ପିଲା ଥିଲା, ସ୍ୱାମୀ ଛାଡ଼ିଦେଲା...୨୫ ବର୍ଷ ହେଲାଣି ଦିବ୍ୟାଙ୍ଗ ଝିଅକୁ ନେଇ କଟୁଛି ଦିନ

ଇଏ କେମିତିକା ପ୍ରେମ? ଗାଁରେ ଦେଖା ହେବା ପରେ ବାହାଘର ହେଲା...୩ ମାସର ଗର୍ଭବତୀ ସ୍ତ୍ରୀଙ୍କୁ ଛାଡି ସ୍ୱାମୀ ପଳାଇଲା । ଗଲା ଯେ ଆଉ ଫେରିଲାନି...ଏକା ଏକା ଦିବ୍ୟାଙ୍ଗ ଝିଅକୁ ନେଇ ବଡ଼ କଷ୍ଟରେ ବଞ୍ଚୁଛନ୍ତି ମମତା ।

Rahul Sports Man
ବାପାଙ୍କଠାରୁ ମାଡ ଖାଇଲେ, ମାଆ ତାଗିଦ୍‌ କଲେ...କିନ୍ତୁ ଖେଳ ଛାଡିନଥିଲେ : ଏବେ ଦେଶରେ ଚାଲିଛି ପ୍ରଶଂସା

ସ୍କୁଲ ଯାଉଥିଲେ କିନ୍ତୁ ଖେଳରେ ବିଶେଷ ରୁଚି ଥିଲା..ପଡିଆରୁ ବାପାଙ୍କଠାରୁ ମାଡ ଖାଉଥିଲେ, ରାତିରାତି ମାଆ ଘରେ ବସି ବୁଝାଉଥିଲେ । ଖେଳ ପ୍ରତି ଥିବା ଭଲପାଇବା କେବେ କମିନଥିଲା । ଆଜି ଖେଳ ପାଇଁ ପୂରା ଦେଶରେ ତାଙ୍କୁ ନେଇ ବଢିଲାଣି ଚର୍ଚ୍ଚା

  • Thursday, 13 July 2023
earned Rs 38 lakh selling expensive tomatoes
ଟମାଟୋ ବିକି ରାତାରାତି ମାଲେମାଲ: ୩୮ ଲକ୍ଷ ଟଙ୍କା ରୋଜଗାର କଲେ ଚାଷୀ

ବର୍ତ୍ତମାନ ଓଡ଼ିଶା, କର୍ଣ୍ଣାଟକ ସମେତ ଦେଶର ଅନେକ ସ୍ଥାନରେ ଟମାଟୋ ଦର ଉଚ୍ଚା ରହିଛି। ତେବେ ଟମାଟୋ ଦର ବଢିବା ପରେ କର୍ଣ୍ଣାଟକର ଜଣେ ମଧ୍ୟବିତ୍ତ ଚାଷୀ ପରିବାର ପାଇଁ ଏହା ଆଶୀର୍ବାଦ ସଦୃଶ ହୋଇଛି। 

Dog Human Relationship
ନିମକ ସଚ୍ଚା କୁକୁର; ମାଲିକ ସହ ପିଠିରେ ବୋହିଲା ବୋଝ, ଦେଖନ୍ତୁ ଭିଡିଓ...

କୁକୁର-ମଣିଷ ବନ୍ଧୁତ୍ୱର ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଥିବାର ଦେଖିବାକୁ ମିଳିଥାଏ । ଏବେ ଏମିତି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯାହାକୁ ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ ।

 Awas yojana
ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ବି ମାଧବଙ୍କୁ ମିଳୁନି ଆବାସ

ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ବି ଖାତିର ନାହିଁ । ତୁରନ୍ତ ଆବାସ ଘର ଦେବାକୁ ନିର୍ଦ୍ଦେଶ ଥିବା ପରେ ବି ଏଯାଏଁ ମିଳିଲାନି ଘର । ପ୍ରଶାସନ ପାଖକୁ ଦଉଡି ଦଉଡି ହତାଶ...ଘର ମିଳିବ ତ ?

Divyang seeks financial assistance for livelihood
ବାପା-ମାଆ କେହି ନାହାନ୍ତି : ପର ଦୁଆରେ ମୁଣ୍ଡ ଗୁଞ୍ଜିଛନ୍ତି ମୋନାଲିସା

ଘରର ଅବସ୍ଥା ଦେଖିଲେ ଯିଏ ନାହିଁ ସିଏ କହିବ ସେଇଠି ମଣିଷ କେହି ରହୁନଥିବେ । ରହୁଥିବେ ଯଦି ଗାଈ କି ଛେଳି । ସ୍ଥିତି ଏମିତି ହେଲାଣି ଯେ ଘର କେତେବେଳେ ଭୁଶୁଡ଼ି ପଡିବ ସେକଥା କିଏ କହିବ ? କିଏ କାହିଁକି ନିଜ ଜୀବନକୁ ବାଜିରେ ଲଗାଇ ସେମିତି ଘରେ ରହିବ ଯେ ? ହୁଏତ ଆପଣ ଏମିତି ଭାବିଥାଇପାରନ୍ତି । ହେଲେ ଏମିତି ଘରେ ରହୁଛନ୍ତି ଜଣେ ଦିବ୍ୟାଙ୍ଗ ଯୁବତୀ, ଆଉ ବଞ୍ଚବା ଲାଗି କରୁଛନ୍ତି ସଂଘର୍ଷ ।

  • Saturday, 08 July 2023
Odisha woman seeks financial assistance for treatment
ପୁଅକୁ ବିସ୍କୁଟ ଦେବାକୁ ବାପାଙ୍କ ପାଖରେ ପଇସା ନାହିଁ, କାନ୍ଦି କାନ୍ଦି ଦିନ କଟୁଛି

ବହୁବିଧ ରୋଗରେ ପଡିଛି ବାପା...ପୁଅକୁ ସବୁ ଖୁସି ଦେବାକୁ ବାପାର ବହୁତ ଇଚ୍ଛା । ହେଲେ ସାଥ୍‌ ଦେଉନି ଶରୀର । ପୁଅର ମେଡିସିନ୍‌ ଖର୍ଚ୍ଚ ପାଇଁ ଛେଳି ଚରାଉଛି ମାଆ । ସାହାଯ୍ୟ ନମିଳିଲେ ସଂସାର ଭାସିଯିବ

Meritorious student seeks financial assistance
କଷ୍ଟେମଷ୍ଟେ BCA ପଢିଲେ, MCA ପଢିବାକୁ ଇଚ୍ଛା ଥିଲେ ବି ପାଖରେ ନାହିଁ ଟଙ୍କା

ଝାଟିମାଟିର ଘର...କାନ୍ଥରୁ ମାଟି ଖସିଲାଣି, ତ ମଥାଣରୁ ଟାଇଲ ଫାଟିଲାଣି । ଏମିତି ଘରେ ପାଠପଢି ଭଲ ନମ୍ବର ରଖିବା ସହ ପୂରା ଏରିଆରେ ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି । ଭଲ ନମ୍ବର ରଖିବା ପରେ ଆଗକୁ ପଢିବାକୁ ବି ଇଚ୍ଛା । କିନ୍ତୁ ପାଠ ପଢାରେ ଅର୍ଥ ସାଜିଛି ବାଧକ । ପିଲାଟି ଦିନରୁ ବାପାକୁ ହରାଇଥିଲେ । ହେଲେ ପୁଅକୁ ଭଲ ପାଠ ପଢାଇବାକୁ ମାଆ ମଜୁରୀ ଖଟି ଯାହା କିଛି ରୋଜଗାର କରୁଥିଲେ ସେତିକିରେ ମାଆ-ପୁଅ ଦୁହେଁ ଚଳିବା ସହିତ ପୁଅ ପାଠ ପଢୁଥିଲେ । ହେଲେ ମାଆ ଯେତିକି ରୋଜଗାର କରୁଛନ୍ତି ସେତିକିରେ ପରିବାର ଚଳିବା ସହ ପାଠ ପଢିବା ଆଉ ସମ୍ଭବ ହେଉନି । ତେଣୁ ସାହାଯ୍ୟ ପାଇଁ ନିବେଦନ କରୁଛନ୍ତି ଏଇ ମେଧାବୀ ଛାତ୍ର ଜଣକ ।

Divyang seeks financial assistance
ବାପା-ମାଆ କେହି ନାହାନ୍ତି : ପର ଦୁଆରେ ମୁଣ୍ଡ ଗୁଞ୍ଜିଛନ୍ତି ମୋନାଲିସା

ବାପା-ମାଆ ଦୁହେଁ ନାହାନ୍ତି । ନିଜେ ପୁଣି ଦିବ୍ୟାଙ୍ଗ...ଘରର ଅବସ୍ଥା ଦେଖିଲେ କେତେବେଳେ ଭୁଶୁଡ଼ିବ କେହି କହିପାରିବେନି । ସରକାରୀ ସାହାଯ୍ୟ ପାଇଁ ବାରମ୍ବାର ଗୁହାରି କରିବା ପରେ ବି ଫଳ ଶୂନ । ଜିଲ୍ଲାପାଳ କହୁଛନ୍ତି

  • Saturday, 08 July 2023
ସରକାର ସାହାଯ୍ୟ କଲେ ଏମସିଏ ପଢିବେ ପାତ୍ର
କଷ୍ଟେମଷ୍ଟେ BCA ପଢିଲେ, MCA ପଢିବାକୁ ଇଚ୍ଛା ଥିଲେ ବି ପାଖରେ ନାହିଁ ଟଙ୍କା

ବାପା ଚାଲିଗଲେ, ମାଆ କଷ୍ଟେମଷ୍ଟେ ବିସିଏ ପଢାଇଲେ । ଏବେ କିନ୍ତୁ ଏମସିଏ ପଢାଇବାକୁ ଅଣ୍ଟାରେ ଆଉ ଦମ୍‌ ନାହିଁ । ସରକାରୀ ବାବୁଙ୍କୁ ଗୁହାରି କରୁଛନ୍ତି

girl survives only puffed rice
ଭାତ କି ରୁଟି ନୁହଁ; ବରଂ ମୁଢ଼ି ଖାଇ ବଞ୍ଚୁଛି କୁନି ଝିଅ

ଲକ୍ଷ୍ମୀପ୍ରିୟା ଏବେ ଚତୁର୍ଭୁଜପୁର ସରକାରୀ ପ୍ରାଥମିକ ବିଦ୍ୟାଳୟର ଚତୁର୍ଥ ଶ୍ରେଣୀର ଛାତ୍ରୀ। ବଡ଼କଥା ହେଉଛି ଆଜି ପର୍ଯ୍ୟନ୍ତ ସେ କେବେ ଭାତ କି ରୁଟିର ଧାର ଧରିନାହାନ୍ତି। ଏପଟେ ସ୍କୁଲରେ ମଧ୍ୟାନ୍ନ ଭୋଜନରେ ମଧ୍ୟ ସେ ଭାତ ଖାଉନଥିବାରୁ ତାଙ୍କ ପାଇଁ ମୁଢ଼ିର ବ୍ୟବସ୍ଥା କରିଛନ୍ତି ସ୍କୁଲ କର୍ତ୍ତୃପକ୍ଷ।

Woman rescued
୧୮ ବର୍ଷ ପରେ ମିଳିଲା ସ୍ତ୍ରୀ...ପୁଣି ମନ୍ଦିରରେ ହେଲା ବାହାଘର

ବର୍ଷ ପରେ ବର୍ଷ ବିତିଯାଇଥିଲା ହେଲେ ପୁରା ପରିବାର ଉର୍ମିଳାଙ୍କୁ ଖୋଜି ନୟାନ୍ତ ହୋଇଥିଲେ । ନିଖୋଜର ୧୨ ବର୍ଷ ବିତିଯାଇଥିବାରୁ ଶେଷରେ ଗାଁ ପୂଜକଙ୍କ ପରାମର୍ଶ କ୍ରମେ ଶୁଦ୍ଧିକ୍ରିୟା ପାଇଁ ଯୋଜନା କଲେ । ହେଲେ ବିଧିର ବିଧାନ ଥିଲା କିଛି ଅଲଗା । ଉର୍ମିଳାଙ୍କୁ ଏବେ ତାଙ୍କ ପରିବାର ଲୋକେ ପାଇଛନ୍ତି ।

Man goes missing from market
ମାଆ ଚାଲିଗଲା, ବାପା ନିଖୋଜ...ଫଟୋ ଧରି କାନ୍ଦୁଛନ୍ତି ଭାଇ-ଭଉଣୀ

ବାପା ଘରୁ ଯାଇଛନ୍ତି ଯେ ଯାଇଛନ୍ତି । ମାସେ ହେଲା ସାଇକେଲ ନେଇ କେଉଁ ଆଡେ ଚାଲିଯାଇଛନ୍ତି ଯେ ଆଉ ଘରକୁ ଫେରୁନାହାନ୍ତି । ଏଣେ ଛୁଆ ଦୁଇଟା ବିକଳ ହୋଇ ସବୁଆଡ଼େ ଖୋଜି ଖୋଜି ନୟାନ୍ତ ହେଲେଣି । ପେଟକୁ ଦାନା ଖଣ୍ଡେ ଦେବା ପାଇଁ ଝିଅଟି ପର ଘରେ ମୂଲ ଲାଗିଲାଣି । ଏବେ ଖାଲି କାନ୍ଦିବା ଛଡା ସେମାନଙ୍କ ପାଖରେ ଆଉ ଯେମିତି କିଛି ଚାରାନାହିଁ ।

  • Thursday, 06 July 2023
Adoption
ବାପାମା ଛେଉଣ୍ଡ ଶିଶୁକୁ ମିଳିବ ମା’ର ସ୍ନେହ, ସମ୍ବଲପୁରରୁ ଫିନଲ୍ୟାଣ୍ଡ ଯିବ 'ଖୁସି'

'ଖୁସି'ର ଖୁସି କହିଲେ ନସରେ.. ଫିନଲ୍ୟାଣ୍ଡର ଲୌରା ଏଲେନା ଖୁସିକୁ ପୋଷ୍ୟ କନ୍ୟା କରିଛନ୍ତି

Sujata Need Help
ସ୍ୱାମୀ ଯିବା ପରେ ଅନ୍ଧାରରେ ସୁଜାତାଙ୍କ ଭବିଷ୍ୟତ

ସ୍ୱାମୀ ବଞ୍ଚିଥିବା ବେଳେ ଯାହା ଯେମିତି ପରିବାର ଚଳୁଥିଲା । କରୋନା ହେଲା କାଳ...ସ୍ୱାମୀ ଚାଲିଯିବା ପରେ ୩ ପିଲାଙ୍କ ପେଟରେ ଦାନା ଦେବାକୁ ଛେଳି ଚରାଉଛି ମାଆ । ବାରମ୍ବାର ଗୁହାରି କରିବା ପରେ ବି ମିଳୁନି ସରକାରୀ ସହାୟତା

Actor Sidhant Mohapatra Set An Example For Rescuing Accident Victim
ରାସ୍ତାରେ ପଡ଼ି ଛଟପଟ ହେଉଥିଲେ ଯୁବକ, ସହାୟତା ପାଇଁ ଧାଇଁ ଆସିଲେ ଅଭିନେତା ସିଦ୍ଧାନ୍ତ...

ସଡ଼କ ଦୁର୍ଘଟଣାରେ ଗୁରୁତରଙ୍କୁ ଉଦ୍ଧାର କଲେ, ମେଡିକାଲରେ ଭର୍ତ୍ତି କଲେ ଓ ତାଙ୍କ ପାଖରେ ରହି ସ୍ୱାସ୍ଥ୍ୟାବସ୍ଥା ବୁଝିଲେ। ଏମିତି କିଛି କରି ଉଦାହରଣ ସୃଷ୍ଟି କରିଛନ୍ତି ପୂର୍ବତନ ସାଂସଦ ତଥା ଅଭିନେତା ସିଦ୍ଧାନ୍ତ ମହାପାତ୍ର।

dr shipra dhar and dr ganesh rakh do not take delivery fees on birth of girl child
National Doctor's Day 2023: ଡାକ୍ତରଙ୍କ ମହାନତା; ଝିଅ ହେଲେ ଗୋଟିଏ ଟଙ୍କା ବି ନିଅନ୍ତି ନାହିଁ

କେତେବେଳେ ଝିଅକୁ ପରଧନ କୁହାଯାଇଛି ତ ପୁଣି କେତେବେଳେ ବୋଝ ଭଳି ଶବ୍ଦ ବ୍ୟବହାର କରାଯାଇଛି। ଏବେ ଏ ଦେଶ ଏଥିରୁ ଧିରେ ଧିରେ ଦୂରେଇ ଯାଉଛି। ଆଜିକାଲି ଝିଅମାନେ ମଧ୍ୟ ପୁରୁଷଙ୍କ ସହ କାନ୍ଧ ମିଳେଇ ବାଟ ଚାଲୁଛନ୍ତି। ଆଜି ଜାତୀୟ ଡାକ୍ତର ଦିବସରେ ଆସନ୍ତୁ ଏମିତି ଦୁଇ ମହାନ ଡାକ୍ତରଙ୍କ ବିଷୟରେ ଜାଣିନେବା ଯେଉଁମାନେ ଝିଅ ଜନ୍ମ ପାଇଁ ଟଙ୍କାଟିଏ ବି ନିଅନ୍ତି ନାହିଁ।

Zomato delivery executive celebrates birthday by distributing chocolates
ଡେଲିଭରି ବୟଙ୍କ ନିଆରା ବର୍ଥ ଡେ’ ସେଲିବ୍ରେସନ, ପ୍ରତି ଅର୍ଡରରେ ଗ୍ରାହକଙ୍କୁ ଦେଲେ ଚକୋଲେଟ୍‌...

ଜୋମାଟୋ ଡେଲିଭରି ବୟଙ୍କ ନିଆରା ବର୍ଥ ଡେ’ ସେଲିବ୍ରେସନ। ଅନ୍‌ଲାଇନ୍‌ରେ ଖାଦ୍ୟ ଅର୍ଡର କରିଥିବା ସମସ୍ତ ଗ୍ରାହକଙ୍କୁ ଚକୋଲେଟ୍‌ ଦେଇ ଜନ୍ମଦିନ ପାଳିଲେ ଡେଲିଭରି ବୟ।

Wife Need Help
ମଜୁରୀ ଖଟୁ ଖଟୁ ପ୍ରେମ: ଝିଅ ଜନ୍ମ ହେବା ପରେ ସ୍ତ୍ରୀକୁ ଛାଡି ଛୁ ମାରିଲା ସ୍ୱାମୀ

ଇଏ କେମିତିକା ପ୍ରେମ ? ଭଲପାଇଲେ...ବାହା ହେଲେ....ଝିଅ ଜନ୍ମ ହେବା ପରେ ସ୍ତ୍ରୀକୁ ଛାଡିଦେଲେ । ଏବେ ଅସହ୍ୟ ଯନ୍ତ୍ରଣାରେ ଛଟପଟ ପୁଷ୍ପଲତା । ସ୍ୱାମୀ ଫୋନ୍‌ କରୁନାହାନ୍ତି...ମାଆ କୋଳରେ ବଞ୍ଚିବାକୁ ଗେଂଜିଛନ୍ତି ମୁଣ୍ଡ ।