ଉପାନ୍ତରେ ଥମୁନି ମେଡିକାଲ ଅବ୍ୟବସ୍ଥା। କେଉଁଠି ଅସ୍ବାସ୍ଥ୍ୟକର ପରିବେଶ, ଡାକ୍ତର ଅଭାବ ତ ଆଉ କେଉଁଠି ଆବଶ୍ୟକ ଭିତ୍ତିଭୂମିର ଅଭାବ ଯୋଗୁ ବିଗୁଡ଼ୁଛି ସ୍ଥିତି। ଆଉ ଏସବୁରେ ହଇରାଣ ହେଉଛି ସାଧାରଣ ଲୋକଟିଏ।
ରେଳ ବିକାଶକୁ ନେଇ ରାୟଗଡ଼ା ଜିଲ୍ଲାବାସୀଙ୍କ ଆକାଂକ୍ଷା ଆଉ ପାଦେ ପୂରଣ । ରାୟଗଡ଼ା ରେଲ୍ ଡିଭିଜନ ବିଲ୍ଡିଂର ହେଲା ହେଲା ଶିଳାନ୍ୟାସ। ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଭିଡିଓ କନଫରେନ୍ସିଂ ଜରିଆରେ ନୂଆଦିଲ୍ଲୀରୁ ରିମୋଡ୍ ଟିପି ଏହି ବିଲ୍ଡିଂର ଶିଳାନ୍ୟାସ କରିଛନ୍ତି।
ରେଳ କାର୍ଯ୍ୟ ପରିଚାଳନା ପାଇଁ ଏକ ବିଭାଗୀୟ ନିୟନ୍ତ୍ରଣ କାର୍ଯ୍ୟାଳୟ ପ୍ରତିଷ୍ଠା କରାଯିବ । ରେଳ ମଣ୍ଡଳ ପ୍ରତିଷ୍ଠା ଦ୍ୱାରା ଏହି ଅଞ୍ଚଳରେ ରେଳ ପରିଚାଳନା କାର୍ଯ୍ୟର ଦକ୍ଷତା ବୃଦ୍ଧି ପାଇବ ବୋଲି ଆଶା ରଖାଯାଇଛି।
ରାଜ୍ୟରେ ନୂଆ ସରକର ଆସିବାର ପରେ ମହିଳାଙ୍କ ପାଇଁ ‘ସୁଭଦ୍ରା’ ଯୋଜନାର ଶୁଭାରମ୍ଭ ହେଲା । ଆଉ ସେହି ଯୋଜନାରେ ମହିଳାଙ୍କୁ ଟଙ୍କା ମିଳିଲା । ହେଲେ ବଞ୍ଚିତ ହେଲେ ସୌରା ସମ୍ପ୍ରଦାୟ ଲୋକେ ।
ନିଜ ରକ୍ତର ସନ୍ତାନକୁ ପର ହାତରେ ଟେକି ଦେବାର କଠୋର ମାନସିକତା, ସଭ୍ୟ ସମାଜକୁ ଦୋହଲାଇ ଦେଇଛି । ରାୟଗଡ଼ା ଚାନ୍ଦିଲି ଅଞ୍ଚଳରେ ମାତ୍ର ୯ ଦିନର ଶିଶୁକନ୍ୟାକୁ ୨୦ ହଜାରରେ ବିକ୍ରି ଅଭିଯୋଗ, ସାରା ରାଜ୍ୟରେ ଚହଳ ପକାଇଦେଇଛି ।
ଲୋକେ ନିଜର ସମସ୍ୟା ଜଣେଇବା ବେଳେ ଜଣେ ଯୁବ ବିଜେଡି ନେତା ସେମାନଙ୍କୁ ଗାଳି ଗୁଲଜ କରିବା ସହ ଜଣେ ଯୁବକଙ୍କୁ ଗୋଡେଇ ଗୋଡେଇ ପିଟିଥିବା ଦୃଶ୍ୟ ଏବେ ଭାଇରାଲ ହେଉଛି ।
ପରିବାର ଚାହୁଁଥିଲେ ଝିଅ ବିବାହ କରୁ । ୧୪ ବର୍ଷୀୟ କିଶୋରୀ ଝାନ୍ସି କିନ୍ତୁ ମନା କଲେ । ସେ ତ ବାଲ୍ୟବିବାହରୁ ମୁକ୍ତି ପାଇଲେ ସତ କିନ୍ତୁ ଅନ୍ୟମାନଙ୍କ ପାଇଁ ସେ ଆରମ୍ଭ କରିଦେଲେ ସଂଘର୍ଷ ।
ବାସନ୍ତୀଙ୍କ ପେଟ ଓ ହାତରେ ଗୁରୁତର ଆଘାତ ଲାଗିଛି। ଗୁରୁତର ଅବସ୍ଥାରେ ପଡ଼ୋଶୀମାନ ତାଙ୍କୁ ଡାକ୍ତରଖାନା ନେଇଥିଲେ।
ମେଡ଼ିକାଲ ଷ୍ଟାଫ୍ ଓ 'ଆଲିସା' ନିର୍ଦ୍ଦେଶକଙ୍କ ନାଁରେ ଅଭିଯୋଗ । ଜାନୁଆରୀ ୫ ରେ ଆଦିବାସୀ ସଂଘର ରାୟଗଡ଼ା ବନ୍ଦ ଡାକରା ।
ସପ୍ତାହେ ବିତିଲା। ରାୟଗଡ଼ା ଚନ୍ଦ୍ରପୁରର ମା’ଗୃହ ୱାର୍ଡେନଙ୍କ ମୃତ୍ୟୁର ରହସ୍ୟ ଭେଦିପାରୁନି ପୋଲିସ। ଆଦିବାସୀ ଯୁବତୀଟିଏ ଯେ, ନିଆଁରେ ଜଳି ପ୍ରାଣ ହରାଇବ, କେହି ବି ସହଜରେ ବିଶ୍ବାସ କରିପାରୁନାହାନ୍ତି।
ଗତ ୨୧ ତାରିଖ ଅପରାହ୍ନ ପ୍ରାୟ ୪ଟାରେ ମା’ଗୃହରୁ ବାହାରକୁ ଯାଇଥିଲେ ଲକ୍ଷ୍ମୀ। କିନ୍ତୁ, ତାଙ୍କ ସହ କ’ଣ ଘଟିଗଲା କେଜାଣି, ସେଦିନ ରାତି ପ୍ରାୟ ୧୧ଟାରେ ମା’ଗୃହ ନିକଟରେ ମିଳିଥିଲା ଦରପୋଡ଼ା ମରଶରୀର।
ରାସ୍ତା ସାରା ଖାଲଖମାରେ ଭର୍ତ୍ତି । କେଉଁଠି ବଡ଼ ବଡ଼ ଖାଲ ତ କେଉଁଠି ପିଚୁ ଉଠିଯାଇଛି । ଅନେକ ସ୍ଥାନରେ ରାସ୍ତା ଧୋଇଯାଇଛି । ରାସ୍ତାରେ ଯାଉଥିବା ଲୋକଙ୍କ ପାଇଁ ରହିଛି ପାଦେ ପାଦେ ବିପଦ । ଦୁର୍ଗମ ଅଞ୍ଚଳରେ ଗମନାଗମନର ସୁବିଧା ପାଇଁ ଏହି ରାସ୍ତା ନିର୍ମାଣ ହୋଇଥିବା ବେଳେ ରକ୍ଷଣାବେକ୍ଷଣ ଅଭାବରୁ ଏବେ ପାଲଟିଛି ମରଣ ଯନ୍ତା ।
ଅଷ୍ଟମ ଶ୍ରେଣୀର ପିଲା...ଭୋକର ଭୂଗୋଳ ଭିତରେ ଘାଣ୍ଟି ହେଉଛି । ବାପା ଥିବା ବେଳେ ଯାହା ଯେମିତି ଦେଉଥିଲେ ହେଲେ ୭ ବର୍ଷ ହେଲାଣି ସେ ବି ନିଖୋଜ । ପରିସ୍ଥିତିର ଦାସ ହୋଇ ଏବେ ମାଆ-ପୁଅ ବୁଲିବୁଲି ମାଗୁଛନ୍ତି ଭିକ...ପୁଣି ପୁଅର ଗୋଟିଏ ଗୋଡ ନାହିଁ କି ଗୋଟିଏ ହାତ ନାହିଁ
ପ୍ରତିବର୍ଷ ଉପାନ୍ତ ଅଞ୍ଚଳର ବିକାଶ ନିମନ୍ତେ ରାଜ୍ୟ ସରକାର ଅନେକ ଯୋଜନା ପ୍ରସ୍ତୁତ କରୁଛନ୍ତି । ଯୋଜନାର ଲାଭ କିନ୍ତୁ ମିଳୁନି ଆଦିବାସୀ ଅଧ୍ୟୁଷିତ ଦୁର୍ଗମ ଅଞ୍ଚଳବାସୀଙ୍କୁ। ଏବେ ସରକାର କହିବେ କି, ଏତେ ଦୁଃଖ ଆଉ କେତେ ଦିନ?
ହାତରେ ସାଇକେଲ.. ସାଇକେଲ ଉପରେ ଷ୍ଟେସନାରୀ ସାମଗ୍ରୀ.. ଆଉ ଏସବୁକୁ ବିକ୍ରି କରିବା ପାଇଁ ବାହାରିଛନ୍ତି ଦୃଷ୍ଟିବାଧିତ ଲକ୍ଷ୍ମଣ ଶବର.. ଗାଁ ଗାଁ ବୁଲି ବିକ୍ରି କରି ପଇସା ଆଣିଲେ ପରିବାର ଚଳିବ..
ଋଷ ସାଂସଦ ପାଭେଲ ଆଣ୍ଟୋଭ୍ଙ୍କ ମୃତ୍ୟୁକୁ ନେଇ ହଇଚଇ। ସପ୍ତାହ ପରେ ବି ସତ ସାମ୍ନାକୁ ଆସୁନଥିବାରୁ ଘନଉଛି ରହସ୍ୟ
ମହଙ୍ଗା ପଡିଲା ରେକର୍ଡ ଡ୍ୟାନ୍ସ । ଘଟଣାରେ ୭ ଜଣ ଗିରଫ ହୋଇଛନ୍ତି ।
ଚିକିତ୍ସା ବିଭାଗର ସୀମାହିନ ତୃଟି ର ନଗ୍ନ ଉଦାହରଣ, ପ୍ରସବ ଜନିତ ଅସ୍ତ୍ରୋପଚାର ପରେ ଗର୍ଭରେ ଛାଡ଼ିଦେଲେ ଏକ ମିଟର ଗଜକନା।
କଳାହାଣ୍ଡି: ଦାନ ମାଝି ଘଟଣାର ପୁନରାବୃତ୍ତି। ରାୟଗଡ଼ାରେ ପୁଅର ମୃତଦେହକୁ କାନ୍ଧରେ ବୋହିଲା ବାପା। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୯ବର୍ଷର ପୁଅର ପ୍ରାଣ ହରାଇବା ପରେ, ତାର ମରଶରୀରକୁ ଘରକୁ ନେବା ପାଇଁ ମିଳିଲାନି ମହାପ୍ରୟାଣ ଗାଡ଼ି କିମ୍ବା ଅନ୍ୟ କୌଣସି ବ୍ୟବସ୍ଥା। ଶେଷରେ ଶବକୁ କାନ୍ଧରେ ଲଦି ବାପା ଦେଢ଼ କିଲୋମିଟର ଚାଲି ଚାଲି ଘରକୁ ଫେରିଥିବା ଅଭିଯୋଗ ହୋଇଛି। ମୃତକଙ୍କ ନାଁ ଆକାଶ ବେନିଆ।
ବଂଶଧାରା ନଦୀ ଅବବାହିକାରେ ପ୍ରତିବର୍ଷ ଜମି କ୍ଷୟ ହୋଇ ନଦୀ ଗର୍ଭରେ ଲୀନ ହୋଇଯାଉଛି। ପୁଣି ଦୀର୍ଘ ଦିନ ଧରି ଦାବି ସତ୍ତ୍ୱେ ବି ନିର୍ମାଣ ହୋଇପାରୁନି ଆଡିବନ୍ଧ।
ସଫେଇ କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି ଦାବୀରେ ପୌରସଂସ୍ଥା କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ତିନିଶହରୁ ଉର୍ଦ୍ଧ୍ୱ ମହିଳା ଓ ପୁରୁଷ ଝାଡୁଦାର ସଫେଇ କାମ ବନ୍ଦ କରି ଧାରଣାରେ ବସି ରହିଛନ୍ତି । ଯାହା ଫଳରେ ରାୟଗଡା ସହରର ପରିମଳ ବ୍ୟବସ୍ଥା ସମ୍ପୂର୍ଣ୍ଣ ଠପ ହୋଇଯାଇଛି ।
ନିର୍ମାଣର ୭ ବର୍ଷ ପରେ ବି କୃଷକଙ୍କ ସେବାରେ ଲାଗୁନି ଆଡିବନ୍ଧ । ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ବାରିବଟା ନିକଟରେ ନିର୍ମାଣ ହୋଇଥିବା କଲ୍ୟାଣି ଆଡିବନ୍ଧ ଚାଷୀଙ୍କ ପାଇଁ ଦୁଃଖ ପାଲଟିଛି ।
ଗୁଣପୁର ଅଂଚଳରେ ଏଯାଏଁ ଖୋଲିନି କପା ମଣ୍ଡି I କପା ଅମଳ ସରିଥିବାବେଳେ ବିକ୍ରିକୁ ନେଇ ବଢୁଛି ଚିନ୍ତା I ବିକ୍ରିବଟା ନେଇ ପ୍ରଶାସନ ପଦକ୍ଷେପ ନେଉନଥିବା ଚାଷୀଙ୍କ ଅଭିଯୋଗ
ଅଟୋ ବାଲା ଭୁଲିଗଲା ମାନବିକତା, ଆମ୍ୱୁଲାନ୍ସବି ନିଜ କର୍ତ୍ତବ୍ୟ ଭୁଲିଗଲା। ଅସହାୟ ଅସୁସ୍ଥ ବୃଦ୍ଧଙ୍କୁ ରାସ୍ତା କଡରେ ଛାଡି ଚାଲିଯାଇଥିବା ବେଳେ ହସ୍ପିଟାଲ ନେବାକୁ ଆସିଲାନି ଆମ୍ବୁଲାନ୍ସ । ଶେଷରେ ଅସହାୟ ବୃଦ୍ଧ ରୋଗୀଙ୍କୁ ଉଦ୍ଧାର କଲେ ଉପଜିଲ୍ଲାପାଳ I
କୁଇ ଗୀତ ଗାଇ ପାଲଟିଲେ ସୁପରହିଟ୍ ଗାୟକ । ରାୟଗଡା ନିକଟସ୍ଥ ଆଦିବାସୀ ଇଲାକାର ଶିରିଗୁଡା ଗ୍ରାମର ରୋଜାଲିନ୍ ହିମିରିକା ।