୬ ଦିନର କୁନି ଝିଅ ୪ଜଣଙ୍କର ଜୀବନ ବଞ୍ଚାଇଲା। ବ୍ରେନ୍ ଡେଡ୍ ହେବା କାରଣରୁ ପିତାମାତା କୁନି ଝିଅଟିର ଅଙ୍ଗଦାନ କରିଦେଲେ। ସୁରତରୁ ଏଭଳି ଏକ ଘଟଣା ସମ୍ନାକୁ ଆସିଛି। କୁନି ଝିଅଟି ୪ଜଣଙ୍କ ଜୀବନ ବଞ୍ଚାଇଛି
ଗ୍ରୀଷ୍ମ ପ୍ରବାହରେ ସାରା ଓଡ଼ିଶା ତତଲା କଢେଇରେ ସିଝୁଛି , ଗ୍ରୀଷ୍ମ ପ୍ରବାହ ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ, ଏହି ଭଳି ଡହ ଡହ ଖରାରେ ବୁଲା ପଶୁ ପକ୍ଷୀ ମାନଙ୍କୁ ନିଛାଟିଆ ରାସ୍ତାରେ ଜଳ ଦାନ କରୁଛନ୍ତି ଉଦଳା ମେଣ୍ଢାଖାଇ ଅଂଚଳର ଯୁବକ ତୁଷାର ମହାନ୍ତି। ତାଙ୍କର ଏଭଳି କାର୍ଯ୍ୟକୁ ବେଶ ପ୍ରଶଂସା କରଛନ୍ତି ଲୋକେ ।
ହେ ଚଡ଼େଇ ମାନେ ଆମର ଭୁଲ୍ ହୋଇ ଯାଇଛି । ଆଜି ଦିନରେ ମଣିଷ ନିଜ ସ୍ୱାର୍ଥରେ ଏତେ ଅନ୍ଧ ଯେ, ପଶୁପକ୍ଷୀଙ୍କ ସୁଖ ଦୁଃଖ ଭୁଲିଗଲାଣି। ହେଲେ ଆଜି ଚାଲନ୍ତୁ ଦେଖିବା ନିଆରା ଏକ କାହାଣୀ ଯେଉଁଠି ପକ୍ଷୀଙ୍କ ପାଇଁ ସମସ୍ତେ ବନ୍ଦନା କରୁଛନ୍ତି। କବିତା ଗାଉଛନ୍ତି
ପାକିସ୍ତାନ ଲାହୋରର ପ୍ରଫେସର ଅମିନ ଚୋହାନ । ଦେଶ ବିଭାଜନ ପୂର୍ବରୁ ନିଜ ପରିବାର ସହ ଭାରତର ପଞ୍ଜାବରେ ରହୁଥିଲେ । ସେତେବେଳେ ସେ ଛୋଟ ପିଲା ଥିଲେ । ୧୯୪୭ ଅଗଷ୍ଟ ୧୪ ପରେ ଲୋହୋର ଚାଲିଯାଇଥିଲା ତାଙ୍କ ପରିବାର । ଆଉ ଛାଡି ଯାଇଥିଲେ ଘରର ଅନେକ ସାମାନ । ଏବେ ଦୀର୍ଘ ବର୍ଷ ପରେ ପ୍ରଫେସରଙ୍କ ଜଣେ ବନ୍ଧୁ ପଲୱିନ୍ଦର ସିଂଙ୍କ ମାଧ୍ୟମରେ ପାକିସ୍ତାନର ଲାହୋରରେ ପହଁଞ୍ଚିଛି ତାଙ୍କ ପିଲାଦିନର ଘରର କବାଟ ।
ଗାଈ ଡାକ୍ତର ହରିଆ ମଉସା । ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଥିବ ନିଶ୍ଚୟ କିନ୍ତୁ ଏହା ହେଉଛି ଭକ୍ତ ମାନଙ୍କ ଶ୍ରଦ୍ଧା ଏବଂ ବିଶ୍ୱାସର କଥା । ଏ ହେଉଛି ସତ୍ୟବାଦୀ ବ୍ଲକ ବଳପୁର ଅନ୍ତର୍ଗତ ବାବା ହରି ସହଦେବଙ୍କ କଥା ।
ଦୋକାନ ଆଗରେ ଜନ ଗହଳି । କାନ୍ଧରେ ନୂଆ ବସ୍ତ୍ର ହାତରେ ଖାଇବା ପୁଡ଼ିଆ ଧରି ଜଣେ ଜଣେ ବାହାରକୁ ଆସୁଛନ୍ତି । ଆପଣ ଭାବୁଥିବେ ଏଠି କଣ ଚାଲିଛି । ନୂଆ ବସ୍ତ୍ର ଓ ଖାଦ୍ୟ ପୁଡ଼ିଆ ବଣ୍ଟା ହେଉଛି ନା କଣ ? ଏହାର ଉତ୍ତର ହଁ । କାରଣ ଏ ହେଉଛି କାସିମ ଚାଚାଙ୍କ ମୁକ୍ତ ହୋଟେଲ ।
ଆପଣଙ୍କୁ ବଡ଼ ବିଚିତ୍ର ଲାଗିଥିବ ଏ କଥା। ଏ ଯୁଗରେ ମଲାଗଲା ଭଳି ପଡିଥିବା ବାପା-ମା’ଙ୍କୁ ଲୋକେ ପାଣି ଟୋପାଏ ନ ଦେଇ ହନ୍ତସନ୍ତ କରୁଛନ୍ତି। ଦିନକୁ ଦିନ ବୃଦ୍ଧାଶ୍ରମରେ ବଢୁଛି ଅନ୍ତେବାସୀଙ୍କ ସଂଖ୍ୟା। ଆଉ ଏଭଳି ପରିସ୍ଥିତିରେ କେହି ଜଣେ ନିଜ ମା’ ପାଇଁ ଚପଲ ଗଢିବାକୁ ନିଜ ଜଙ୍ଘରୁ ଚମଡା ଉତାରି ଦେଉଛି ! ଏହା ସତରେ ବଡ ବିସ୍ମୟ ଆଉ ବିଚିତ୍ରକର ଖବର।
ବିକଟାଳ ଶବ୍ଦ କରି ମାଡ଼ି ଆସୁଥିବା ଲୌହ ଦାନବକୁ ଦେଖି ଡରି ଗଲାନି କୁନି ପିଲାଟି..ବରଂ ଲୋକଙ୍କ ଜୀବନ ବଞ୍ଚାଇବା ପାଇଁ ନାଲି ସାର୍ଟ ଧରି ରେଳ ଧାରଣାରେ ଛିଡ଼ା ହୋଇଯାଇଥିଲା ।
ମାଆ ଚାଲିଗଲା ପରେ..ଦୁଇ ପୁଅଙ୍କୁ ମାଆର ସ୍ନେହ ଧରି ପାଳୁଛନ୍ତି ଜଣେ ବାପା । ରୋଷେଇବାସଠୁ ଶୁଆଇ ଦେବା...ଖୁଆଇ ଦେବାଠୁ ପଢାଇବା...ସବୁ କାମ ଟିକିନିଖି କରି କରୁଛନ୍ତି । ଦ୍ୱିତୀୟ ବିବାହ ପାଇଁ ପରିବାର ଲୋକ କହିଲେ ବି ମନାକରିଦେଲେ
ଟ୍ୟୁସନ କରି ପାଠ ପଢିଲେ କଲେଜ ଟପ୍ପର ହେଲେ ଭଦ୍ରକ ଝିଅ ରାଧାରାଣୀ । କୋଚିଂ କିମ୍ବା ପଢା ଖର୍ଚ୍ଚ ପାଇଁ ଟଙ୍କା ନଥିଲା । ତଥାପି ପରିସ୍ଥିତି ଆଗରେ ହାର୍ ନ ମାନି ଚାଳଘର ମାଟି ଚଟାଣରେ ପଢି ସବୁଠୁ ଅଧିକ ନମ୍ବର ରଖିଲେ ।
ସରକାର ଦେଉନାହାନ୍ତି ଭରତ ଦେଉଛନ୍ତି । ନିଜସ୍ୱ ଉଦ୍ୟମରେ ଗରିବ ହିତାଧିକାରୀଙ୍କୁ ଘର ବାଣ୍ଟୁଛନ୍ତି ଭରତ । ଯେଉଁଠି ପ୍ରଶାସନ ଶୁଣୁନି, ସେଇଠି ଭରତ ଶୁଣୁଛନ୍ତି । ଏମିତି ସାହାଯ୍ୟକୁ ସଲାମ୍ କରୁଛନ୍ତି ଗାଁ ଲୋକେ
ବନ୍ଧୁ ହେବ ତ ଏମିତି । ପରିଣତ ବୟସରେ ପର କରିଦେଲା ପରିବାର । କୋଳେଇ ନେଲେ ସାଙ୍ଗ...ଅଧ ରାତିରେ ଟ୍ରଲିରେ ବୋହିଲେ, ମେଡିକାଲରେ ପହଞ୍ଚାଇଲେ । ଲୋକେ କହିଲେ ଏମାନଙ୍କ ବନ୍ଧୁତା କୃଷ୍ଣ-ସୁଦାମଙ୍କ ପରି
ଦେହ ଭିନ୍ନକ୍ଷମ, ମନ ସକ୍ଷମ..ପୋଲି ଓ ସତ୍ତ୍ୱେ ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟ ଖେଳିବେ ଭଦ୍ରକର ମଧୁସ୍ମିତା..
ଜୀବନ ସାରା ପିଲାଙ୍କୁ ମାଗଣାରେ ପଢାଇଲେ ପାଠ । ଏବେ ମରିଯିବା ପରେ ଦାନ କରିଦେଲେ ଆଖି...
ଗଛକୁ ଜୀବନସହ ଜଳ ସଞ୍ଚୟର ନୂଆ ଉପାୟ ବାହାର କରିଦେଲେ ସବୁଜ ବାହିନୀ ...ଗଛରେ ଲାଗିଲା ସାଲାଇନ୍..
ବଦଳୁଥିବା ସମୟ ସହ ମଣିଷତ୍ୱ ବି ବଦଳୁଛି । ଯେଉଁଠି ରକ୍ତର ସମ୍ପର୍କ ଫିକା ପଡ଼ି ଯାଉଛି ସେହି ସମୟରେ ସମାଜକୁ ସ୍ନେହ ଶ୍ରଦ୍ଧା ଓ ଭାଇଚାରର ବାର୍ତ୍ତା ବାଣ୍ଟିବା ଭଳି ଏକ ଖବର ଆସିଛି ଭଦ୍ରକରୁ । ଏଠାରେ ଏକ ବୁଲା ଷଣ୍ଢର ମୃତ୍ୟୁ ଭୋଜିକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା....
ନିଜେ ସେନାରେ ସାମିଲ ହୋଇ ଦେଶ ସେବା କରିବାକୁ ସ୍ୱପ୍ନ ଦେଖିଥିଲେ ହେଲେ ନିରାଶ ହେଲେ । ବାପାଙ୍କ ଅଧୁରା ସ୍ୱପ୍ନକୁ ପୂରଣ କରିବାକୁ ଏବେ ପିଲାମାନେ ଅଣ୍ଟା ଭିଡ଼ିଛନ୍ତି ୩ ଭାଇ ଭଉଣୀ ।
ଏମିତି ସରପଂଚଙ୍କୁ ଶହେ ସଲାମ୍ । ପାଣି ସମସ୍ୟା ହେବାର ଖବର ପାଇବା ମାତ୍ରେ ଗାଁ ଲୋକଙ୍କ ପାଇଁ ଖୋଳି ଦେଲେ ୯ ଚୁଆ । ଖୁସି ହେଲେ ଗାଁ ଲୋକେ । କହିଲେ, ମଣିଷ ବଂଚିଗଲା
ଘର ଚଟିଆ ଲାଗି ଗାଁଠୁ ସହର ବୁଲିବୁଲି ଘର କଲେ। ଧୀରେ ଧୀରେ କୁନି ଚଢେଇଙ୍କ ବଂଶ ବୃଦ୍ଧି ହେଲା...ସଫଳ ହେବା ପରେ ଏବେ ଆମେରିକାରୁ ଆସିଲା ଡକରା
ଏଇ ଅଟୋରେ ମାଗଣାରେ ହସ୍ପିଟାଲ ଯାଆସ କରନ୍ତି ଅସହାୟ ରୋଗୀ.. ଦୂର ଦୂରାନ୍ତକୁ ଗାଡି ଭଡ଼ା କରି ଯାଇ ନପାରୁଥିବା ଗରୀବ ଲୋକଙ୍କୁ ନିଜ ଗନ୍ତବ୍ୟସ୍ଥଳରେ ମାଗଣାରେ ପହଞ୍ଚାଇ ଦିଅନ୍ତି ଏ ବ୍ୟକ୍ତିଜଣଙ୍କ..
ରାସ୍ତାରେ ସ୍ୱାମୀ ବୋହିଲା ମୃତ ସ୍ତ୍ରୀର ଶବ । ଗୋଟିଏ ପଟେ ସିନା ଆଉ ଗୋଟିଏ ଦାନ ମାଝି ଘଟଣାର ପୁନରାବୃତି ହେଲା କିନ୍ତୁ । ପ୍ରେମ ସପ୍ତାହରେ ଶିଖାଇ ଦେଲା ପ୍ରକୃତ ପ୍ରେମ କଣ ?
ମାଆର ମମତା ସମସ୍ତଙ୍କ ପାଇଁ ସମାନ। ମଝି ରାସ୍ତାରେ ବାଛୁରୀର ଚିକିତ୍ସା କରୁଥିଲେ ଗୋ-ସେବକ ଓ ଡାକ୍ତର। ଚିକିତ୍ସକଙ୍କୁ ଚାଟି ଚାଲିଥିଲା ଗାଈ...
ଦିନ ମଜୁରିଆ ଲକ୍ଷ୍ମୀ ଏକ ମହାନ କାମ କରିଛନ୍ତି। ସେ ଚାହିଁଥିଲେ ଜଣେ ଭଲ ଯୁବକଙ୍କୁ ବାହା ହୋଇ ପାରିଥାନ୍ତେ। କିନ୍ତୁ ତାଙ୍କ ପାଖକୁ ପ୍ରସ୍ତାବ ନେଇ ଆସିଥିବା ଦୃଷ୍ଟିବାଧିତ ମିଟୁଙ୍କ ହାତ ଧରିବାକୁ ସେ ନିଷ୍ପତ୍ତି ନେଲେ। ଏହି ମହାନ କାମ ପାଇଁ ତାଙ୍କ ପାଖକୁ ଛୁଟିଛି ପ୍ରଶଂସାର ସୁଅ।