• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Namita Biswal

ଆଜି ପ୍ରେମ ଦିବସ ବା ଭାଲେଣ୍ଟାଇନ ଡେ' । ପ୍ରେମ ପ୍ରଣୟର ଏହି ଦିନକୁ ନିଜ ନିଜର ଅନ୍ଦାଜରେ ପାଳନ କରୁଛନ୍ତି ପ୍ରେମୀ ଯୁଗଳ । କିଏ ନିଜ ପ୍ରେମିକାକୁ ଗୋଲାପ, ଚକୋଲେଟ ଗିଫ୍ଟ ଦେଉଛ ତ କିଏ ସରପ୍ରାଇଜ୍ ପ୍ଲାନ କରୁଛି । ଏହି ପ୍ରେମ ଦିବସ ଅବସରରେ ଏବେ ସୋସିଆଲ ମିଡିଆରେ ଏକ ଭାଲେଣ୍ଟାଇନ ଏଗ୍ରିମେଣ୍ଟ ବେଶ୍ ଭାଇରାଲ ହେବାରେ ଲାଗିଛି । ଏଗ୍ରିମେଣ୍ଟଟି ହୋଇଛି ଏକ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ । ଯାହାକୁ ଦେଖି ୟୁଜରମାନେ ନିଜ ହସ ରୋକିପାରୁ ନାହାନ୍ତି ।

ଅଧିକ ପଢ଼ନ୍ତୁ: କେବେ ସରିବନି ଆମ ପ୍ରେମ

ଏହି ଭାଇରାଲ ଏଗ୍ରିମେଣ୍ଟରେ ସ୍ବାମୀ ଶୁଭମ୍ ଓ ସ୍ତ୍ରୀ ଅନାୟା ନିଜ ଘରର କିଛି ନିୟମ ସମ୍ପର୍କରେ ଉଲ୍ଲେଖ କରିଛନ୍ତି । ଯାହାଫଳରେ ଦୁହିଁଙ୍କ ଭିତରେ ଆଉ ଯେପରି ଝଗଡା କିମ୍ବା କଥା କଟାକଟି ହେବନି ।

ଏଗ୍ରିମେଣ୍ଟରେ ଲେଖାଯାଇଛି, ''ଭାଲେଣ୍ଟାଇନ ଅବସରରେ ଶୁଭମ (ପାର୍ଟି ୧) ଓ ଅନାୟା (ପାର୍ଟି ୨) କିଛି ହାଉସ୍ ରୁଲ୍ (ଘରର ନିୟମ) ବନାଇବେ । ଏହାଦ୍ବାରା ଦୁଇ ପାର୍ଟି ଭିତରେ ବାରମ୍ବାର ଯୁକ୍ତିତର୍କକୁ ଏଡାଇ ହେବ ଓ ବୈବାହିକ ଜୀବନରେ ପୁଣିଥରେ ପ୍ରେମ ସୃଷ୍ଟି ହୋଇପାରିବ, ଯାହାକି ପାର୍ଟି ୧ର ଟ୍ରେଡିଂ ନିଶା ଯୋଗୁଁ କମିଯାଇଛି ।''

ଏହାପରେ ଦୁହିଁଙ୍କ ପାଇଁ ଏଗ୍ରିମେଣ୍ଟରେ କିଛି ନିୟମର ତାଲିକା ଦିଆଯାଇଛି, ଯାହାକୁ ସେମାନେ ପାଳନ କରିବେ । ଏଗ୍ରିମେଣ୍ଟରେ ଏହା ବି ଲେଖାହୋଇଛି ଯେ, ଯଦି କେଉଁ ପାର୍ଟି ନିୟମର ପାଳନ ନକରେ ତାହେଲେ ତାକୁ ୩ ମାସ ଯାଏ ଘର କାମରେ ସାହାଯ୍ୟ କରିବାକୁ ପଡିବ, ଯେପରିକି ବାଥରୁମ୍ ସଫା କରିବା, ଡ୍ରେସ ଧୋଇବା, ସଉଦା ଆଣିବା ଇତ୍ୟାଦି... । 

ଏହି ଏଗ୍ରିମେଣ୍ଟଟି ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଏଥିରେ ୟୁଜରମାନେ ମଜାଳିଆ ପ୍ରତିକ୍ରିୟା ରଖୁଛନ୍ତି । କେହି କେହି ଏହାକୁ 'କ୍ୟୁଟ ଝଗଡା' ବୋଲି କହୁଛନ୍ତି ।

ଏହି ପୋଷ୍ଟକୁ ଜଣେ ୟୁଜର ସୋସିଆଲ ମିଡିଆରେ ସେୟାର କରି ଲେଖିଛନ୍ତି, ''ବାହାଘର ଏତେ କଠିନ ବୋଲି ମୋତେ କେହି କହିନଥିଲେ । ମୋ ବାହାଘରକୁ ଦୁଇ ବର୍ଷ ହେଲାଣି । ମୋ ପତ୍ନୀ ଏବେ ମୋତେ ଏହି ମ୍ୟାରେଜ୍ ଏଗ୍ରିମେଣ୍ଟରେ ଦସ୍ତଖତ କରିବାକୁ କହୁଛନ୍ତି । ଏବେ ମୁଁ କ'ଣ କରିବି ?''

ଅଧିକ ପଢ଼ନ୍ତୁ: ରକ୍ତ ହୋଇଯାଉଛି ଗରମ; ପ୍ରେମ ଦିବସରେ ରକ୍ତର ହୋଲି

OTV is now on Whatsapp

Join and get latest news update delivered to you via whatsapp

Join Now