ପୂର୍ବରୁ ୨୦୦୮ ମସିହାରେ ଗେଣ୍ଡୁ ଫୁଲ ଚାଷକରି ମୁଖ୍ୟମନ୍ତ୍ରୀଙ୍କ ଠାରୁ ସମ୍ବର୍ଦ୍ଧିତ ହୋଇସାରିଛନ୍ତି ସୁରେନ୍ଦ୍ର l ସେହିପରି ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଅନେକ ବାର ସଫଳ ଚାଷୀ ଭାବେ ତାଙ୍କୁ ପୁରସ୍କୃତ କରାଯାଇଛି ।
ପୁଣି ବାଣ ଟ୍ରାଜେଡି। ଯାଜପୁର ଜାଲପୁରରେ ଏକ ବେଆଇନ ବାଣ ଗୋଦାମରେ ଭୟଙ୍କର ବାଣ ବିସ୍ପୋରଣ ଘଟି ୫ ଜଣ ଗୁରୁତର ହୋଇଛନ୍ତି। ଯାହାଙ୍କ ମଧ୍ୟରେ ଅଛନ୍ତି ଆହତ ବ୍ୟବସାୟୀଙ୍କ ସହ ଜଣେ ପଡ଼ୋଶୀଙ୍କର ଦୁଇ ନବଜାତ ଶିଶୁ। ଯାଜପୁର ଟାଉନ୍ ପୋଲିସ ଓ ଅଗ୍ନିଶମ ବିଭାଗ ଘଟଣାସ୍ଥଳକୁ ଯାଇ ଛାନଭିନ୍ କରୁଛନ୍ତି।
ଟେନସନ୍ ବଢ଼ାଉଛି ଆବାସିକ ସ୍କୁଲରେ କୁଆଁରୀ ମାତୃତ୍ବ । ପାଠପଢ଼ା, ଖେଳକୁଦ ବୟସରେ ମା’ ବନିଯାଉଛନ୍ତି ମାଟ୍ରିକ୍ ଛାତ୍ରୀ । ପରୀକ୍ଷା ହଲରେ ବସି ବୋର୍ଡ ପରୀକ୍ଷା ଦେବା ବଦଳରେ ମେଡ଼ିକାଲର ଲେବର୍ ରୁମରେ ପ୍ରସବ କରୁଛନ୍ତି ସନ୍ତାନ । ମାଲକାନଗିରି ଚିତ୍ରକୋଣ୍ଡା ଅନୁସୂଚିତ ଜାତି ଓ ଜନଜାତି ବିଭାଗର ସେବାଶ୍ରମ ହାଇସ୍କୁଲରେ ଅବାଞ୍ଛିତ ଗର୍ଭଧାରଣ କରି ଜଣେ ଦଶମ ଛାତ୍ରୀ ମା’ ବନିଯାଇଛନ୍ତି ।
ଉଭୟ ନାବାଳିକା ଓ ଶିଶୁ କନ୍ୟା ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ବରି ଥାନା ଅଞ୍ଚଳରୁ ଆସିଛି ଏହି ଖବର । ଛାତ୍ରୀ ଜଣକ ଏଥର ମାଟ୍ରିକ ପରୀକ୍ଷା ଦେଉଛନ୍ତି ।
୨୦୨୨-୨୩ ଆର୍ଥିକ ବର୍ଷରେ ଡିଏମଏଫ୍ ପାଣ୍ଠି ଅନୁଦାନରେ ଏହି ଭେଣ୍ଡିଂ ଜୋନ୍ ନିର୍ମାଣ କରାଯାଇଥିଲା । ଏଥିପାଇଁ ଖର୍ଚ୍ଚ ହୋଇଥିଲା ୩ କୋଟି ୪୫ ଲକ୍ଷ ୯୯ ହଜାର ଟଙ୍କା । ତେବେ କାମ କାମ ସମ୍ପୂର୍ଣ୍ଣ ହୋଇଥିଲେ ବି କାହିଁକି ଦୋକାନ ଘର ବଣ୍ଟନ କରାଯାଉନି ସେନେଇ ଉଠିଛି ପ୍ରଶ୍ନ ।
ସରକାରୀ ବାବୁ ମଧୁବାବୁ ପେନସନ୍ ସ୍କିମ୍ ଓ ଜାତୀୟ ସାମାଜିକ ସହାୟତା ଯୋଜନାରେ ଅଯୋଗ୍ୟ ହିତାଧିକାରୀ ନାଁ ସାମିଲ କରୁଥିଲେ । ଯାଜପୁର ଜିଲ୍ଲାରେ ସର୍ବାଧିକ ୮୯୪ ଜଣ ଅଯୋଗ୍ୟ ହିତାଧିକାରୀ ଚିହ୍ନଟ ହୋଇଛନ୍ତି । ଆଶ୍ଚର୍ଯ୍ୟର କଥା ଜିଲ୍ଲାର ସରକାରୀ ବାବୁମାନେ ଅଯୋଗ୍ୟଙ୍କୁ ଯୋଗ୍ୟ କରିବାରେ ମୁଖ୍ୟ ଭୂମିକା ନେଉଥିଲେ ।
ରାମଙ୍କ ଘର ଯାଜପୁର ଜିଲ୍ଲା ଦାନଗଦି ବ୍ଲକ ଟୋଲକାନୀ ଗାଁରେ। ଚାଷକୁ ପେସା କରି ବାର୍ଷିକ ୩ରୁ ଉର୍ଦ୍ଧ୍ୱ ଲକ୍ଷ ଟଙ୍କା ଲାଭ କରୁଛନ୍ତି ।
ରାମଙ୍କ ଘର ଯାଜପୁର ଜିଲ୍ଲା ଦାନଗଦି ବ୍ଲକ ଟୋଲକାନୀ ଗାଁରେ। ଚାଷକୁ ପେସା କରି ବାର୍ଷିକ ୩ରୁ ଉର୍ଦ୍ଧ୍ୱ ଲକ୍ଷ ଟଙ୍କା ଲାଭ କରୁଛନ୍ତି ।
ଜୀବିତା ବୃଦ୍ଧାଙ୍କୁ ମୃତ ଦର୍ଶାଇ ସରପଞ୍ଚ ଓ ପିଇଓ ବାର୍ଦ୍ଧକ୍ୟ ଭତ୍ତା ବନ୍ଦ କରିଦେଇଥିବା ଅଭିଯୋଗ ହୋଇଛି । ଫଳରେ ଦୁଇ ମାସ ହେଲା ବୃଦ୍ଧାଙ୍କ ଭତ୍ତା ଟଙ୍କା ବନ୍ଦ ହୋଇଯାଇଛି ।
ସୁକିନ୍ଦା ରଥ ଛକ ଠାରେ ପ୍ରଭୁ ଜଗନ୍ନାଥଙ୍କ ରଥକୁ ରଖାଯାଇଥିଲା। ଗତକାଲି ବିଳମ୍ବିତ ରାତିରେ ସେହି ରାସ୍ତାରେ ବିବାହ ପ୍ରୋସେସନ୍ ଯାଉଥିଲା। ବରଯାତ୍ରୀମାନେ ପ୍ରୋସେସନ ସମୟରେ ବାଣ ଫୁଟାଉଥିଲେ। ଏହି ବାଣର ନିଆଁ ମହାପ୍ରଭୁଙ୍କ ରଥରେ ଲାଗିଥିବା ଛଣ ସଂସ୍ପର୍ଶରେ ଆସିଯାଇଥିଲା।
ଦୁର୍ଘଟଣାରେ ଡିଏସପି ବଳରାମ ନାୟକଙ୍କର ମୃତ୍ୟୁ ଘଟିଛି । ଡାକ୍ତରଖାନାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ତାଙ୍କର ଜଣେ ସଂପର୍କୀୟଙ୍କର ମଧ୍ୟ ମୃତ୍ୟୁ ଘଟିଛି ।
କୋରେଇକୁ କିଏ ରଖିବ ହାତରେ ? ଲୋକ କୁହନ୍ତି, କୋରେଇରେ ବାରଭାଇ ଆଖଡ଼ା । ଯାଜପୁର ଜିଲ୍ଲାର କୋରେଇ ନିର୍ବାଚନମଣ୍ଡଳୀ ସବୁବେଳେ ଥାଏ ଚର୍ଚ୍ଚାରେ । ପ୍ରଫୁଲ୍ଲ ଘଡେଇଙ୍କ ବିସ୍ଫୋରକ ବୟାନ ପରେ ଏହି ଚର୍ଚ୍ଚା ଆହୁରି ବଢିଯାଇଛି । ଦୁଇ ପରିବାରର ପତିଆରା ଲଢ଼େଇରେ ଗୋଟି ହୋଇଛି କି କୋରେଇ ?
ତେବେ ପ୍ରଫୁଲ୍ଲ ଘଡାଇଙ୍କ ଭଳି ଜଣେ ଭେଟେରାନ୍ ନେତାଙ୍କ ଏଭଳି ବିସ୍ଫୋରକ ବୟାନ ପରେ ପ୍ରଶ୍ନ- ସତରେ କଣ ବିଜେଡ଼ିରେ ଚାଲିଥିଲା ଚକ୍ରାନ୍ତ ଥିଓରୀ ? ଯଦି ଘଡାଇ ପରିବାର ଷଡଯନ୍ତ୍ରର ଶିକାର ହୋଇଛି, ତାହାଲେ ଏତେ ଦିନ ଯାଏଁ ଚୁପ୍ ବସିଥିଲେ କାହିଁକି ?
ରାମଚନ୍ଦ୍ର ସାହୁ ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ସାଧାରଣତନ୍ତ୍ର ଦିବସରେ ମନ୍ତ୍ରୀ ଓ ଜିଲ୍ଲାପାଳଙ୍କ ନିକଟରୁ ଜିଲ୍ଲାର ଏକ ନମ୍ବର ଚାଷୀ ଭାବେ ପୁରସ୍କୃତ ହୋଇଛନ୍ତି । ଏହି ପୁରସ୍କାର ତାଙ୍କୁ ଚାଷ ପ୍ରତି ଆହୁରି ଆକୃଷ୍ଟ କରିଛି ।
ଘର ଭିତରେ ପଡ଼ିଛି ପୁଅର ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ । ଦୁଆର ମୁହଁରେ ରଡିଛାଡ଼ି କାନ୍ଦୁଛନ୍ତି ପରିବାର । ମାଟିରେ ଲୋଟିପଡ଼ୁଛି ମା’ । ବାପା ବି କୋହ ସମ୍ଭାଳିପାରୁନାହାନ୍ତି । କେହି ଦୁର୍ବୃତ୍ତ ବିଳମ୍ବିତ ରାତିରେ ଦୀପକ ସାହୁଙ୍କୁ ଧାରୁଆ ଅସ୍ତ୍ରରେ ହତ୍ୟା କରି ଫେରାର ହୋଇଯାଇଛି ।
ବିଜେପିକୁ ସୁଦୃଢ଼ କରିବାକୁ ଏଥର ମିଶନ୍ ଯାଜପୁର ଯେମିତି ଆପଣାଇଛି ବିଜେପି । ବବିଙ୍କ ସମସ୍ତ ପ୍ରାଧାନ୍ୟ ଏରିଆରେ ପଦ୍ମ ପୋଖରୀ କରିବାକୁ ଏବେ ଆଣ୍ଟା ଭିଡିଛି ଗେରୁଆ ଦଳ ।
ଯାଜପୁରରେ ସ୍ୱତନ୍ତ୍ର ଉତ୍ସବରେ ପ୍ରାୟ ୧୮ ଲକ୍ଷ ମହିଳାଙ୍କୁ ସୁଭଦ୍ରା ସହାୟତା ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଆଜି ଏ ସମ୍ପର୍କରେ ସୂଚନା ଦେଇଛନ୍ତି ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା।
ଏହାର ରକ୍ଷଣାବେକ୍ଷଣ ନିମନ୍ତେ ବନ ବିଭାଗ ପକ୍ଷରୁ ରଗଡି ଛକରେ ନିର୍ମାଣ ହେଲା ବିଟ ହାଉସ୍ । ହେଲେ ଏହା ଉଦଘାଟନ ପରେ ଆଉ କେବେ ଖୋଲାଯାଇନି କି ଏଠାକୁ କେହି ଦେଖିବାକୁ ଆସିନଥିବା କହିଛନ୍ତି ଗ୍ରାମବାସୀ । ଏବେ ଏହି ବିଟ ହାଉସରେ ଘାସ ମାଡିଯିବା ସହ ଏହା ଭୂତକୋଠି ପାଳଟି ଗଲାଣି। ଦିନ ଦ୍ୱିପ୍ରହରରେ ଜଙ୍ଗଲରୁ ବେଧଡକ ଚାଲିଛି ଗଛକଟା। ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳୁନି।
ସୁଭଦ୍ରାରେ ସାମିଲ ହେବା ପାଇଁ କିଏ ବ୍ୟାଙ୍କକୁ ଦୌଡ଼ି ଦୌଡ଼ି ନିରାଶ ତ ଆଉ କାହାର ସଠିକ ଡକ୍ୟୁମେଣ୍ଟ ନଥିବାରୁ ହୋଇପାରୁନି KYC ଅପଡେଟ୍।
ସଂଗଠନ ସମ୍ଭାଳିବାକୁ ନବୀନ ଦେଲେନି ଦାୟିତ୍ୱ ! ବିଜେଡି ସଂଗଠନ ସମ୍ପାଦକ ପଦରୁ ହଟିବା ପରେ ବବିଙ୍କୁ ନବୀନଙ୍କ ଡବଲ ଝଟକା l ବବିଙ୍କ ଉପରେ ନବୀନଙ୍କ ଭରସା ଅଛି ହେଲେ ଆଉ ଆଗପରି ନାହିଁ ବିଶ୍ୱାସ l
ନିଶାରେ ଚୁର୍ ବାପା... ନିଶାରେ ଚୁର୍ ବି ମା’... ପୂରା ପରିବାରକୁ ନିଶାଦେଇ ଶୁଆଇଦେଲା ନାବାଳିକା ଝିଅ । ପରେ ପ୍ରେମିକ ସହ ଫେରାର ମାରିଲା ନାବାଳିକା ଝିଅ । ପ୍ରେମିକର ପ୍ରରୋଚନାରେ ନିଜ ପରିବାର ଲୋକଙ୍କୁ ନିଶାଦେଇ ଘରୁ ଫେରାର ହୋଇଯାଇଛି ଜଣେ ୧୩ ବର୍ଷର ଝିଅ
୧୦ ଟାରେ ସ୍କୁଲ ଥିଲା.. ଏଥିପାଇଁ ଦୁଇ ଛାତ୍ର ଖାଇପିଇ ସାଇକେଲ ବ୍ୟାଗ ଧରି ସ୍କୁଲ ବାହାରିଥିଲେ। ବାଟରେ ଦୁଇ ଜଣ ଗପସପ କରି ଚାଲିଥିଲେ।
ଗତକାଲି ଅପରାହ୍ନରେ ଧର୍ମଶାଳା ଆରୁଆ ହାଟ ମୁଣ୍ଡାସାହିର ୯ ଜଣ ଶିଶୁ ଅଜଣା ବିଷାକ୍ତ ଫଳ ଖାଇ ଗୁରୁତର ହୋଇପଡିଥିଲେ । ମୁଣ୍ଡା ସାହିର ଏହି ପିଲାମାନେ ଘର ପାଖ ଏକ ଗଛରୁ ଫଳ ଖାଇ ଅସୁସ୍ଥ ହୋଇ ପଡିଛନ୍ତି ।
ବରୀ ଥାନା ଅଞ୍ଚଳର ଅଭିମନ୍ୟୁ ସାମନ୍ତ ସିଂହାର ମହାବିଦ୍ୟାଳୟ ଅର୍ଥନୀତି ବିଭାଗର ଅଧ୍ୟାପକ ବିଦ୍ୟାଧର ଧଳଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆସିଥିଲା। ଉକ୍ତ କଲେଜରେ ଜଣେ +୩ ଶେଷ ବର୍ଷ ଛାତ୍ରୀ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ।
ଦୁଷ୍କର୍ମ ଉଦ୍ୟମ କରିଥିବା ଅଧ୍ୟାପକ ଓ କଲେଜ ଅଧ୍ୟକ୍ଷଙ୍କୁ ଗିରଫ କରିବାକୁ ଦାବି କରିଥିଲେ ପୀଡ଼ିତା। ଖବର ପାଇ ପୋଲିସ କଲେଜରେ ପହଞ୍ଚିଥିଲା। ପୀଡ଼ିତା ଓ ତାଙ୍କ ସାଥୀମାନଙ୍କୁ ବୁଝାସୁଝା କରିଥିଲା। ମାମଲା ତଦନ୍ତ ଚାଲିଥିବା କହିଥିଲେ। ହେଲେ ପୀଡ଼ିତା ଓ ତାଙ୍କ ସାଥୀମାନେ ନିଜ ଜିଦରେ ଅଟଳ ରହିଥିଲେ।