• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Successful Farmer

successful strawberry farmer
ବାହାର ରାଜ୍ୟରେ ଦାଦନ ଖଟୁଥିଲେ, ଚାଷ କରି ଲକ୍ଷପତି

ବାହାର ରାଜ୍ୟରେ ଦାଦନ ଖଟୁଥିଲେ, ଏବେ ନିଜ ଘରେ ରହି ଲକ୍ଷପତି । ୟୁଟୁବ୍ ଦେଖି ବଦଳିଯାଇଛି ଭାଗ୍ୟ । ରୋଜଗାର ଆଶାରେ ଦିନେ ଘରୁ ଗୋଡ଼ କାଢ଼ିଥିଲେ ଏବେ ଅନ୍ୟଙ୍କୁ ଦେଉଛନ୍ତି ରୋଜଗାର । ଷ୍ଟ୍ରବେରୀ ଚାଷ କରି ଲକ୍ଷ ଲକ୍ଷ ରୋଜଗାର ।

Successful Farmer
ରଙ୍ଗବେରଙ୍ଗର କୋବି ଚାଷ କରି ସଫଳ ଆଦିବାସୀ ପୁଅ ବରୁଣ

ପରିବାର ଲୋକଙ୍କ ମୁହଁରେ ଦାନା ମୁଠାଏ ଦେବା ପାଇଁ ଦିନେ ସେ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇଥିଲେ। ଏବେ ସମୟ ବଦଳିଛି ଏବଂ ନିଜ ଉଦ୍ୟମ କ୍ରମେ ଦାଦନରୁ ପାଲଟିଛନ୍ତି ଜଣେ ସଫଳ ଚାଷୀ । ସବୁଠାରୁ ବଡ କଥା ହେଉଛି, ନିଜର ବୋଲି କୌଣସି ଚାଷ ଜମି ନାହିଁ । ଅନ୍ୟର ଜମିକୁ ଲିଜରେ ନେଇ ବିଭିନ୍ନ ପ୍ରକାର ରଙ୍ଗ ବେରଙ୍ଗ ଫୁଲ କୋବି ଓ ବନ୍ଧା କୋବି ଚାଷ କରି ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛନ୍ତି କନ୍ଧମାଳର ବରୁଣ ପ୍ରଧାନ ।

Successful old farmer Shankarsana mallick
Farmer Day: ୭୨ ବୟସରେ ଚାଷ ନିଶା, ଟାଙ୍ଗରା ଭୂମିରେ ଫଳଉଛନ୍ତି ପାମୋଲିନ

ଭଦ୍ରକ ଜିଲ୍ଲା ବାସୁଦେବପୁରର ଶଙ୍କର୍ଷଣ ମଲିକ। ବୟସ ହେଲାଣି ୭୨। ଏହି ବୟସରେ ବିଶ୍ରାମ ନେବା ବଦଳରେ ସେ କରୁଛନ୍ତି ଚାଷ। ନଦୀ ପଠା ବନ୍ୟା ପ୍ରପିଡୀତ ଟାଙ୍ଗରା ଭୂମିରେ ଫଳଉଛନ୍ତି ପାମୋଲିନ। ଖାଲି ପାମୋଲିନ ନୁହେଁ ଆହୁରି ଅନେକ ଅର୍ଥକାରୀ ଫସଲ କରି ଚୂଡାମଣି ଗାଁର ଶଙ୍କର୍ଷଣ ସମସ୍ତଙ୍କ ପାଇଁ ଉଦାହରଣ ପାଲଟିଛନ୍ତି।

Successful woman farmer Subasa Mahata
Farmer Day: ଦିନେ ଚୁଲି ମୁଣ୍ଡରେ ନିଜର ଭାଗ୍ୟକୁ ଦେଖୁଥିଲେ, ଆଜି ଦିଲ୍ଲୀ ଦରବାରରେ ତାଙ୍କ ନାଁ

ଆଜି କୃଷକ ଦିବସ। ଏଇ କୃଷକ ଦିବସରେ ଆମେ ଏମିତି ଜଣେ ସଫଳ ମହିଳା ଚାଷୀଙ୍କ କଥା କହୁଛୁ ଯିଏ ଚାଷ କରି ପଲ୍ଲୀରୁ ଦିଲ୍ଲୀ ପର୍ଯ୍ୟନ୍ତ ଯାଇପାରିଛନ୍ତି। ଚଳିତ ବର୍ଷ G20 ଶିଖର ସମ୍ମିଳନୀରେ ସେ ନିଜକୁ ସାମିଲ କରିପାରିଛନ୍ତି। ସେ ହେଲେ ମୟୁରଭଞ୍ଜ ଜିଲ୍ଲା ଜଶିପୁର ଗୁଇଲି ଗ୍ରାମର ସୁବାସା ମହାନ୍ତ।

Odisha farmer
ବିଦେଶୀ ଆମ୍ବ ଚାଷ କରି ଲକ୍ଷାଧିକ ଟଙ୍କା ଆୟ କରୁଛନ୍ତି ଚାଷୀ

ଧାନ ଚାଷ କରୁଥିଲେ ହେଲେ ସେମିତି କିଛି ଆୟ ନଥିଲା । ଶେଷରେ ବିଦେଶୀ ଆମ୍ବ ଓ ରକମ ରକମର ଫଳ ଚାଷ କରି ବେଶ୍ ସଫଳ ହୋଇଛନ୍ତି ପଦ୍ମପୁର ପାଇକମାଳ ନିଲାଥର ଗାଁର ଫଳ ଚାଷୀ ଚନ୍ଦ୍ରବାବୁ ସତ୍ୟନାରାୟଣ....

farmers script success
ଲେମ୍ବୁ ଚାଷ କରିଦେଲା ଲକ୍ଷପତି

ଲେମ୍ବୁ ଚାଷ କରିଛି ଲକ୍ଷପତି, ଚାକିରି ପଛରେ ନଧାଇଁ ପିଢି ପରେ ପିଢି ଚାଷ କରୁଛନ୍ତି ଲେମ୍ବୁ

successful farming
୪୨ ଡିଗ୍ରୀ ଖରାରେ ବି ହେଉଛି ସେଓ ଚାଷ...ମାଲେମାଲ୍‌ ଚାଷୀ

କାଶ୍ମୀର ନୁହେଁ ଯାଜପୁରରେ ହେଉଛି ସେଓ ଚାଷ । ୪୨ ଡିଗ୍ରୀ ଖରାରେ ଫଳୁଛି ପ୍ରଚୁର ଫଳ...ଯେତେ ଇଚ୍ଛା ସେତେ ତୋଳ

Farmers turn barren land
ନିଜ ଉଦ୍ୟମରେ ଫଳାଇଲେ ସୁନାର ଫସଲ

ଦିନେ ଦୁବ ଘାସଟିଏ କଉଁଳୁ ନଥିଲା ଆଜି ସୁନାର ଫସଲ । ଚାରିପଟେ ପାହାଡ଼ ଥିଲେ ବି ନିଜ ଉଦ୍ୟମରେ ଗ୍ରାମବାସୀ ଜମିରେ ଫଳାଇଲେ ସୁନାର ଫସଲ..

Dibyanga
ଜନ୍ମରୁ ଦିବ୍ୟାଙ୍ଗ : ଏବେ ଏକାଠି ହେଲେ, କ୍ଷେତରେ ସୁନାର ଫସଲ ଫଳାଇଲେ

ଦିବ୍ୟାଙ୍ଗ ହୋଇଥିବାରୁ ମୂଲମଜୁରୀ କରିବା ସେମାନଙ୍କ ପାଖରେ ସମ୍ଭବ ହେଉନଥିଲା । ହେଲେ ସମାଜରେ କେମିତି ରୋଜଗାର କରିବେ? କେମିତି ଭଲରେ ଚଳିବେ ସେନେଇ ସବୁବେଳେ ଚିନ୍ତା କରୁଥିଲେ । ସେଇଥି ଲାଗି ତ ଗାଁର କିଛି ଦିବ୍ୟାଙ୍ଗ ମିଶି ଏକାଠି ହେଲେ , କ୍ଷେତରେ ଚାଷ କରିବାକୁ ନିଷ୍ପତ୍ତି ନେଲେ । ନିଷ୍ପତ୍ତି ଅନୁସାରେ ଏଇ କ୍ଷେତରେ କରୁଛନ୍ତି ଚାଷ ।

Farmer turns lakhpati
ଗରୀବ ସୁରେନ୍ଦ୍ରଙ୍କୁ ଲକ୍ଷପତି କଲା ଟାଙ୍ଗରା ଭୂଇଁ

ଦିନ ଥିଲା ଏଇଠି ଦୁବ ଟିଏ ବି କଅଁଳୁ ନଥିଲା.. ଟାଙ୍ଗାରା ହୋଇ ପଡ଼ିରହିଥିଲା.. ହେଲେ ଆଜି ଦେଖୁଛନ୍ତି ତ.. ଏକର ଏକର ଜାଗାରେ ଫଳିଛି ଗଛ ଗଛ ପିଜୁଳି, ମେଞ୍ଚା ମେଞ୍ଚା ଲାଲ୍ ଟୁକ ଟୁକ୍ ଆପେଲ ବେର୍ ବରକୋଳି, ସଜନା ସାଙ୍ଗକୁ କେତେକଣ.. ଦେଖିଲେ ଲୋଭ ଲାଗୁଛି..

Tomato farmers
କମାଲ କଲା କାବେରୀ ବିହନ...ଗୋଟିଏ ଗଛରେ ଫଳୁଛି ୩୦ ଟମାଟୋ

କାବେରୀ ବିହନ କରିଦେଲା କମାସ। ମାତ୍ର ଗୋଟିଏ ଗଛରେ ଫଳୁଛି ୩୦ ଟମାଟୋ...ବିଲାତି ଚାଷ କରି ଲକ୍ଷପତି ହେବାର ସ୍ୱପ୍ନ ଦେଖୁଛନ୍ତି ଚାଷୀ

success story farming
ଦୁଇ ଲକ୍ଷ ଟଙ୍କାର ଚାକିରୀ ଛାଡି ଚାଷ କରୁଛନ୍ତି ସଫ୍ଟୱେର ଇଂଜିନିୟର

ବିଦେଶୀ ମୋହ ସହରୀ ଚାକଚକ୍ୟକୁ ଛାଡ଼ି ଗାଁରେ ଚାଷ କରୁଛନ୍ତି ରାୟଗଡ଼ାର ସଫ୍ଟୱେର ଇଂଜିନିୟର ସତ୍ୟ ପ୍ରବୀନ....

coconut oil is made in jaleswar
ଏମିତି ତିଆରି ହୁଏ ଦେଶୀ ନଡ଼ିଆ ତେଲ

୫୦ ନଡ଼ିଆ ଧରି ତେଲ ବାହାର କରିବାକୁ ଲାଗିପଡ଼ିଛନ୍ତି ୩୫ଜଣ ମହିଳା..

Special story
ଜନାର୍ଦ୍ଦନଙ୍କ ବାଡ଼ିରେ ସୁନାର ଫସଲ : ଫଳିଛି ପେନ୍ଥା ପେନ୍ଥା ଅଙ୍ଗୁର, ସପୁରୀ, ଲିଚୁ, ବାଦାମ

ସୁବର୍ଣ୍ଣପୁର ଜିଲ୍ଲାର ଜଣେ ବ୍ୟକ୍ତି ଉଦ୍ୟାନ କୃଷି ସହିତ ମାଛଚାଷ କରି ସଫଳ ହେଉଛନ୍ତି ।

Auto-Rickshaw Driver
ଅଟୋ ଡ୍ରାଇଭର୍‌ରୁ ସଫଳ ଛତୁ ଚାଷୀ, ମାସକୁ ରୋଜଗାର ୪୦ ହଜାର..

ଦିନେ ଅଟୋ ଚଳାଉଥିଲେ, ଏବେ ଛତୁ ଚାଷ କଲେ। ପରିବାର ପ୍ରତିପୋଷଣ ପାଇଁ ଅସୁବିଧା ହେବାରୁ ଛତୁ ଚାଷ କରିବା ପାଇଁ ମନ ବଳାଇଲେ ପ୍ରଦୀପ୍ତ। ଏବେ ଏଇ ଚାଷ କରି ମାସକୁ ରୋଜଗାର କରୁଛନ୍ତି ୪୦ ହଜାରରୁ ଅଧିକ ଟଙ୍କା..

Meet successful farmer in Sundargarh who left his lucrative job for farming
ଚାକିରି ଛାଡ଼ି କରୁଛନ୍ତି ଚାଷ, ବର୍ଷକୁ ଇନ୍‌କମ୍‌ ଲକ୍ଷ ଲକ୍ଷ ଟଙ୍କା

ଚାକିରି ଛାଡ଼ି ନିଜ ଜମିରେ କରିଛନ୍ତି ଚାଷ। ଖାଲି ନିଜେ ସ୍ୱାବଲମ୍ବୀ ହୋଇ ନାହାନ୍ତି, ବରଂ ୧୫ ଜଣଙ୍କୁ ରୋଜଗାର ଦେଇ ପାରିଛନ୍ତି। ଆଉ ବର୍ଷକୁ ରୋଜଗାର କରୁଛନ୍ତି ଲକ୍ଷ ଲକ୍ଷ ଟଙ୍କା।

goat farming
ରୋଜଗାର ଦେଉଛି ଛେଳି ଚାଷ : ବାର୍ଷିକ ରୋଜଗାର ୫ ଲକ୍ଷରୁ ଅଧିକ

କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଲକ ଅନ୍ତର୍ଗତ କାଟଣା ଗାଁର ନିରାକାରମାହୁନ୍ତ । ସେ +୩ଯାଏଁ ପାଠ ପଢ଼ିଛନ୍ତି । ପାଠ ପଠା ସରିବା ପରେ ଏକ କନଷ୍ଟ୍ରକସନ କମ୍ପାନୀରେ କାମ ଆରମ୍ଭ କରିଥିଲେ

Strawberry Farming
ବାଡ଼ିରେ ଫଳିଛି ଲାଲ ଲାଲ ଷ୍ଟ୍ରବେରି : ବାପାଙ୍କ ପ୍ରେରଣା ପାଇ ଚାଷରେ ସଫଳ ହେଲେ ଦୁଇ ଭାଇ

ନାଲି ନାଲି ଷ୍ଟ୍ରବେରି ଦେଖିଲା ମାନେ ପାଟି ରୁ ଲାଳ ଗଡିବା ସ୍ୱାଭାବିକ । ପିଲାଠୁ ବୁଢା ଯାଏଁ ସମସ୍ତଙ୍କ ମନ ଜିଣେ ଷ୍ଟ୍ରବେରି । କିନ୍ତୁ ବଜାରରେ ଏହାର ଦର ଅଧିକ ଥିବାରୁ ସମସ୍ତଙ୍କ ପାଇଁ କିଣିବା ସମ୍ଭବପର ହୋଇପାରେ ନାହିଁ ।

Thailand’s Kashmiri Apple Ber
ଓଡିଶା ଜଳବାୟୁରେ ଥାଇଲାଣ୍ଡର ଫଳ

ଓଡିଶା ଜଳବାୟୁରେ ଥାଇଲାଣ୍ଡର ଫଳ । ଭଦ୍ରକର ଜଣେ ଚାଷୀ ଏକର ଏକର ଜମିରେ ଫଳାଇ ପାରିଛନ୍ତି ଥାଇଲାଣ୍ଡ କାଶ୍ମୀର ଆପଲ ବେର । ଏହି ଫଳ ଥାଇଲାଣ୍ଡରେ ଚାଷ ହେଉଥିବା ବେଳେ ଏହାର ଆକାର କାଶ୍ମୀର ସେଓ ଭଳି ଦିଶୁଛି । ତେଣୁ ଏପରି ନାମକରଣ କରାଯାଇଛି । ଚାଷୀ ଜଣଙ୍କ ତାଙ୍କ ଜମିରେ ମଧ୍ୟ ଲଗାଇଛନ୍ତି ଅନେକ ବିଦେଶୀ ଫଳ ଗଛ । ଏମିତିକି ବିଭିନ୍ନ କିସମର ପିଜୁଳି ଚାଷ କରି ଲାଭବାନ ହୋଇପାରିଛନ୍ତି ।

Successfully Grows Thai Berries
ଓଡିଶା ଜଳବାୟୁରେ ଥାଇଲାଣ୍ଡର ଫଳ : ଏକର ଏକର ଜମିରେ ସୁନାର ଫସଲ ଫଳାଇଛନ୍ତି ଭଦ୍ରକର ଉଦୟନାଥ

ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଅଧିନସ୍ଥ ବସନ୍ତିଆ ପଞ୍ଚାୟତ ସିଲନ୍ଧି ଗ୍ରାମର ଉଦୟନାଥ କର । ୧୯୯୫ ମସିହାରେ ମେକାନିକାଲ ଇଂଜିନିୟର ପାଠ ପଢି ସାରିବା ପରେ ଏକ କମ୍ପାନୀରେ ଚାକିରୀ କରିଥିଲେ । ପରେ କିନ୍ତୁ ଚାକିରି ଛାଡିଥିଲେ ଓ ଗାଁ କୁ ଫେରିଆସି ବିଭିନ୍ନ କାର୍ଯ୍ୟରେ ମନୋନିବେଶ କରିଥିଲେ ।

farming
ଆତ୍ମନିର୍ଭରଶୀଳ ସଂଗ୍ରାମ ! କୁକୁଡ଼ା, ମାଛ ଓ କଦଳୀ ଚାଷ କରି ମାସକୁ ରୋଜଗାର କରୁଛନ୍ତି ୩୦ରୁ ୪୦ ହଜାର ଟଙ୍କା

୩୧ ବର୍ଷିୟ ଯୁବକ ସଂଗ୍ରାମ ଜିତ୍ ୫ ବର୍ଷ ହେଲେ ଏହି ବ୍ୟବସାୟ ଆରମ୍ଭ କରିଛନ୍ତି । ଆଉ ନିଜ ବ୍ଲକ ଅଂଚଳରେ ଅନ୍ୟ ଯୁବକ ମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି ।

successful farmer
ବଳ ଗଲାଣି, ମନରୁ ଉତ୍ସାହ ଯାଇନି : ବୟସର ଅପରାହ୍ନରେ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି ଦୁଇ ଭାଇ

କଟକ ଜିଲ୍ଲା ସାଲେପୁର ବ୍ଲକ ସତ୍ୟଭାମାପୁରର ମାଳିହତା ଗାଁର ଦୁଇ ଭାଇ । ପ୍ରାୟ ୩୦ ଏକରରୁ ଉର୍ଦ୍ଧ ଜମିରେ ସଚାଷ କରିଛନ୍ତି । କେବଳ ଚାଷ ନୁହେଁ ସେଠାରେ ମାଛ ପୋଖରୀ ମଧ୍ୟ ରହିଛି । ଚାଲିଛି ମାଛଧରା । ଆଉ ଡିଜିଟାଲ ଦଣ୍ଡିରେ ସେସବୁକୁ ଓଜନ କରାଯାଉଛି । ଆଉ ସବୁ ଗୁଡ଼ିକ ବୋହିନେଇ ମାଛକୁ ଟ୍ରକରେ ଲୋଡ଼ କରାଯାଉଛି ।

Successful farmer
ସ୍ୱତନ୍ତ୍ର ପରିଚୟ ଦେଇଛି ଜିଆ ଖତ ଚାଷ, ଅଳ୍ପ ଖର୍ଚ୍ଚରେ ଅଧିକ ରୋଜଗାର କରୁଛନ୍ତି ଦାମୋଦର

ଚାଷରେ ଲାଭକ୍ଷତି ଅଛି ହେଲେ ଜିଆ ଖତ ଚାଷରେ କ୍ଷତିର ଆଶଙ୍କା ନାହିଁ । ଏଥିପାଇଁ କେବଳ ଭଲ ଭାବରେ ମାର୍କେଟିଂର ଆବଶ୍ୟକତା ରହିଛି । ବର୍ତ୍ତମାନ ଯେପରି ଭାବେ ରାସାୟନିକ ସାରର ବ୍ୟବହାର କରାଯାଉଛି, ସେଥିରୁ ରକ୍ଷା ପାଇବା ସହ ସଫଳ ହୋଇଛନ୍ତି ଜିଆ ଖତ ଜାଷୀ ଦାମୋଦର ।

bhadrak
ପେଶାରେ ମେକାନିକାଲ ଇଞ୍ଜିନିଅର, ନିଶାରେ ଚାଷୀ : ଭଦ୍ରକ ବସନ୍ତିଆ ଅଞ୍ଚଳର ଯୁବ ସଫଳ ଚାଷୀ ଭାବେ ଜଣାଶୁଣା ଉଦୟନାଥ

ଭଦ୍ରକ ବନ୍ତ ବ୍ଳକ ଅଧିନସ୍ତ ବସନ୍ତିଆ ପଞ୍ଚାୟତ ସିଲନ୍ଦୀ ଗାଁର ଉଦୟନାଥ କର । ପେଶାରେ ମେକାନିକାଲ ଇଞ୍ଜିନିଅର, ନିଶା ଚାଷ । ତାହା ପୁଣି ଭଳିକି ଭଳି ଚାଷ । ଜମିରେ ଗଛ ତ ଲଗାଇଛନ୍ତି । ତାସହ ମାଛଚାଷ, କୁକୁଡ଼ା ଚାଷ, ଜିଆ ଚାଷ, ଧଳା ଘୁଷୁରୀ, ଠେକୁଆ ଚାଷ କରିଛନ୍ତି । ଏପରିକି ଗୋପାଳନ ସହ ଦୁଗ୍ଧ ଚାଷ କରି ବେଶ୍ ଦୁଇ ପଇସା ଉପାର୍ଜନ କରୁଛନ୍ତି ଉଦୟନାଥ