୭୦ କେଜିର ଷ୍ଟ୍ରେଚର୍ ସହ ମାଆ ଓ ପିଲାଙ୍କୁ ନେଇ ଅନ୍ୟ ଏକ ସ୍ଥାନକୁ ଯାଆନ୍ତି, ସେଠାରେ ତୁରନ୍ତ ଷ୍ଟିଚ୍ ପକାଇ ପିଲାକୁ ସୁରକ୍ଷିତ ସ୍ଥାନରେ ରଖନ୍ତି। ଏହାପରେ ନୂଆ ଜୀବନ ପାଆନ୍ତି ମାଆ ଓ ଶିଶୁ। ସେପଟେ ହସ୍ପିଟାଲରେ ନିଆଁ ଲିଭେ... ସିନେମାର କାହାଣୀ ପରି ଲାଗୁଥିବା ଏ ଘଟଣା ଯିଏ ଶୁଣିବେ ସେ ଘଡିଏ ଭାବିବ।
ଭାରତୀୟ ଛାତ୍ରଛାତ୍ରୀ ଆମେରିକା ଯାଇ ସେଠିକାର ବିଶ୍ୱବିଦ୍ୟାଳୟରେ ବି ଡାକ୍ତରୀରେ ନାମ ଲେଖାଇପାରିବେ । ସବୁଠାରୁ ବଡ କଥା ହେଉଛି, ସେଠାରେ ଡାକ୍ତରୀ ପାଠ ପଢିବା ପାଇଁ ନିଟ ପରୀକ୍ଷା ଦେବାର ଆବଶ୍ୟକତା ନାହିଁ । ଯଦି ଆପଣ ବିଦେଶ ଯାଇ ମେଡିକାଲ ପଢିବା ପାଇଁ ଚାହୁଁଛନ୍ତି ତେବେ ଆମେରିକା ଏକ ବିକଳ୍ପ ନିଶ୍ଚୟ ହୋଇପାରିବ ।
ହଁ, ଏ ଭୟଙ୍କର ବିପତ୍ତି ସମୟରେ ଦେବଦୂତ ସାଜିଥିଲା କୁକୁର । ଶହଶହ କିଲୋକମିଟର ଦୂରରୁ ଔଷଧ ଠିକ ସମୟରେ ପହଞ୍ଚି ଯାଇଥିଲା । ଏକ ମହାମାରୀକୁ ରୋକି ଦେଇଥିଲା । ଶହଶହ ଜୀବନକୁ ମରଣ ମୁହଁରୁ ଟାଣି ଆଣିଥିଲା । ଘଟଣା ଘଟିଥିଲା ୧୯୨୫ ମସିହାରେ ଆଲାସ୍କାରେ, ଯେତେବେଳେ ଜାନୁଆରୀ-ଫେବୃଆରୀରେ ଏଠାରେ ବ୍ୟାପିଥିଲା ମହାମାରୀ । ଏ ପୃଥିବୀ ଅନେକ ମହାମାରୀ ଦେଖିଛି । ହେଲେ ମାଡି ଆସୁଥିବା ବିପତ୍ତିକୁ ଏମିତି ଅଟକାଇ ଦେବା ଘଟଣା ଖୁବ କମ୍ ଦେଖିବାକୁ ମିଳିଛି ।
ହାତରେ ଲାଗିଛି ସଲାଇନ.... ଦେହ ଭଲନାହିଁ,... ଗଳା ସଂକ୍ରମଣ ହୋଇଥିବାରୁ ଭଲରେ କଥା ହୋଇପାରୁ ନାହାନ୍ତି। ତଥାପି ସେ ନିଜ କର୍ତ୍ତବ୍ୟରେ ସାମାନ୍ୟତମ ଅବହେଳା କରିନାହାନ୍ତି।
ସଂଜୟ ରାୟକୁ ଯେଉଁ ଧାରା ଅନୁସାରେ ଦୋଷୀ ସାବ୍ୟସ୍ତ କରାଯାଇଛି, ସେଥିରେ ଅତି କମରେ ଆଜୀବନ ଜେଲ୍ କିମ୍ବା ମୃତ୍ୟୁ ଦଣ୍ଡାଦେଶ ହୋଇପାରେ।
ସୂତା ସୂତାକରେ ବର୍ତ୍ତିଗଲେ ସୈଫ ଅଲ୍ଲୀ ଖାନ୍। ଛୁରି ଆଉ ୨ ମିଲିମିଟର ପଶିଥିଲେ ଅବସ୍ଥା ସାଂଘାତିକ। ଡାକ୍ତର କହିଲେ- 'ସୈଫ୍ ଖୁବ୍ ଭାଗ୍ୟବାନ୍' ।
ମେଡିକାଲରେ ଚାଲିଛି ସୈଫଙ୍କ ଚିକିତ୍ସା। ସୈଫ୍ ଅଲ୍ଲୀ ଖାନଙ୍କୁ ଚିକିତ୍ସା କରୁଥିବା ଡାକ୍ତର ତାଙ୍କର ସ୍ବାସ୍ଥ୍ୟାବସ୍ଥା ସଂପର୍କରେ ସୂଚନା ଦେଇଛନ୍ତି। ସୈଫଙ୍କ ସ୍ପାଇନରୁ ଛୁରୀ ବାହାରିଛି। ୨.୫ ଇଞ୍ଚର ଛୁରୀ ସ୍ପାଇନ୍ ପାଖରେ ଥିଲା।
ଦୁର୍ବୃତ୍ତମାନେ ମୁକେଶଙ୍କ ବେକ ମୋଡ଼ି ଭାଙ୍ଗି ଦେଇଛନ୍ତି । ହାର୍ଟ ବାହାର କରିଦେଇଛନ୍ତି । ଲିଭରକୁ ୪ ଖଣ୍ଡ କରିଦେଇଛନ୍ତି । ମୁଣ୍ଡକୁ ପ୍ରବଳ ପ୍ରହାର କରିଛନ୍ତି । ମୁଣ୍ଡରେ ୧୫ଟି ଫ୍ରାକ୍ଚର ଅଛି । ପିଟି ପିଟି ପଞ୍ଜରା ହାଡ଼ ଭାଙ୍ଗି ଦେଇଛନ୍ତି । ଏହି ଡାକ୍ତରଜଣକ କହିଛନ୍ତି, ମୋ ଜୀବନରେ ମୁଁ ଅନେକ ଶବ ବ୍ୟବଚ୍ଛେଦ କରିଛି । କିନ୍ତୁ ଏଭଳି ଶବ ବ୍ୟବଚ୍ଛେଦ କେବେ କରିନାହିଁ ।
ମେଡିକାଲରୁ ଆସିବା ବେଳେ କିଛି ବାଟ ଦୂରରେ ଏକ ହମ୍ପସ ପଡିଲା । ହମ୍ପସରେ ଆମ୍ବୁଲାନ୍ସ ଟିକିଏ ପିଟି ହୋଇଯିବାରୁ ଜର୍କ ହୋଇଥିଲା । ଏହି ସମୟରେ ସଂପୃକ୍ତ ବ୍ୟକ୍ତି ଆଙ୍ଗୁଠି ହଲାଇଥିଲେ । ଏହା ତାଙ୍କ ପତ୍ନୀ ଦେଖିବା ପରେ ସେ ବଞ୍ଚିଛନ୍ତି ବୋଲି କହି ଚିତ୍କାର କରିଥିଲେ ।
ପୂର୍ବତନ କ୍ରିକେଟର୍ ବିନୋଦ କାମ୍ୱଲି ହସ୍ପିଟାଲ୍ ବେଡରୁ ନିଜର ଶୁଭେଚ୍ଛୁ ଓ ପ୍ରଶଂସକଙ୍କୁ ବାର୍ତ୍ତା ଦେଇଛନ୍ତି । ତାହା ପୁଣି ଗୀତରେ ଗୀତରେ । କହିଛନ୍ତି, ମୁଁ ଧୀରେ ଧୀରେ ସୁସ୍ଥ ହେଉଛି । ସଚିନଙ୍କୁ ଧନ୍ୟବାଦ ।
ଆଗ୍ରା ଲକ୍ଷ୍ନୌ ଏକ୍ସପ୍ରେସୱେରେ ମର୍ମନ୍ତୁଦ ଦୁର୍ଘଟଣା। ଭାରସାମ୍ୟ ହରାଇ ଡିଭାଇଡର ଡେଇଁ ଟ୍ରକ୍କୁ ପିଟିଲା କାର୍।
ଷ୍ଟାଟିଷ୍ଟିକ୍ କହୁଛି ମାଲକାନଗିରି ଜିଲ୍ଲାରେ ଖାଲି ପଡ଼ିଛି ୨୩୦ ଡାକ୍ତର ପଦବୀ। କେବଳ ଡାକ୍ତର ନୁହଁନ୍ତି ଶତାଧିକ ଷ୍ଟାଫ ନର୍ସ ଏବଂ ସ୍ବାସ୍ଥ୍ୟ କର୍ମୀ ପଦବୀ ବି ଖାଲି। ଜିଲ୍ଲାରେ ନାହାନ୍ତି ପ୍ରାୟ ୯୦ ପ୍ରତିଶତ ବିଶେଷଜ୍ଞ ।
କୋଲକାତା ସ୍ଥିତ ଆରଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲର କର୍ତ୍ତୃପକ୍ଷ ଏକ ବିଜ୍ଞପ୍ତି ଜାରି କରି ୧୦ ଜଣ ଡାକ୍ତରଙ୍କୁ ବହିଷ୍କାର କରିଛନ୍ତି।
ପଶ୍ଚିମବଙ୍ଗ ଜୁନିୟର ଡାକ୍ତର ସଂଘର ଆନ୍ଦୋଳନ ପ୍ରତ୍ୟାହାର ନିଷ୍ପତ୍ତି । ଆଜିଠାରୁ ଜରୁରୀ ମେଡିକାଲ୍ ସେବାରେ ଯୋଗ ଦେବେ ଡାକ୍ତର । ଅଭୟାକୁ ନ୍ୟାୟ ଦାବିରେ ୪୧ ଦିନ ହେଲା ଆନ୍ଦୋଳନ କରୁଥିଲେ
ଆନ୍ଦୋଳନରତ ଜୁନିୟର ଡାକ୍ତରଙ୍କ ସହ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କର ଆଲୋଚନା ଅସମାପ୍ତ ରହିଛି। ପୁଣି ଥରେ କଥାବାର୍ତ୍ତା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିମନ୍ତ୍ରଣ କରିଛନ୍ତି।
ଏକ୍ସ-ପ୍ରିନ୍ସିପାଲ ସନ୍ଦୀପ ଘୋଷ ବି ତଦନ୍ତକୁ ବାଟବଣା କରିବାକୁ ଚେଷ୍ଟା କରିଥିଲେ ବୋଲି ଦର୍ଶାଇ ତାଙ୍କୁ ପୁଣିଥରେ ଗିରଫ କରିଛି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ।
କୋଲକାତା ଅଭୟାକାଣ୍ଡକୁ ନେଇ ଧାରଣାରେ ଥିବା ଜୁନିୟର୍ ଡାକ୍ତରଙ୍କୁ ଯାଇ ଭେଟିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ।
ଏହି ଘଟଣା ମୁସ୍ରିଘରାରୀ ପୋଲିସ୍ ଷ୍ଟେସନ ଅଞ୍ଚଳର ଗଙ୍ଗାପୁରରେ ଅବସ୍ଥିତ ଆରବିଏସ୍ ହେଲ୍ଥ କେୟାରରେ ଘଟିଛି ।
ଆରଜି କର ମେଡିକାଲ କଲେଜରେ ଡାକ୍ତରୀ ଛାତ୍ରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ଥମୁନି ପ୍ରତିବାଦର ନିଆଁ । ସ୍ବାସ୍ଥ୍ୟ ଭବନ ଆଗରେ ଆନ୍ଦୋଳନ ଜାରି ରଖିଛନ୍ତି ଜୁନିଅର ଡାକ୍ତର।
କ୍ୟାପିଟାଲ ହସ୍ପିଟାଲରେ ରହିବା କଥା ୧୭୫ ଜଣ ଡାକ୍ତର । ହେଲେ ଏବେ ୬୪ ପଦବୀ ଅର୍ଥାତ୍ ୩୭ ପ୍ରତିଶତ ଡାକ୍ତର ପଦ ଖାଲି ପଡ଼ିଛି ।
ଏହି ନିଆରା ପୂଜା ମଣ୍ଡପ ବନାଇ ଚର୍ଚ୍ଚାରେ କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁରର ଯୁବଗୋଷ୍ଠୀ । ଏହି ପୂଜା ମାଧ୍ୟମରେ ସେମାନେ ବାର୍ତ୍ତା ଦେଇଛନ୍ତି ଯେ ଡାକ୍ତର ହେଉଛନ୍ତି ଚଳନ୍ତି ଭଗବାନ ।
ରାଜଧାନୀର ପ୍ରିମିୟର ସରକାରୀ ଡାକ୍ତରଖାନା ଭିଆଇପିଙ୍କ ସେବାରେ । ସବୁ ଇମ୍ପୋର୍ଟାଣ୍ଟ ପର୍ସନଙ୍କ ପାଇଁ କ୍ୟାପିଟାଲ ହସ୍ପିଟାଲରୁ ହିଁ ଯାଉଛନ୍ତି ଡାକ୍ତର । ସାଧାରଣ ଲୋକଙ୍କ ଚିକିତ୍ସା ଥିବା ଡାକ୍ତର ଭିଆଇପି ଡ୍ୟୁଟିରେ ନିୟୋଜିତ ।
ଟ୍ରାକ୍ଟରରେ ଯାଇ ରୋଗୀ ସେବା କଲେ ଡାକ୍ତର। ମାଲକାନଗିରିର ଜଳ ପ୍ରଳୟ ଭିତରୁ ଏମିତି କିଛି ଦୃଶ୍ୟ ସାମ୍ନାକୁ ଆସିଛି।
୨୫ଟି ଦେଶର ପ୍ରାୟ ୧୩୦ରୁ ଅଧିକ ସହରରେ ଏହି ବିରୋଧ ଦେଖିବାକୁ ମିଳିଛି ।
କୋଲକାତା ଅଭୟା ଦୁଷ୍କର୍ମ ଓ ହତ୍ୟା ମାମଲାକୁ ପୁରିଲା ମାସେ। ଅଭୟାଙ୍କ ପାଇଁ ମାନବ ଶୃଙ୍ଖଳ ଗଠନ କରି ନ୍ୟାୟ ମାଗିଛନ୍ତି ଲୋକେ । ଅପରାଧୀମାନଙ୍କୁ ଯଥାଶୀଘ୍ର ଫାଶୀ ଦିଆଯାଉ ବୋଲି ଲୋକେ ଦାବି କରୁଛନ୍ତି।