Advertisment

Snake Resued: ବିଅର କ୍ୟାନରେ ମୁଣ୍ଡ ପୂରେଇ ଛଟପଟ ହେଉଥିଲା ସାପ, ନୂଆ ଜୀବନ ଦେଲେ ନିହାରୀକା

ବଣବୁଦା ଭିତରେ ବିଅର କ୍ୟାନ୍ ଭିତରେ ମୁଣ୍ଡ ଭର୍ତ୍ତି କରି ଦେଇଥିଲା ଗୋଟିଏ ସାପ । ମୁଣ୍ଡ ବାହାର କରିପାରୁନଥିଲା । ୫ ଫୁଟ ଲମ୍ବର ଏହି ଢମଣା ସାପ କିଛି ଦେଖିପାରୁନଥିଲା । କେବଳ ଛଟପଟ ହେଉଥିଲା । ନୂଆ ଜୀବନ ଦେଲେ ନିହାରୀକା ।

author-image
Tapan Kumar Swain
ଅଦ୍ୟତନ ହୋଇଛି
Snake Rescued

Snake Rescued

ଭୁବନେଶ୍ୱର ପଟିଆର ପ୍ରଶାନ୍ତି ବିହାର ଅଞ୍ଚଳରେ ମଙ୍ଗଳା ମନ୍ଦିର ନିକଟରେ ଏକ ପରିତ୍ୟକ୍ତ ସ୍ଥାନରେ ବଣବୁଦା ଭିତରେ ବିଅର କ୍ୟାନ୍ ଭିତରେ ମୁଣ୍ଡ ଭର୍ତ୍ତି କରି ଦେଇଥିଲା ଗୋଟିଏ ସାପ । ମୁଣ୍ଡ ବାହାର କରିପାରୁନଥିଲା । ୫ ଫୁଟ ଲମ୍ବର ଏହି ଢମଣା ସାପ କିଛି ଦେଖିପାରୁନଥିଲା । କେବଳ ଛଟପଟ ହେଉଥିଲା । ସନ୍ଧ୍ୟାବେଳେ ସାପଟିକୁ ବୁଦା ଭିତରେ ଛଟପଟ ହେଉଥିବା ଦେଖି କେହି ଜଣେ ସ୍ନେକ୍ ହେଲ୍ପ ଲାଇନର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକଙ୍କୁ ଉଦ୍ଧାର ପାଇଁ ଫୋନ୍ କରିଥିଲେ ।

Advertisment

ଖବର ପାଇ ସ୍ନେକ୍ ହେଲ୍ପ ଲାଇନ ସଦସ୍ୟା ନିହାରୀକା ମହାପାତ୍ର ଘଟଣା ସ୍ଥଳରେ ପହଞ୍ଚି ପ୍ରଥମେ ସତର୍କତାର ସହିତ ବୁଦା ଭିତରୁ ଢମଣାଟିକୁ ଉଦ୍ଧାର କରି ବାହାରକୁ ଆଣିଥିଲେ । ବିଅର କ୍ୟାନଟିକୁ ଭିଡ଼ି ବାହାର କଲେ, ସାପଟିର ବେକ ବା ମୁଣ୍ଡ କଟି ଯିବାର ଆଶଙ୍କା ଥିଲା । ତେଣୁ ସ୍ନେକ୍ ହେଲ୍ପ ଲାଇନର ପୁରୁଖା ସଦସ୍ୟ ପୂର୍ଣ୍ଣଚନ୍ଦ୍ର ଦାସଙ୍କ ସହାୟତାରେ ନିହାରୀକା ମେଟାଲ କଟରରେ କ୍ୟାନଟିକୁ କାଟିବା ପରେ ସାପଟି ବନ୍ଧନ ମୁକ୍ତ ହୋଇଥିଲା ।

ଅଧିକ ପଢ଼ନ୍ତୁ :ଛାତ୍ରକୁ ସାପ କାମୁଡ଼ିବା ଘଟଣା; ସ୍କୁଲ୍‌ ଗେଟ୍‌ରେ ତାଲା ପକାଇଲେ ଅଭିଭାବକ 

Advertisment

ସାପଟିର ବେକରେ କୌଣସି କ୍ଷତ ନଥିବା ଦେଖି ନିହାରୀକା ଉପସ୍ଥିତ ଲୋକମାନଙ୍କୁ ଢମଣା ସାପର ବିଷ ନାହିଁ ଏବଂ ଏହା ସେଇ ସ୍ଥାନରେ ରହିଲେ କାହାର କିଛି କ୍ଷତି ହେବ ନାହିଁ ବୋଲି କହିଥିଲେ । ପରେ ସେହି ସ୍ଥାନରେ ସାପଟିକୁ ଛାଡ଼ିଦେବା ପାଇଁ ରାଜି ହୋଇଥିଲେ । ଏହାପରେ ଉପସ୍ଥିତ ଲୋକମାନଙ୍କ ଉପସ୍ଥିତିରେ ଘଟଣା ସ୍ଥଳରୁ ଅନତି ଦୂରରେ ନିହାରୀକା ସାପଟିକୁ ଛାଡ଼ି ଦେଇଥିଲେ ।

ପାନୀୟ ପିଇ ସାରିବା ପରେ କ୍ୟାନ୍ ଗୁଡ଼ିକୁ ଭଲ ଭାବରେ ନଷ୍ଟ ନ କରି ଫିଙ୍ଗି ଦେଲେ, ସେଥିରେ ସାପ ଯଦି ମୁଣ୍ଡ ପୂରେଇ ଦିଏ, ତାର ଜୀବନ ଯିବା ସୁନିଶ୍ଚିତ ବୋଲି କହିଛନ୍ତି ସ୍ନେକ୍ ହେଲ୍ପ ଲାଇନ ସଦସ୍ୟା ନିହାରୀକା ମହାପାତ୍ର । ଏଣୁ କ୍ୟାନଗୁଡ଼ିକୁ ବ୍ୟବହାର କରିସାରିବା ପରେ ଭଲ ଭାବରେ ନଷ୍ଟ କରି ଡଷ୍ଟବିନ ରେ ଫିଙ୍ଗିବା ପାଇଁ ଅନୁରୋଧ କରିଛନ୍ତି ନିହାରୀକା । ଖୋଲା ଜାଗାରେ ଫିଙ୍ଗିଲେ ତାହା ଉଭୟ ପରିବେଶ ଏବଂ ସରୀସୃପ ଜଗତ ପାଇଁ ବିପଦ ସୃଷ୍ଟି କରୁଛି । ସବୁ ସାପ ମଣିଷର କ୍ଷତି କରନ୍ତି ନାହିଁ ।

ଅଧିକ ପଢ଼ନ୍ତୁ : ଫିଲ୍ମ ଷ୍ଟାଇଲରେ ଅପହରଣ ; ୨କୋଟି ଦିଅ; ନ ହେଲେ ଖାଇବ ନାଗ ସାପ ଚୋଟ

Bhubaneswar Snake Helpline Snake Rescued
Advertisment
Advertisment