Advertisment

Strawberry Farming: ଷ୍ଟ୍ରବେରୀ ଚାଷରେ ଲକ୍ଷାଧିକ ଟଙ୍କା ରୋଜଗାର କରି ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି ରାମଚନ୍ଦ୍ର ସାହୁ

ରାମଚନ୍ଦ୍ର ସାହୁ ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ସାଧାରଣତନ୍ତ୍ର ଦିବସରେ ମନ୍ତ୍ରୀ ଓ ଜିଲ୍ଲାପାଳଙ୍କ ନିକଟରୁ ଜିଲ୍ଲାର ଏକ ନମ୍ବର ଚାଷୀ ଭାବେ ପୁରସ୍କୃତ ହୋଇଛନ୍ତି । ଏହି ପୁରସ୍କାର ତାଙ୍କୁ ଚାଷ ପ୍ରତି ଆହୁରି ଆକୃଷ୍ଟ କରିଛି ।

author-image
Deviprasad Jena
ଅଦ୍ୟତନ ହୋଇଛି
Strawberry Farming At Odisha's Jajpur

Strawberry Farming

କ୍ଷେତରେ ହସୁଛି ଲାଲ୍ ଟହ ଟହ ସୁନାର ଫସଲ । ସତେ ଯେମିତି ଲାଲ୍ ଟୁକୁଟୁକୁ ସାଧବ ବୋହୁ ପରି ପେନ୍ଥା ପେନ୍ଥା ହୋଇ ବିଛେଇ ହୋଇଛି ଷ୍ଟ୍ରବେରୀ । ଏହାକୁ ଯିଏ ବି ଦେଖୁଛି ଘଡ଼ିଏ ଚାହିଁ ରହୁଛି । ଏକର ଏକର ଚାଷ ଜମିରେ ଲାଲ୍ ଟହ ଟହ ଦିଶୁଥିବା ଫଳ ଗୁଡିକ ଚାଷୀଙ୍କୁ ପ୍ରେରଣା ଯୋଗାଉଛି । ଝାଳବୁହା ପରିଶ୍ରମକରି ଏହାକୁ ଚାଷକରି ଜିଲ୍ଲାରେ ଜଣେ ସଫଳ ଚାଷୀ ଭାବେ ପରିଚୟ ସୃଷ୍ଟି କରିପାରିଛନ୍ତି ରାମଚନ୍ଦ୍ର ।

Advertisment

ଦିନ ଥିଲା ସେ ଏକ ମୋବାଇଲ ଦୋକାନ କରି ପରିବାର ପ୍ରତିପୋଷଣ କରୁଥିଲେ । କିନ୍ତୁ ସେ ଏବେ ଯାଜପୁରର ଜଣେ ସଫଳ ଚାଷୀ ଭାବେ ପରିଚିତ । ଆମେ କହୁଛୁ ଯାଜପୁର ଜିଲ୍ଲା ଦାନଗଦି ବ୍ଲକ ଚିତ୍ରୀ ପଞ୍ଚାୟତ ଟୋଲକାନୀ ଗ୍ରାମର ରାମଚନ୍ଦ୍ର ସାହୁଙ୍କ କଥା । ସେ ଚାଷକୁ ପେସା କରି ବାର୍ଷିକ ୩ଲକ୍ଷରୁ ଉର୍ଦ୍ଧ ଟଙ୍କା ଲାଭ କରୁଛନ୍ତି ।  ପ୍ରଥମେ ନଡ଼ିଆ ,ପରିବା ମକା ଓ ମାଛ ଚାଷ କରୁଥିଲେ । ସେଥିରୁ ସଫଳତା ମିଳିବା ପରେ ଦାନଗଦି ବ୍ଲକ୍ ଉଦ୍ୟାନ କୃଷି ବିଭାଗ ମାଧ୍ୟମରେ ଷ୍ଟ୍ରବେରୀ ଚାଷ କରି ନିଜେ ଆତ୍ମନିର୍ଭରଶୀଳ ହେବା ସହ ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି । ଚଳିତ ବର୍ଷ ଷ୍ଟ୍ରବେରୀ ଚାଷ କରି ହେଇପାରିଛନ୍ତି ଜଣେ ସଫଳ ଚାଷୀ । 

ରାମଚନ୍ଦ୍ର ସାହୁ ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ସାଧାରଣତନ୍ତ୍ର ଦିବସରେ ମନ୍ତ୍ରୀ ଓ ଜିଲ୍ଲାପାଳଙ୍କ ନିକଟରୁ ଜିଲ୍ଲାର ଏକ ନମ୍ବର ଚାଷୀ ଭାବେ ପୁରସ୍କୃତ ହୋଇଛନ୍ତି । ଏହି ପୁରସ୍କାର ତାଙ୍କୁ ଚାଷ ପ୍ରତି ଆହୁରି ଆକୃଷ୍ଟ କରିଛି । ପ୍ରଥମେ ନିଜ ବାଡ଼ିରେ ନଡ଼ିଆ ଚାଷ ଆରମ୍ଭ କରିଥିଲେ ରାମଚନ୍ଦ୍ର । ସେଥିରେ ଆଶାତୀତ ସଫଳତା ପାଇବା ପରେ ମନବଳ ବୃଦ୍ଧି ପାଇବାରୁ ଆରମ୍ଭ କଲେ ବିଭିନ୍ନ ପରିବା ଓ ଷ୍ଟ୍ରବେରୀ ଚାଷ । ସେ ଦିନକୁ ୨ ରୁ ୩ ଘଣ୍ଟା ଅକ୍ଳାନ୍ତ ପରିଶ୍ରମ ଓ ନିଜର ଉଦ୍ୟମ ଫଳରେ ନିଜେ ସ୍ୱାବଲମ୍ବୀ ହେବା ସହ ଅନ୍ୟ ୫ଟି ପରିବାରକୁ ରୋଜଗାର ଦେଉଛନ୍ତି ।

Advertisment

ଅଧିକ ପଢନ୍ତୁ: ଚାରିଆଡୁ ପ୍ରଶଂସା, ଗୌତମ ଆଦନୀ କରିଦେଲେ ଏମିତି କାମ

ଚାଷପ୍ରତି ରାମଙ୍କର ଦୁର୍ବଳତା ରହିଥିବାରୁ ଯେତେ ଯାହା କାମ ଥିଲେ ମଧ୍ୟ ସବୁଦିନ କ୍ଷେତକୁ ଆସି ଘେରାଏ ବୁଲିଗଲେ ତାଙ୍କ ପେଟ ପୁରିଯାଏ ନଚେତ ଦିନ ତମାମ ତାଙ୍କର ଭଲରେ କଟେନି। ସେଥିପାଇଁ ପ୍ରତି ଦିନ ସେ ଓ ତାଙ୍କ ପରିବାର କ୍ଷେତକୁ ଆସି ଗଛର ଯତ୍ନନେବା ସହ ଫସଲ ତୋଳି ପ୍ୟାକିଂ କରନ୍ତି ଏବଂ ପରେ ରାମ ସେସବୁକୁ ବିକ୍ରୟ ପାଇଁ ବଜାରକୁ ନିଅନ୍ତି । ରାମଙ୍କର ଏହି ପ୍ରୟାସକୁ ସ୍ଥାନୀୟ ଲୋକମାନେ ପ୍ରଶଂସା କରିଛନ୍ତି ।

ତାଙ୍କ କ୍ଷେତରେ କାମ କରୁଥିବା ଶ୍ରମିକମାନେ ରାମଙ୍କ ପାଇଁ ପରିବାର ପ୍ରତିପୋଷଣ କରୁଥିବାରୁ ରାମଙ୍କୁ ଆଶୀର୍ବାଦ କରିବା ସହ ଧନ୍ୟବାଦ ଜଣାଇଛନ୍ତି । ଦୃଢ଼ ଆତ୍ମବିଶ୍ବାସ ଓ କଠିନ ପରିଶ୍ରମ ରାମଚନ୍ଦ୍ରଙ୍କୁ ସଫଳତା ଆଣି ଦେଇଥିବା ବେଳେ ଆଜିର ଶିକ୍ଷିତ ଯୁବକମାନଙ୍କ ପାଇଁ ଉଦାହରଣ ହୋଇପାରିଛନ୍ତି ରାମଚନ୍ଦ୍ର ।

ଅଧିକ ପଢ଼ନ୍ତୁ : ଯୁବତୀଙ୍କୁ ବିଶ୍ୱ ସ୍ତରରେ ପରିଚିତ କରାଇଲା ସୁନ୍ଦର ହସ୍ତାକ୍ଷର, ମିଳିଲା ଏହି ଆୱାର୍ଡ

Jajpur Successful Farming In Odisha
Advertisment
Advertisment