ପ୍ରଥମ କରି ରାଷ୍ଟ୍ରପତି ଭବନରେ ବିବାହ ଉତ୍ସବ ଆୟୋଜନ ହେବାକୁ ଯାଉଛି। ରାଷ୍ଟ୍ରପତିଙ୍କ ସୁରକ୍ଷାରେ ନିଯୁକ୍ତ ସିଆରପିଏଫ୍ ଅଫିସରଙ୍କ ବାହାଘର ରାଷ୍ଟ୍ରପତି ଭବନରେ ହେବ ବୋଲି ଜଣାପଡ଼ିଛି। ତେବେ ସେହି ଅଧିକାରୀ ଜଣକ କିଏ ? ଆସନ୍ତୁ ଜାଣିବା...
ରାଷ୍ଟ୍ରପତି ଭବନରେ ଅନୁଷ୍ଠିତ ହେବାକୁ ଯାଉଛି ବିବାହ। ଶିବପୁରୀର ବାସିନ୍ଦା ପୁନମ ଗୁପ୍ତା ପ୍ରଥମ ଭାରତୀୟ ନାଗରିକ ଭାବେ ରାଷ୍ଟ୍ରପତି ଭବନରେ ବିବାହ କରିବାକୁ ଯାଉଛନ୍ତି। ମଧ୍ୟପ୍ରଦେଶ ଶିବପୁରୀର ବାସିନ୍ଦା ପୁନମ ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସର ମହିଳା ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ତଥା ରାଷ୍ଟ୍ରପତି ଭବନରେ ପିଏସଓ ଭାବରେ ସେ କାର୍ଯ୍ୟରତ ଅଛନ୍ତି ।