ପୁଅ ଯେତେବେଳେ ନାଁ କରେ, ଦୁନିଆରେ ଯଦି ସବୁଠୁ ବେଶି କିଏ ଖୁସି ହୁଏ ତାହାଲେ ସିଏ ବୋଧେ ମା ଆଉ ଭଉଣୀ । ଯେଉଁମାନଙ୍କ କଷ୍ଟ ଆଜି ସବୁ ଆଖିର ଲୁହ ହୋଇ ଝରି ଯାଉଛି ।
ସୂଚନା ଅନୁସାରେ ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ୍ ହରିପୁର ଗାଁର ସୁରତ ମାହାନାଙ୍କ ବୋହୂ ସସ୍ମିତା ମାହାନାଙ୍କ ମୃତ ଦେହ ଉଦ୍ଧାର ହୋଇଥିଲା ।
ମାଆ ନିଜ ଛୁଆ ପାଇଁ ଦୁନିଆର ସବୁଠୁ ବଡ଼ ସୁରକ୍ଷା କବଚ । ଛୁଆ ଉପରେ ବିପଦ ଆସିଲେ ଦୁନିଆର ସବୁ ଶକ୍ତି ସହ ଲଢିବାକୁ ପ୍ରସ୍ତୁତ ହୋଇଯାଏ ମାଆ ।
ମୋ ପୁଅ ନିଶ୍ଚୟ ଏଥର ପଦକ ପାଇବ । ସମସ୍ତେ ଗର୍ବ ଗରିବେ । ମୁଁ ଠାକୁରଙ୍କ ପାଖକୁ ଯାଉଛି ଠାକୁର ନିଶ୍ଚୟ ମୋ ଡାକ ଶୁଣିବେ । ହୃଦୟରୁ ଏ ମା’ ଆଜି ତା’ ପୁଅକୁ ଆଶୀର୍ବାଦ ଦେଉଛି ।
ନୟାଗଡ଼ରେ ଚାଞ୍ଚଲ୍ୟକର ଘଟଣା । ଦେବୋତ୍ତର ଲେନ୍ ୪ରେ ଘଟିଛି କିଛି ହୃଦୟବିଦାରକ ଘଟଣା ।
'ମୁଁ ତାଙ୍କ ସାନ ପୁଅ.. ମା ସିରିୟସ୍ ଥିଲା ମେଡିକାଲ୍ ଆଣିଥିଲି...ଆଜି ୫ଟାରେ ଚାଲିଗଲେ।' କହି ଭୋ ଭୋ କାନ୍ଦି ପକାଇଲେ ପଦ୍ମଶ୍ରୀ କମଲା ପୂଜାରୀଙ୍କ ସାନପୁଅ ।
ହିନ୍ଦୁ ଧର୍ମରେ ମା’ର ଅଧିକ ଗୁରୁତ୍ୱ ରହିଛି। ମା’କୁ ସ୍ୱର୍ଗ ଠାରୁ ମଧ୍ୟ ବିଶାଳ କୁହାଯାଇଛି। ସେଥିପାଇଁ ମା’ର ଗୁରୁତ୍ୱକୁ ବୁଝିବା ପାଇଁ ପ୍ରତିବର୍ଷ ମେ ମାସର ଦ୍ୱିତୀୟ ରବିବାରରେ ‘ମାତୃ ଦିବସ’ ପାଳନ କରାଯାଏ। ଏହି ଅବସରରେ ଆସନ୍ତୁ ରାମାୟଣର ଏପରି କିଛି ମା’ଙ୍କ ବିଷୟରେ ଜାଣିନେବା, ଯେଉଁମାନଙ୍କ ଠାରୁ ଆଜିର ପ୍ରତ୍ୟେକ ମା’ କିଛି ନା କିଛି ଶିଖିବା ଜରୁରୀ।
ଏ ବି ଜଣେ ମା’ । ଅନ୍ତଚିରି ଜନ୍ମ ଦେଇଛି ତା’ ଦୁଇ ପିଲାଙ୍କୁ । ସ୍ୱାମୀ କୁଆଡେ ଚାଲିଯିବା ପରେ ଅଭାବ ଭିତରେ ପେଟକୁ କାଟି ପିଲାଙ୍କ ମୁହଁରେ ଫୁଟାଉଛି ହସ । ଆଉ ଯୋଗାଡ଼ କରୁଛି ଦୁଇ ଓଳି ଦୁଇମୁଠା ଦାନା । ଜୀବନର ଦୁଃଖ କଳା ବାଦଲ ଭିତରେ କେବେ ବି ହାରିନାହାନ୍ତି ସୁମିତ୍ରା ।
ଋଣ ବୁଡ଼ାଇଦେଲା ବଂଶ । ଗୋଟିଏ ରାତିରେ ଉଜୁଡ଼ି ଗଲା ପୁରା ପରିବାର । ସନ୍ଦେହଜନକ ପରିସ୍ଥିତିରେ ତିନି ଜଣଙ୍କର ହୋଇଛି ମୃତ୍ୟୁ ।
ଆର୍ଶ୍ଚଯ୍ୟ କଲା ଭଳି ଘଟଣା, ୫ ବର୍ଷ ପରେ କୋମାରୁ ଉଠିଲେ ମହିଳା । ତାଙ୍କୁ ଦେଖି ଭୟଭୀତ ହେଲେ ତାଙ୍କ ମାଆ।
ବିରାଟ କୋହଲିଙ୍କ ମାଆ ଅସୁସ୍ଥ! ଏ କଥା ଆମେ କହୁନୁ... ଗତ କିଛିଦିନ ହେବ ଏମିତି ଏକ ଗୁଜବ ଶୁଣିବାକୁ ମିଳୁଛି । ଏହାକୁ ନେଇ ସ୍ପଷ୍ଟୀକରଣ ଜାରି କରିଛନ୍ତି ବିରାଟଙ୍କ ବଡ଼ଭାଇ ବିକାଶ କୋହଲି ।
ବାଲେଶ୍ୱର ଜିଲ୍ଲା ସୋର ଥାନା ହାତିଗାଡ଼ିଆରେ ଏହି ଘଟଣା ଘଟିଛି । ଗୁରୁତର ସ୍ୱାମୀ ସ୍ତ୍ରୀ ହେଲେ ରଂଜିତ ସିଂ ଓ ସ୍ତ୍ରୀ ବୁଦୁନି ସିଂ । ଉଭୟଙ୍କୁ ପ୍ରଥମେ ସୋର ମେଡିକାଲରେ ଭର୍ତ୍ତି କରାଯାଇଥିଲା ।
କଳିଯୁଗର ପୁଅ । ଯିଏ, ନିଜର ଜନ୍ମକଲା ମା’ଙ୍କୁ ମାଡ଼ ମାରିଛି, ହାତ ଭାଙ୍ଗି ଅଣ୍ଟା ଦରଜ କରିଦେଇଛି । ପୁଅର ଏଭଳି ନୃଶଂସ ଆକ୍ରମଣର ଶିକାର ହୋଇ ମେଡିକାଲରେ ଭର୍ତ୍ତି ହୋଇଛି ସେହି ଅଭାଗିନୀ ମା’ । ଆଉ ଯନ୍ତ୍ରଣାରେ ଛଟପଟ ହୋଇ ଏଭଳି ସନ୍ତାନକୁ ଜନ୍ମଦେଇଥିବା ମା’ ଆଜି ନିଜ କୋଳକୁ ନିନ୍ଦୁଛି । ଗଞ୍ଜାମ ଆସିକା ଅଞ୍ଚଳରୁ ଆସିଛି ଜଣେ ମା’ର ବେଦନାଭରା କାହାଣୀ ।
କୌଣସି ପିତା, ମାତା କେବେ ଚାହୁଁନଥିବା ଘଟଣା ଆଜି ବିଧାତା ଖଞ୍ଜିଦେଇଛି ଏହି ବୁଢ଼ୀ ମା’ଭାଗ୍ୟରେ । କେବେ କେହି ଆଶା କରୁନଥିବା ନିର୍ଯାତନାର ପାହାର ବସିଛି ଏହି ଚମ ଧୁଡୁଧୁଡୁ ଶରୀର ଉପରେ ।
କୁହାଯାଏ ମାଆ ଥିଲେ ବଇରୀ ହାରେ । ଜୀବନର ସାହା ହେଉଛି ମାଆ । ମାଆ ଶବ୍ଦରେ କେତେ ଯେ ମହତ୍ୱ ରହିଛି ତାହା କଳନା ବାହାରେ । ସୃଷ୍ଟି ଆବାହନୀର ପ୍ରଥମ ଶବ୍ଦ ମାଆ । ଏହି ଶଦ୍ଦରୁ ହିଁ ଦିନର ଆରମ୍ଭ ଓ ଶେଷ ହୋଇଥାଏ ।
ଏହି ମହିଳା ଜଣକ ହେଉଛନ୍ତି ଅଫସାନା ଖାତୁନ । ୬ ବର୍ଷ ପୂର୍ବେ ନିଜାମୁଦ୍ଦିନ ନାମକ ଜଣେ ବ୍ୟକ୍ତିଙ୍କୁ ବିବାହ କରିଥିଲେ । ତାଙ୍କର ଦୁଇଟି ପୁତ୍ର ସନ୍ତାନ ରହିଛି । ଜଣକର ବୟସ ୨ ଓ ଅନ୍ୟ ଜଣଙ୍କୁ ୪ ବର୍ଷ ।
କିଛି ମାସ ତଳେ ବାପା ଚାଲିଗଲେ, କାଲି ମାଆକୁ ବି ଛଡ଼ାଇ ନେଲା ହଇଜା... ତିନି ଭଉଣୀଙ୍କ ମୁଣ୍ଡ ଉପରୁ ଛପର ଉଡ଼ିଯାଇଥିଲା, ଆଉ କାଲି ଭୁଶୁଡ଼ି ପଡ଼ିଲା ସୁରକ୍ଷାର ଚାରିକାନ୍ଥ... । ମଧୁସୂଦନପାଲିର ସାବିତ୍ରୀ ଗିରି ହଇଜାରେ ପ୍ରାଣ ହରାଇବା ପରେ, ଦୁନିଆ ଦୁଆରେ ବେସାହାରା ହୋଇଗଲେ ତାଙ୍କର ୩ ବଢ଼ିଲା ଝିଅ। ବଡ଼ ଓ ମଝିଆଁ ମୂଲ ମଜୁରୀ ଲାଗୁଥିବା ବେଳେ, ଦଶମରେ ପଢ଼ୁଥିବା ସାନ ଝିଅକୁ ଲାଗିଛି ସବୁଠୁ ବଡ଼ ଧକ୍କା ।
ଜଣେ କଳିଯୁଗିଆ ମା’କୁ ଦେଖିବାକୁ ମିଳିଛି। ଏହି ମା’ ନିଜର ଦେଢ ମାସର ପିଲାକୁ ଚୁପ୍ କରିବା ପାଇଁ ଏକ କ୍ଷୀର ବୋତଲରେ ମଦ ଭର୍ତ୍ତି କରି ଦେଇଦେଇଛନ୍ତି। ଖବର ଅନୁଯାୟୀ, ଏହାକୁ ତାଙ୍କର ୭ ସପ୍ତାହର ପିଲା ପିଇଦେବାରୁ ତାକୁ ଡାକ୍ତରଖାନାରେ ଭର୍ତ୍ତି କରିବାକୁ ପଡିଛି।
ଦିନେ ରାସ୍ତା କଡରେ ଭୋକଉପାସରେ ପଡିଥିଲା ବୁଢୀ ମାଆ । ଖାଇବାକୁ ମାଗୁଥିଲା, ଭୋଭୋ କାନ୍ଦୁଥିଲା । ଓଟିଭିରେ ଖବର ବାଜିବା ପରେ ଚେତିଲେ ପୁଅ-ବୋହୂ । ରାସ୍ତାରୁ ବୁଢୀ ମାଆକୁ ଘରକୁ ନେଲେ, ସେବା ଯତ୍ନ କରିବାର ପ୍ରତିଶ୍ରୁତି ଦେଲେ ।
ଘଟଣା ସମ୍ପର୍କରେ ଜଣାପଡ଼ିବା ପରେ ଅଭିଯୁକ୍ତ ମା’ ତଥା ଛୁଆ କିଣିଥିବା ଦମ୍ପତି ଫୁଲମଣି ମାରାଣ୍ଡି ଏବଂ ଓକିଲ ଟୁଡୁକୁ ଗିରଫ କରିଛି ପୋଲିସ୍...
ସେ ମା' ତା’ ପିଲାର ଟିକିଏ ହସ.. ଯେମିତି ତାପାଇଁ କୋଟିଏ ଟଙ୍କାର ସମ୍ପତ୍ତି । ତା’ ପିଲାର ଖୁସି ପାଇଁ ସେ ସବୁକିଛି କରିପାରିବ । ଏଠି ସିନା ମା’ ଗରିବ.... ହେଲେ ମମତା ତ ନୁହେଁ ନା ।
ପରିଣତ ବୟସରେ ଯେଉଁ ମା ସେବା ପାଇବା କଥା, ସେଇ ମା ଶାରୀରିକ ଅର୍କମଣ୍ୟ ପୁଅର ବୋଝ କୁ ମୁଣ୍ଡେଇଛି l ମାତୃ ଦିବସରେ ଆସନ୍ତୁ ଦେଖିବା କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇରୁ ଏମିତି ଏକ ମା’ର କାହାଣୀ.......
ଧନରେ ମୁଁ ଅଛି, ତୋର କିଛି ହେବନି । ଜନ୍ମ କରିଥିଲା, ଏବେ କିଡନୀ ଦେଇ ନୂଆ ଜୀବନ ଦେଲା । ସତରେ...ମାଆ ପରି କିଏ ହେବ?
ଭେଣ୍ଡିଆ ପୁଅକୁ ଜେଜେ ମାଆ ପାଖରେ ଛାଡି ଦେଇ ଆଖି ବୁଜିଲା ବୋହୂ । ଯିଏ ଦିନେ ଜେଜେ ମାଆ ହୋଇଥିଲେ, ଆଜି ସିଏ ମାଆ ହେଲେ । ଦିବ୍ୟାଙ୍ଗ ନାତି ଟୋକାର ଏମିତି ଯତ୍ନ ନେଉଛନ୍ତି ନଦେଖିଲେ ବିଶ୍ବାସ ହେବନି
ସେଥିରେ ଜଣେ ୧୮ ମାସର ପୁଅ ରହିଥିବା ବେଳେ ଦୁଇ ଝିଅ ରହିଛନ୍ତି । ଜଣଙ୍କର ବୟସ ୩ ଓ ଆଉ ଜଣଙ୍କର ବୟସ ୫ ବୋଲି ଜଣାପଡ଼ିଛି ।