ହଁ, ଏ ଭୟଙ୍କର ବିପତ୍ତି ସମୟରେ ଦେବଦୂତ ସାଜିଥିଲା କୁକୁର । ଶହଶହ କିଲୋକମିଟର ଦୂରରୁ ଔଷଧ ଠିକ ସମୟରେ ପହଞ୍ଚି ଯାଇଥିଲା । ଏକ ମହାମାରୀକୁ ରୋକି ଦେଇଥିଲା । ଶହଶହ ଜୀବନକୁ ମରଣ ମୁହଁରୁ ଟାଣି ଆଣିଥିଲା । ଘଟଣା ଘଟିଥିଲା ୧୯୨୫ ମସିହାରେ ଆଲାସ୍କାରେ, ଯେତେବେଳେ ଜାନୁଆରୀ-ଫେବୃଆରୀରେ ଏଠାରେ ବ୍ୟାପିଥିଲା ମହାମାରୀ । ଏ ପୃଥିବୀ ଅନେକ ମହାମାରୀ ଦେଖିଛି । ହେଲେ ମାଡି ଆସୁଥିବା ବିପତ୍ତିକୁ ଏମିତି ଅଟକାଇ ଦେବା ଘଟଣା ଖୁବ କମ୍ ଦେଖିବାକୁ ମିଳିଛି ।
ଜଳବାୟୁ ପରିବର୍ତ୍ତନର ଭୟଙ୍କର ଚିତ୍ର ଦେଖିବାକୁ ମିଳିଛି । ବର୍ତ୍ତମାନର ପରିସ୍ଥିତିରେ ଜଳବାୟୁ ପରିବର୍ତ୍ତନ ମଣିଷ ପାଇଁ ଏକ ବିରାଟ ସମସ୍ୟା ରୂପେ ଉଭା ହୋଇଛି ।
ଭାରି ବରଫପାତ ସାଧାରଣ ଜୀବନକୁ ଅସ୍ତବ୍ୟସ୍ତ କରିଛି । ହିମାଚଳ ପ୍ରଦେଶରେ ପ୍ରବଳ ମାତ୍ରାରେ ତୁଷାରପାତ ଯୋଗୁଁ ବିଭିନ୍ନ ରାସ୍ତା ମଧ୍ୟ ବନ୍ଦ ରହିଛି ।