Advertisment

Organ Donates: ମରି ବି ଅମର ଅଜୟ; ମୃତ୍ୟୁ ପରେ ବି ଅନ୍ୟ ଶରୀରରେ ବଞ୍ଚି ରହିବେ

48 ବର୍ଷୀୟ ଅଜୟ ଗୋଆର ମଣିପାଲ ହସ୍ପିଟାଲରେ ପାଣି ପାଇପ୍ ମିସ୍ତ୍ରୀ ଭାବେ କାମ କରି ଚାରି ପ୍ରାଣୀ କୁଟୁମ୍ବ ପୋଷୁଥିଲେ। ଯାହା ଦି ପଇସା ରୋଜଗାର କରୁଥିଲେ ପରିବାର ଚଳାଇ ନେଉଥିଲେ।

author-image
Tapaswini Nayak
ଅଦ୍ୟତନ ହୋଇଛି
organs donates

organs donates

ଆମ ବାପା ଆମକୁ ବହୁତ ଭଲ ପାଉଥିଲେ, ସେ ଏବେ ଆମ ପାଖରେ ନାହାନ୍ତି ସତ, କିନ୍ତୁ ଆଉ କାହା ଶରୀରରେ ବଞ୍ଚି ରହିଛନ୍ତି... ଏପରି କହି ଝିଅ କୋହ ସମ୍ଭାଳି ପାରୁନି , ସେପଟେ ପିଣ୍ଡାରେ ବସି ବାପା ଧାର ଧାର ଲୁହ ଝରାଇ ଦେଉଛି। ଏ ବାପା ଜଣକ ହେଉଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ପଟାମୁଣ୍ଡାଇ ବନ୍ତୋ ଅଞ୍ଚଳର ଅଜୟ ଗିରିଙ୍କ ବାପା ଅରକ୍ଷିତ ଗିରି। ଅରକ୍ଷିତ  ମରି ବି ଅମର ହୋଇଯାଇଛନ୍ତି। ପିଣ୍ଡରୁ ପ୍ରାଣ ଛାଡ଼ି ସିନା ଆରପାରିକୁ ଚାଲି ଯାଇଛନ୍ତି, କିନ୍ତୁ ଆଉ କାହାକୁ ଜୀବନ ଦାନ କରି ଯାଇଛନ୍ତି।

Advertisment

48 ବର୍ଷୀୟ ଅଜୟ ଗୋଆର ମଣିପାଲ ହସ୍ପିଟାଲରେ ପାଣି ପାଇପ୍ ମିସ୍ତ୍ରୀ ଭାବେ କାମ କରି ଚାରି ପ୍ରାଣୀ କୁଟୁମ୍ବ ପୋଷୁଥିଲେ। ଯାହା ଦି ପଇସା ରୋଜଗାର କରୁଥିଲେ ପରିବାର ଚଳାଇ ନେଉଥିଲେ। ମାତ୍ର ହଠାତ୍ ହସଖୁସିର ସଂସାରରେ ଦୁଃଖର କଳାବାଦଲ ଘୋଟିଗଲା... ହସ୍ପିଟାଲରୁ କଲ୍ ଆସିଲା ଅଜୟଙ୍କୁ ବ୍ରେନ୍ ଷ୍ଟ୍ରୋକ୍, ତୁରନ୍ତ ହସ୍ପିଟାଲରେ ଦେଖା କରନ୍ତୁ। ପତ୍ନୀ ମଣିପାଲ ଯାଇ ଦେଖନ୍ତି ତ ଅଜୟ ଆଇସିୟୁରେ ବ୍ରେନ୍ ଡେଡ୍ ଅବସ୍ଥାରେ। ଏପରି ଘଡ଼ି ସନ୍ଧି ମୁହୂର୍ତ୍ତରେ ଅଜୟଙ୍କ ଅଙ୍ଗଦାନ କରିବାକୁ ଇଚ୍ଛା କରନ୍ତି ତାଙ୍କ ପତ୍ନୀ, ବାପାଙ୍କ ସହ ଆଲୋଚନା ପରେ ଶେଷରେ ଅଜୟଙ୍କ ଅଙ୍ଗଦାନ ପାଇଁ ନିଷ୍ପତ୍ତି ନେଇଛନ୍ତି।

ଅଜୟଙ୍କ ଶରୀରର କିଡନୀ, ଲିଭର୍ ଏବଂ ହାର୍ଟ ଦାନ କରାଯାଇଛି। ବଞ୍ଚି ଥିବାବେଳେ ଚାରି ପ୍ରାଣୀ କୁଟୁମ୍ବ ପୋଷୁଥିଲେ, ଆଉ ମୃତ୍ୟୁ ପରେ ତିନି ଜଣଙ୍କୁ ଜୀବନ ଦେଇଗଲେ। ଅଜୟଙ୍କ ଏ ମହାନ ଦାନ ପାଇଁ ସାହି ପଡ଼ିଶା ଗର୍ବରେ କୁଣ୍ଡେମୋଟ ହୋଇ ଯାଉଛନ୍ତି।

Advertisment

ଦାଦନ ଖଟିବାକୁ ଯାଇଥିବା ଅଜୟ ସିନା ଅଙ୍ଗଦାନ କରି ଅମର ହୋଇଗଲେ, ଏବେ ପରିବାରର ଚାରିପ୍ରାଣୀଙ୍କ ପେଟପାଟଣା କଥା ଚିନ୍ତା ପଡ଼ିଛି। ସରକାରୀ ସହାୟତା ଅପେକ୍ଷାରେ ଏବେ ପୂରା ପରିବାର।

ଅଧିକ ପଢ଼ନ୍ତୁ: ଅଙ୍ଗଦାନ କରି ଅମର; ମୃତ୍ୟୁ ପରେ ବି ଅନ୍ୟ ଶରୀରରେ ବଞ୍ଚି ରହିବେ ନରେଶ।

Kendrapara Organ Donation
Advertisment
Advertisment