ଷ୍ଟ୍ରବେରୀକୁ କିଣିବା ଲାଗି କ୍ଷେତରେ ମଧ୍ୟ ଗ୍ରାହକଙ୍କ ଭିଡ ଜମୁଛି । କିଲୋ ପିଛା ୫ଶହ ଟଙ୍କା ଦରରେ ବିକ୍ରି ହେଉଛି । ଏମିତି କି ମହିଳାମାନେ ଗ୍ରାହକଙ୍କ ଚାହିଦାକୁ ଦେଖି ଛୋଟ ଛୋଟ ପ୍ୟାକେଟରେ ଓଜନ କରି ଷ୍ଟ୍ରବେରୀକୁ ବିଭିନ୍ନ ସହରରକୁ ବିକ୍ରିବଟା ପାଇଁ ପଠାଉଛନ୍ତି ।
ଷ୍ଟ୍ରବେରୀ ଚାଷ ପାଇଁ କୋରାପୁଟିଆ ଚାଷୀ ମନ ବଳାଉଥିବାରୁ ସହାୟତା ପାଇଁ ଆଗେଇ ଆସିଛି ଜିଲ୍ଲା ଉଦ୍ୟାନ ବିଭାଗ । କୋଟିଆ ଅଞ୍ଚଳରେ ଷ୍ଟ୍ରବେରୀ ଚାଷର ସଫଳତା ପରେ ଏବେ ଜିଲ୍ଲାର ଅନ୍ୟ ଅଞ୍ଚଳରେ ଚାଷୀଙ୍କୁ ଷ୍ଟ୍ରବେରୀ ଚାଷ ପାଇଁ ଉତ୍ସାହିତ କରାଯାଉଛି ।
ଦିନେ ଗଞ୍ଜେଇ ଚାଷ କରୁଥିଲେ କିନ୍ତୁ ଏବେ କାଙ୍କଡ଼ ଚାଷ କରି ବେଶ୍ ଦୁଇ ପଇସା ଲାଭ ପାଉଛନ୍ତି । ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁର ବ୍ଲକର ପ୍ରାୟ ଲୋକ ଚାଷ ଉପରେ ନିର୍ଭର କରନ୍ତି । ଆଉ ଏ ଅଞ୍ଚଳ ବି ହେଉଛି ମାଓବାଦୀ ଇଲାକା ।
ଗଛରେ ଫଳିଛି ପେନ୍ଥା ପେନ୍ଥା ଲଙ୍କା। ଯୁଆଡେ ଚାହିଁବେ କଞ୍ଚାଲଙ୍କାର ଭଣ୍ଡାର। ଏହା ଏକ ଅର୍ଥକାରୀ ଫସଲ ହୋଇଥିବାରୁ, ଲଙ୍କା ଚାଷ କରି ଲାଭବାନ ହୋଇଛି ଚାଷୀ।
କୋଟିପତି କରାଇଛି ଧଳା ଘୁଷୁରୀ ଚାଷ। ନିଜେ ସ୍ୱାବଲମ୍ୱୀ ହେବା ସହ ଅନ୍ୟକୁ ରୋଜଗାର ଯୋଗାଉଛନ୍ତି ମହିଳା ଚାଷୀ। ଦେଖନ୍ତୁ ଏହି ରିପୋର୍ଟ ।
ଆଉ ଦାଦନ ଯିବେନି କି ଶ୍ରମିକ ସର୍ଦ୍ଦାରଠୁ ମାଡ ଗାଳି ଖାଇବେନି.. ନିଜ ହାତରେ ମାଟି ତାଡିବେ ଆଉ ନିଜ ଗାଁ ମାଟିରେ ସୁନା ଫଳାଇବେ.. ଏହି ଶପଥ ନେଇଛନ୍ତି ହଲଦିଖୋଲ ଗାଁର ଦାଦନମାନେ..
ରୋଜଗାର ଦେଇଛି ରବର ଚାଷ। ନିଜ ପରିବାର ଛାଡ଼ି ଆଗ ଭଳି ଆଉ ଦାଦନ ଯିବାକୁ ପଡୁନି। ଯୋଉ ଜମି ଦିନେ ପଡିଆ ପଡିଥିଲା, ସେଇଠି ଆଜି ଶୋଭା ପାଉଛି ରବର ଚାଷ। ଆଉ ଏଥିପାଇଁ ସହାୟତାର ହାତ ବଢ଼ାଇଛି ରବର ସୋସାଇଟି। ରବର ଚାଷ କରି ଏବେ ଏକାଧିକ ଚାଷୀ ସ୍ୱାବଲମ୍ବୀ ହୋଇପାରିଛନ୍ତି।
ଦିନେ ଦୁଇ ପଇସା ରୋଜଗାର ଚିନ୍ତା ଘାରିଥିଲା ଏବେ ଆଉ ଟେନସନ୍ ନାହିଁ.. ଏବେ ଲକ୍ଷାଧିକ ଟଙ୍କା ରୋଜଗାର ହେଉଛି.. ତା ସହ ଅନ୍ୟମାନଙ୍କୁ ମଧ୍ୟ ସେ ନିୟମିତ ଦରମା ଦେଇ ଚାକିରି ଦେଇଛନ୍ତି..
ଡହଡହ ଖରାରେ ଯେଉଁଠି ସିଝି ଯିବ ସେଓ ସେଠି କିନ୍ତୁ ଚାଷ ହେଉଛି। ୪୦ ଡିଗ୍ରୀ ତାପମାତ୍ରାରେ ଫଳୁଛି ସେଓ ଏବଂ ଅଙ୍ଗୁର।
ଚାକିରି ଛାଡ଼ି ନିଜ ଜମିରେ କରିଛନ୍ତି ଚାଷ। ଖାଲି ନିଜେ ସ୍ୱାବଲମ୍ବୀ ହୋଇ ନାହାନ୍ତି, ବରଂ ୧୫ ଜଣଙ୍କୁ ରୋଜଗାର ଦେଇ ପାରିଛନ୍ତି। ଆଉ ବର୍ଷକୁ ରୋଜଗାର କରୁଛନ୍ତି ଲକ୍ଷ ଲକ୍ଷ ଟଙ୍କା।
ବିନା ମାଟିରେ ଲାଗିଛି ଏସବୁ ଗଛ। କେବଳ ପାଣିରେ ବଞ୍ଚିଛି। ରଜନୀଗନ୍ଧା, ଗେଣ୍ଡୁ, ଜାରବେରା ଓ ପିଟୁନିଆ ଏଭଳି ସୁନ୍ଦର ସୁନ୍ଦର ଫୁଲ ଗଛରେ ଫୁଟିଛି। Hydroponics ଉପାୟରେ ଏଭଳି କିଛି କରି ଦେଖାଇଛନ୍ତି କଟକ ରେଭେନ୍ସା ବିଶ୍ୱବିଦ୍ୟାଳୟ ଉଦ୍ଭିଦ ବିଜ୍ଞାନ ବିଭାଗର ସହକାରୀ ପ୍ରଫେସର।
ଆମ ରାଜ୍ୟ ଓଡିଶାରେ ପରିବ୍ୟାପ୍ତ ଶହ ଶହ ଏକର ଜଙ୍ଗଲରେ ଅନେକ ପ୍ରକାର ଔଷଧୀୟ ବୃକ୍ଷ ପ୍ରାକୃତିକ ଭାବରେ ଦେଖାଯାଇଥାଏ । ବହୁ ପ୍ରାଚୀନ କାଳରୁ ଆମ ଦେଶରେ ଔଷଧୀୟ ବୃକ୍ଷକୁ ଉପଯୋଗ କରି ଚିକିତ୍ସା କରାଯିବାର ପରମ୍ପରା ରହିଆସିଛି । କିନ୍ତୁ ଦିନକୁ ଦିନ ଏହିସବୁ ଔଷଧୀୟ ବୃକ୍ଷ ଗୁଡିକ ନଷ୍ଟ ହୋଇଯାଉଥିବାରୁ ବର୍ତ୍ତମାନ ସ୍ଥିତିରେ ଔଷଧୀୟ ବୃକ୍ଷ ଓ ଏହାର ଆୟୁର୍ବେଦ ଔଷଧ ନିର୍ମାଣକାରୀ ସଂସ୍ଥା ଓ ଅନ୍ୟ କେତେକ ଉଦ୍ୟୋଗୀର ଚାହିଦା ମେଣ୍ଟାଇବା ପାଇଁ ଏହାର କୃଷିକରଣ ଅନିବାର୍ଯ୍ୟ ହୋଇପଡିଛି ।
ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅଧ୍ୟକ୍ଷା ତପସ୍ୱିନୀ ମାଝି । କାମରୁ ଟିକିଏ ଫୁରସତ୍ ମିଳିଲେ, କୋଡିକୋଦାଳ ଧରି ନିଜ ଚାଷ ଜମିକୁ ଚାଲି ଯାଆନ୍ତି । ତାଙ୍କର ଉଦ୍ୟମ ଯୋଗୁଁ ଏବେ ହସୁଛି ସବୁଜିମା । ଦିନେ ଚିନ୍ତା କଲେ ନିଜ ଗାଁ ପେଣ୍ଡରେନରେ ତାଙ୍କର ଅନେକ ଜମି ଅଛି । କିନ୍ତୁ ଚାଷବାସ ନ ହୋଇ ପଡିଆ ପଡୁଛି
ଦିନେ ପଡ଼ିଆ ପଡ଼ିଥିବା ଚାଷ ଜମିରେ ଏବେ ସୁନାର ଫସଲ। ଯୁଆଡ଼େ ଆଖି ବୁଲାଇଲେ ସବୁଜ କ୍ଷେତରେ ହସୁଛି ତାଜା ପନିପରିବା। ଧାଡ଼ି ଧାଡ଼ି ହୋଇ ଲାଗିଛି କୋବି ଗଛ।
କେତେବେଳେ ମୌସୁମୀର ଲୁଚକାଳି ଖେଳ ତ, କେତେବେଳେ ପାଣି ଓ କେତେବେଳେ ବିହନ ସମସ୍ୟା। ପୁଣି କେତେବେଳେ ରୋଗ ପୋକ ଚାଷୀର ଆର୍ଥିକ ମେରୁଦଣ୍ଡ ଦୋହଲାଇ ଦେଉଛି। ଏସବୁ ଭିତରେ ଏବେ ଚାଷୀ ଅର୍ଥକାରୀ ଫସଲ ଉପରେ ଗୁରୁତ୍ୱ ଦେଉଥିବା ଦେଖିବାକୁ ମିଳିଛି।
ବରଗଡ଼ ଜିଲ୍ଲା ବରପାଲି ବ୍ଲକ୍ ଅନ୍ତର୍ଗତ କୁମ୍ଭାର ଗାଁର ଯୁବଚାଷୀ ଜଟାଧାରୀ ପ୍ରଧାନ ଏବେ ଚର୍ଚ୍ଚାରେ। କାରଣ ସେ ତାଙ୍କ ବାଡ଼ିରେ ଫଳାଇଛନ୍ତି ଏକ ବିଦେଶୀ ଫଳ। ଯାହାକୁ କୁହାଯାଏ ଡ୍ରାଗନ୍।
ଲାଖ ଚାଷ କରି ଲାଭଦାୟକ ଚାଷୀ। କମ୍ ପରିଶ୍ରମରେ ଅଧିକ ଲାଭଦାୟକ ଚାଷ ମାନଙ୍କ ମଧ୍ୟରୁ ଅନ୍ୟ ତମ ହେଉଛି ଏହି ଲାଖ ଚାଷ । ମୟୂରଭଞ୍ଜ କରଞ୍ଜିଆରେ ଲାଖ ଚାଷ କରି ବେଶ୍ ଦୁଇ ପଇସା ରୋଜଗାର କରିପାରୁଛନ୍ତି ଚାଷୀ ।