Advertisment

Road Accident: ମୃତ୍ୟୁ ପରେ ବି ଅମର ମୁନି; ଆଉ କାହା ଆଖିରେ ବଞ୍ଚିବ ବାପାମାଆଙ୍କ ନିରିମାଖି

ଝିଅକୁ ହରାଇ ଦୁଃଖରେ ଭାଙ୍ଗି ପଡ଼ିଥିଲେ ପରିବାର ଲୋକେ। ହେଲେ ଝିଅରମୃତ୍ୟୁ ପରେ  ଛାତିରେ ପଥର ଲଦି ନେଇଛନ୍ତି ଏକ ମହତ ନିଷ୍ପତ୍ତି। ଦୁର୍ଘଟଣାରେ ଝିଅର ମୃତ୍ୟୁ ପରେ ତାର ଚକ୍ଷୁଦାନ କରିଛନ୍ତି। ।

author-image
Tapaswini Nayak
Death person

Death person

ନିଜେ ଭଲରେ ଦୁନିଆ ଦେଖିବା ଆଗରୁ ଆଖି ବୁଜିଦେଲା କୁନିଝିଅ। ଏବେ ସେଇ ଆଖିରେ ଦୁନିଆ ଦେଖିପାରିବେ ଅନ୍ୟ କେହି ଦୃଷ୍ଟିଶକ୍ତି ବାଧିତ। ଆଉ କାହା ଆଖିରେ ବଞ୍ଚିବ ବାପାମାଆଙ୍କ ନିରିମାଖି ନୟନତାରା। ଆମେ କହୁଛୁ, ଭୁବନେଶ୍ୱର ସ୍ଥିତ ରଘୁନାଥପୁରରେ ମୋ ବସ୍ ଧକ୍କାରେ ପ୍ରାଣ ହରାଇଥିବା ୧୨ ବର୍ଷୀୟା ମୁନି ଓରଫ ମିନତି ଜୁଆଡ଼ିଙ୍କ କଥା।

Advertisment

ଝିଅକୁ ହରାଇ ଦୁଃଖରେ ଭାଙ୍ଗି ପଡ଼ିଥିଲେ ପରିବାର ଲୋକେ। ହେଲେ ଝିଅର ମୃତ୍ୟୁ ପରେ ଛାତିରେ ପଥର ଲଦି ନେଇଛନ୍ତି ଏକ ମହତ ନିଷ୍ପତ୍ତି। ଦୁର୍ଘଟଣାରେ ଝିଅର ମୃତ୍ୟୁ ପରେ ତାର ଚକ୍ଷୁଦାନ କରିଛନ୍ତି। ।

ପରିବାର ଓ ସଂପର୍କୀୟଙ୍କ ସହମତିରେ କ୍ୟାପିଟାଲ ହସ୍ପିଟାଲରେ ମୃତଦେହ ବ୍ୟବଚ୍ଛେଦ ପରେ ଏହି ପ୍ରକ୍ରିୟା ସଂପାଦନ ହୋଇଥିବା ସୂଚନା ମିଳିଛି। ମୃତ୍ୟୁ ପରେ ବି ଅମର ହୋଇଯାଇଛି କୁନି ଝିଅ ମୁନି।

Advertisment

ସୂଚନାଯୋଗ୍ୟ, ଗତକାଲି ବିସ୍କୁଟ ନେବା ପାଇଁ ଆସିଥିଲା ମୁନି। ସାଇକେଲରେ ଘରକୁ ଫେରିବା ବେଳେ ମୋ ବସ୍‌ ଧକ୍କାରେ ମୁନିର ମୃତ୍ୟୁ ଘଟିଥିଲା। ଦୁର୍ଘଟଣା ପରେ ଉତ୍ତେଜନା ପ୍ରକାଶ ପାଇଥିଲା। ଜୟଦେବ ବିହାର-ନନ୍ଦନକାନନ ରାସ୍ତାରେ ସକାଳ ସାଢ଼େ ୮ଟାରୁ ପ୍ରାୟ ଅଢ଼େଇ ଘଣ୍ଟା ଧରି ରାସ୍ତା ଅବରୋଧ କରିଥିଲେ ସ୍ଥାନୀୟ ଲୋକେ। ଗମନା ଗମନ ଦୀର୍ଘ ସମୟ ଧରି ଠପ୍‌ ହୋଇଯାଇଥିଲା।

ଟ୍ରାଫିକ୍‌ ଡିସିପି, ଜୋନ୍-୬ ଏସିପି, ନନ୍ଦନକାନନ ଥାନା ଅଧିକାରୀ ଓ କ୍ରୁଟ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରିଥିଲେ। କ୍ରୁଟ୍ ପକ୍ଷରୁ ୨ ଲକ୍ଷ ଟଙ୍କାର ସହାୟତା ରାଶି ଦିଆଯାଇଥିଲା। ଏଥିସହ ଡ୍ରାଇଭର ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଓ ସମ୍ପୃକ୍ତ ଅଞ୍ଚଳରେ ସ୍ପିଡ୍‌ ବ୍ରେକର ନିର୍ମାଣ ନେଇ ପୋଲିସ ଅଧିକାରୀ ପ୍ରତିଶ୍ରୁତି ଦେବା ପରେ, ହଟିଥିଲା ରାସ୍ତାରୋକ।ପରେ ଡ୍ରାଇଭରକୁ ଗିରଫ କରିଛି ପୋଲିସ୍‌।

ଅଧିକ ପଢ଼ନ୍ତୁ: Mo Bus Accident in Bhubaneswar: ରାସ୍ତାରେ ଲୋଟିଛି ସାଇକେଲ୍... ଆଗରେ ଝୁଲିଛି ବିସ୍କୁଟ ଜରି...

Bhubaneswar Road Accident
Advertisment
Advertisment