Advertisment

Brave Lady Doctor: ଦେବୀ ସାଜି ବଞ୍ଚାଇଥିଲେ ମା'-ପିଲାଙ୍କ ଜୀବନ, ଏବେ ରାଷ୍ଟ୍ରପତି କରିବେ ସମ୍ମାନିତ

୭୦ କେଜିର ଷ୍ଟ୍ରେଚର୍ ସହ ମାଆ ଓ ପିଲାଙ୍କୁ ନେଇ ଅନ୍ୟ ଏକ ସ୍ଥାନକୁ ଯାଆନ୍ତି, ସେଠାରେ ତୁରନ୍ତ ଷ୍ଟିଚ୍ ପକାଇ ପିଲାକୁ ସୁରକ୍ଷିତ ସ୍ଥାନରେ ରଖନ୍ତି। ଏହାପରେ ନୂଆ ଜୀବନ ପାଆନ୍ତି ମାଆ ଓ ଶିଶୁ। ସେପଟେ ହସ୍ପିଟାଲରେ ନିଆଁ ଲିଭେ... ସିନେମାର କାହାଣୀ ପରି ଲାଗୁଥିବା ଏ ଘଟଣା ଯିଏ ଶୁଣିବେ ସେ ଘଡିଏ ଭାବିବ।

author-image
Sonali Ojha
ଅଦ୍ୟତନ ହୋଇଛି
Lady Doctor

Lady Doctor

ଡାକ୍ତରଙ୍କୁ ଦ୍ୱିତୀୟ ଭଗବାନ ଆଖ୍ୟା ଦିଆଯାଏ। ଆଉ ଏ ଉକ୍ତିକୁ ପ୍ରତିପାଦିତ କରିଥିବା ଡାକ୍ତର ପାଇବେ ରାଷ୍ଟ୍ରପତି ସମ୍ମାନ। ସେହିପରି ଜଣେ ମହିଳା ଡାକ୍ତର ହେଉଛନ୍ତି ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଡାକ୍ତର ରଞ୍ଜନା ଭଣ୍ଡାରେ। ଘଡ଼ିସନ୍ଧି ମୁହୂର୍ତ୍ତରେ ମାଆ ଓ ଛୁଆକୁ ବଞ୍ଚାଇ ଅଦମ୍ୟ ସାହସ, ଦୃଢ ସଂକଳ୍ପ ଆଉ କର୍ତ୍ତବ୍ୟନିଷ୍ଠାର ପରିଚୟ ଦେଇଛନ୍ତି। ହୁତୁହୁତୁ ହୋଇ ଜଳୁଥିବା ବିଲ୍ଡିଂ ଭିତରେ ସିଜରିଆନ୍‌ କରାଇ ସେ ଦୁଇ ଦୁଇଟି ଜୀବନ ବଞ୍ଚାଇଛନ୍ତି। ଯେଉଁଥିପାଇଁ ତାଙ୍କୁ ରାଷ୍ଟ୍ରପତି ଭବନରୁ ଡାକରା ଆସିଛି...

Advertisment

 ଅଧିକ ପଢନ୍ତୁ: ସ୍ୱାମୀଙ୍କୁ ବଞ୍ଚାଇବା ପାଇଁ କୂଅକୁ ଡେଇଁଲେ କଳିଯୁଗର ସାବିତ୍ରୀ

ଅଗଷ୍ଟ ୨୩, ୨୦୨୩ର ଘଟଣା। ଦିନ ପ୍ରାୟ ସାଢେ ଗୋଟାଏ। ବାରିପଦା ପିଆରଏମ ମେଡିକାଲ କଲେଜରେ ଚାଲିଥାଏ ଅପରେସନ୍। ସେତେ ବେଳକୁ ଡକ୍ଟର ଅଞ୍ଜନା ପାଞ୍ଚଟି ସିଜରିଆନ୍ କରିସାରିଥାନ୍ତି। ୬ ନଂ ସର୍ଜରି ଚାଲିଥାଏ। ପିଲା ଜନ୍ମ ହୋଇସାରିଥାଏ । କିନ୍ତୁ ମାଆ ପେଟରେ ଷ୍ଟିଚ୍ ପଡ଼ିନଥାଏ। ହଠାତ୍ ବାହାରୁ ଜୋର୍‌ରେ ପାଟି ଶୁଭେ- ହସ୍ପିଟାଲରେ ନିଆଁ, ହସ୍ପିଟାଲରେ ନିଆଁ... ଯିଏ ଯେଉଁଆଡ଼େ ପାରନ୍ତି ଦୌଡ଼ନ୍ତି। ହସ୍ପିଟାଲ ସିଲିଂ ଧୂଆଁମୟ ହୋଇଯାଏ। ନିସ୍ତେଜ ଅବସ୍ଥାରେ ବେଡରେ ପଡିଥାଏ ମାଆ।

ଏତିକି ବେଳେ ଡକ୍ଟରରୁ ଦେବୀ ସାଜନ୍ତି ଡାକ୍ତର ରଞ୍ଜନା। ୭୦ କେଜିର ଷ୍ଟ୍ରେଚର୍ ସହ ମାଆ ଓ ପିଲାଙ୍କୁ ନେଇ ଅନ୍ୟ ଏକ ସ୍ଥାନକୁ ଯାଆନ୍ତି, ସେଠାରେ ତୁରନ୍ତ ଷ୍ଟିଚ୍ ପକାଇ ପିଲାକୁ ସୁରକ୍ଷିତ ସ୍ଥାନରେ ରଖନ୍ତି। ଏହାପରେ ନୂଆ ଜୀବନ ପାଆନ୍ତି ମାଆ ଓ ଶିଶୁ। ସେପଟେ ହସ୍ପିଟାଲରେ ନିଆଁ ଲିଭେ... ସିନେମାର କାହାଣୀ ପରି ଲାଗୁଥିବା ଏ ଘଟଣା ଯିଏ ଶୁଣିବେ ସେ ଘଡିଏ ଭାବିବ। ସତରେ କଣ ଏମିତି ନିଜ ଜୀବନକୁ ବାଜି ଲଗାଇ ଜଣେ ଡାକ୍ତର ଏପରି କାମ କରିପାରେ। କିନ୍ତୁ ଏପରି ଭୟଙ୍କର ପରିସ୍ଥିତିରେ ନିଜ ସହ ଦୁଇ ଦୁଇଟି ଜୀବନ ବଞ୍ଚାଇ ଡକ୍ଟର ରଞ୍ଜନା ଏବେ ରାଷ୍ଟ୍ରପତି ସମ୍ମାନ ପାଇଁ ହକଦାର୍ ହୋଇଛନ୍ତି। ତାଙ୍କ ସାହସିକତାର ଏ କାହାଣୀ ସମସ୍ତଙ୍କୁ ପ୍ରେରଣା ଯୋଗାଇବ ନିଶ୍ଚୟ।

Advertisment

ଅଧିକ ପଢନ୍ତୁ:  ପତ୍ନୀଙ୍କ ମୃତ୍ୟୁ ପରେ କଲମ ପ୍ରେମରେ ପଡ଼ିଛନ୍ତି ଅର୍ଜୁନ, ସାଉଁଟୁଛନ୍ତି ପୁରୁଣା ସ୍ମୃତି

Baripada Doctors President Award
Advertisment
Advertisment