ଶିକ୍ଷା ଜ୍ଞାନ ଗ୍ରହଣ କରିବାର ଏକ ମାଧ୍ୟମ । ହାତଲେଖା ଏବଂ ଅଧ୍ୟୟନ ମଧ୍ୟରେ ଏକ ଗଭୀର ସମ୍ପର୍କ ରହିଛି । ହାତଲେଖା ବା ହସ୍ତାକ୍ଷର ଶିକ୍ଷାର ଏକ ଗୁରୁତ୍ୱପୂର୍ଣ୍ଣ ଦିଗ । କୁନି ଛୁଆଟିଏ ପାଠ ପଢିବା ଆରମ୍ଭ କରିବା ପରେ ବିଦ୍ୟାଳୟରେ ଅକ୍ଷରର ସୁନ୍ଦରତା ଉପରେ ଗୁରୁତ୍ୱ ଦିଆଯାଇଥାଏ । ଅକ୍ଷର ଲେଖିବା ଶିଖାଯାଇଥାଏ । ଅକ୍ଷରକୁ ସୁନ୍ଦର ଏବଂ ଆକର୍ଷଣୀୟ କରିବା ପାଇଁ ଛାତ୍ରଛାତ୍ରୀଙ୍କୁ ହସ୍ତାକ୍ଷର ଲିଖନ ପାଇଁ ପ୍ରୋତ୍ସାହିତ ମଧ୍ୟ କରାଯାଇଥାଏ । ନିଜ ପୁଅ ଝିଅ କେମିତି ସୁନ୍ଦର ଅକ୍ଷର ଲେଖିପାରିବେ ସେଥିପାଇଁ ଅଭିଭାବକମାନେ ମଧ୍ୟ ବିଶେଷ ଭାବରେ ଧ୍ୟାନ ଦିଅନ୍ତି । କାରଣ ଅନେକ ସମୟରେ ସୁନ୍ଦର ହସ୍ତାକ୍ଷର ପାଇଁ ଛୋଟ ଛୁଆ ମାନଙ୍କୁ ପରିବାର ଏବଂ ବନ୍ଧୁ ପରିଜନ ପ୍ରଶଂସା କରନ୍ତି ।
ପରୀକ୍ଷକ ମାନେ ପରୀକ୍ଷା ଖାତା ଦେଖିବା ସମୟରେ ସୁନ୍ଦର ହସ୍ତାକ୍ଷର ଦ୍ୱାରା କିଛି ମାତ୍ରାରେ ପ୍ରଭାବିତ ହୋଇଥା'ନ୍ତି । କିନ୍ତୁ ବେଳେ ବେଳେ ଅନେକ ପ୍ରଚେଷ୍ଠା ପରେ ମଧ୍ୟ ସୁନ୍ଦର ହସ୍ତାକ୍ଷର ଲେଖିବା ପାଇଁ ଲୋକେ ଅସଫଳ ହୁଅନ୍ତି । ସୁନ୍ଦର ହସ୍ତାକ୍ଷର ଲେଖିବା ପାଇଁ ପ୍ରତି ଦିନ ପ୍ରାୟ ୨୦ରୁ ୩୦ ମିନିଟ୍ ପର୍ଯ୍ୟନ୍ତ ନିରନ୍ତର ଅଭ୍ୟାସର ଆବଶ୍ୟକ ପଡିଥାଏ ।
Also Read
ତାଙ୍କ ହାତଲେଖାକୁ ପୃଥିବୀର ସବୁଠାରୁ ସୁନ୍ଦର ହାତଲେଖା ମଧ୍ୟ କୁହାଯାଉଛି । ଏଥିପାଇଁ ତାଙ୍କୁ 'ପୃଥିବୀର ଶ୍ରେଷ୍ଠ ହସ୍ତାକ୍ଷର' “world’s most beautiful handwriting” ଆୱାର୍ଡ ପ୍ରଦାନ କରାଯାଇଛି । ଏହି ଯୁବତୀ ହେଉଛନ୍ତି ନେପାଳର ପ୍ରକିତି ମଲ୍ଲା । ୧୬ ବର୍ଷୀୟା ପ୍ରକିତି ଅଷ୍ଟମ ଶ୍ରେଣୀରେ ପଢିବା ସମୟରେ ତାଙ୍କ ହସ୍ତାକ୍ଷର ଥିବା ଏକ କାଗଜ ସୋସିଆଲ ମିଡ଼ିଆରେ ଖୁବ ଭାଇରାଲ ହୋଇଥିଲା । ଏହାପରେ ସେ ଚର୍ଚ୍ଚାକୁ ଆସିଥିଲେ । ଏହା ଦେଖିବାପରେ ବିଶ୍ୱର ହସ୍ତଲେଖା ବିଶେଷଜ୍ଞମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।
ପ୍ରଶଂସକଙ୍କ କହିବା ଅନୁସାରେ ପ୍ରକିତିଙ୍କ ଆଗରେ କମ୍ପ୍ୟୁଟର ମଧ୍ୟ ଫେଲ୍ ମାରିଯିବ। କମ୍ପ୍ୟୁଟର ଆସିବା ପରଠାରୁ, ଲୋକମାନେ ହାତରେ ଲେଖିବା ପ୍ରାୟ ବନ୍ଦ କରିଦେଇଛନ୍ତି । ପୂର୍ବରୁ ହାତଲେଖାକୁ ଗୁରୁତ୍ୱ ଦିଆଯାଉଥିଲା । କମ୍ପ୍ୟୁଟରର ବ୍ୟବହାର ବଢିବା ପରେ ଖୁବ କମ୍ ଲୋକ ସୁନ୍ଦର ହସ୍ତାକ୍ଷର ଲେଖିବାକୁ ସମର୍ଥ ହେଉଛନ୍ତି । କିନ୍ତୁ କାଗଜରେ ପ୍ରକିତିଙ୍କ ହାତଲେଖା ଦେଖି ସମସ୍ତେ କମ୍ପ୍ୟୁଟରରେ ଲେଖାଯାଇଛି ବୋଲି ଭାବିବାକୁ ବାଧ୍ୟ ହେଉଛନ୍ତି । ପ୍ରକିତି ନେପାଳୀ ସଶସ୍ତ୍ର ବାହିନୀ ଦ୍ୱାରା ମଧ୍ୟ ସମ୍ମାନିତ ହୋଇଛନ୍ତି ।